ସେଭଏମଲାକ

ଉଇକିପିଡ଼ିଆ ରୁ
ସେଭଏମଲାକ
URL savemlak.jp
ମିଳୁଥିବା ଭାଷା ଜାପାନୀ, ଇଂରାଜୀ
ଆୟ ଅଣ-ଲାଭକାରୀ
ଏବେକାର ସ୍ଥିତି ଅନଲାଇନ
ମିଆଗି ପ୍ରିଫେକଚର ପାଠାଗାର

ସେଭଏମଲାକ ‌‌୨୦୧୧ ଟୋହୋକୁ ଭୂମିକମ୍ପ ଓ ସୁନାମିର ପ୍ରତିକ୍ରିୟାରେ ତିଆରି ଏକ ଉଇକି ଯାହା ସଂଗ୍ରହାଳୟ, ପାଠାଗାର, ଆର୍କାଇଭ ଓ କମ୍ୟୁନିଟି ସେଣ୍ଟର ଆଦିର ସୁରକ୍ଷା ପାଇଁ ଗଢ଼ାଯାଇଛି । ପ୍ରାକୃତିକ ବିପଦ ସଙ୍କୁଳ ସ୍ଥାନମାନଙ୍କରେ ପାଠାଗାରାଆଦିର ସୁରକ୍ଷା ନିମନ୍ତେ ମିଆଗି ପ୍ରିଫେକଚର ପାଠାଗାର ଗବେଷକମାନଙ୍କ ଦ୍ୱାରା ଆଲୋଚିତ ହୋଇଥିଲା । [୧] ଦିସେମ୍ବର ୨୦୧୧ ବେଳକୁ ଏହି ଉଇକିରେ ୧୯୫୦୦ ଗୋଟି ସୁବିଧା ସୁଯୋଗ, ୨୪,୩୦୦ ପୃଷ୍ଠା ଥିଲା ଓ ପାଖାପାଖି ୩୦୦ ସମ୍ପାଦକ ୧୦୧,୨୦୦ ସଂଖ୍ୟକ ସମ୍ପାଦନା କରିଥିଲେ ।[୨]

ଏହି ଉଇକିଟି ସେମାଣ୍ଟିକ ମିଡ଼ିଆଉଇକି ବ୍ୟବ‌ହାର କରି ତିଆରି କରାଯାଇଛି ଓ ଜୁନ ୨୦୧୧ର ଏ ବର୍ଷର ସେମାଣ୍ଟିକ ମିଡ଼ିଆଉଇକି ଭାବେ ବଛାଯାଇଛି ।[୩]

୨୦୧୩ ଉଇକିମାନିଆର ପ୍ରାରମ୍ଭିକ କାର୍ଯ୍ୟକ୍ରମରେ ମାକାତୋ ଓକାମୋଟୋ ସେଭଏମଲାକ ବାବଦରେ ବର୍ଣ୍ଣନା କରିଥିଲେ ।[୪]

ଆଧାର[ସମ୍ପାଦନା]

  1. Okamoto, Makoto (2012). "Activity and task of the saveMLAK and aid for library". Journal of Information Processing and Management 54 (12). doi:10.1241/johokanri.54.808. http://adsabs.harvard.edu/abs/2012JIPM...54..808O. Retrieved August 7, 2013. 
  2. ଓକାମୋଟୋ ୨୦୧୨
  3. "SaveMLAK - semantic-mediawiki". http://semantic-mediawiki.org/wiki/SaveMLAK. Retrieved 9 August 2013. 
  4. "Wikimania 2013 Schedule". http://wikimania2013.wikimedia.org/w/index.php?title=Schedule&oldid=24979. Retrieved 9 August 2013. 

ଅଧିକ ଲିଙ୍କ[ସମ୍ପାଦନା]