ସୁଶୀଲ କୁମାର (କୁସ୍ତିଯୋଦ୍ଧା)
| ସୁଶୀଲ କୁମାର | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ମଇ ୨୬, ୧୯୮୩ [୧] ନଜଫଗଡ଼ ବାପ୍ରୋଲା, ଦିଲ୍ଲୀ |
| ଜାତୀୟତା | ଭାରତୀୟ |
| ଉଚ୍ଚତା | ୧୬୬ cm () |
| ଜୀବନସାଥି | ସାବି କୁମାର |
ଭାରତୀୟ କୁସ୍ତିଯୋଦ୍ଧା ଙ୍କ ମଧ୍ୟରେ ଜଣେ ପ୍ରତିଭାଶାଳୀ କୁସ୍ତିଯୋଦ୍ଧା । ସିନିୟର ସ୍ତରରେ ପ୍ରଥମେ ୬୦କେଜି ଓ ପରେ ୬୬ କେଜିରେ ପ୍ରତିଦ୍ଵନ୍ଦିତା କରୁଛନ୍ତି ।୨୦୧୨ ଲଣ୍ଡନ ଅଲିମ୍ପିକ କ୍ରୀଡ଼ାରେ ରୌପ୍ୟ ପଦକ ଜିଣି ସୁଶୀଲ କୁମାର ଭାରତର ଗୌରବକୁ ଦ୍ଵିଗୁଣୀତ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ୨ଟି ଅଲିମ୍ପିକରେ ପଦକ ଜିତିବାର ଗୌରବ ତାଙ୍କ ନାମରେ ରହିଛି । ଏହା ପୂର୍ବରୁ ୨୦୦୮ ବେଜିଂ ଅଲିମ୍ପିକରେ ରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୯୮ରେ ବିଶ୍ଵକ୍ୟାଡେଟ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ ତାଙ୍କ କ୍ୟାରିଅରର ପ୍ରଥମ ସଫଳତା ଥିଲା ।[୨]ପରେ ୨୦୦୦ ମସିହା ଏସିଆନ ଜୁନିୟର କୁସ୍ତି ଚାମ୍ପିଆନଶିପରେ ସ୍ଵର୍ଣ୍ଣ ପଦକ ପାଇ କ୍ୟାରିଅରକୁ ଆଗକୁ ବଢେଇନେଇଥିଲେ ଏହି କୁସ୍ତିଯୋଦ୍ଧା ।
ବିଷୟସୂଚୀ |
ପରିବାର [ସମ୍ପାଦନା]
ଦିଲ୍ଲୀ ନଜଫଗଡ଼ର ବାପ୍ରୋଲା ଠାରେ ୧୯୮୩ ମଇ ୨୬ ତାରିଖରେ ଜନ୍ମ।ପୁରା ନାମ ସୁଶୀଲ କୁମାର ସୋଲଙ୍କୀ । ସେ ଶକାହାରୀ । ବାପା ଦିୱାନ ସିଂହ ଜଣେ ଡିଟିସି ବସ ଡ୍ରାଇଭର ଓ ମା ଗୃହିଣୀ । ବାପା ଜଣେ ପେହେଲମାନ ଥିବାରୁ ସେ ତାଙ୍କ ଠାରୁ ପ୍ରେରଣା ପାଇଥିଲେ ।[୩]
ପ୍ରାରମ୍ଭିକ ଜୀବନ [ସମ୍ପାଦନା]
୧୪ ବର୍ଷ ବୟସରେ କୁସ୍ତି ପ୍ରତି ଆଗ୍ରହ ରଖି ଭାରତୀୟ ପେହେଲମାନ ଯଶବୀର ଓ ରାମପାଲଙ୍କ ତତ୍ତ୍ଵାବଧାନରେ ଛତ୍ରସାଇ ଷ୍ଟାଡିୟମ ଆଖଡାରେ ଟ୍ରେନିଂ ଆରମ୍ଭ କରିଥିଲେ । ଏହାପରେ ସେ ଅର୍ଜୁନ ପୁରସ୍କାର ପ୍ରାପ୍ତ ସତପାଲଙ୍କ ଠାରୁ ଏବଂ ପରେ ରେଲ୍ୱ୍ଏ କ୍ୟାମ୍ପରେ ଗ୍ୟାଙ୍ଗ ସିଂହଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ ।[୪]
କ୍ୟାରିଅର [ସମ୍ପାଦନା]
୧୯୯୮ରେ ବିଶ୍ଵ କ୍ୟାଡେଟ ଗେମ୍ସରେ ସ୍ଵର୍ଣ୍ଣ ପଦକ ହାସଲ ତାଙ୍କ କ୍ୟାରିଅର ର ପ୍ରଥମ ସଫଳତା ଥିଲା।ପରେ ୨୦୦୦ ମସିହା ଏସିଆନ ଜୁନିୟର କୁସ୍ତି ଚାମ୍ପିଆନଶିପରେ ସ୍ଵର୍ଣ୍ଣ ପଦକ ଓ ୨୦୦୩ ବିଶ୍ଵ କୁସ୍ତି ଚାମ୍ପିଆନଶିପରେ ୪ର୍ଥ ସ୍ଥାନ ପାଇଥିଲେ ।୨୦୦୫ ଓ ୨୦୦୭ ରାଜ୍ୟଗୋଷ୍ଠୀ କୁସ୍ତି ଚାମ୍ପିଆନଶିପରେ ସେ ସ୍ଵର୍ଣ୍ଣ ପଦକ ପାଇଥିଲେ।
ପଦକ ତାଲିକା [୫] [ସମ୍ପାଦନା]
| ଟୁର୍ଣ୍ଣାମେଣ୍ଟ | ବର୍ଷ | ପ୍ରତିଯୋଗିତା | ଫଳାଫଳ |
|---|---|---|---|
| ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଲଣ୍ଡନ | ୨୦୦୩ | ୬୦କେଜି | ସ୍ଵର୍ଣ୍ଣ |
| ଏସିଆନ ଚାମ୍ପିଆନଶିପ,ନୂଆଦିଲ୍ଲୀ | ୨୦୦୩ | ୬୦ କେଜି | ବ୍ରୋଞ୍ଜ |
| ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, କେପଟାଉନ | ୨୦୦୫ | ୬୬କେଜି | ସ୍ଵର୍ଣ୍ଣ |
| ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଲଣ୍ଡନ | ୨୦୦୭ | ୬୬କେଜି | ସ୍ଵର୍ଣ୍ଣ |
| ଏସିଆନ ଚାମ୍ପିଆନଶିପ, କର୍ଗିସ୍ତାନ | ୨୦୦୭ | ୬୬କେଜି | ରୌପ୍ୟ |
| ଅଲିମ୍ପିକ, ବେଜିଂ | ୨୦୦୮ | ୬୬କେଜି | ବ୍ରୋଞ୍ଜ |
| ଏସିଆନ ଚାମ୍ପିଆନଶିପ, ଜେଜୁ ଆଇସଲ୍ୟାଣ୍ଡ | ୨୦୦୮ | ୬୬କେଜି | ବ୍ରୋଞ୍ଜ |
| ରାଜ୍ୟଗୋଷ୍ଠୀ ଚାମ୍ପିଆନଶିପ, ଜଳନ୍ଧର | ୨୦୦୯ | ୬୬କେଜି | ସ୍ଵର୍ଣ୍ଣ |
| ଏସିଆନ ଚାମ୍ପିଆନଶିପ, ନୂଆଦିଲ୍ଲୀ | ୨୦୧୦ | ୬୬କେଜି | ସ୍ଵର୍ଣ୍ଣ |
| ବିଶ୍ଵ ଚାମ୍ପିଆନଶିପ, ମସ୍କୋ | ୨୦୧୦ | ୬୬କେଜି | ସ୍ଵର୍ଣ୍ଣ |
| ରାଜ୍ୟଗୋଷ୍ଠୀ କ୍ରୀଡା, ନୂଆଦିଲ୍ଲୀ | ୨୦୧୦ | ୬୬କେଜି | ସ୍ଵର୍ଣ୍ଣ |
| ଅଲିମ୍ପିକ, ଲଣ୍ଡନ | ୨୦୧୨ | ୬୬କେଜି | ରୌପ୍ୟ |
ପୁରସ୍କାର [ସମ୍ପାଦନା]
୨୦୦୬ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ୨୦୦୯ ଜୁଲାଇରେ ସେ ଭାରତର ସର୍ବୋଚ୍ଚ କ୍ରୀଡା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ସମ୍ମାନରେ ଭୁଷିତ ହେଇଥିଲେ ।[୬]୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡାରେ ସେ ଅନ୍ତିମ ବାଟନ ବାହକ ହୋଇ ଉଦଘାଟନୀ ସମାରୋହରେ ପ୍ରିନ୍ସ ଚାର୍ଲ୍ସଙ୍କୁ ବାଟନ ହସ୍ତାନ୍ତର କରିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକର ଉଦଘାଟନୀ ଉତ୍ସବରେ ସେ ତ୍ରୀରଙ୍ଗା ଧରି ଭାରତୀୟ ଦଳର ନେତୃତ୍ଵ ନେବାର ସୌଭାଗ୍ୟ ପାଇଥିଲେ ।
ଆଧାର [ସମ୍ପାଦନା]
- ↑ "Athlete Biography: Sushil Kumar". The Official Website of the Beijing 2008 Olympic Games. http://results.beijing2008.cn/WRM/ENG/BIO/Athlete/5/205935.shtml. Retrieved 2008-08-20.
- ↑ http://ibnlive.in.com/news/sushil-kumar-profile-of-an-olympic-medalist/281620-73.html
- ↑ http://www.thehindu.com/sport/other-sports/article3758096.ece
- ↑ http://profiles.incredible-people.com/sushil-kumar-wrestler/
- ↑ http://newschoupal.com/2010/09/16/profile-of-world-champion-wrestler-sushil-kumar/
- ↑ http://www.hindu.com/holnus/000200907291721.htm