ସର୍ପ ଦଂଶ
| ସର୍ପ ଦଂଶନ | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଗୋଖର ସାପ |
|
| ICD-10 | T63.0, T14.1, W59 (nonvenomous), X20 (venomous) |
| ICD-9 | 989.5, E905.0, E906.2 |
| ରୋଗ ଡାଟାବେସ | 29733 |
| MedlinePlus | 000031 |
| eMedicine | med/2143 |
| MeSH | D012909 |
ସାପ ତାର ବିଷ ଦାନ୍ତ ଦ୍ଵାରା କ୍ଷତ କଲେ ତାହାକୁ ସର୍ପ ଦଂଶ କୁହାଯାଏ । ପୃଥିବୀରେ ଦେଖାଯାଉଥିବା ସାପମାନଙ୍କ ମଧ୍ୟରୁ ସମସ୍ତେ ବିଷଧର ନୁହନ୍ତି ମାତ୍ର ବିଷଧର ସାପ କେବଳ ଆଣ୍ଟର୍କଟିକା କୁ ଛାଡିଦେଲେ ଅନ୍ୟ ସବୁ ଦେଶ ରେ ଦେଖାଯାଇଥାନ୍ତି । ସାପ ସାଧାରଣତଃ ଶିକାର ଓ ନିଜର ରକ୍ଷା ନିମନ୍ତେ ଆକ୍ରମଣ କରିଥାଏ । ସାପ ଦଂଶନ କେତେ ଗୁରୁତର ତାହା ସାପ କେଉଁ ପ୍ରଜାତିର, ଶରୀରର କେଉଁ ଅଂଶରେ କ୍ଷତ ହୋଇଛି, ଶରୀର ମଧ୍ୟକୁ କେତେ ପରିମାଣର ବିଷ ପ୍ରବେଶ କରିଛି ଓ ରୋଗୀର ସ୍ଵାସ୍ଥ୍ୟ ଅବସ୍ଥା ଉପରେ ନିର୍ଭର କରେ । ସାପ ଦଂଶନ କରିଥିଲେ ମଣିଷର ଆତଙ୍କିତ ହେବା, ହୃଦୟର ସ୍ପନ୍ଦନ ବଢିବା ଓ ବାନ୍ତି ଲାଗିବା ଭଳି ଲକ୍ଷଣ ଦେଖାଯାଏ । ବିଷ ନଥିବା ସାପ ଦ୍ଵାରା ମଧ୍ୟ ଆନେକ ପ୍ରକାର ପାର୍ଶ୍ଵପ୍ରତିକ୍ରିୟା ଜନିତ ରୋଗ ହୋଇଥାଏ । ସାପ ଦଂଶନ ଦ୍ଵାରା ମୃତ୍ୟୁ ଅଷ୍ଟ୍ରେଲିଆ, ଇଉରୋପ ଓ ଉତ୍ତର -ଆମେରିକା ରେ ବହୁତ କମ ଦେଖାଯାଇଥାଏ ମାତ୍ର ସ୍ଵାସ୍ଥ୍ୟ ସେବାରେ ପଛରେ ଥିବା ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ଆଫ୍ରିକାର କେତେକ ସ୍ଥାନରେ ସାପ ଦଂଶନ ଦ୍ଵାରା ମୃତ୍ୟୁର ହାର ଅଧିକ ଦେଖାଯାଏ । ପ୍ରତି ବର୍ଷ ସାପ ଦଂଶନ ଦ୍ଵାର ବହୁ ପ୍ରାଣହାନୀ ହେଉଥିଲେ ମଧ୍ୟ କିଛି ପ୍ରତିଷେଧକ ନେଲେ ଏହାକୁ ଅନେକ ପରିମାଣରେ ଅଟକାଯାଇପାରିବ ଯେପରିକି ଜୋତା ପିନ୍ଧିବା ଓ ବିଷଧର ସାପ ବସବାସ କରୁଥିବା ସ୍ଥାନ କୁ ନ ଯିବା ଦ୍ଵାରା ।
ଆଧାର [ସମ୍ପାଦନା]
http://www.auroville.org/comingtoav/snakebite.htm