ଲିନକ୍ସ

ଉଇକିପିଡ଼ିଆ ରୁ
ଲିନକ୍ସ
Tux.svg
ଟକ୍ସ ଏକ ପେଙ୍ଗୁଇନ , ଲିନକ୍ସର ମାସ୍କଟ [୧]
କମ୍ପାନୀ / ସଫ୍ଟୱେର ଗଢ଼ାଳି ଅନେକ
OS ପରିବାର ଇଉନିକ୍ସ ଭଳି(Unix-like)
ସ୍ରୋତ ମଡ଼େଲ ମୁକ୍ତ ଓ ମାଗଣା ସଫ୍ଟୱେର(Free and open source software)
ଆରମ୍ଭ ସଂସ୍କରଣ ୧୯୯୧
ବ୍ୟବସାୟିକ ଲକ୍ଷ Personal computers, embedded devices, mobile devices, servers
କର୍ନେଲ ପ୍ରକାର Monolithic
ଡିଫଲ୍ଟ ଇଉଜର ଇଣ୍ଟରଫେସ ଅନେକ
Linux

ଲିନକ୍ସ (ଇଂରାଜୀ:linux) ଅଧିକାଂଶ କ୍ଷେତ୍ରରେ ଇଉନିକ୍ସ(UNIX) ପରି ମନେହୁଏ ଓ ଇଉନିକ୍ସ ପରି ଦେଖାଯାଏ । କିନ୍ତୁ ଲିନକ୍ସ , ଇଉନିକ୍ସ ଅପେକ୍ଷା ନୂଆ ଅଟେ । ଏହାର ଗଠନ ଆରମ୍ଭ ହେଲା ୧୯୯୧ ରେ , ଯେତେବେଳେ ଜଣେ ଫିନ୍ (Finnish) ଛାତ୍ର "ଲିନସ ଟରୱାଲଡସ୍" (Linus Torvalds) ଲିନକ୍ସର ଲେଖା ଆରମ୍ଭ କଲେ, ୮୦୩୮୬ ପ୍ରୋସେସର ପାଇଁ ଏକ ଛୋଟିଆ କର୍ନେଲ(Kernel) ଟିଏ ।[୨]

ବିକାଶର ପ୍ରାରମ୍ଭରୁ ହିଁ , ଲିନକ୍ସର ସୋର୍ସ୍ କୋଡ୍(Sorce Code) ମାଗଣାରେ ଇଣ୍ଟର୍ନେଟରେ ଉପଲବ୍ଧ ହେଉଥିଲା । ତଦ୍ଦ୍ଵାରା ଲିନକ୍ସର ଇତିହାସକୁ ସାରା ବିଶ୍ଵର ବ୍ୟବହାରକାରୀ ପରିପୃଷ୍ଠ କରି ଚାଲିଲେ । ପ୍ରଥମ କର୍ନେଲ, ଯେଉଁଥିରେ ଇଉନିକ୍ସ ସିଷ୍ଟମର ଅଳ୍ପ କିଛି ଅଂଶ ବ୍ୟବହାର କରଯାଇଥିଲା, କ୍ରମେ ଏହା ଇଉନିକ୍ସର ଅନ୍ୟାନ୍ୟ ବହୁତ ବିଭାଗକୁ ମିଶାଇ ଚାଲିଲା । ପ୍ରାଥମିକ ଅବସ୍ଥାରେ ଲିନକ୍ସ ର ଗଠନ ମୁଖ୍ୟ ଅପରେଟିଂ ସିଷ୍ଟମକୁ କୁ କେନ୍ଦ୍ର କରି ହିଁ ଗଢାଯାଉଥିଲା । କିନ୍ତୁ ଏକ ସମ୍ପୂର୍ଣ ଅପରେଟିଂ ସିଷ୍ଟମ ଗଢିବାକୁ ହେଲେ କେବଳ ଏହି କର୍ନେଲ ବ୍ୟତୀତ ଆହୁରି ଅନେକ କାମ ବାକି ଥିଲା । ଆଉ ଲିନକ୍ସ କର୍ନେଲ ଓ ଲିନକ୍ସ ସିଷ୍ଟମ ମଧ୍ୟରେ ପ୍ରଭେଦ ବି ଆବଶ୍ୟକୀୟ ଥିଲା । ଲିନକ୍ସ କର୍ନେଲ ସମ୍ପୂର୍ଣ ଭାବେ ଏକ ଅରିଜିନାଲ ସଫ୍ଟୱେର ଅଟେ ଯାହାକି ଲିନକ୍ସ କମ୍ୟୁନିଟି ଦ୍ଵାରା ଗଢା ଯାଇଥିଲା । ଆଉ ଲିନକ୍ସ ସିଷ୍ଟମ ପାଇଁ କିଛି ଭାଗ ଅନ୍ୟାନ୍ୟ ସଫ୍ଟୱେରରୁ ଅଣାଯାଇଛି ଓ କିଛି ଭାଗ ଦଳଗତ ଭାବେ ଗଠନ କରାଯାଇଛି ।[୨]

ମୂଳ ଲିନକ୍ସ ସିଷ୍ଟମ ବିଭିନ୍ନ ଆପ୍ଲିକେସନ(Application) ଓ ଇଉଜର ପ୍ରୋଗ୍ରାମିଂ(User Programming) ପାଇଁ ଏକ ମାନକ ପରିବେଶ(Standard Environment) ଅଟେ । ଲିନକ୍ସ ଯେପରି ପରିପକ୍ଵ ହେଇଚାଲିଲା , ସର୍ବପ୍ରଥମେ ଅନ୍ୟ ସ୍ତରର ବ୍ୟବହାର ନିମନ୍ତେ ଏକ ଆବଶ୍ୟକତା ଅନୁଭୂତ ହେଲା ଓ ଏହା ପୂରଣ ହେଲା ବିଭିନ୍ନ ଲିନକ୍ସ ବଣ୍ଟନ(Linux Distribution) ଦ୍ଵାରା । ଲିନକ୍ସ ସିଷ୍ଟମର ସମସ୍ତ Standard Component , ଲିନକ୍ସ ବଣ୍ଟନ ଅନ୍ତର୍ଗତ ଅଟେ । ଏହା ବ୍ୟତିତ ଏଥିରେ ପ୍ରାରମ୍ଭିକ Instalation କୁ ସହଜ କରିବା ଓ Upgrading କରିବା ନିମନ୍ତେ କିଛି Administrative Tools ଥାଏ । ବର୍ତମାନ ଆଧୁନିକ ବଣ୍ଟନରେ , File System କୁ ଗଠନ କରିବା , User account ର ପରିଚାଳନା , Web browser ଓ Word processor ର ମାଲିକାନା(Administration) ନିମନ୍ତେ ବିଭିନ୍ନ ପ୍ରକାରର ସରଞ୍ଜାମ(Tools)ର ବ୍ୟବସ୍ଥା ରହିଥାଏ ।[୨]

ଲିନକ୍ସ ଲିସେନ୍ସିଂ(Linux licensing)[ସମ୍ପାଦନା]

ଲିନକ୍ସ କର୍ନେଲ , GNU general public license (GPL) , ଅନୁଯାୟୀ ବଣ୍ଟନ କରାଯାଇଥାଏ ଓ ଏହାର Terms ନିର୍ଦ୍ଧାରିତ ହୋଇଥାଏ Free Software Foundation ଦ୍ଵାରା । ଲିନକ୍ସ ଏକ Public Domain ସଫ୍ଟୱେର ନୁହେଁ । Public Domain ର ଅର୍ଥ ଲେଖକ ମାନେ ସଫ୍ଟୱେରରେ ନିଜ ମାଲିକାନା(Copyright)କୁ ପରିତ୍ୟାଗ କରିଥାନ୍ତି , କିନ୍ତୁ ଲିନକ୍ସ-କୋଡ ର ମାଲିକାନା କୋଡ୍_ର ବିଭିନ୍ନ ଲେଖକଙ୍କ ପାଖରେ ରହିଥାଏ । ଲିନକ୍ସ ଏକ ମୁକ୍ତ (Free) ସଫ୍ଟୱେର , ଲୋକମାନେ ଏହାକୁ କୌଣସି ବାଧା ବିନା କପି କରିପାରିବେ , ବଦଳାଇ ପାରିବେ , ଆବଶ୍ୟକତା ମୁତାବକ ବ୍ୟବହାର କରିପାରିବେ ଓ ସେମାନଙ୍କ ନିଜ କପି ଛାଡିଯିବେ ।

ଗଠନର ମୂଳତତ୍ତ୍ଵ(Design principles)[ସମ୍ପାଦନା]

କର୍ନେଲ[ସମ୍ପାଦନା]

ସିଷ୍ଟମ ଲାଇବ୍ରେରୀ(system library)[ସମ୍ପାଦନା]

ସିଷ୍ଟମ ୟୁଟିଲିଟିସ(system utilities)[ସମ୍ପାଦନା]

ଅଧିକ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଲିନକ୍ସ ଲୋଗୋ ଓ ମାସ୍କଟ". http://www.linux.org/info/logos.html. 
  2. ୨.୦ ୨.୧ ୨.୨ OPERATING SYSTEM CONCEPT ,8th Edition ; A Silberschatz, Peter B Galvin , Gerg Gagne ; Wiley India Edition ; ISBN;978-81-265-2051-0

ଅଧିକ ତଥ୍ୟ[ସମ୍ପାଦନା]