ରୂପଶ୍ରୀ ମହାପାତ୍ର

ଉଇକିପିଡ଼ିଆ‌ରୁ
ରୂପଶ୍ରୀ ମହାପାତ୍ର
ଜାତୀୟତାଭାରତୀୟ
ବୃତ୍ତିନୃତ୍ୟାଙ୍ଗନା
ବୈବାହିକ-ସାଥୀଦେବାଶିଷ ଦାଶଗୁପ୍ତା
ସନ୍ତାନଦେବରୂପା
ପିତାମାତା(s)ହରିହର ମହାପାତ୍ର, ସରସ୍ୱତୀ ଦେବୀ
ପୁରସ୍କାରମାହାରୀ ସମ୍ମାନ

ରୂପଶ୍ରୀ ମହାପାତ୍ର, ଜଣେ ମାହାରୀ ଏବଂ ଓଡ଼ିଶୀ ନୃତ୍ୟଶିଳ୍ପୀ[୧] ମାହାରୀ ନୃତ୍ୟକୁ ଦେଶବିଦେଶରେ ପହଞ୍ଚାଇ ପାରିଥିବା ଏହି ନୃତ୍ୟାଙ୍ଗନା, ପିଲାବେଳେ ଠିକ ଭାବେ ଚାଲି ପାରୁନଥିଲେ । ତାଙ୍କ ପିତା ହରିହର ମହାପାତ୍ର, ଶ୍ରୀମନ୍ଦିରରେ ଥିବା ବିଶ୍ୱନାଥଙ୍କୁ ପୂଜାକରିବାରୁ, ସେ ସୁସ୍ଥ ହୋଇଥିଲେ । ପୁରୀରେ ଆଖଡ଼ାରେ, ପୁଅମାନଙ୍କୁ ନାଚୁଥିବାର ଦେଖି, ସେ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇପଡିଥିଲେ । ଓଡ଼ିଶୀ ନୃତ୍ୟରୁ ଆରମ୍ଭକରି, ରୂପଶ୍ରୀ ପ୍ରାୟ ୭ବର୍ଷ ବୟସରୁ ମାହାରୀ ନୃତ୍ୟ ନାଚି ଆସୁଛନ୍ତି ।

ରୂପଶ୍ରୀ, ଗୁରୁ ପଙ୍କଜ ଚରଣ ଦାସଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଛନ୍ତି[୨] ଓ ଦେବଦାସୀ ହରପ୍ରିୟା ଦେବୀ, ଶଶିମଣୀ ଦେବୀ ଓ ପରଶମଣୀ ଦେବୀଙ୍କଠାରୁ ମାହାରୀ ନୃତ୍ୟର କୌଶଳ ଆୟତ୍ତ କରିଛନ୍ତି ।[୩] ନୃତ୍ୟ ପରିବେଷଣ ସହ, ପୁରୀ ଓ ଭୁବନେଶ୍ୱରଠାରେ, ନିଜର ଦୁଇଟି ନୃତ୍ୟ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସେ ମାହାରୀ ନୃତ୍ୟ ଶିକ୍ଷାଦାନ କରିଆସୁଛନ୍ତି ।[୪] କାଲିଫର୍ନିଆ ଓ ଜର୍ମାନୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ, ତାଙ୍କ ନିକଟକୁ ମାହାରୀ ନୃତ୍ୟ ଉପରେ ଗବେଷଣା କରିବାକୁ ଆସୁଛନ୍ତି । [୫]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ମାହାରୀ ସମ୍ମାନ - ୧୯୯୬[୬]

ଆଧାର[ସମ୍ପାଦନା]

  1. Sruti. P.N. Sundaresan. 2000.
  2. http://www.thehindu.com/todays-paper/tp-national/tp-otherstates/mahari-dance-show-on-august-31/article215332.ece
  3. "ଆର୍କାଇଭ୍ କପି". Archived from the original on 2012-12-24. Retrieved 2014-10-15. {{cite web}}: Cite has empty unknown parameter: |1= (help)
  4. http://www.telegraphindia.com/1110519/jsp/orissa/story_13997791.jsp
  5. ସାହୁ, ସୋମନାଥ. "ମାହାରୀ ନୃତ୍ୟରେ ଗବେଷଣାର ଆବଶ୍ୟକତା ରହିଛି". ଧରିତ୍ରୀ. Retrieved 26 August 2016.
  6. "ଆର୍କାଇଭ୍ କପି". Archived from the original on 2012-12-24. Retrieved 2014-10-15. {{cite web}}: Cite has empty unknown parameter: |1= (help)