ସାଲିକୋର୍ଣ୍ଣିଆ
| ସାଲିକୋର୍ଣ୍ଣିଆ | |
|---|---|
| Salicornia europaea | |
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Core eudicots |
| ଗଣ: | Caryophyllales |
| କୁଳ: | Amaranthaceae |
| ଉପକୁଳ: | Salicornioideae |
| ପ୍ରଜାତି: | Salicornia L. |
| Species | |
|
See text. |
|
ସାଲିକୋର୍ଣ୍ଣିଆ,ସନ୍ତସନ୍ତିଆ ସ୍ଥାନ ଓ ସମୁଦ୍ର କୂଳିଆ ଲୁଣି ମାଟିରେ ବଢୁଥିବା ଏକ ବୁଦା ଜାତୀୟ ଉଦ୍ଭିଦ।ଏହାକୁ ଓଡିଆରେ କୋୟାଲୁ କୁହାଯାଏ। ଉଦ୍ଭିଦ ବିଜ୍ଞାନରେ ଏହାକୁ ସି ଆସ୍ପରାଗସ୍ କୁହାଯାଏ।ସାଲିକୋର୍ଣ୍ଣିଆ ମୂଳ ଜନ୍ମ ସ୍ଥାନ ଉତ୍ତର ଆମେରିକା,ଇଉରୋପ,ଦକ୍ଷିଣ ଆଫ୍ରିକା ଓ ଦକ୍ଷିଣ ଏସିଆର କେତେକ ଅଞ୍ଚଳ।ସାଲିକୋର୍ଣ୍ଣିଆର ବିଶେଷତ୍ଵ ହେଲା ବିଶ୍ଵର ଇନ୍ଧନ ସଙ୍କଟ କୁ ଟାଳିବା ପାଇଁ ଏହାକୁ ଭବିଷ୍ୟତରେ ବ୍ୟବହାର କରିହେବ।ଆରିଜୋନା ବିଶ୍ଵ ବିଦ୍ୟାଳୟର ରବର୍ଟ ପ୍ରଥମେ ସାଲିକୋର୍ଣ୍ଣିଆ ଉଦ୍ଭିଦକୁ ଜୈବ ଇନ୍ଧନ ବ୍ୟବହାର ନେଇ ସୂଚନା ଦେଇଥିଲେ।
ବିଶ୍ଵରେ ୨ ପ୍ରକାର ସାଲିକୋର୍ଣ୍ଣିଆ ଦେଖିବାକୁ ମିଳେ।ଗୋଟିଏ ହେଲା ସାଲିକୋର୍ଣ୍ଣିଆ ବିଗେଲୋଭି ଓ ଅନ୍ୟଟି ହେଲା ସାଲିକୋର୍ଣ୍ଣିଆ ବ୍ରାକିଆଟା।ସାଲିକୋର୍ଣ୍ଣିଆ ବିଗେଲୋଭି ଭାରତର ପଶ୍ଚିମ ବଙ୍ଗ, ତାମିଲନାଡୁ ଭଳି କେତେକ ରାଜ୍ୟରେ ଦେଖିବାକୁ ମିଳେ।ସାଲିକୋର୍ଣ୍ଣିଆ ବିଗେଲୋଭି ମଞ୍ଜିରୁ ତୈଳ ଏକ ପଦ୍ଧତିରେ ବାହାର କରାଯାଏ। ସମୁଦ୍ରକୂଳ ଭଳି ଲୁଣି ମାଟିରେ ଏହା ଭଲ ଭାବରେ ବଢି ପାରେ ।କାରଣ ଏହା ଲୁଣ ପ୍ରତିରୋଧକ ଅଟେ।ସାଲିକୋର୍ଣ୍ଣିଆ ବଢିବା ପାଇଁ ଅଧିକ ପରିମାଣର ଯବକ୍ଷାରଜାନ ଓ ଗନ୍ଧକ ପୋଷକର ଆବଶ୍ୟ୍କ ହେଇଥାଏ।ଏହି ଗଛର ଉଚ୍ଚତା ୩୦ ସେଣ୍ଟିମିଟର ରୁ କମ ଓ ଏହାର କାଣ୍ଡ ସମାନ ଭାବେ ଲାଗିକରି ରହିଥାଏ।ସାଲିକୋର୍ଣ୍ଣିଆର କାଣ୍ଡରେ ପତ୍ର ଥିଲେ ମଧ୍ୟ ଏହା ପତ୍ର ହୀନ ଭଳି ଦେଖାଯାଏ।[୧]