ସିମେଇ
| Vermicelli ଶବ୍ଦଟି ଖୋଲା ଅଭିଧାନ, ଉଇକି ଅଭିଧାନରେ ଖୋଜନ୍ତୁ । |
ସେମିଆ ବା ସିମେଇ (ଭର୍ମିସେଲି/Vermicelli) (ଇଂରାଜୀ ଉଚ୍ଚାରଣ: /ˌvɜrmɨˈtʃɛli/, Italian: [vermiˈtʃɛlli], ଆକ୍ଷରିକ ଅର୍ଥ, "ଛୋଟ ପୋକ") ମଇଦାରୁ ତିଆରି ଏକ ରନ୍ଧାହୋଇପାରିବା ଭଳି ଖାଦ୍ୟ । ଏଥିରୁ ଖିରି, ପଲଉ ଆଦି ତିଆରି କରାଯାଇଥାଏ । ଏହା ଏକ ପ୍ରକାରର ପାସ୍ତା ଓ ସ୍ପାଗେଟି ଠାରୁ ସରୁ ।[୧]
ବିଷୟସୂଚୀ |
ଇଟାଲିରେ ଇତିହାସ [ସମ୍ପାଦନା]
୧୪ଶ ଶତକରେ ଇଟାଲିରେ ସରୁ ସରୁ ସ୍ପାଗେଟି ସବୁ ବ୍ୟବହାର କରାଯାଉଥିଲା ଯାହାକୁ ସେଠାକାର ଭାଷାରେ ମାଷ୍ଟର ରେଗିଓ ଏମିଲିଆ (Reggio Emilia)ର ବାର୍ଣ୍ଣବା ଦା ଋଇଟିନିସ (Master Barnaba da Reatinis)ଙ୍କ ମତରେ ଟସ୍କାନ ସିମେଇ (vermicelli)କୁ ବୋଲୋନେ (Bologne) ରେ ଓରାଟି (orati), ଭେନିସରେ ମିନୁଟେଲି (minutelli), ରେଜିଓରେ ଫର୍ମିଣ୍ଟିନି (fermentini) ଓ "ମାନ୍ତୁଆ (Mantua)"ରେ ପାଙ୍କାଡେଲି (pancardelle) କୁହାଯାଏ[୨]
ଏସିଆରେ ଇତିହାସ [ସମ୍ପାଦନା]
ଦକ୍ଷିଣ ଏସିଆରେ ଏହା ବହୁଳ ଭାବରେ ଖିଆଯାଇଥାଏ ଯାହା ଇଟାଲିରେ ଖିଆଯାଉଥିବା ଭର୍ମିସେଲି ଠାରୁ ଅଲଗା । ଏହା ସେମୋଲିନାରୁ ତିଆରି ହୋଇଥିଲା ବେଳେ ଇଟାଲୀୟ ଭର୍ମିସେଲି ଡରଡ଼ମ ଚୂନା (Durum)ରୁ ତିଆରି । ଏଥିରୁ ତିଆରି ଖାଇବାକୁ ଓଡ଼ିଆରେ ସିମେଇ/ସେମିଆ, ହିନ୍ଦୀ ଓ ଉର୍ଦ୍ଦୁରେ ସେବାଇ କୁହାୟାଏ । ଗୁଜୁରାଟୀରେ "ସେଓ", କନ୍ନଡ଼ରେ "ସାବିଗେ" କୁହାଯାଇଥାଏ ।
ରନ୍ଧା ଖାଦ୍ୟ [ସମ୍ପାଦନା]
- ସିମେଇ ଖିରି: ଏହ ଏକ ପ୍ରକାର ଖିରି ଯାହା ସିମେଇରେ ଚିନି, କେଶର, କିସମିସ ଆଦି ପକାଇ ତିଆରି କରାଯାଇଥାଏ ।
- ସିମେଇ/ସେମିଆ ଖେଚେଡ଼ି/ପଲଉ: ଏହା ସିମେଇ, ଗାଜର, କ୍ୟାପ୍ସିକମ, ପିଆଜ ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
ଦ୍ରଷ୍ଟବ୍ୟ [ସମ୍ପାଦନା]
- ↑ "Pasta Shapes". National Pasta Association. http://www.ilovepasta.org/shapes.html. Retrieved 2010-12-03.
- ↑ Professional Pasta website