ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ

ଉଇକିପିଡ଼ିଆ ରୁ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ
RSS Flag
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପତକା
ପ୍ରତିଷ୍ଠାତା (ଗଣ) ଡ.କେଶବ ବଳିରାମ ହେଡ୍ଗେୱ୍ଆର
ପ୍ରକାର Voluntary,[୧] paramilitary[୨]
ପ୍ରତିଷ୍ଠା କାଳ ବିଜୟା ଦଶମୀ ୧୯୨୫
ଅବସ୍ଥିତି ନାଗପୁର
ଦିଗବାରେଣି 21°02′N 79°10′E / 21.04°N 79.16°E / 21.04; 79.16
ମୂଳ କ୍ଷେତ୍ର ଭାରତ
ଲକ୍ଷ Upholding Hindu culture and traditions
ପ୍ରେରଣା "Selfless Service to Motherland"
ବିଧି Physical and mental training through group discussions, meetings and exercises
ସଭ୍ୟ 5-6 million
ୱେବସାଇଟ rssonnet.org
A RSS volunteer in the full uniform taking an oath to serve his motherland

ରାଷ୍ଟୀୟ ସ୍ଵୟଂସେବକ ସଂଘ (ଆରଏସ୍ଏସ୍) ଗାନ୍ଧିଜୀଙ୍କ ସେହି ଦର୍ଶନରେ ସମ୍ପୂର୍ଣ୍ଣ ସହମତି ପ୍ରକାଶ କରେ ଯେଉଁଥିରେ କୁହାଯାଏ ଯେ, ହିନ୍ଦୁତ୍ଵରେ ମହମ୍ମଦ, ଜୋରଷ୍ଟର୍ ଓ ମୋଜେଜଙ୍କ ପାଇଁ ଯେତିକି ସ୍ଥାନ ରହିଛି ଯୀଶୁଙ୍କ ପାଇଁ ମଧ୍ୟ ଅନୁରୂପ ସ୍ଥାନ ରହିଛି। ଭାରତରେ ଥିବା ମୁସଲମାନ ଭାଇ ଭଉଣୀମାନେ ଯେ ପ୍ରକୃତରେ ବଳପ୍ରୟୋଗ ଓ ପରିସ୍ଥିତିର ଶିକାର ହୋଇ ହିନ୍ଦୁରୁ ମୁସଲମାନ ଧର୍ମକୁ ପରିବର୍ତ୍ତିତ ହୋଇଛନ୍ତି, ଏହା ମଧ୍ୟ ସ୍ଵୀକାରଯୋଗ୍ୟ । ଏବେ ମଧ୍ୟ ସେମାନେ ବିଭିନ୍ନ ଦୃଷ୍ଟିକୋଣରୁ ହିନ୍ଦୁ ଭାବେ ପରିଗଣିତ। ପ୍ରଗତି, ସମୃଦ୍ଧି ଓ ସ୍ଵାଧିନତା ପାଇ ସେମାନେ ଯେ ଦିନେ ପୁଣି ଥରେ ମନାତନ ବିଶ୍ଵାସ ଓ ଜୀବନ ଶୈଳୀକୁ ଆପଣାଇବେ ଏହି ବିଶ୍ଵାସ ରଖାଯିବା ଉଚିତ। ଇଂରେଜମାନଙ୍କ ଡିଭାଇଡ ଆଣ୍ଡ ରୁଲ ନୀତି ଯୋଗୁଁ ତତ୍କାଳୀନ ଭାରତୀୟ ରାଜନୀତିଜ୍ଞ ଓ ନେତାମାନେ ଅଖଣ୍ଡ ଭାରତର ସାର୍ବଭୌମତ୍ଵ ସହ ସାଲିସ କରିବାକୁ ବାଧ୍ୟ ହୋଇଥିଲେ । ଯେଉଁଥିପାଇଁ ଆମକୁ ଦେଶ ବିଭାଜନର ଶକ୍ତ ଧକ୍କା ସହ୍ୟ କରିବାକୁ ପଡ଼ିଲା । କିନ୍ତୁ ସଂଘ ପରିବାର ମୂଳ ଭାରତୀୟ ସଂସ୍କୃତି, ସଭ୍ୟତା ଓ ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଐକ୍ୟ ଉପରେ ବିଶ୍ଵାସ ରଖେ । ଆରଏସ୍ ଏସ୍ ଗଠନ ହେବା ଦିନଠାରୁ ରାଷ୍ଟ୍ର ଗଠନ ପାଇଁ କାର୍ଯ୍ୟ କରି ଆସିଛି। ୧୯୩୦-୪୦ ଦଶକରେ ଭାରତ ଯେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ସେହି ସମୟରେ ରାଷ୍ଟ୍ରର ଅଖଣ୍ଡତା ବଜାୟ ରଖିବା ସହ ଭାରତ ଗଠନରେ ଆରଏସ୍ ଏସ୍ ର ଭୂମିକାକୁ ଯେ କେହି ମଧ୍ୟ ସ୍ଵୀକାର କରିବ । କିନ୍ତୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ହତ୍ୟା ଓ ଶାସନରେ ରହୁଥିବା ରାଜନୈତିକ ଦଳଗୁଡିକର ଚକ୍ଷୁଶୀଳତା ଯୋଗୁଁ ଏହାର ଗାରିମାରେ ଆଞ୍ଚ ଆସିଥିଲା।

ଗାନ୍ଧିଜୀ ୧୯୩୪ ଡିସେମ୍ବରରେ ୱ୍ଆର୍ଦ୍ଧାସ୍ଥିତ ଆରଏସ୍ଏସ୍ ଶୀତକାଳୀନ ଶିବିରକୁ ପରିଦର୍ଶନରେ ଯାଇଥିଲେ ଓ ସେପ୍ଟେମ୍ବର ୧୯୪୭ରେ ଦିଲ୍ଲୀର ଭଙ୍ଗି କଲୋନୀ ଠାରେ ଆରଏସ୍ଏସ୍ ର କର୍ମକର୍ତ୍ତାଙ୍କୁ ଉଦବୋଧନ୍ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ସେ ଆରଏସ୍ ଏସ୍ ସତ୍ୟନିଷ୍ଠ ଭାବନା ଓ ଶୃଙ୍ଖଳାକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କେବେହେଲେ ଆରଏସ୍ ଏସକୁ ସମାଲୋଚନା କରିବା ତ ଦୂରର କଥା ଆରଏସ୍ ଏସ୍ ବିରୁଦ୍ଧରେ ପଦୁଟିଏ କହିନଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଗାନ୍ଧିଜୀଙ୍କ ହତ୍ୟା ପରେ ଶ୍ରୀ ଗୁରୁଜୀଙ୍କ ସମେତ ୧୭ ହଜାର ଆରଏସ୍ଏସ୍ କର୍ମୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ବିରୁଦ୍ଧରେ ମହାତ୍ମାଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ର ଅଭିଯୋଗ ଅଣାଯାଇଥିଲା। ଏଥିନେଇ ଆରଏସ୍ଏସ୍ କର୍ମୀମାନେ ସତ୍ୟାଗ୍ରହ କରିଥିଲେ। ଇତିମଧ୍ଯରେ ଦେଶର କୌଣସି ସାଂସଦ ଏହି ପ୍ରସଙ୍ଗ କେବେହେଲେ କୌଣସି ବିଧାନସଭା କିମ୍ବା ସଂସଦରେ ଉଠାଇନଥିଲେ । ଆରଏସ୍ଏସ୍ କୁ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗରେ ଯୋଡି ଦିଆଯିବାରୁ ଏହାକୁ ଦିନେ ନିଜ ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବାକୁ ପଡ଼ିଥିଲା, ଆରଏସଏସର ସ୍ପଷ୍ଟୀକରଣ୍ ପ୍ରଭାବହୀନ ଥିଲା। ଗୋଖଲେ କହିଥିଲେ ଯେ, ରାଜନୀତିର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହୁଏ ଏହା ଆରଏସଏସ ପାଇଁ ନିର୍ବାର ସତ୍ୟ ଥିଲା । ତେଣୁ ଆରଏସଏସ ଆଉ ଅଧିକ ଦିନ ଧର୍ମଭୀରୁ, ରାଜନୈତିକ ନେତାମାନଙ୍କ ଦାୟାରେ ନିଜର ଅସ୍ତିତ୍ଵ ପାଇଁ ସଂଗ୍ରାମ କରିବା ପରିବର୍ତ୍ତେ ନିଜର୍ ରାଜନୈତିକ ଦାନ୍ତ ଓ ଡେଣା ଲଗାଇବା ପାଇଁ ପ୍ରତିଜ୍ଞାବଦ୍ଧ ହେଲା। ଶ୍ରୀ ଗୁରୁଜୀଙ୍କ ଆଶୀର୍ବାଦରୁ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ନେତୃତ୍ବରେ ୧୯୫୧ରେ ଭାରତୀୟ ଜନସଂଘ ସୃଷ୍ଟି ହେଲା। ଭାରତୀୟ ଜନସଂଘ ସ୍ଵାଧୀନୋତ୍ତର ଭାରତରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରି ଭାରତର ୪ଟି ରାଷ୍ଟ୍ରୀୟ ରାଜନୈତିକ ଦଳ ମଧ୍ୟରୁ ଅନ୍ୟତମ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଲା। ସେବେଠାରୁ ଦଳ କେବେହେଲେ ପଛକୁ ବୁଲି ଚାହିଁ ନାହିଁ ।

ପ୍ରଥମ ଦଶନ୍ଧି[ସମ୍ପାଦନା]

ପ୍ରଥମ ୧୦ ବର୍ଷରେ ଭାରତୀୟ ଜନସଂଘ ସାଙ୍ଗଠନିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ନୀତି ନିର୍ଦ୍ଧାରଣ, ଦଳୀୟ ଆଦର୍ଶ ବିସ୍ତାର ଓ ରାଜନୈତିକ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପ୍ରଦାନ କରିଥିଲା। ଏହି ଦଶନ୍ଧିରେ ଦଳ କାଶ୍ମୀର, କଚୁ ଓ ବେରୁବାରିର ପ୍ରାଦେଶିକ ଅଖଣ୍ଡତା ପ୍ରସଙ୍ଗକୁ ଦୃଢତାର ସହ ଉତଥାପଏ କରିଥିଲା। ଏଥିପାଇଁ ଦଲର ସଂଘର୍ଷ ମଧ୍ୟ ଉଲ୍ଲେଖଯୋଗ୍ୟ । ଏହି ସଂଘର୍ଷରେ ଦଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡଃ ମୁଖାର୍ଜୀ କାଶ୍ମୀର ଜେଲରେ ଶହୀଦ ହୋଇଥିଲେ। ସମ୍ବିଧାନର ଧାରା ୪୮ ଅନ୍ତର୍ଗତ ଦଳ ଗୋମାତାର ସୁରକ୍ଷା ପାଇଁ ଦାବି କରିଥିଲା। ଗାନ୍ଧିଜୀଙ୍କ ଘୋଷଣା ମୁତାବକ ଗୋମାତାର ସୁରକ୍ଷା ସ୍ଵରାଜ ଠାରୁ ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଏହା ଉପଲବ୍ଧି କରି ଦଳ ଗୋମାତାର ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲା। ଜମିଦାରୀ ଓ ଜାଗିରିଦାରୀ ପ୍ରଥା ବିରୁଦ୍ଧରେ ଭାରତୀୟ ଜନସଂଘ ନିଜର ସ୍ଵର ଦୃଢ କରିବା ସହ ପରମିଟ୍ ଲାଇସେନ୍ସ - କୋଟା ରାଜକୁ ତୀବ୍ର ବିରୋଧ କରିଥିଲା। ରାଷ୍ଟ୍ରୀୟ ସୁରକ୍ଷାକୁ ଅଧିକ୍ ମଜବୁତ କରିବା ପାଇଁ ଭାରତୀୟ ଜନସଂଘ ହିଁ ଆଣବିକ ଶକ୍ତିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ୧୯୬୨ରେ ଚୀନ ଓ ୧୯୬୫ରେ ପାକିସ୍ତାନ ସହ ଯୁଦ୍ଧ ସମୟରେ ସଂଘ ପରିବାର ଦେଶରେ ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏପରିକି ୧୯୬୫ ଯୁଦ୍ଧ ସମୟରେ ଆରଏସ୍ଏସକୁ ପୁଲିସ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏହି ସମୟରେ ଆରଏସଏସର୍ କାର୍ଯ୍ୟ କୁଶଳତା ଓ ନିଛକ ଦେଶପ୍ରେମ ଦେଶର୍ ସବୁ ସଂପ୍ରଦାୟ ବେଶ ଉପଲବ୍ଧି କରିପାରିଥିଲେ। ଯାହାଦ୍ଵାରା ହଜାର ହଜାର ସଂଖ୍ୟାରେ ମୁସଲମାନ ସଂପ୍ରଦାୟର ଲୋକମାନେ ଜନସଂଘରେ ଯୋଗଦେଇଥିଲେ। ସେଥିପାଇଁ ଶ୍ରୀ ଗୁରୁଜୀଙ୍କୁ ସ୍ବତନ୍ତ୍ର ଭାବେ ରାଷ୍ଟ୍ରୀୟ ଏକତା ପରିଷଦକୁ ନିମନ୍ତ୍ରିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜେନେରାଲ୍ କୁଲବନ୍ତ ସିଂ କହିଥିଲେ ଯେ, ପଞ୍ଜାବ ହେଉଛି ଭାରତର ଖଡ୍ଗ ଓ ଆରଏସ୍ଏସ୍ ପଞ୍ଜାବର ଖଡ୍ଗ।

ପରାଧୀନ ଥିବାରୁ ସବୁ ଦେଶରେ ଯେଉଁ ଦଳ ରାଷ୍ଟ୍ରର ସ୍ବାଧୀନତା ସଂଗ୍ରାମରେ ନିୟୋଜିତ ହୋଇଥାଏ, ସେହିଦଳ ସ୍ବାଧୀନତା ପରେ ଅନେକ ସମୟ ଧରି କ୍ଷମତାରେ ରହିବା ସ୍ଵାଭାବିକ । ସେହିପରି କଂଗ୍ରେସ ମଧ୍ୟ ସ୍ଵାଧୀନୋତ୍ତର ଭାରତରେ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଶାସନରେ ରହିଥିଲା । କିନ୍ତୁ ୧୯୬୭ରେ କଂଗ୍ରେସର ଏଭଳି ଏକାଧିପତ୍ୟ ନଷ୍ଟ ହେଲା । ପଞ୍ଜାବରୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ସବୁଠାରେ ଅଣକଂଗ୍ରେସ ମେଣ୍ଟ କ୍ଷମତାକୁ ଆସିଲା । କୁହାଗଲା, ଅମୃତସରରୁ କୋଲକାତା ପର୍ଯ୍ୟନ୍ତ ଗଲେ ରାସ୍ତାରେ ଗୋଟିଏ ହେଲେ ମଧ୍ୟ କଂଗ୍ରେସଶାସିତ ରାଜ୍ୟ ପଡ଼ିବ ନାହିଁ । ପ୍ରାୟ ଅଧିକାଂଶ ରାଜ୍ୟରେ ଜନସଂଘ ଓ କମ୍ୟୁନିଷ୍ଟମାନେ ମିଳିତ ଭାବେ କାର୍ଯ୍ୟ କରୁଥିଲେ । ଉଭୟଙ୍କ ମଧ୍ୟରେ ଗୋଟିଏ ପ୍ରତିବଦ୍ଧତା ଥିଲା ଯେ, ସମସ୍ତେ ଭାରତମାତାର ସନ୍ତାନ ଓ ସମସ୍ତେ ବିଂଶ ଶତାବ୍ଦୀରେ ଜନ୍ମିତ । କିନ୍ତୁ ଏହା ଅର୍ଥ ଓ ବାହୁବଳରେ ବିଭିନ୍ନ ରାଜ୍ୟରେ କ୍ଷମତାସୀନ ଅଣକଂଗ୍ରେସ ସରକାରମାନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କଲା । ଏହାଦ୍ଵାରା ଜନସଂଘ ବିଚଳିତ ହୋଇନଥିଲା। ହେଲେ ଦେଶରେ ଐତିହ୍ୟ ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଥିବା ସଂଘ ପରିବାରର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନେତୃତ୍ଵରେ କାଲିକଟଠାରେ ଅନୁଷ୍ଠିତ ଏସ ମହାସଭାରେ କୁହାଗଲା ଯେ, ସବୁ ଭାରତୀୟ ଭାଷା ପାଇଁ ମିଳିବ ସହଯୋଗ । ଏହାଦ୍ଵାରା ଦେଶର ସବୁ ଭାଷାଭାଷୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଗଲା । ଏପରିକି ଦାକ୍ଷିଣାତ୍ୟରେ ମାଲାୟାଲାମ ଭାଷାରେ ପ୍ରକାଶିତ ମାତୃଭୂମି ଭାରତୀୟ ଜନସଂଘର ଏହି ଅଧିବେଶନକୁ ଏଥର ଗଙ୍ଗା ଦାକ୍ଷିଣାତ୍ୟକୁ ଆସୁଛି ବୋଲି ବର୍ଣ୍ଣନା କରିଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ଦିନଦୟାଲଜୀଙ୍କ ଏହି ଐତିହାସିକ ଅଧିବେଶନର କିଛି ଦିନ ପରେ ତାଙ୍କୁ ମୋଗଲସରାଇ ରେଳ ଷ୍ଟେସନ ଠାରେ ହତ୍ୟା କରି ଦିଆଯାଇଥିଲା। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଭାରତୀୟ ଜନସଂଘ ଦାବି କଲା। ସିବିଆଇ ତଦନ୍ତ କଲା କିନ୍ତୁ ଘଟଣାର ଅନୁସନ୍ଧାନ କରିଥିବା ସିବିଆଇ ଦିନଦୟାଲଙ୍କ ହତ୍ୟା ପଛରେ ଥିବା ରାଜନୈତିକ ଷଡଯନ୍ତ୍ର୍ ସମ୍ପର୍କରେ ଚୁପ ରହିଥିଲା। ଏଥିରୁ ସିବିଆଇର ରାଜନୀତିକରଣ ହୋଇଥିବା ସ୍ପଷ୍ଟ ହୋଇଯାଇଥିଲା।

ଦିନଦୟାଲଜୀଙ୍କ ହତ୍ୟା ଭାରତୀୟ ଜନସଂଘ ପାଇଁ ଏକ ଶକ୍ତ ଧକ୍କା ଥିଲା । କିନ୍ତୁ ଏହା ଦଳକୁ କର୍ତ୍ତବ୍ୟ ପଥରୁ ବିଚ୍ୟୁତ କରିପାରିନଥିଲା । ପୁଣି ଥରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵରେ ଦଳ ନିଜକୁ ବାଂଲାଦେଶର ମୁକ୍ତି ଆନ୍ଦୋଳନରେ ସାମିଲ କଲା । ଦେଶରେ ବର୍ଦ୍ଧିତ ଖାଦ୍ୟ ପଦାର୍ଥ ମୂଲ୍ୟ ଓ ଖାଦ୍ୟାଭାବ ବିରୋଧରେ ବୃହତ ଆନ୍ଦୋଳନ କଲା । ୧୯୭୧ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଦଳ ନିଜର ନିର୍ବାଚନୀ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା । ଚିରାଚରିତ ଭାବେ ପରଶ୍ରୀକାତର କଂଗ୍ରେସ ଏହି ସ୍ଲୋଗାନକୁ ଚୋରି କରି ନେଇ ହିନ୍ଦୀରେ ରୂପାନ୍ତରିତ କରି ଗରିବ ହଟାଓ ଆହ୍ଵାନ ଦେଲା। ଏହି ସ୍ଲୋଗାନ ବେଶ ଲୋକପ୍ରିୟ ହେଲା । ଫଳରେ ୧୯୭୧-୭୨ ନିର୍ବାଚନରେ କଂଗ୍ରେସକୁ ପ୍ରବଳ ଜନମତ ମିଳିଲା। ଏହାସତ୍ତ୍ଵେ ଜନସଂଘ ରାଜନୈତିକ ଉତଥାନ ଓ ପତନକୁ ସାହସ ଓ ଧୈର୍ଯ୍ୟର ସହ ସମ୍ମୁଖୀନ ହେଲା ।

ଅଖଣ୍ଡ ମାନବବାଦ[ସମ୍ପାଦନା]

ଦଳର ଦର୍ଶନ ଅଖଣ୍ଡ ମାନବବାଦ ଉପରେ ଆଧାରିତ ଯାହା ୧୯୬୫ ଏପ୍ରିଲ ୨୨ ରୁ ୨୫ ମଧ୍ୟରେ ଅନୁଷ୍ଠିତ ଏକ ସମାବେଶରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଅଭିଭାଷଣରେ କୁହାଯାଇଥିଲା । ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ୧୯୧୬ ସେପ୍ଟେମ୍ବର ୨୫ରେ ଉତ୍ତରପ୍ରଦେଶର ମଥୁରା ନିକଟବର୍ତ୍ତୀ ନାଗାଲା ଚନ୍ଦ୍ରଭାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମାଟ୍ରିକ ପରୀକ୍ଷାରେ ଆଜମେର ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଉପାଧ୍ୟାୟଙ୍କୁ ୨ଟି ସ୍ଵର୍ଣ୍ଣପଦକ ମିଳିଥିଲା । ପୁଣିଥରେ ଆଇଏ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଆଉ ଦୁଇଟି ସ୍ଵର୍ଣ୍ଣ ପଦକ ପାଇଥିଲେ। ଏହାପରେ ଗଣିତରେ ସ୍ନାତକ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଣ୍ଡିତ ଦିନ ଦୟାଲ ୧୯୩୭ରେ ଆରଏସ୍ଏସ୍ ର ପ୍ରାଥମିକ ସ୍ଵୟଂସେବକ ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଆରଏସ୍ଏସ୍ ର ଯୁଗ୍ମ ପ୍ରବେଶିକ ପ୍ରଚାରକ ଭାବେ ଉନ୍ନୀତ ହୋଇଥିଲେ। ୧୯୫୨ରେ ଜନସଂଘରେ ଯୋଗଦେଇ ଥିବା ଦିନଦୟାଲ ଏହାର ସାଧାରଣ ସଚିବ ନିଯୁକ୍ତି ପାଇଥିଲେ। ୧୯୬୭ରେ ସଚିବ ଭାବେ ନିଯୁକ୍ତି ପାଇଥିଲେ। ୧୯୬୭ରେ ଭାରତୀୟ ଜନସଂଘର ସଭାପତି ଭାବେ ନିର୍ବାଚିତ ହେବା ପର୍ଯ୍ୟନ୍ତ ସେ ଜନସଂଘର ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ। ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ଦେହାବସାନ ପରେ ଭାରତୀୟ ଜନସଂଘର ସାଙ୍ଗଠନିକ ଦାୟିତ୍ଵ ପଣ୍ଡିତ ଦିନଦୟାଲଙ୍କ ଉପରେ ନ୍ୟସ୍ତ ହୋଇଥିଲା। ଯାହାକୁ ସେ ଅତ୍ୟନ୍ତ ନିଷ୍ଠା ଓ ସଫଳତାର ସହ ନିର୍ବାହ କରିଥିଲେ।

ପଞ୍ଚଜୈନ୍ୟ (ସପ୍ତାହିକି) ଓ ଲକ୍ଷ୍ନୌରୁ ପ୍ରକାଶ ପାଉଥିବା ସ୍ଵଦେଶ (ଦୈନିକ)ର ସମ୍ପାଦନ ଦାୟିତ୍ଵରେ କାର୍ଯ୍ୟ କରିଥିବା ପଣ୍ଡିତ ଉପାଧ୍ୟାୟ ହିନ୍ଦୀରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଉପନ୍ୟାସ ରଚନା କରିଥିଲେ। ଶଙ୍କରାଚାର୍ଯ୍ୟଙ୍କ ଆତ୍ମଜୀବନୀ ହିନ୍ଦୀରେ ରଚନା କରି ପଣ୍ଡିତ ଉପାଧ୍ୟାୟ ହିନ୍ଦୀ ଭାଷା ସାହିତ୍ୟରେ ଏକ ଅନନ୍ୟ ସ୍ଥାନ ସୃଷ୍ଟି କରିପାରିଥିଲେ । ଆରଏସ୍ଏସ୍ ର ପ୍ରତିଷ୍ଠାତା ଡଃ ହେଗଡେୱ୍ଆରଙ୍କ ଆତ୍ମଜୀବନୀକୁ ମଧ୍ୟ ମରାଠୀରୁ ହିନ୍ଦୀକୁ ପଣ୍ଡିତ ଉପାଧ୍ୟାୟ ଅନୁବାଦ କରିଥିଲେ। ଏକ ଅଭାବନୀୟ ପରିସ୍ଥିତିରେ ୧୯୬୮ ଫେବୃଆରୀ ୧୧ରେ ପଣ୍ଡିତ ଉପାଧ୍ୟାୟଙ୍କ ଦେହାନ୍ତ ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଥିଲା ।

ଫୋଟ ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Andersen, Walter K.; Shridhar D. Damle (1987). The Brotherhood in Saffron: The Rashtriya Swayamsevak Sangh and Hindu Revivalism. Boulder: Westview Press. ପୃଷ୍ଠା. 111. ISBN 0-8133-7358-1. 
  2. McLeod, John (2002). The history of India. Greenwood Publishing Group. ପୃଷ୍ଠା. 209–. ISBN 978-0-313-31459-9. http://books.google.com/?id=DAwmUphO6eAC&pg=PA209. Retrieved 11 June 2010. 

ବାହାର ତଥ୍ୟ[ସମ୍ପାଦନା]