ସ୍ୱର୍ଣ୍ଣ,ସବ,୧

ଉଇକିପିଡ଼ିଆ‌ରୁ
(ସ୍ଵର୍ଣ୍ଣ-ସବ-୧ରୁ ଲେଉଟି ଆସିଛି)

ସ୍ୱର୍ଣ୍ଣ-ସବ-୧ ଭାରତୀୟ କୃଷି ଅନୁଷନ୍ଧାନ ପରିସଦ ଓ ଅନ୍ତର୍ଜତୀୟ ଧାନ ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ଆବିଷୃତ କରାଯାଇଅଛି | ତିନି ବର୍ଷର ଫଳାଫଳକୁ ପରୀକ୍ଷା କରାଗଲା ପରେ ଓଡ଼ିଶା ରାଜ୍ୟ ବିହନ ଉପକମିଟି ସ୍ୱର୍ଣ୍ଣ ସବ-୧ କିସମକୁ ୨୦୦୯ ମସିହାରେ ଅନୁମୋଦନ କରିଛି | ଏହା ଏକ କମ୍ ଉଚ୍ଚତା ବିଶିଷ୍ଟ(୧୦୫ରୁ ୧୧୦ ସେ.ମି.)କିସମ ଅଟେ | ବୁଣା ଧାନ ଫସଲ ୧୪୦ ଦିନରେ ଏବଂ ତଳିରୁଆ ଫସଲ ୧୪୫ ଦିନରେ ପରିପକ୍ୱ ହୋଇଥାଏ |

ସ୍ୱର୍ଣ୍ଣ-ସବ-୧ ପ୍ରତି ହେକ୍ଟର ପିଛା ୪.୫-୫.୫ ଟନ୍ ଅମଳ ଦେଇଥଏ ଏବଂ ଅଭାବ ପରିସ୍ଥିତିରେ ୩.୦ରୁ ୪.୦ ଟନ୍ ଅମଳ ଦେଇଥାଏ | କୃଷକ ଯେଉ ଜମିରେ ସ୍ୱର୍ଣ୍ଣ କିସମର ଧାନକୁ ଚାଷ କରୁଛନ୍ତି, ସେହି ଜମିରେ ସ୍ୱର୍ଣ୍ଣ-ସବ-୧କୁ ଚାଷ କରାଯାଇପାରିବ |ଏହି କିସମ ଖାଲୁଆ ଓ ମଧ୍ୟମ ଜମି ଲାଗି ଉପଯୋଗୀ ଅଟେ | ଶାରଦଋତୁରେ ଆକସ୍ମିକ ବନ୍ୟାରେ ୧୨-୧୪ ଦିନ ପର୍ଯ୍ୟନ୍ତ ବଢି଼ପାଣି ସହିବା ଶକ୍ତି ଏହି କିସମର ଅଛି | ବନ୍ୟାଜଳ ୧୫-୬୦ ଦିନ ପର୍ଯ୍ୟନ୍ତ ରହେ ସେଇ ଅଞ୍ଚଳ ଲାଗି ଏହି କିସମ ଉପଯୋଗୀ ନୁହେ |

ଆଧାର[ସମ୍ପାଦନା]

http://www.crri.nic.in/ Archived 2017-09-08 at the Wayback Machine.