ରୂପା ଗାଁ ର ସୁନାକନିଆଁ

ଉଇକିପିଡ଼ିଆ‌ରୁ
ରୂପା ଗାଁର ସୁନାକନିଆଁ
ନିର୍ଦ୍ଦେଶକରାଜୁ ମିଶ୍ର
ପ୍ରଯୋଜକବିଶ୍ୱନାଥ ମିଶ୍ର
ଦିଲୀପ ମିଶ୍ର
ସଂଳାପଧନେଶ୍ୱର ରାଉତ
ଚିତ୍ରନାଟ୍ୟରାଜୁ ମିଶ୍ର
କାହାଣୀବିଶ୍ୱନାଥ ମିଶ୍ର
କଳାକାରସିଦ୍ଧାନ୍ତ ମହାପାତ୍ର, ଅପରାଜିତା ମହାନ୍ତି, ଉତ୍ତମ ମହାନ୍ତି, ବିଜୟ ମହାନ୍ତି
ସଙ୍ଗୀତରାଜୁ ମିଶ୍ର
ଚିତ୍ରଗ୍ରହଣରାଜୁ ମିଶ୍ର
ସମ୍ପାଦକଏ. ସଞ୍ଜୀବ
ମୁକ୍ତିଲାଭ ତାରିଖ
୧୯୯୮
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୮୯ଲକ୍ଷ ୩୫ହଜାର

ରୂପା ଗାଁ'ର ସୁନା କନିଆଁ, ୧୯୯୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ବିଶ୍ୱନାଥ ମିଶ୍ର ଓ ଦିଲୀପ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । କଥାଚିତ୍ରଟିର କାହାଣୀ ରଚନା କରିଥିଲେ ବିଶ୍ୱନାଥ ମିଶ୍ର । ଧନେଶ୍ୱର ମିଶ୍ର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ରାଜୁ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ଉତ୍ତମ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଜୟୀରାମ ସାମଲ, ବିଜୟ ମହାନ୍ତି, ଅପରାଜିତା ମହାନ୍ତି, ରଚନା ବାନାର୍ଜୀ, ଗୀତା ଦତ୍ତ, ନମ୍ରତା ଦାସ, ରାଇମୋହନ ପରିଡ଼ା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାଜୁ ମିଶ୍ରଦେବଦାସ ଛୋଟରାୟ, ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ, ନିଜାମ, ନିମାଇଁ ମହାନ୍ତି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୀତା ଦାଶ, ତୃପ୍ତି ଦାସ, ଅମୃତାଂଶୁ, ରାଜୁ ମିଶ୍ର, ସୌରଭ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "ନିର୍ଦ୍ଦେଶକଙ୍କ ଅଭିନୟ". ସମାଜ (ରବିବାର). ୧୨ ଅଗଷ୍ଟ ୨୦୧୮. Archived from the original on 11 August 2018. Retrieved 11 August 2018. {{cite news}}: Check date values in: |date= (help)
  2. "ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ". OdishaLIVE. 31 May 2018. Archived from the original on 27 March 2020. Retrieved 27 August 2018.

ବାହାର ଆଧାର[ସମ୍ପାଦନା]