ସମ୍ବଲପୁରୀ ଶାଢ଼ି
ସମ୍ବଲପୁରୀ ଶାଢ଼ି ଏକ ପାରମ୍ପରିକ ହାତବୁଣା ଇକତ ଶାଢ଼ି ହେଉଁଥିରେ ସୂତା ସବୁକୁ ପ୍ରକୃତିକ ରଙ୍ଗରେ ରଙ୍ଗଯାଏ ଓ ସେଥିରେ ଶାଢ଼ି ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର], ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ । ଶାଢ଼ି ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା [୧] ସିଲାଇ ନକରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ ।
ବିଷୟସୂଚୀ |
ସମ୍ବଲପୁରୀ ବସ୍ତ୍ରାଳୟ [ସମ୍ପାଦନା]
୧୯୩୦ରେ ବରଗଡ଼ ଠାରେ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କ ଦ୍ଵାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନ ମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ି ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।[୨]
କନା ଓ ଡିଜାଇନ [ସମ୍ପାଦନା]
ସମ୍ବଲପୁରୀ କନା ଏକ ନିଆରା ପଦ୍ଧତିରେ ତିଆରି ବାନ୍ଧ କଳାରେ ତିଆରି ହୋଇଥାଏ । ପାରମ୍ପରିକ ଭାବରେ, ବୁଣାକାରମାନେ ଗଛ, ଲତା ଓ ନାନାଦି ଛବି ଆଙ୍କିଥାନ୍ତି କଣା ଉପରେ । ତେବେ ଆଜିକାଲି ଅନେକ ନୂଆ ନୂଆ ଢଙ୍ଗର ବାନ୍ଧରେ ପୋଟ୍ରେଟ, ଲ୍ୟାଣ୍ଡସ୍କେପ ଓ ଫୁଲ ପାଖୁଡ଼ା ଆଦି ଅଙ୍କାଥିବା ଦେଖିବାକୁ ମିଳୁଛି ।
ଓଡ଼ିଶାର ହାତବୁଣା ଲୁଗାର ପ୍ରକାର [ସମ୍ପାଦନା]
| କ୍ରମାଙ୍କ. | ଲୁଗାର ଶ୍ରେଣୀ | ଜିଲାର ନାଆଁ | ଲୁଗାର ନାଆଁ | ଲୁଗାର ସଂଖ୍ୟା |
|---|---|---|---|---|
| ୧ | A | ବରଗଡ଼ | ଅତାବିରା, ବରଗଡ଼, ଭେଡ଼େନ, ବରପାଲି, ବିଜେପୁର, ପଦମପୁର, ସୋହେଲା, ଭାଟଲି | ୮ |
| ୨ | A | ସୋନପୁର | ବୀରମହାରାଜପୁର, ସୋନପୁର, ଉଲୁଣ୍ଡା, ବିନିକା | 4 |
| ୨ | A | ବଉଧ | ବଉଧ | ୧ |
| ୪ | B | ବଲାଙ୍ଗୀର | ପାଟନାଗଡ଼, ଆଗଲପୁର, ବଙ୍ଗମୁଣ୍ଡା | ୩ |
| ୫ | B | ନୂଆପଡ଼ା | ଖରିଆର (ସିନାପାଲି) | ୧ |
| ୬ | B | ସମ୍ବଲପୁର | ରେଙ୍ଗାଲି | ୧ |
ଅନ୍ୟାନ୍ୟ ସମ୍ବଲପୁରୀ ହାତବୁଣା ଲୁଗା [ସମ୍ପାଦନା]
ଶାଢ଼ିକୁ ବାଦଦେଇ ସମ୍ବଲପୁରୀ ଲୁଗାରେ ତିଆରି ଝରକା ପରଦା, ବିଛଣା ଚାଦର, ପଲଙ୍କ ଚାଦର, ସୋଫା ଖୋଳ, ତଉଲିଆ, ପିନ୍ଧା ଲୁଗା ଥାନ, ସମ୍ବଲପୁରୀ ସାଲୁଆର କାମିଜ, କୁରୁତା ଆଦି ତିଆରି କରାଯାଇଥାଏ ।
ଆଗକୁ ପଢ଼ିବେ [ସମ୍ପାଦନା]
- The Orissan art of weaving, କେଶବ ଚନ୍ଦ୍ର ମେହେର, ପ୍ରକାଶକ: କେଶବ ଚନ୍ଦ୍ର ମେହେର (୧୯୯୫)
- Indian ikat textiles, V & A Museum Indian Art Series. ରୋଜମାରି ଗିଲ, ଭିକ୍ଟୋରିଆ ଆଣ୍ଡ ଆଲବର୍ଟ ମିଉଜିଅମ. ଭି ଆଣ୍ଡ ଏ ପବ୍ଲିକେସନ, ୧୯୯୮ ISBN 1851772421.
ଦ୍ରଷ୍ଟବ୍ୟ [ସମ୍ପାଦନା]
- ↑ Alkazi, Roshan (1983) "Ancient Indian costume", Art Heritage; Ghurye (1951) "Indian costume", Popular book depot (Bombay); Boulanger, Chantal; (1997)
- ↑ Sambalpuri Bastralaya Handloom Cooperative Society Ltd.
ବାହାର ଲିଙ୍କ [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: Saris ଉପରେ ମାଧ୍ୟମ ରହିଅଛି |