ଶେଖର ଘୋଷ

ଉଇକିପିଡ଼ିଆ‌ରୁ
ଶେଖର ଘୋଷ
ଜନ୍ମ (1948-11-11) ୧୧ ନଭେମ୍ବର ୧୯୪୮ (ବୟସ ୭୫)
ପୁରୀ, ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧିଓଡ଼ିଆ ଗାୟକ
ବୈବାହିକ-ସାଥୀସ୍ୱପ୍ନା ଘୋଷ
ପିତାମାତା(s)ପୂର୍ଣ୍ଣଚନ୍ଦ୍ର ଘୋଷ, ଲୀଳା ଘୋଷ

ଶେଖର ଘୋଷ (ଜନ୍ମ ୧୧ ନଭେମ୍ବର ୧୯୪୮)[୧] ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ।[୨] ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ, ସେ ଜଣେ ଭଜନ ଓ ଜଣାଣ ଗାୟକ ଭାବରେ ମଧ୍ୟ ଖୁବ ଲୋକପ୍ରିୟ । ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି ଥିଲା ସେ କଣ୍ଠଦାନ କରିଥିବା ପ୍ରଥମ ଚଳଚ୍ଚିତ୍ର । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନ ଗୀତ "ହୃଦୟର ଏହି ଶୂନ୍ୟତା" ପାଇଁ ବହୁ ଜନପ୍ରିୟ ।

କ୍ୟାରିଅର[ସମ୍ପାଦନା]

ଶେଖର ଘୋଷ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓ ଗୁରୁ କ୍ଷିତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୭୦ ମସିହାରେ ତାଙ୍କୁ ଆକାଶବାଣୀ କଟକରେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବରେ ସ୍ୱୀକାର କରାଯାଇଥିଲା ।[୩] ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି [୪]ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ପ୍ରଛଦପଟ ଗାୟକ ହିସାବରେ ସୁଯୋଗ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ସେ ଗାଇଥିବା ଗୀତ "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ" ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନ ଗୀତ "ହୃଦୟର ଏହି ଶୂନ୍ୟତା" ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ଆହୂତିସମର ସଲିମ ସାଇମନ ବ୍ୟତୀତ ଶଂଖ ମହୁରୀ, ବିଲ୍ୱମଙ୍ଗଳ, ମଥୁରା ବିଜୟ, ଜୟଦେବ, କାହ୍ନା, କାଚଘର ପ୍ରଭୃତି ୪୩ଟି କଥାଚିତ୍ରରେ କଣ୍ଠଦାନ କରି ଜନପ୍ରିୟ ଗାୟକ ଭାବେ ବେଶ ସ୍ୱୀକୃତ ।

ଏଚଏମଭି କମ୍ପାନୀର କଣ୍ଠଶିଳ୍ପୀ ଭାବେ ଗ୍ରାମଫୋନ ରେକର୍ଡରେ ବହୁ ଆଧୁନିକ ଓ ଭଜନ ଯଥା: ‘ନୂଆ ବୋଉ ମୋର ନୂଆ ବୋଉ’ ହେଉ ବା ‘କୁନିଲୋ ଘାଘରା ପିନ୍ଧି’, ‘ଲଗନ ପରେ ମଙ୍ଗନ’, ‘ପାଦ ଯୋଡିକ ଥାଇ ବୋଇଲେ’, ‘ ଏ ତ ଦଶରା ବଜାର ଭିଡ଼’, ‘କୈବଲ୍ୟ ପାଇଁ ମନ ଝୁରିଲା’ କିମ୍ବା ‘କାଳିଆରେ ଏଇ ଭାଗ୍ୟ ମୋର ସତେ ହେବ’ ସହ ସେ ବିଭିନ୍ନ କ୍ୟାସେଟ ମାଧ୍ୟମରେ ଶହଶହ ଗୀତ ଗାଇଛନ୍ତି । 'ବଡ଼ ଦାଣ୍ଡେ ମୁ ବସିଛି ବାହୁ ମେଲେଇ', 'ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା','ଜଗାରେ ତୋ କୈବଲ୍ୟ ପାଇଁ ମନ ଝୁରିଲା' ଇତ୍ୟାଦି ତାଙ୍କର ଲୋକପ୍ରିୟ ଭଜନ ମଧ୍ୟରୁ ଅନ୍ୟତମ ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

କଥାଚିତ୍ର ଭୂମିକା ନିର୍ଦ୍ଦେଶକ ବର୍ଷ
ବଡ଼ ଭାଉଜ ପ୍ରଚ୍ଛଦପଟ୍ଟ ଗାୟକ ରଜନୀକାନ୍ତ ୧୯୮୮
କାଚଘର ପ୍ରଚ୍ଛଦପଟ୍ଟ ଗାୟକ ବ୍ୟୋମକେଶ ତ୍ରିପାଠୀ ୧୯୮୧
ମଥୁରା ବିଜୟ ପ୍ରଚ୍ଛଦପଟ୍ଟ ଗାୟକ ଏ. ସଞୀବି ୧୯୭୯
ସମର ସଲିମ ସାଇମନ ପ୍ରଚ୍ଛଦପଟ୍ଟ ଗାୟକ ଶୈଳଜା ନନ୍ଦ ୧୯୭୯
ଶଙ୍ଖ ମହୂରୀ ପ୍ରଚ୍ଛଦପଟ୍ଟ ଗାୟକ ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ ୧୯୭୮
ଆହୁତି ପ୍ରଚ୍ଛଦପଟ୍ଟ ଗାୟକ ଦେବି ଦାସ ୧୯୭୭

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ନିତାଇ ପାଲିତ ପୁରସ୍କାର, ୨୦୧୬[୫]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୭-୦୮[୬]
  • ସଙ୍ଗୀତ ସରସ୍ୱତୀ ସମ୍ମାନ
  • ସଙ୍ଗୀତ ସରୋଜ ସମ୍ମାନ

ଆଧାର[ସମ୍ପାଦନା]

  1. ଚିରଞ୍ଜିତ, ଚିତ୍ତରଞ୍ଜନ. "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ...!". ଦ ସଣ୍ଡେ ଇଣ୍ଡିୟାନ. Retrieved 30 November 2013.[permanent dead link]
  2. Orissa reference: glimpses of Orissa. TechnoCAD Systems. 2001.
  3. ତରଙ୍ଗ ଟିଭିରେ ୦୬/୦୨/୨୦୧୩ଦିନ ପ୍ରସାରିତ କାର୍ଯ୍ୟକ୍ରମ 'ନମସ୍କାର ଓଡ଼ିଶା'
  4. "ଆର୍କାଇଭ୍ କପି". Archived from the original on 2013-01-24. Retrieved 2012-08-07. {{cite web}}: Cite has empty unknown parameter: |1= (help)
  5. "ଶେଖର ଘୋଷ ପାଇଲେ ନିତାଇ ପାଲିତ ପୁରସ୍କାର". ଧରିତ୍ରୀ. 16 January 2017. Retrieved 16 January 2017.
  6. Odisha Reference Annula-2014, p-114

ବାହାର ଆଧାର[ସମ୍ପାଦନା]