ସିନ୍ଦୁକେଶ୍ଵର ମନ୍ଦିର
ଭଦ୍ରକ ଜିଲ୍ଲା ବନ୍ତ ବ୍ଳକର ଅଣିଜୋ ଗ୍ରାମର ଶ୍ରୀ ଶ୍ରୀ ବାବା ପ୍ରତାପ ସିନ୍ଦୁକେଶ୍ୱର ଓଡ଼ିଶାର ଦ୍ୱିତୀୟ ବୃହତ ଶିବଲିଙ୍ଗ ଭାବେ ମାନ୍ୟତା ପାଇଛନ୍ତି ସିନ୍ଦୁକେଶ୍ୱରଙ୍କ ଲିଙ୍ଗ ପ୍ରତିବର୍ଷ ବଢୁଛନ୍ତି ଯେଉଁ ବସ୍ତ୍ର ତାଙ୍କୁ ଲାଗି କରାଯାଇଥାଏ, କିଛି ଦିନ ପରେ ତାହା ଛୋଟ ହୋଇଯାଏ ସେଥିରୁ ଜଣାଯାଏ ବାବାଙ୍କ ଲିଙ୍ଗ ବୃଦ୍ଧି ହେଉଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆରଡ଼ିର ଆଖଣ୍ଡଳମଣି ହେଉଛନ୍ତି ସାନ ଭାଇ ଓ ଅଣିଜୋର ସିନ୍ଦୁକେଶ୍ୱର ହେଉଛନ୍ତି ବଡ଼ଭାଇ
କିମ୍ବଦନ୍ତୀ [ସମ୍ପାଦନା]
ପ୍ରାୟ ୨୫୦ବର୍ଷ ତଳେ ବାବାଙ୍କ ବିଜେସ୍ଥଳୀ ଜଙ୍ଗଲିଆ ଜାଗା ଥିଲା ଅଣିଜୋର ବିରିଡ଼ି ଗ୍ରାମର ଗଉଡୁଣୀ ଦହି ବିକିବା ପାଇଁ ଅଣିଜୋ, ମଙ୍ଗଳପୁର, ଚକରା ପାଢୀ ଯାଏ ଦିନେ ଜଙ୍ଗଲ ରାସ୍ତା ଦେଇ ଦହି ବିକିବା ପାଇଁ ଯିବା ବେଳେ ବାବଙ୍କ ଲିଙ୍ଗ ଏକ ସୁନା ମୁଣ୍ଡା ଭଳି ଦେଖାଯିବାରୁ ଗଉଡୁଣୀ ନେବାକୁ ଚେଷ୍ଟା କଲା ଏହା ବଡ଼ ହୋଇଥିବାରୁ ନେଇ ନ ପାରି ଦହି ହାଣ୍ଡି ଉପରେ ଢଙ୍କାଇ ନିଜ ସ୍ୱାମୀ ଓ ପୁଅକୁ ଡାକିବାକୁ ଘରକୁ ଗଲା ପରିବାର ଲୋକେ ଆସି ହାଣ୍ଡି ଉଠାଇବାକୁ ଚେଷ୍ଟା କରିବାରୁ ଆଉ ହାଣ୍ଡି ବାହାରିଲା ନାହିଁ ଏହାପରେ ଶାବଳ, କୋଦାଳ ବ୍ୟବହାର କରି ମଧ୍ୟ ଲିଙ୍ଗକୁ ଖୋଳି ବାହାର କରିପାରିଲେ ନାହିଁ ଏହାପରେ ହାଣ୍ଡିକୁ ଫଟାଇବା ପାଇଁ ଶାବଳ ପ୍ରହାର କରିବାରୁ ଉପରୁ ରକ୍ତ ବାହରିଲା ଓ ସାପର ଗର୍ଜନ ସ୍ୱର ଶୁଭିଲା, ଏଥିରେ ଭୟ ପାଇ ପରିବାର ଗଉଡୁଣୀ ପରିବାର ପଳାୟନ କଲେ ସେହି ରାତିରେ ଗଉଡୁଣୀକୁ ସ୍ୱପ୍ନାଦେଶ ହେଲା “ମୁଁ ଶ୍ରୀ ଶ୍ରୀ ବାବା ପ୍ରତାପ ସିନ୍ଦୁକେଶ୍ୱର ବିଜେ ମହାଦେବ ଅଟେ ମତେ ଶୀଘ୍ର ପୂଜାର୍ଚ୍ଚନା କର ” ଏହାପରେ ସ୍ଥାନୀୟ ଅଞ୍ଚଳରେ ଏହି କଥା ପ୍ରଚାର ହେବାରୁ ସେଠାରେ ପୂଜାର୍ଚ୍ଚନା ଆରମ୍ଭ ହେଲା [୧]
ଆଧାର [ସମ୍ପାଦନା]
- ↑ ସୂର୍ଯ୍ୟପ୍ରଭା, ୧୭ନଭେମ୍ବର ୨୦୧୧, ପୃଷ୍ଠା-୮
|
|||||||||||||||||