ଶେର ଶାହ ସୁରୀ

ଉଇକିପିଡ଼ିଆ ରୁ
ଶେର ସାହ ସୁରୀ
Sultan of the Suri Empire
Reign 17 May 1540 – 22 May 1545
Coronation 1540
Predecessor ହୁମାୟୁନ
Successor ଇସଲାମ ସାହ ସୁରୀ
Consort Malika Bibi
Issue
Jalal Khan
House Sur dynasty
Father Mian Hassan Khan Sur
Born 1472[୧]
ସାସରାମ, ରୋହତାସ ଜିଲ୍ଲା , ଭାରତ
Died 22 May 1545
Kalinjar, Bundelkhand
Burial Sher Shah Suri Tomb, ସସାରାମ
Religion ଇସଲାମ

ଶେର ସାହ ( ୧୫୪୦- ୧୫୪୮ ଖ୍ରୀଷ୍ଟାବ୍ଦ) ଜଣେ ଆଫଗାନ ସର୍ଦ୍ଦାର ଓ ତାଙ୍କ ପ୍ରକୃତ ନାମ ଫରିଅଦ ଖାଁ ସୁର

ବାଲ୍ୟାବସ୍ଥା[ସମ୍ପାଦନା]

ଶେର ସାହ ବିହାର ଅନ୍ତର୍ଗତ ସାସାରାମର ଜାୟଗିରଦାର ହାସନ୍ଙ୍କ ପୁତ୍ର ଥିଲେ । [୨]ବିମାତାଙ୍କ ଅତ୍ୟାଚାର ଯୋଗୁଁ ସେ ପିତୃସ୍ନେହରୁ ବଞ୍ଚିତ ହୋଇଥିଲେ । ବାଲ୍ୟାବସ୍ଥାରେ ସେ ଅଳ୍ପକାଳ ଜୋନପୁରରେ ବିଦ୍ୟାଶିକ୍ଷା କରି ଆରବୀ ଓ ପାରସୀ ଭାଷାରେ ବ୍ୟୁପ୍ତତ୍ତିଲାଭ କରିଥିଲେ । ସେଠାରୁ ଫେରି ସେ ପ୍ରାୟ ଏଗାର ବର୍ଷ କାଳ ନିଜପିତାଙ୍କ ଜାୟଗିରି ଶାସନ କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । କିନ୍ତୁ ପୁନର୍ବାର ବିମାତାଙ୍କ ଦୁର୍ବ୍ୟବହାର ଯୋଗୁଁ ବଞ୍ଚିତ ହୋଇଥିଲେ । ଏହା ପରେ ସେ ବିହାରର ଶାସନକର୍ତ୍ତା ବାହାର ଖାଁଙ୍କ ଅଧୀନରେ ଚାକିରୀ କଲେ । ଥରେ ଶିକାର ସମୟରେ ସେ ଏକା ଏକ ବାଘକୁ ମାରି ଦେବାରୁ ବାହାର ଖାଁ ତାଙ୍କୁ ଶେର ଖାଁ ଉପାଧୀ ପ୍ରଦାନ କରିଥିଲେ । [୩]ତାଙ୍କ ବୀରତ୍ଵ ଓ କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଟ ହୋଇ ବାହାର ଖାଁ ନିଜ ପୁତ୍ର ଜଲାଲ ଖାଁଙ୍କ ଶିକ୍ଷାଭାର ତାଙ୍କ ହସ୍ତରେ ନ୍ୟସ୍ତ କରିଥିଲେ । ବାହାର ଖାଁଙ୍କ ମୃତ୍ୟୁପରେ ଶେର ଖାଁ ନାବାଳକ ଜଲାଲ ଖାଁ ଙ୍କ ଅଭିଭାବକ ରୁପେ ନିଯୁକ୍ତ ହୋଇଥିଲେ । ଜଲାଲ ଖାଁ ସାବାଳକ ହେବା ପରେ ତାନକ୍ ପ୍ରତ୍ତିପତ୍ତି ଓ କ୍ଷମତା ଗର୍ବ କରିବା ପାଇଁ ବଙ୍ଗ ସୁଲତାନଙ୍କ ସାହାର୍ଯ୍ୟ ନେଇଥିଲେ । କିନ୍ତୁ ଶେର ଖାଁ ବଙ୍ଗ ଓ ବିହାର ର ମିଳିତ ବାହିନୀକୁ ପରାସ୍ତ କରି ବିହାରର ସର୍ବେସର୍ବା ହେଲେ । ଏହା ପରେ ସେ ବଙ୍ଗ ଆକ୍ରମଣ କରି ସେଠାର ସୁଲତାନଙ୍କୁ ପରାସ୍ତ କରିଥିଲେ । ସେ ସେର ରାଜବଂଶର ପ୍ରତିଷ୍ଠାତା ଓ ତାଙ୍କର ରାଜଧାନୀ ଦିଲ୍ଲୀ ଥିଲା । [୪][୫]

ରାଜ୍ୟ ବିସ୍ତାର[ସମ୍ପାଦନା]

ବଙ୍ଗ ବିଜୟ ପରେ ତାଙ୍କ କ୍ଷମତା ଯଥେଷ୍ଟ ବୃଦ୍ଧିଲାଭ କରିବାରୁ ମୋଗଲ ବାଦଶାହା ହୁମାୟୁନ ବିଶେଷ ଆତଙ୍କିତ ହୋଇପଡ଼ିଲେ । ତେଣୁ ସେ ବହୁ ସୈନ୍ୟ ସହ ଅଭିଯାନ ଚଳାଇ ବିହାରର ଚୁନାର ଦୁର୍ଗ ଅଧିକାରପୂର୍ବକ ବଙ୍ଗ ଅଭିମୂଖରେ ଯାତ୍ରା କଲେ ଓ ବଙ୍ଗଦେଶ ଜୟ କରିଥିଲେ । କୌଶଳୀ ଶେର ଖାଁ ହୁମାୟୁନଙ୍କୁ ବଙ୍ଗ ବିଜୟରେ ବାଧା ନଦେଇ ବାରାଣାସୀ ଔ ଜୌନପୁର ଆକ୍ରମଣ କଲେ । ଏହି ସମ୍ବାଦ ପାଇ ହୁମାୟୁନ ଆଗ୍ରାକୁ ଫେରିବା ସମୟରେ ଶେର ଖାଁ ତାଙ୍କୁ ଚୌସାକନୌଜ ଠାରେ ଦୁଇଟି ଯୁଦ୍ଧରେ ପରାସ୍ତ କରିଥିଲେ ।[୬] ଏହା ପରେ ସେ ଦିଲ୍ଲୀ ଓ ଆଗ୍ରା ଅଧିକାର କରି ଭାରତର ସମ୍ରାଟ ହେଲେ ଏବଂ ଶେର ସାହା ନାମ ଗ୍ରହଣ କରିଥିଲେ (୧୫୪୦ ଖ୍ରୀଷ୍ଟାବ୍ଦ) ।

ଏହା ପରେ ସେ ବାରମ୍ବାର ଅଭିଯାନ ଚଳାଇ ତିନିବର୍ଷ ମଧ୍ୟରେ ମାଲବ, ଗୋଆଲିୟର , ରନ୍ଥମ୍ବର ଦୁର୍ଗ, ରାୟସୀନ ଦୁର୍ଗ , ସିନ୍ଧୁ ଓ ମୁଲତାନ ଅଧିକାର କରିଥିଲେ । ମାରବାରର ପରାତ୍ରାନ୍ତ ରାଜପୁତ ରାଜା ମାଳଦେବ ତାଙ୍କଦ୍ଵାରା ପରାଜିତ ହୋଇଥିଲେ । ୧୫୪୫ ଖ୍ରୀଷ୍ଟାବ୍ଦରେ କାଲିଞ୍ଜର ଦୁର୍ଗ ଅବରୋଧ ସମୟରେ ବାରୁଦ ନିଆଁରେ ଆହତ ହୋଇ ଶେର ସାହ ପ୍ରାଣତ୍ୟାଗ କରିଥିଲେ । ନିଜର ତୀକ୍ଷ୍ଣ ବୁଦ୍ଧି, ପ୍ରବଳ ସାହସ, ସୁଦକ୍ଷ ସୈନ୍ୟ ଚାଳନା ବଳରେ ଶେର ସାହା ମୃତ୍ୟୁ ପୂର୍ବରୁ ଉତ୍ତର ଭାରତର ଏକ ବିଶାଳ ସମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । [୭]

ଶାସନପଦ୍ଧତି[ସମ୍ପାଦନା]

ଶେର ସାହ କେବଳ ଯେ ଜଣେ ବହୁ ଯୁଦ୍ଧ ବିଜେତା ସେନାନାୟକ ଥିଲେ ତାହା ନୁହେଁ , ସେ ଉନ୍ନତଧରଣର ଶାସନପ୍ରଣାଳୀ ପ୍ରବର୍ତ୍ତନ କରି ଇତିହାସରେ ସ୍ମରଣୀୟ ହୋଇରହିଛନ୍ତି । ତାଙ୍କ ଶାସନର ମୂଳନିତୀ ଥିଲା ହହିନ୍ଦୁମୁସଲମାନ ମାନଙ୍କ ମଧ୍ୟରେ ସଦଭାବ ସ୍ଥାପନ । ସେ ମୁସଲମାନ ଉଲେମାମାନଙ୍କ ପ୍ରଭାବରୁ ନିଜ ଶାସନକୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିଥିଲେ । କେନ୍ଦ୍ର ଶାସନରେ ସମ୍ରାଟଙ୍କ ଅଖଣ୍ଡ କ୍ଷମତା ରହିଥିଲେ ମଧ୍ୟ ସେ ଶାସନ ପରିଚାଳନା ନିମିତ ଚାରିଜଣ ମନ୍ତ୍ରୀ ନିଯୁକ୍ତ କରିଥିଲେ । ମନ୍ତ୍ରୀ ମାନଙ୍କ ଉପରେ ବିଭିନ୍ନ ବିଭାଗର ଦାୟିତ୍ଵ ଅର୍ପିତ ହୋଇଥିଲା । ଶାସନ କାର୍ଯ୍ୟର ସୁବିଧା ନିମିତ୍ତ ତାଙ୍କ ସାମ୍ରାଜ୍ୟ କେତେକ ସରକାର ବା ଭାଗରେ ବିଭକ୍ତ ହୋଇଥିଲା । ପ୍ରଧାନ ଶିକ୍ଦାର ଶାନ୍ତିଶୃଙ୍ଖଳା ରକ୍ଷା ଓ ମୁନ୍ସିଫ ବିଚାରକାର୍ଯ୍ୟ ପରିଚାଳନା କରୁଥିଲେ ।

ପ୍ରତ୍ୟେକ ସରକାର କେତୋଟି ପ୍ରଗନାରେ ବିଭକ୍ତ ହୋଇଥିଲା । ପ୍ରଦି ପ୍ରଗନାରେ ଶିକଦାର , ଅମୀନ ଓ ମୁନସିଫ ପ୍ରଭୃତି କର୍ମଚାରୀ ନିଯୁକ୍ତି ହୋଇଥିଲେ । ରାଜସ୍ଵ ଆଦାୟ ପାଇଁ ପଟୁଆରୀ,ଚୌଧୁରୀ ଓ ମକଦ୍ଦମ ପ୍ରଭୃତି ପଦର ସୃଷ୍ଟି ହୋଇଥିଲା । ସେ ସମଗ୍ର ସାମ୍ରାଜ୍ୟ ଜରିବ (ମାପ) କରାଇ ପ୍ରତ୍ୟେକ ପ୍ରଜାର ଜମିର ସୀମା ଓ ପରିମାଣ ନିର୍ଦ୍ଦିଷ୍ଟ କରିଥିଲେ । ଉତ୍ପନ ଶସ୍ୟର ଏକ ତୃତୀୟାଂଶ ରାଜସ୍ଵ ରୂପେ ଧାର୍ଯ୍ୟ ହୋଇଥିଲା । ଜମିଦାର ଓ ପ୍ରଜାମଧ୍ୟରେ ପରସ୍ପରର ଅଧିକାର ଓ ଦାୟିତ୍ଵ ନିର୍ଦ୍ଦିଷ୍ଟ କରିବା ପାଇଁ ସେ ପଟ୍ଟା ଓ କବୁଲିୟତ ଦେବା ପ୍ରଥା ଚଳାଇଥିଲେ । ପଟ୍ଟା ଓ କବୁଲିୟତରେ ଚାଷୀର ଜମିର ନିର୍ଦ୍ଦିଷ୍ଟ ସୂଚନା ଦେବା ସଙ୍ଗେ ସଙ୍ଗେ ଖଜଣା ମଧ୍ୟ ଧାର୍ଯ୍ୟ କରାଯାଇଥିଲା । [୮]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]