ସାମୁଏଲ ମୋର୍ସ

ଉଇକିପିଡ଼ିଆ ରୁ
ସାମୁଏଲ ମୋର୍ସ (Samuel Morse)
ସାମୁଏଲ ଫିନଲେ ବ୍ରିଜ ମୋର୍ସ, ୧୮୪୦
ଜନ୍ମ ଓ ଜନ୍ମସ୍ଥାନ ସାମୁଏଲ ଫିନଲେ ବ୍ରିଜ ମୋର୍ସ(Samuel Finley Breese Morse)
ଜନ୍ମଦିନ ୨୭ ଏପ୍ରିଲ ୧୭୯୧
ଜନ୍ମସ୍ଥାନ – ଚାର୍ଲସଟାଉନ, ବୋଷ୍ଟୋନ, ମାସାଚୁସେଟସ (Charlestown, Boston, Massachusetts)
ତିରୋଧାନ ୨ ଏପ୍ରିଲ ୧୮୭୨: ୮୦ ବର୍ଷ
୫ ୱେଷ୍ଟ ୨୨ତମଷ୍ଟ୍ରିଟ, ନ୍ୟୁୟୋର୍କ ସିଟି, ନ୍ୟୁୟୋର୍କ
ଜାତୀୟତା ଆମେରିକୀୟ
ଜୀବିକା ଚିତ୍ରଶିଳ୍ପୀ, ଉଦ୍ଭାବକ
ପ୍ରସିଦ୍ଧି ମୋର୍ସ କୋଡ୍
କାହାଦେଇ ପ୍ରଭାବିତ ଚାର୍ଲସ ଗ୍ରାଫ୍ଟନ ପେଜ (Charles Grafton Page)
ଜୀବନସାଥି ଲକ୍ରେଟିଆ ପିକରିଂ ୱାକର ଓ ସାରା ଏଲିଜାବେଥ ଗ୍ରିସଓଲ୍ଡ (Lucretia Pickering Walker and Sarah Elizabeth Griswold)
ଦସ୍ତଖତ

ସାମୁଏଲ ଫିନଲେ ବ୍ରିଜ ମୋର୍ସ (ଏପ୍ରିଲ ୨୭, ୧୭୯୧ – ଏପ୍ରିଲ ୨, ୧୮୭୨) ହେଉଛନ୍ତି ଜଣେ ଭଦ୍ଭାଭକ ଓ ଚିତ୍ରଶିଳ୍ପୀ ଯିଏ ଇଉରୋପୀୟ ଟେଲିଗ୍ରାଫ ଆଧାରିତ ଏକତନ୍ତ୍ରୀ ଟେଲିଗ୍ରାଫି ଉଦ୍ଭାବନ କରିଥିଲେ ଓ ସଂଯୁକ୍ତ ଭାବରେ ମୋର୍ସ କୋଡ୍ ମଧ୍ୟ ଉଦ୍ଭାବନ କରିଥିଲେ। .

ଜନ୍ମ ଓ ଶିକ୍ଷା[ସମ୍ପାଦନା]

ମୋର୍ସଙ୍କ ଜନ୍ମସ୍ଥାନ

ସାମୁଏଲ ମୋର୍ସ ଚାର୍ସଟାଉନଠାରେ ଜେଡିଡିଆ ମୋର୍ସ ଓ ଏଲିଜାବେଥ ଆନ ଫିନଲେ ବ୍ରିଜଙ୍କର ପ୍ରଥମ ସନ୍ତାନ ହିସାବରେ ଜନ୍ମଗ୍ରହଣ କରିଥିଲେ। [୧] ନିଜ ପୁତ୍ରକୁ ନୈତିକ ଶିକ୍ଷା ପ୍ରଦାନ କରି ମଣିଷ ପରି ମଣିଷଟିଏ କରିବାଥିଲା ତାଙ୍କ ପିତାଙ୍କର ଇଚ୍ଛା।

ସେ ଏଣ୍ଡୋଭର, ମାସାଚୁସେଟସର ଫିଲିପସ ଏକାଡେମୀ (Phillips Academy)ରୁ ଶିକ୍ଷା ସମାପ୍ତ କରି ୟାଲେ କଲେଜ(Yale College)ରୁ ଧାର୍ମିକ ଦର୍ଶନ, ଗଣିତ ଆଦି ଶିକ୍ଷା କରିଥିଲେ। ସେଠାରେ ସେ ବିଦ୍ୟୁତ ଶକ୍ତି ଓ ଚିତ୍ରକଳା ବିଷୟରେ ମଧ୍ୟ ଶିକ୍ଷା ହାସଲ କରିଥିଲେ। ୧୮୧୦ ମସିହାରେ ସେ ୟାଲେ କଲେଜରୁ ସମ୍ମାନ ସହିତ ସ୍ନାତକ ଉପାଧି ପାଇଲେ। [୨]

ଚିତ୍ରକଳା[ସମ୍ପାଦନା]

ଯୁବକ ମୋର୍ସ୍
ମୋର୍ସଙ୍କ ପ୍ରସିଦ୍ଧ କଳାକୃତି : ମୁମୁର୍ଷୁ ହର୍କୁଲେସ

ମୋର୍ସଙ୍କ ଚିତ୍ର ଲ୍ୟାଣ୍ଡିଂ ଅଫ ଦ ପିଲିଗ୍ରିମ୍ସ Landing of the Pilgrimsକେଲଭିନବାଦଦ୍ୱାରା ପ୍ରଭାବିତ ଥିଲା। ଏହା ଇଂଲାଣ୍ଡ ଓ ଉତ୍ତର ଆମେରିକୀୟ ଧର୍ମୀୟ ଚିନ୍ତାଧାରାର ସଂଯୋଗ ଥିଲା। ଏହା ୱାସିଂଟନ ଆଲଷ୍ଟନ ନାମକ ଚିତ୍ରଶିଳ୍ପୀଙ୍କୁ ବହୁତ ଆକୃଷ୍ଟ କରିଥିଲା। ପରେ ମୋର୍ସ ତାଙ୍କଠାରୁ ଚିତ୍ରକଳାର ଅନେକ ହୁନ୍ଦର ଶିଖିଥିଲେ ଓ ୧୮୧୧ ପର୍ଯ୍ୟନ୍ତ ତାଙ୍କରି ତତ୍ତ୍ୱାବଧାନରେ ଇଂଲାଣ୍ଡରେ ଅନେକ କଳାକୃତିର ସର୍ଜନା କରିଥିଲେ। ସେ ରେନାସା ଅନ୍ତର୍ଗତ ନିଓ କ୍ଲାସିକାଲ କଳାଦ୍ୱାରା ତଥା ମାଇକେଲ ଏଞ୍ଜେଲ ଓ ରାଫେଲଙ୍କ ପରି ଚିତ୍ରଶିଳ୍ପୀଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ। ଏଠାରେ କିଛିକାଳ ଅଭ୍ୟାସ କରିଲା ପରେ ସେ ନିଜର ପ୍ରସିଦ୍ଧ କଳାକୃତି ମୁମୁର୍ଷୁ ହର୍କୁଲେସ Dying Hercules ନାମକ ମୂର୍ତ୍ତି ଗଢ଼ିଥିଲେ।

ମୋର୍ସଙ୍କ ଅଙ୍ଗିତ ରଙ୍ଗ ସାରଣୀChart of Colors ଲୋହିତ ଖଡ଼ି (sanguine) ଓ ଗ୍ରାଫାଇଟ(graphite) ବ୍ୟବହାର କରି ସେ ଏଇ ରଙ୍ଗର ବର୍ଣ୍ଣାଳୀ ତିଆରି କରିଥିଲେ। ବ୍ରୁକଲିନ ମିଉଜିୟମରୁ

ଅନେକ ଆମେରିକୀୟ କଳାକୃତି ଧର୍ମୀୟ ଭିତ୍ତି ଉପରେ ନିର୍ମିତ ହୋଇଥିଲା ଏବଂ ମୋର୍ସ ଥିଲେ ତା’ର ନିଦର୍ଶନ। ସେ ୨୧ ଅଗଷ୍ଟ ୧୮୧୫ରେ ଇଂଲାଣ୍ଡ ଛାଡ଼ି ଆମେରିକାରେ ପେଷାଦାର ଚିତ୍ରଶିଳ୍ପୀ ଭାବେ ପ୍ରତିଷ୍ଠିତ ହେବାପାଇଁ ଚାଲି ଆସିଲେ।

ଜନ ଆଦାମସଙ୍କ ପ୍ରତିକୃତି

୧୮୧୫ରୁ ୧୮୨୫ ଭିତରେ ତାଙ୍କ କଳାକୃତିର ଅଭିବୃଦ୍ଧି ହୋଇଥିଲା। ଆମେରିକୀୟ ସଂସ୍କୃତିକୁ ସେ ନିଜ କଳା ଭିତରେ ଫୁଟାଇବାକୁ ଚାହୁଁଥିଲେ।

୧୮୩୦ରୁ ୧୮୩୨ ପର୍ଯ୍ୟନ୍ତ ମୋର୍ସ ନିଜର କଳାର ବିକାଶ ପାଇଁ ଇଉରୋପରେ ବିଶେଷ କରି ଇଟାଲି, ସୁଇଜରଲ୍ୟାଣ୍ଡଫ୍ରାନ୍ସ ଭ୍ରମଣ କରିଥିଲେ। ପ୍ୟାରିସ ଭ୍ରମଣ କାଳରେ ସେ ଲେଖକ ଜେମସ ଫେନିମୋର କୁପରଙ୍କ ସହିତ ବନ୍ଧୁତା ସ୍ଥାପନ କରିଥିଲେ। [୩]

ତାଙ୍କର ପରବର୍ତ୍ତୀ ପ୍ୟାରିସ ଭ୍ରମଣ ସମୟରେ ସେ ଲୁଇସ ଡ଼ାଗୁଏରେଙ୍କୁ ଭେଟିଥିଲେ ଓ ତାଙ୍କର ଚିତ୍ରୋତ୍ପଳନ କୌଶଳଦ୍ୱାରା ପ୍ରଭାବିତ ହୋଇଥିଲେ। ଏ ବିଷୟରେ ସେ ନିଉୟୋର୍କ ଅବଜରଭର ନାମକ ପତ୍ରିକାରେ ଲେଖାଟିଏ ଲେଖିଥିଲେ। [୪]

ମୋର୍ସଙ୍କର କିଛି କଳାକୃତି ଲୋକଷ୍ଟ ଗ୍ରୋଭ (ସାମୁଏଲ ମୋର୍ସ ହାଉସ)ରେ ଗଚ୍ଛିତ ଅଛି। [୫]

ଟେଲିଗ୍ରାଫି[ସମ୍ପାଦନା]

ସାମୁଏଲ ମୋର୍ସଙ୍କ ମୂଳ ଟେଲିଗ୍ରାଫ ଯନ୍ତ୍ର

୧୮୨୫ରେ ସେ ନିଉୟର୍କ ସହର ପରିଚାଳନା (Gilbert du Motier, marquis de Lafayette ) ୱାସିଂଟନରେ ଗିଲବର୍ଟଙ୍କର ପ୍ରତିକୃତି ତିଆରି କରିବାପାଇଁ $୧୦୦୦ ଦେଇ ମୋର୍ସଙ୍କୁ ନିଯୁକ୍ତ କଲା। ସେଠାରେ ନିଜ କାମ କରୁଥିଲାବେଳେ ଅଶ୍ୱାରୋହୀ ଦୂତଟିଏ ତାଙ୍କୁ ତାଙ୍କ ପିତା ପଠାଇଥିବା ପତ୍ରଟିଏ ଦେଲା ଯେଉଁଥିଲେ ଗୋଟିଏ ଧାଡ଼ିରେ ତାଙ୍କର ପ୍ରିୟ ପତ୍ନୀ ଅସୁସ୍ଥ ଅଛନ୍ତି। ସେ ତୁରନ୍ତ ସବୁ କାମଧନ୍ଦା ଛାଡ଼ି ନିଉ ହାଭେନସ୍ଥିତ ନିଜ ଘରେ ପହଞ୍ଚିଲା ବେଳକୁ ତାଙ୍କ ପତ୍ନୀଙ୍କର ଅନ୍ତିମ ସଂସ୍କାର ହୋଇ ସାରିଥିଲା। [୬] ପତ୍ନୀଙ୍କର ଦୀର୍ଘଦିନର ଅସୁସ୍ଥତା ସମ୍ବନ୍ଧରେ ଜାଣିବାକୁ ପାଇ ସେ ମର୍ମାହତ ହେଲେ। ଏହା ପରେ ସେ ଚାରୁକଳା ଛାଡ଼ି ତୁରନ୍ତ ସମ୍ବାଦ ପ୍ରେରଣର ଉପାୟ ଅନୁସନ୍ଧାନ କରିବାରେ ଲାଗି ପଡ଼ିଲେ। [୭]

୧୮୩୨ର ଜଳଯାତ୍ରା ରେ ସେ ବୋଷ୍ଟୋନର ବିଦ୍ୟୁତ ଚୁମ୍ବକ ବିଜ୍ଞାନର ବିଶେଷଜ୍ଞ ଚାର୍ଲସ ଥୋମାସ ଜାକସନଙ୍କୁ ଭେଟିଲେ। ଜାକସନଙ୍କ ବୈଦ୍ୟୁତିକ ଚୁମ୍ବକ ସହିତ ଅନେକ ପ୍ରକାରର ପରୀକ୍ଷା ନୀରିକ୍ଷା କରି ସେ ଏକ ତନ୍ତ୍ର ଦୂରସଞ୍ଚାର (single-wire telegraph)ର ଏକ ସୂତ୍ରକୁ ଖୋଜି ପାଇଲେ। ମୋର୍ସଙ୍କର ଏଇ ମୂଳ ଟେଲିଗ୍ରାଫ ଓ ତାଙ୍କ ପ୍ୟାଟେଣ୍ଟ ଏବେ ଆମେରିକୀୟ ଇତିହାସର ଜାତୀୟ ସଂଗ୍ରହାଳୟ (National Museum of American History)ରେ ସଂରକ୍ଷିତ ଅଛି। [୮] ସମୟକ୍ରମେ ମୋର୍ସ କୋଡ୍ ଦୂରସଞ୍ଚାରର ମୌଳିକ ଭାଷା ଓ ତାଳବଦ୍ଧ ସୂଚନା ସଞ୍ଚାର (rhythmic telegraphy)ର ମାନକ ରୂପେ ପ୍ରତିଷ୍ଠିତ ହେଲା।

ରିଲେ[ସମ୍ପାଦନା]

ଲିଓନାର୍ଡ ଗାଲେ, ଯିଏ ମୋର୍ସଙ୍କୁ ଟେଲିଗ୍ରାଫିକ ସଙ୍କେତକୁ ତାର ମାଧ୍ୟମରେ ଦୂରସ୍ଥାନକୁ ପଠାଇବାରେ ସାହାଯ୍ୟ କରିଥିଲେ।

ପ୍ରଥମେ ମୋର୍ସ କେବଳ ଅଳ୍ପଦୂରକୁ (ଅଳ୍ପ କେତେ ଶହ ୟାର୍ଡ) ଟେଲିଗ୍ରାଫିକ ସଙ୍କେତ ପଠାଇବାରେ ସଫଳ ହୋଇଥିଲେ। ନିଉୟର୍କ ୟୁନିଭର୍ସିଟିର ରସାୟନ ବିଜ୍ଞାନ ପ୍ରଧ୍ୟାପକ ଲିଓନାର୍ଡ ଗାଲେଙ୍କ ସହାୟତାରେ ସେ ରିଲେ ତିଆରି କରି ପାରିଲେ ଓ ଏହି ସଙ୍କେତକୁ ତାର ମାଧ୍ୟମରେ ଦୂର ସ୍ଥାନକୁ (୧୦ ମାଇଲ, ପାଖାପାଖି ୧୬ କି.ମି. ପର୍ଯ୍ୟନ୍ତ) ପଠାଇବାରେ ସଫଳତା ହାସଲ କଲେ। ଏହି ଦୁଇଜଣଙ୍କ ସହିତ ଏ ସମୟରେ ଆଲଫ୍ରେଡ ଗିଲ୍ ନାମକ ଜଣେ ଧନୀ, ଦକ୍ଷ ଓ ଉତ୍ସାହୀ ଯୁବକ ଯୋଗଦେଲେ। ପ୍ରାରମ୍ଭିକ ସମସ୍ତ ପରୀକ୍ଷା ନିରୀକ୍ଷା କରିବା ପରେ ସେ ନିକଟସ୍ଥ ଏକ କାରଖାନାକୁ ଏହାର ପ୍ରଦର୍ଶନ ପାଇଁ ବାଛିଲେ। [୯]

୧୮୩୮ରେ ଆମେରିକୀୟ ସରକାରଙ୍କ ତରଫରୁ କୌଣସି ପୃଷ୍ଠପୋଷକତା ନ ମିଳିବାରୁ ସେ ଲଣ୍ଡନ ଚାଲିଗଲେ। କିନ୍ତୁ ସେଠାରେ ଆଗରୁ କୁକ୍ ଓ ହୁଇଟଷ୍ଟୋନ ନିଜର ଆସ୍ଥାନ ଜମାଇ ସାରିଥିଲେ। ଡିସେମ୍ବର ୧୮୪୨ରେ ମୋର୍ସ ଶେଷଥର ପାଇଁ ୱାସିଂଟନ ଡି.ସି. ଯାତ୍ରା କଲେ ଓ ସେଠାକାର କ୍ୟାପିଟଲରେ ଦୁଇଟି କମିଟି ରୁମକୁ ଟେଲିଗ୍ରାଫିକ ରିଲେ ଦ୍ୱାରା ସଫଳତାର ସହିତ ସଂଯୁକ୍ତ କରି ପାରିବାରୁ କଂଗ୍ରେସ ୱାସିଂଟନ ଡି.ସି. ଓ ବଲଟିମୋର ଭିତରେ ୩୮ ମାଇଲର ୧୮୪୩ରେ $୩୦,୦୦୦ ବ୍ୟୟର ଏକ ଟେଲିଗ୍ରାଫ ଲାଇନ ପାଇଁ ମଞ୍ଜୁରୀ ଦେଲେ। [୧୦] ମେ ୧ ୧୮୪୪ରେ ଏହାର ସଫଳ ପ୍ରଦର୍ଶନ ହୋଇଥିଲା। [୧୦] ଓ ମେ ୨୪, ୧୮୪୪ରେ ଏହାର ବିଧିବଦ୍ଧ ଉନ୍ମୋଚନ ହେଲା। ମୋର୍ସ ପ୍ରଥମ କରି ୱାସିଂଟନସ୍ଥିତ ସୁପ୍ରିମ କୋର୍ଟର ପ୍ରକୋଷ୍ଠରୁ ବଲ୍ଟିମୋରର ବିଏଣ୍ଡଓ ରେଲବୋର୍ଡ ମିଉଜିୟମ ଯାଏ ("What hath God wrought")‘‘ଈଶ୍ୱର କ’ଣ ସର୍ଜନା କରିଛନ୍ତି?’’ ପ୍ରସିଦ୍ଧ ବାକ୍ୟକୁ ଟେଲିଗ୍ରାମ କରିଥିଲେ [୧୧] ଏହି ବାକ୍ୟଟି ବାଇବେଲରୁ ନିଆଯାଇଥିଲା। ସେତେବେଳେ ତାଙ୍କର ଟେଲିଗ୍ରାଫ ମିନିଟକୁ ୩୦ଟି ଅକ୍ଷର ସମ୍ପ୍ରେଷଣ କରି ପାରୁଥିଲା। [୧୨]

ପ୍ରଥମ ଟେଲିଗ୍ରାଫ କାର୍ଯ୍ୟାଳୟ

୧୮୪୫ରେ ମ୍ୟାଗ୍ନେଟିକ ଟେଲିଗ୍ରାଫ କମ୍ପାନୀ ନାମରେ ଏକ ସଂସ୍ଥା ନିଉୟର୍କରୁ ଫିଲାଡେଲଫିଆ, ବୋଷ୍ଟୋନ, ବଫାଲୋ ନିଉୟର୍କ ଓ ମିସିସିପି ଯାଏ ଟେଲିଗ୍ରାଫ ଲାଇନ ଟାଣିବାକୁ ମୁଣ୍ଡ ଟେକିଲା।

ଜଳ ଓ ରେଳଧାରଣା ଦେଇ ଟେଲିଗ୍ରାଫିକ ସଙ୍କେତ ପ୍ରେରଣ ଉପରେ ସେ ଗବେଷଣା କରିଥିଲେ। କୋର୍ଟରେ ଲଢି ଟେଲିଗ୍ରାଫର ଉଦ୍ଭାବକ ଭାବେ ସେ ନିଜକୁ ପ୍ରତିଷ୍ଠିତ କରି ପାରିଲେ ବି ମୋର୍ସ କୋଡର ଉଦ୍ଭାବନରେ ତାଙ୍କ ସହିତ ଆଲଫ୍ରେଡ ଭେଲଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା।

ମୋର୍ସଙ୍କର ଟେଲିଗ୍ରାଫିକ ଉପକରଣ ଇଉରୋପୀୟ ଟେଲିଗ୍ରାଫିର ମାନକ ରୂପେ ସରକାରୀ ମାନ୍ୟତା ପାଇଲା ୧୮୫୧ରେ। କେବଳ ୟୁନାଇଟେଡ କିଂଗଡମରେ କୁକ୍ ଓ ହୁଇଟଷ୍ଟୋନଙ୍କର ସୂଚୀ ଟେଲିଗ୍ରାଫର ପ୍ରଚଳନଥିଲା। [୧୩]

ଏପ୍ରିଲ ୩ ୧୮୭୨ରେ ନିଉୟର୍କ ଟାଇମସରେ ପ୍ରକାଶିତ ଏକ ବିଜ୍ଞାପନ ଅନୁସାରେ ମୋର୍ସ ଅର୍ଡର ଅଫ ଗ୍ଲୋରି ନାମକ ହୀରା ଖଚିତ ଉପଢୌକନ ପାଇଥିଲେ [୧୪]), ଓ ତା ସହିତ ଏକ ପାରସ୍ୟ ସ୍ୱର୍ଣ୍ଣମୁଦ୍ରା ଭର୍ତ୍ତି ହୋଇଥିବା ଏକ ସୁନା ଫରୁଆ ପାରସ୍ୟର ରାଜା (୧୮୫୧)ଙ୍କଠାରୁ ପାଇଥିଲେ ଆଉ ତା ସହିତ ବିଜ୍ଞାନ ଓ କଳାରେ ଉତ୍କର୍ଷପାଇଁ ଅଷ୍ଟ୍ରିୟାର ଫ୍ରାଞ୍ଜ ଜୋସେଫଙ୍କ ଠାରୁ ପଦକ (Great Golden Medal of Science and Arts) ପାଇଥିଲେ। ଏତଦ୍ ବ୍ୟତୀତ ଫ୍ରାନ୍ସର ସମ୍ରାଟ, ଡେନମାର୍କର ରାଜା, ସ୍ପେନର ରାଣୀଙ୍କ ଠାରୁ ଅନେକ ପୁରସ୍କାର ପାଇବା ସହିତ ଆମେରିକାର ଅନେକ ବିଜ୍ଞାନ ଓ କଳା ସଂଗଠନରେ ସଦସ୍ୟତା ପାଇଥିଲେ। ୧୮୬୪ରେ ପର୍ତ୍ତୁଗାଲ ଓ ଇଟାଲୀ ଆଦି ଦେଶରୁ ସମ୍ମାନିତ ହୋଇଥିଲେ। ୧୯୮୮ରେ ତାଙ୍କର ଟେଲିଗ୍ରାଫ ଏକ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିର ମାନ୍ୟତା ପାଇଥିଲା।.[୧୫]

ଜୀବନର ଅପରାହ୍ନରେ[ସମ୍ପାଦନା]

ପୁରସ୍କୃତ ମୋର୍ସ Portrait of Samuel F. B. Morse taken by Mathew Brady, in 1866. Medals worn (from wearer's right to left, top row: Nichan Iftikhar (Ottoman); Order of the Tower and Sword (Portugal); Order of the Dannebrog (Denmark); Gold Medal of Art and Science (Württemberg); Gold Medal of Science (Austria); Order of Saints Maurice and Lazarus (Italy). Bottom row: Order of Isabella the Catholic (Spain).
୧୯୪୦ର ଡାକଟିକଟରେ ମୋର୍ସ

ମୋର୍ସଙ୍କର ଟେଲିଗ୍ରାଫ ଆମେରିକାରେ ବହୁବର୍ଷ ପର୍ଯ୍ୟନ୍ତ ପ୍ୟାଟେଣ୍ଟ ପାଇଥିଲେ ବି ୧୮୫୩ରେ ଆମେରିକାର ସୁପ୍ରିମ କୋର୍ଟରେ ଏହି ପ୍ୟାଟେଣ୍ଟକୁ ନେଇ ଅଭିଯୋଗ ଆସିଥିଲା। ୧୮୫୮ରେ ପାଖାପାଖି ସେ ସମୟର ୮୦୦୦୦ ଆମେରିକୀୟ ଡଲାର ମୂଲ୍ୟର ପୁରସ୍କାର ଫ୍ରାନ୍ସ, ଅଷ୍ଟ୍ରିୟା, ବେଲଜିୟମ ସରକାରଙ୍କଠାରୁ ପାଇଥିଲେ। ଏହାଛଡା ନେଦରଲ୍ୟାଣ୍ଡ, ରସିଆ, ସ୍ୱିଡେନ, ପିଏଡମଣ୍ଟ, ତୁସ୍କାନି ଓ ତୁର୍କୀ ଆଦି ଦେଶମାନେ ସେମାନଙ୍କ ଦେଶରେ ବ୍ୟବହୃତ ମୋର୍ସ ଉପକରଣର ସଂଖ୍ୟା ମୁତାବକ ପୁରସ୍କାର ପ୍ରଦାନ କରିଥିଲେ। ୧୮୫୮ରେ ରୟାଲ ସ୍ୱେଡିସ ଏକାଡେମିର ବିଦେଶୀ ସଦସ୍ୟ ଭାବେ ତାଙ୍କୁ ସଦସ୍ୟତା ମିଳିଥିଲା।

କିନ୍ତୁ ୧୦ ଜୁନ ୧୮୭୧ ପର୍ଯ୍ୟନ୍ତ ଆମେରିକାରେ ତାଙ୍କୁ କେହି ଅଙ୍ଗୀକାର କରି ନ ଥିଲେ। ଏହି ଦିନ ନିଉୟର୍କ ସହରର ସେଣ୍ଟ୍ରାଲ ପାର୍କରେ ମୋର୍ସଙ୍କର ଏକ ବ୍ରୋଞ୍ଜ ଷ୍ଟାଚ୍ୟୁ ଉନ୍ମୋଚିତ ହେଲା। ୧୮୯୬ରେ ଆମେରିକାର ଦୁଇ ଡଲାର ମୂଲ୍ୟର ନୋଟଗୁଡିକରେ ରୌପ୍ୟ ପ୍ରମାଣପତ୍ର ଶୃଙ୍ଖଳାରେ ତାଙ୍କର ପ୍ରତିକୃତିକୁ ଅଙ୍କିତ କରାଯାଇଥିଲା। [୧୬]

ବାଇରନ୍ ପିକେଟ୍‌ଙ୍କ ଦ୍ୱାରା ମୋର୍ସ୍‌ଙ୍କର ମୂର୍ତ୍ତି , ନ୍ୟୁ ୟର୍କ୍ ସେଣ୍ଟ୍ରାଲ୍ ପାର୍କ୍, ୧୮୭୧ ରେ ଉତ୍ସର୍ଗୀକୃତ

ଅନ୍ୟାନ୍ୟ ଉପଲବ୍ଧି[ସମ୍ପାଦନା]

ଟେଲିଗ୍ରାଫ ଛଡ଼ା ମାର୍ବଲ କଟା ଯନ୍ତ୍ର ଉଦ୍ଭାବନ କରିଥିଲେ, ଯାହାକୁ ସେ ପ୍ୟାଟେଣ୍ଟ କରି ପାରି ନ ଥିଲେ।

୧୮୫୦ରେ ସେ କ୍ରୀତଦାସ ପ୍ରଥାର ଖୋଲା ଖୋଲି ବିରୋଧ କରିଥିଲେ। ‘‘ନୈତିକ ଦୃଷ୍ଟିକୋଣରୁ କ୍ରୀତଦାସ ପ୍ରଥା’’ ("An Argument on the Ethical Position of Slavery") ନାମକ ତାଙ୍କ ରଚିତ ଏକ ପୁସ୍ତକରେ ଏ ସମ୍ବନ୍ଧରେ ସେ ଉଲ୍ଲେଖ କରିଛନ୍ତି।[୧୭]

ସେ ଜଣେ ଦୟାଳୁ ସ୍ୱଭାବର ବ୍ୟକ୍ତିଥିଲେ ଓ ତାଙ୍କ ଉପାର୍ଜନର ଅଧିକାଂଶ ଭାଗ ସେ ଲୋକକଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ। ସେ ନିସ୍ୱାର୍ଥପର ଥିଲେ ଓ ତାଙ୍କ ଉଦ୍ଭାବନକୁ ବ୍ୟବହାର କରି ଅନେକ ଲୋକ ଓ ସଂସ୍ଥା କୋଟି କୋଟି ଟଙ୍କା ରୋଜଗାର କରିଥିଲେ ବି ମୋର୍ସଙ୍କୁ ସେତିକି ଅର୍ଥ ମିଳି ନ ଥିଲା। ଏ ନେଇ ସେ କେବେ ଦୁଃଖିତ ନ ଥିଲେ। ତାଙ୍କ ଜୀବନର ଅନ୍ତ ସମୟବେଳକୁ ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି $୫୦୦,୦୦୦ ହୋଇଥିଲା।

ତିରୋଧାନ[ସମ୍ପାଦନା]

ନିମୁନିଆରେ ଆକ୍ରାନ୍ତ ହୋଇ ସେ ଏପ୍ରିଲ ୨, ୧୮୭୨ରେ ନିଜର ୮୧ତମ ଜନ୍ମଦିନର ୨୫ ଦିନ ଆଗରୁ ନିଜ ନିଉୟର୍କ ବାସ ଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବ୍ରୁକଲିନ, ନିଉୟର୍କର ଗ୍ରୀନ ଉଡ୍ ଶ୍ମଶାନରେ ତାଙ୍କୁ ସମାଧି ଦିଆ ଯାଇଥିଲା। [୧୮]

ଟୀକା ଓ ଆଧାର[ସମ୍ପାଦନା]

  1. "Samuel F. B. Morse". Archived from the original on December 12, 2006. http://web.archive.org/web/20061212073521/http://www.morsehistoricsite.org/history/morse.html. Retrieved 2007-02-14. 
  2. In 1961, Yale named Morse College, one of its twelve residential colleges, after him.
  3. David McCullough, The Greater Journey, Americans in Paris, Simon & Schuster, 2011, ISBN 978-1-4165-7176-6
  4. "The Daguerrotipe". The Daguerreian Society. http://www.daguerre.org/resource/texts/04-20-1839_morse.html. Retrieved 2008-09-25. 
  5. "The Collection at Locust Grove". http://www.lgny.org/history/col.html. Retrieved 2011-02-23. 
  6. Bellis, Mary (2009). "Timeline: Biography of Samuel Morse 1791 - 1872". The New York Times Company. http://inventors.about.com/library/inventors/bl_morse_timeline.htm. Retrieved 2009-04-27. 
  7. Bellis, Mary (2009). "The Communication Revolution". The New York Times Company. http://inventors.about.com/od/indrevolution/a/telegraph.htm. Retrieved 2009-04-27. 
  8. "Morse's Original Telegraph". National Museum of American History, Smithsonian Institution. http://historywired.si.edu/object.cfm?ID=306. Retrieved 2008-06-04. 
  9. McCullough, David (September 2011), "Reversal of Fortune", Smithsonian 42 (5)  Morse then devised a system of electromagnetic relays, and this was the key element, in that it put no limit to the distance a message could be sent.
  10. ୧୦.୦ ୧୦.୧ Stover, John F. (1987). History of the Baltimore and Ohio Railroad. West Lafayette, Indiana: Purdue University Press. pp. 59–60. ISBN 0-911198-81-4. 
  11. Wilson, Courtney B. (200?). The Baltimore & Ohio Railroad Museum: The Birthplace of American Railroading. Baltimore, Maryland: Traub Company. p. 11. ISBN 1-932387-59-5. 
  12. Gleick, J (2011), The Information: a History, a Theory, a Flood, London, Fourth Estate, p144
  13. "Franklin and his Electric Kite-Prosecution and Progress of Electrical researches—Historical Sketch of the Electric Telegraph—Claims of Morse and others—Uses of Electricity—Telegraphic Statistics.". New York Times. November 11, 1852, Wednesday. "It was in the month of June, 1752, a century ago, that Franklin made his celebrated experiment with the Electric Kite, by means of which he demonstrated the identity of electricity and lightning." 
  14. According to Turkish PTT e-telegraph page history section, the Ottoman ruler was the first head of state to award a medal to Morse and it was issued after the demonstration in Istanbul.
  15. "Milestones:Demonstration of Practical Telegraphy, 1838". IEEE Global History Network. IEEE. http://www.ieeeghn.org/wiki/index.php/Milestones:Demonstration_of_Practical_Telegraphy,_1838. Retrieved 26 July 2011. 
  16. "American Currency Exhibit: Silver Certificate, $2, 1896". Frbsf.org. http://www.frbsf.org/currency/metal/silvercerts/581.html. Retrieved 2010-08-24. 
  17. From An Argument on the Ethical Position of Slavery in the social system, and its relation to the politics of the day (New York, Papers from the Society for the Diffusion of Political Knowledge, no. 12, 1863) in Slavery Pamphlets # 60, Beinecke Rare Book and Manuscript library, Yale University. Quoted in "Yale, Slavery, & Abolition," an online report on Yale honorees, at Yaleslavery.org
  18. "Obituary: Prof. Samuel Finley Breese Morse" (fee). New York Times. April 3, 1872. p. 5. http://query.nytimes.com/gst/abstract.html?res=9F03E2D91739EF34BC4B53DFB2668389669FDE. Retrieved 2009-10-17. "Prof. Morse died last evening at 8 o'clock, his condition having become very low soon after sunrise. Though expected, the death of this distinguished man will be received with regret by thousands to whom he was only known by fame." 

ଆଗକୁ ପଢ଼ନ୍ତୁ[ସମ୍ପାଦନା]

  • Reinhardt, Joachim, "Samuel F. B. Morse (1791–1872) Congo, 1988".
  • Mabee, Carleton, The American Leonardo: A Life of Samuel F.B. Morse (1943, reissued 1969); William Kloss, Samuel F.B. Morse (1988); Paul J. Staiti, Samuel F.B. Morse (1989) (Knopf, 1944) (Pulitzer Prize winner for biography for 1944).
  • Samuel F. B. Morse, Foreign Conspiracy Against the Liberties of the United States: The Numbers Under the Signature (Harvard University Press 1835,1855)
  • Kenneth Silverman, Lightning Man – The Accursed Life of Samuel F.B. Morse (De Capo Press 2004)
  • Paul J. Staiti, Samuel F. B. Morse (Cambridge 1989).
  • Lauretta Dimmick, Mythic Proportion: Bertel Thorvaldsen's Influence in America, Thorvaldsen: l'ambiente, l'influsso, il mito, ed. P. Kragelund and M. Nykjær, Rome 1991 (Analecta Romana Instituti Danici, Supplementum 18.), pp. 169–191.
  • Tom Standage, The Victorian Internet, (London:Weidenfeld & Nicholson, 1998) pp. 21–40.
  • Prime, Life of S. F. B. Morse (New York, 1875)
  • E. L. Morse (editor), his son, Samuel Finley Breese Morse, his Letters and Journals' (two volumes, Boston, 1914)
  • Swayne, Josephine Latham (1906). The Story of Concord Told by Concord Writers. Boston: E.F. Worcester Press. 
  • Iles, George (1912), written at New York, Leading American Inventors, Henry Holt and Company, http://www.archive.org/details/leadingamericani00ilesrich 
  • Andrew Wheen, DOT-DASH TO DOT.COM: How Modern Telecommunications Evolved from the Telegraph to the Internet (Springer, 2011) pp 3-29
  • James D. Reid, "The Telegraph in America: Its Founders, Promoters and Noted Men" New York: Arno Press, 1974.
  • Robert Luther Thompson, "Wiring A Continent, The History of the Telegraph Industry in the United States 1832-186" Princeton University Press, 1947.

ବାହାର ଲିଙ୍କ୍[ସମ୍ପାଦନା]