ସୁଶାନ୍ତ ମିଶ୍ର

ଉଇକିପିଡ଼ିଆ‌ରୁ
ସୁଶାନ୍ତ ମିଶ୍ର
Born
ସୁଶାନ୍ତ ମିଶ୍ର

(1965-07-23) ୨୩ ଜୁଲାଇ ୧୯୬୫ (ବୟସ ୫୮)
କଟକ
Nationalityଭାରତୀୟ
Educationଚିତ୍ରନାଟ୍ୟ ଲେଖନ ଓ ଚଳଚ୍ଚିତ୍ର ନିର୍ଦ୍ଦେଶନାରେ ଡିପ୍ଲୋମା, ୧୯୮୯
Alma materଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ, ପୁନେ
Known forଚଳଚ୍ଚିତ୍ର ନିର୍ଦ୍ଦେଶକଓ ଲେଖକ
Parentମହିନ୍ଦ୍ର ମିଶ୍ର

ସୁଶାନ୍ତ ମିଶ୍ର, ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଲେଖକ । ଓଡି଼ଆ ସମାନ୍ତରାଳ ସିନେମା କ୍ଷେତ୍ରରେ ତାଙ୍କର ବଳିଷ୍ଠ ଅବଦାନ ରହିଛି ଏବଂ ତାଙ୍କଦ୍ୱାରା ନିର୍ମିତ ଚଳଚ୍ଚିତ୍ର ଦେଶ ବିଦେଶର ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ବହୁ ସମ୍ମାନ ଲାଭକରିପାରିଛି । ଚଳଚ୍ଚିତ୍ର ନିର୍ଦ୍ଦେଶନା ବ୍ୟତିତ, ସେ ପୁନେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଚଳଚ୍ଚିତ୍ର ଶିକ୍ଷାଦାନ ମଧ୍ୟ କରିଥାନ୍ତି । ତାଙ୍କ ପ୍ରଚେଷ୍ଟାରେ,୨୦୦୪ ମସିହାରୁ ପୁରୀଠାରେ 'ବାଇଅଫ(ବ୍ରିଙ୍ଗ୍ ୟୋର ଓନ୍ ଫିଲ୍ମ ଫେଷ୍ଟିଭାଲ)' ନାମରେ ଏକ ଚଳଚ୍ଚିତ୍ର ଉତ୍ସବର ଆୟୋଜନ ହୋଇଆସୁଛି । [୧][୨][୩]

ଭାରତୀୟ ଚଳଚ୍ଚିତ୍ରକୁ ଅବଦାନ[ସମ୍ପାଦନା]

କଥାଚିତ୍ର ବର୍ଷ ଭୂମିକା ସମ୍ମାନ
ନିଶ୍ଚଳ ବାଦଲ ୧୯୯୦ ନିର୍ଦ୍ଦେଶକ ଜର୍ମାନୀର ଓଭରହୌସେନ୍ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ
ଧାରିଣି ୨୦୦୨ ନିର୍ଦ୍ଦେଶକ,କାହାଣୀକାର
ବିଶ୍ୱପ୍ରକାଶ[୪] ୧୯୯୯ ନିର୍ଦ୍ଦେଶକ, କାହାଣୀକାର ମନ୍ଟ୍ରିଲ ଓ କାଇରୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ
ଇନ୍ଦ୍ରଧନୁର ଛାଇ ୧୯୯୩ ନିର୍ଦ୍ଦେଶକ, କାହାଣୀକାର ସୋଚି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଗ୍ରାଣ୍ଡ ପ୍ରିକ୍ସ ପୁରସ୍କାର, କାନ୍ସ [୫]ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]