ଶେର ଶାହ ସୁରୀ
| ଶେର ସାହ ସୁରୀ | |
|---|---|
|
|
|
| Reign | 17 May 1540 – 22 May 1545 |
| Coronation | 1540 |
| Predecessor | ହୁମାୟୁନ |
| Successor | ଇସଲାମ ସାହ ସୁରୀ |
| Consort | Malika Bibi |
| Issue | |
| Jalal Khan | |
| House | Sur dynasty |
| Father | Mian Hassan Khan Sur |
| Born | 1472[୧] ସାସରାମ, ରୋହତାସ ଜିଲ୍ଲା , ଭାରତ |
| Died | 22 May 1545 Kalinjar, Bundelkhand |
| Burial | Sher Shah Suri Tomb, ସସାରାମ |
| Religion | ଇସଲାମ |
ଶେର ସାହ ( ୧୫୪୦- ୧୫୪୮ ଖ୍ରୀଷ୍ଟାବ୍ଦ) ଜଣେ ଆଫଗାନ ସର୍ଦ୍ଦାର ଓ ତାଙ୍କ ପ୍ରକୃତ ନାମ ଫରିଅଦ ଖାଁ ସୁର ।
ବିଷୟସୂଚୀ |
ବାଲ୍ୟାବସ୍ଥା [ସମ୍ପାଦନା]
ଶେର ସାହ ବିହାର ଅନ୍ତର୍ଗତ ସାସାରାମର ଜାୟଗିରଦାର ହାସନ୍ଙ୍କ ପୁତ୍ର ଥିଲେ । [୨]ବିମାତାଙ୍କ ଅତ୍ୟାଚାର ଯୋଗୁଁ ସେ ପିତୃସ୍ନେହରୁ ବଞ୍ଚିତ ହୋଇଥିଲେ । ବାଲ୍ୟାବସ୍ଥାରେ ସେ ଅଳ୍ପକାଳ ଜୋନପୁରରେ ବିଦ୍ୟାଶିକ୍ଷା କରି ଆରବୀ ଓ ପାରସୀ ଭାଷାରେ ବ୍ୟୁପ୍ତତ୍ତିଲାଭ କରିଥିଲେ । ସେଠାରୁ ଫେରି ସେ ପ୍ରାୟ ଏଗାର ବର୍ଷ କାଳ ନିଜପିତାଙ୍କ ଜାୟଗିରି ଶାସନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । କିନ୍ତୁ ପୁନର୍ବାର ବିମାତାଙ୍କ ଦୁର୍ବ୍ୟବହାର ଯୋଗୁଁ ବଞ୍ଚିତ ହୋଇଥିଲେ । ଏହା ପରେ ସେ ବିହାରର ଶାସନକର୍ତ୍ତା ବାହାର ଖାଁଙ୍କ ଅଧୀନରେ ଚାକିରୀ କଲେ । ଥରେ ଶିକାର ସମୟରେ ସେ ଏକା ଏକ ବାଘକୁ ମାରି ଦେବାରୁ ବାହାର ଖାଁ ତାଙ୍କୁ ଶେର ଖାଁ ଉପାଧୀ ପ୍ରଦାନ କରିଥିଲେ । [୩]ତାଙ୍କ ବୀରତ୍ଵ ଓ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବାହାର ଖାଁ ନିଜ ପୁତ୍ର ଜଲାଲ ଖାଁଙ୍କ ଶିକ୍ଷାଭାର ତାଙ୍କ ହସ୍ତରେ ନ୍ୟସ୍ତ କରିଥିଲେ । ବାହାର ଖାଁଙ୍କ ମୃତ୍ୟୁପରେ ଶେର ଖାଁ ନାବାଳକ ଜଲାଲ ଖାଁ ଙ୍କ ଅଭିଭାବକ ରୁପେ ନିଯୁକ୍ତ ହୋଇଥିଲେ । ଜଲାଲ ଖାଁ ସାବାଳକ ହେବା ପରେ ତାନକ୍ ପ୍ରତ୍ତିପତ୍ତି ଓ କ୍ଷମତା ଗର୍ବ କରିବା ପାଇଁ ବଙ୍ଗ ସୁଲତାନଙ୍କ ସାହାର୍ଯ୍ୟ ନେଇଥିଲେ । କିନ୍ତୁ ଶେର ଖାଁ ବଙ୍ଗ ଓ ବିହାର ର ମିଳିତ ବାହିନୀକୁ ପରାସ୍ତ କରି ବିହାରର ସର୍ବେସର୍ବା ହେଲେ । ଏହା ପରେ ସେ ବଙ୍ଗ ଆକ୍ରମଣ କରି ସେଠାର ସୁଲତାନଙ୍କୁ ପରାସ୍ତ କରିଥିଲେ । ସେ ସେର ରାଜବଂଶର ପ୍ରତିଷ୍ଠାତା ଓ ତାଙ୍କର ରାଜଧାନୀ ଦିଲ୍ଲୀ ଥିଲା । [୪][୫]
ରାଜ୍ୟ ବିସ୍ତାର [ସମ୍ପାଦନା]
ବଙ୍ଗ ବିଜୟ ପରେ ତାଙ୍କ କ୍ଷମତା ଯଥେଷ୍ଟ ବୃଦ୍ଧିଲାଭ କରିବାରୁ ମୋଗଲ ବାଦଶାହା ହୁମାୟୁନ ବିଶେଷ ଆତଙ୍କିତ ହୋଇପଡିଲେ । ତେଣୁ ସେ ବହୁ ସୈନ୍ୟ ସହ ଅଭିଯାନ ଚଳାଇ ବିହାରର ଚୁନାର ଦୁର୍ଗ ଅଧିକାରପୂର୍ବକ ବଙ୍ଗ ଅଭିମୂଖରେ ଯାତ୍ରା କଲେ ଓ ବଙ୍ଗଦେଶ ଜୟ କରିଥିଲେ । କୌଶଳୀ ଶେର ଖାଁ ହୁମାୟୁନଙ୍କୁ ବଙ୍ଗ ବିଜୟରେ ବାଧା ନଦେଇ ବାରାଣାସୀ ଔ ଜୌନପୁର ଆକ୍ରମଣ କଲେ । ଏହି ସମ୍ବାଦ ପାଇ ହୁମାୟୁନ ଆଗ୍ରାକୁ ଫେରିବା ସମୟରେ ଶେର ଖାଁ ତାଙ୍କୁ ଚୌସା ଓ କନୌଜ ଠାରେ ଦୁଇଟି ଯୁଦ୍ଧରେ ପରାସ୍ତ କରିଥିଲେ ।[୬] ଏହା ପରେ ସେ ଦିଲ୍ଲୀ ଓ ଆଗ୍ରା ଅଧିକାର କରି ଭାରତର ସମ୍ରାଟ ହେଲେ ଏବଂ ଶେର ସାହା ନାମ ଗ୍ରହଣ କରିଥିଲେ (୧୫୪୦ ଖ୍ରୀଷ୍ଟାବ୍ଦ) ।
ଏହା ପରେ ସେ ବାରମ୍ବାର ଅଭିଯାନ ଚଳାଇ ତିନିବର୍ଷ ମଧ୍ୟରେ ମାଲବ, ଗୋଆଲିୟର , ରନ୍ଥମ୍ବର ଦୁର୍ଗ, ରାୟସୀନ ଦୁର୍ଗ , ସିନ୍ଧୁ ଓ ମୁଲତାନ ଅଧିକାର କରିଥିଲେ । ମାରବାରର ପରାତ୍ରାନ୍ତ ରାଜପୁତ ରାଜା ମାଳଦେବ ତାଙ୍କଦ୍ଵାରା ପରାଜିତ ହୋଇଥିଲେ । ୧୫୪୫ ଖ୍ରୀଷ୍ଟାବ୍ଦରେ କାଲିଞ୍ଜର ଦୁର୍ଗ ଅବରୋଧ ସମୟରେ ବାରୁଦ ନିଆଁରେ ଆହତ ହୋଇ ଶେର ସାହ ପ୍ରାଣତ୍ୟାଗ କରିଥିଲେ । ନିଜର ତୀକ୍ଷ୍ଣ ବୁଦ୍ଧି, ପ୍ରବଳ ସାହସ, ସୁଦକ୍ଷ ସୈନ୍ୟ ଚାଳନା ବଳରେ ଶେର ସାହା ମୃତ୍ୟୁ ପୂର୍ବରୁ ଉତ୍ତର ଭାରତର ଏକ ବିଶାଳ ସମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । [୭]
ଶାସନପଦ୍ଧତି [ସମ୍ପାଦନା]
ଶେର ସାହ କେବଳ ଯେ ଜଣେ ବହୁ ଯୁଦ୍ଧ ବିଜେତା ସେନାନାୟକ ଥିଲେ ତାହା ନୁହେଁ , ସେ ଉନ୍ନତଧରଣର ଶାସନପ୍ରଣାଳୀ ପ୍ରବର୍ତ୍ତନ କରି ଇତିହାସରେ ସ୍ମରଣୀୟ ହୋଇରହିଛନ୍ତି । ତାଙ୍କ ଶାସନର ମୂଳନିତୀ ଥିଲା ହହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ସଦଭାବ ସ୍ଥାପନ । ସେ ମୁସଲମାନ ଉଲେମାମାନଙ୍କ ପ୍ରଭାବରୁ ନିଜ ଶାସନକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିଥିଲେ । କେନ୍ଦ୍ର ଶାସନରେ ସମ୍ରାଟଙ୍କ ଅଖଣ୍ଡ କ୍ଷମତା ରହିଥିଲେ ମଧ୍ୟ ସେ ଶାସନ ପରିଚାଳନା ନିମିତ ଚାରିଜଣ ମନ୍ତ୍ରୀ ନିଯୁକ୍ତ କରିଥିଲେ । ମନ୍ତ୍ରୀ ମାନଙ୍କ ଉପରେ ବିଭିନ୍ନ ବିଭାଗର ଦାୟିତ୍ଵ ଅର୍ପିତ ହୋଇଥିଲା । ଶାସନ କାର୍ଯ୍ୟର ସୁବିଧା ନିମିତ୍ତ ତାଙ୍କ ସାମ୍ରାଜ୍ୟ କେତେକ ସରକାର ବା ଭାଗରେ ବିଭକ୍ତ ହୋଇଥିଲା । ପ୍ରଧାନ ଶିକ୍ଦାର ଶାନ୍ତିଶୃଙ୍ଖଳା ରକ୍ଷା ଓ ମୁନ୍ସିଫ ବିଚାରକାର୍ଯ୍ୟ ପରିଚାଳନା କରୁଥିଲେ ।
ପ୍ରତ୍ୟେକ ସରକାର କେତୋଟି ପ୍ରଗନାରେ ବିଭକ୍ତ ହୋଇଥିଲା । ପ୍ରଦି ପ୍ରଗନାରେ ଶିକଦାର , ଅମୀନ ଓ ମୁନସିଫ ପ୍ରଭୃତି କର୍ମଚାରୀ ନିଯୁକ୍ତି ହୋଇଥିଲେ । ରାଜସ୍ଵ ଆଦାୟ ପାଇଁ ପଟୁଆରୀ,ଚୌଧୁରୀ ଓ ମକଦ୍ଦମ ପ୍ରଭୃତି ପଦର ସୃଷ୍ଟି ହୋଇଥିଲା । ସେ ସମଗ୍ର ସାମ୍ରାଜ୍ୟ ଜରିବ (ମାପ) କରାଇ ପ୍ରତ୍ୟେକ ପ୍ରଜାର ଜମିର ସୀମା ଓ ପରିମାଣ ନିର୍ଦ୍ଦିଷ୍ଟ କରିଥିଲେ । ଉତ୍ପନ ଶସ୍ୟର ଏକ ତୃତୀୟାଂଶ ରାଜସ୍ଵ ରୂପେ ଧାର୍ଯ୍ୟ ହୋଇଥିଲା । ଜମିଦାର ଓ ପ୍ରଜାମଧ୍ୟରେ ପରସ୍ପରର ଅଧିକାର ଓ ଦାୟିତ୍ଵ ନିର୍ଦ୍ଦିଷ୍ଟ କରିବା ପାଇଁ ସେ ପଟ୍ଟା ଓ କବୁଲିୟତ ଦେବା ପ୍ରଥା ଚଳାଇଥିଲେ । ପଟ୍ଟା ଓ କବୁଲିୟତରେ ଚାଷୀର ଜମିର ନିର୍ଦ୍ଦିଷ୍ଟ ସୂଚନା ଦେବା ସଙ୍ଗେ ସଙ୍ଗେ ଖଜଣା ମଧ୍ୟ ଧାର୍ଯ୍ୟ କରାଯାଇଥିଲା । [୮]
ଆଧାର [ସମ୍ପାଦନା]
- ↑ Muhammad Ansar Ali , Sher Shah, Banglapedia: The National Encyclopedia of Bangladesh, Asiatic Society of Bangladesh, Dhaka, Retrieved: 17 March 2012
- ↑ http://www.britannica.com/EBchecked/topic/539997/Sher-Shah-of-Sur
- ↑ Greenberger, Robert (2003). A Historical Atlas of Pakistan. The Rosen Publishing Group. ପୃଷ୍ଠା. 28. ISBN 0-8239-3866-2. http://books.google.com/books?id=RukebrLEpi4C&lpg=PA28&vq=Pashtun%20ruler%20of%20India&pg=PA28#v=onepage&q&f=false. Retrieved 23 August 2010.
- ↑ "Shēr Shah of Sūr". Online Encyclopædia Britannica. 2010. http://www.britannica.com/eb/article-9067304/Sher-Shah-of-Sur. Retrieved 23 August 2010.
- ↑ Chaurasia, Radhey Shyam (2002). History of medieval India: from 1000 A.D. to 1707 A.D.. Crabtree Publishing Company. ପୃଷ୍ଠା. 179. ISBN 81-269-0123-3. http://books.google.com/books?id=8XnaL7zPXPUC&lpg=PP1&pg=PA179#v=onepage&q&f=false. Retrieved 23 August 2010.
- ↑ http://www.infoplease.com/encyclopedia/people/sher-khan.html
- ↑ http://www.indhistory.com/sher-shah-suri.html
- ↑ http://www.trcollege.net/study-material/12-history/74-sher-shah-suri
ବାହାର ଆଧାର [ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ଶେର ଶାହ ସୁରୀ ଉପରେ ମାଧ୍ୟମ ରହିଅଛି |
- Encyclopædia Britannica – Sher Shah of Sur
- Encyclopædia Britannica – Sur Dynasty
- Columbia Encyclopedia – Sher Khan
- Sher Shah Suri – The Lion King
- Sher Shah brief biography as ruler
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |