ଶୁକ୍ରାଚାର୍ଯ୍ୟ
| ଶୁକ୍ର | |
|---|---|
| ଶୁକ୍ର | |
| ଉପାଧି | ଗ୍ରହ, ଦୈତ୍ୟ ମାନଙ୍କର ଗୁରୁ |
| ବାହନ | କୁମ୍ଭିର/ ସାତୋଟି ଅଶ୍ଵ ଯୋଚାଜାଇଥିବା ରଥ |
ଦୈତ୍ୟଗୁରୁ ଶୁକ୍ର ଭୃଗୁମୁନିଙ୍କ ପୁତ୍ର ବୋଲି କଥିତ । ମତାନ୍ତରରେ ଏ ମହାଦେବଙ୍କ ଉପସ୍ଥ ଦ୍ୱାରରୁ ବହିର୍ଗତ ହୋଇଥିବାରୁ ଏହାଙ୍କ ନାମ ଶୁକ୍ର ହୋଇଅଛି ବଳି ରାଜାଙ୍କ ଦାନ ସମୟରେ ଏ ଦାନ ବିଷୟରେ ବ୍ୟାଘାତ ଘଟାଇବାରୁ ଏହାଙ୍କର ଗୋଟିଏ ଆଖି ନଷ୍ଟ ହୋଇଥିଲା ଏହାଙ୍କର ଦୁଇଟି ପୁତ୍ର ଷଣ୍ଡ (ଭକ୍ତ ପ୍ରହ୍ଲାଦଙ୍କ ଗୁରୁ) ଓ ଅମର୍କ ଏବଂ ଦୁଇ କନ୍ୟା ଦେବଯାନୀ ଓ ଅରଜା
ଏ ମୃତସଞ୍ଜୀବନୀ ମନ୍ତ୍ରଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀବନ ଦାନ କରିଥିଲେ । ଏହାଙ୍କ ଠାରୁ ଏହି ବିଦ୍ୟା ଶିକ୍ଷା କରିବାପାଇଁ ଦେବତା ମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚଙ୍କୁ ଏହାଙ୍କ ନିକଟକୁ ପଠାଇଥିଲେ କଚ ଏହାଙ୍କ ଗୃହରେ ଶିଷ୍ୟରୂପେ ରହିବାବେଳେ ଶୁକ୍ରକନ୍ୟା ଦେବଯାନୀଙ୍କ ଅନୁରାଗଭାଜନ ହୋଇଥିଲେ କଚ ମୃତସଞ୍ଜିବନୀ ବିଦ୍ୟା ଶିଖିବା ପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚଙ୍କୁ ଏକାଧିକ ଥର ବଧ କଲେ ଓ ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ପ୍ରତ୍ୟେକ ଥର ଜୀବନଦାନ କରିଥିଲେ ପରେ ଯଯାତି ଦେବଯାନୀଙ୍କୁ ବିବାହ କରିଥିଲେ କିନ୍ତୁ ଯଯାତି ତାଙ୍କର ଅନ୍ୟପତ୍ନୀ ଶର୍ମିଷ୍ଠାଙ୍କପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଗଲେ ଦଣ୍ଡକ ଦେଶର ରାଜା ଶୁକ୍ରଙ୍କର ଅନ୍ୟ କନ୍ୟା ଅରଜାଙ୍କ ପ୍ରତି ବଳପ୍ରୟୋଗ କରିବାରୁ ଶୁକ୍ରଙ୍କ୍ର ଶାପରେ ଉକ୍ତ ରାଜା ଭସ୍ମୀଭୂତ ହେଲେ ଓ ତାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହେଲା
ଆଧାର [ସମ୍ପାଦନା]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |