ହନୁମାନ ବାଟିକା

ଉଇକିପିଡ଼ିଆ‌ରୁ
ବାଟିକାରେ ଥିବା ହନୁମାନ ମୂର୍ତ୍ତି

ହନୁମାନ ବାଟିକା ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସହରରେ ଥିବା ଏକ ବଗିଚା ଯାହା ହନୁମାନଙ୍କୁ ସମ୍ମାନ ଦେଇ ତିଆରି କରାଯାଇଛି । ଏହା ୧୩ ଏକର ଜମିରେ ବ୍ୟାପିରହିଥିବା ଯେଉଁଥିରେ ୭୪.୯ ଫୁଟର ଏକ ପୂର୍ଣାବୟବ ହନୁମାନ ମୂର୍ତ୍ତି ରହିଛି । ଏହି ବାଟିକାର ପ୍ରବେଶପଥରେ ବାଟ ମଙ୍ଗଳା ମନ୍ଦିର, ବିନାୟକ ମନ୍ଦିର ଓ ମାନସ ପାରାୟଣ ସାରଳା ମନ୍ଦିର ରହିଛି ।[୧]

ଅବସ୍ଥିତି ଓ ସୌନ୍ଦର୍ଯ୍ୟ[ସମ୍ପାଦନା]

ପାହାଡ଼ ପର୍ବତ ଓ ପ୍ରାକୃତିକ ସୌନ୍ଦୟଭରା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଛଳରେ ରହିଛି ମନ୍ଦିର ମାଳିନି ହନୁମାନବାଟିକା । ଇସ୍ପାତ ସହର ରାଉରକେଲାଠାରୁ ମାତ୍ର ୬ କି.ମି.ଦୁରରେ ଏହା ଅବସ୍ଥିତ। ଓଡ଼ିଶା ପର୍ଯ୍ୟଟନରେ ଏହା ସ୍ଥାନିତ ହୋଇ ଜିଲ୍ଲାବାସୀ ତଥା ବାହାରୁ ଅସୁଥିବା ଲୋକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପଲଟିଛି ଏହି ହନୁମାନବାଟିକା । ୧୩ ଏକର ଜମିରେ ତିଆରି ହୋଇଛି ଏହି ବାଟିକା । ଏହିଠାରେ ରହିଛି ସଙ୍କଟ ମୋଚନ ହନୁମାନଙ୍କର ଏକ ବିରାଟକାୟ ପ୍ରତିମୁର୍ତି । ଯାହାର ଉଚ୍ଚତା ହେଉଛି ୭୫ ଫୁଟ୍ । ଏହି ପ୍ରତିମୂର୍ତ୍ତି ରାଜ୍ୟର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ବୋଲି ଜଣାଯାଏ ।୧୯୯୪ ମସିହାରେ ତତ୍କାଳିନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଦ୍ୱରା ଉଦ୍ଘାଟିତ ହୋଇଥିଲା ଏହି ବିରଟକାୟ ପ୍ରତିମୁର୍ତି । ଏହି ବାଟିକାରେ ରହିଛି ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ।ଏହି ମନ୍ଦିରଗୁଡ଼ିକ ହେଲା ଶ୍ରୀ ବିନାୟକ ମନ୍ଦିର,ବାଟ ମଙ୍ଗଳା ମନ୍ଦିର,ଦ୍ୱାଦଶ ଜୋତିର୍ଲିଙ୍ଗ ମନ୍ଦିର,ମା ସରଳା ମନ୍ଦିର,ମା ଗୌରୀ,ଶ୍ରୀ ଜଗନ୍ନାଥ ମନ୍ଦିର,ମା ମହାଲକ୍ଷ୍ମୀ ମନ୍ଦିର,ସନ୍ତୋଷୀ ମା ମନ୍ଦିର,ରାମ ମନ୍ଦିର,ହନୁମାନ ମନ୍ଦିର,ଏବଂ ୨୦୦୮ରେ ନୂତନ କରି ନିର୍ମିତ ହୋଇଥିବା ସିରିଡି ସାଇ ବାବା ମନ୍ଦିର । ପ୍ରତିଦିନ ଏହି ମନ୍ଦିର ଗୁଡିକରେ ଭକ୍ତମାନଙ୍କର ବିପୁଳ ଭିଡ ପରିଲକ୍ଷିତ ହୋଇଥାଏ ।ଏହି ମନ୍ଦିରଗୁଡ଼ିକ ବ୍ୟତିତ ଏହି ବାଟିକାରେ ରହିଛି ସୁନ୍ଦର ବଗିଚା ଏବଂ ଏକ କଲ୍ୟାଣ ମଣ୍ଡପ । ବିବାହ,ବ୍ରତ,ଏକୋଇଶଆ ଆଦି ଶୁଭ କାର୍ଯ୍ୟ ଏଠାରେ ସମ୍ପନ୍ନ ହୋଇଥାଏ ।ଏହାଛଡା ଦର୍ଶକମଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତ୍ୟେକ ବର୍ଷ ଭକ୍ତିପୁର୍ବକ ସନ୍ସ୍କ୍ରୁତିକ କର୍ଯକର୍ମର ଅୟୋଜନ କରାଯାଇଥାଏ । ପ୍ରତ୍ୟେକ ବର୍ଷ ଫେବୃଆରୀ ୨୩ ତରିଖରେ ଏହାର ପ୍ରତିଷ୍ଠା ଦିବସ ପାଳନ କରଯାଇଥାଏ ।

ଆଧାର[ସମ୍ପାଦନା]

  1. Hanuman Vatika Archived 2012-02-12 at the Wayback Machine..Rourkela.com

ବାହାର ଆଧାର[ସମ୍ପାଦନା]