ଯଶୋଦା
ଉଇକିପିଡ଼ିଆ ରୁ
| ଯଶୋଦା | |
|---|---|
| ସଂସ୍କୃତ ଅନୁବାଦ | ଯଶୋଦା |
| ଅସ୍ତ୍ର | None |
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |
ଏହି ଲେଖାଟି କୃଷ୍ଣଙ୍କ ପାଳିତା ମାତା ଯଶୋଦା ବାବଦରେ । ବାକିସବୁ ପାଇଁ, ଯଶୋଦା (୧୯୯୬ର ସିନେମା) ଦେଖନ୍ତୁ ।
ଯଶୋଦା କୃଷ୍ଣଙ୍କ ପାଳିତା ମାତା ଓ ନନ୍ଦ ରାଜାଙ୍କର ପତ୍ନୀ ଥିଲେ । ବସୁଦେବ ପତ୍ନୀ ଦେବକୀ କାରାଗାରରେ ଓ ନନ୍ଦପତ୍ନୀ ଯଶୋଦା ଗୋପପୁରରେ ଏକ ସମୟରେ ଦୁଇଟି ସନ୍ତାନ ପ୍ରସବ କଲେ ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଓ ଯଶୋଦାଙ୍କ ଗର୍ଭରୁ କନ୍ୟାରୂପରେ ମହାମାୟା ଜାତ ହେଲେ ଘାତକ କଂସଠାରୁ ପୁତ୍ରକୁ ରକ୍ଷା କରିବା ପାଇଁ ବସୁଦେବ ଶ୍ରୀକୃଷ୍ଣଙ୍କୁ ମଥୁରାରୁ ଘେନି ଯଶୋଦା ଅଚେତନା ଥିବା ଅବସ୍ଥାରେ ଯଶୋଦାଙ୍କ ଅନ୍ତୁଡ଼ିଶାଳରେ ରଖିଦେଇ, ସେଠାରୁ କନ୍ୟାଟିକୁ ଆଣି ଦେବକୀଙ୍କ ଅନ୍ତୁଡ଼ିଶାଳରେ ରଖିଦେଲେ ଏ ବିଷୟ ଯଶୋଦାଙ୍କୁ ଜଣା ନଥିଲା ଯଶୋଦା ଚେତନା ଲଭିବା ପରେ ଶ୍ରୀକୃଷ୍ଣଙ୍କୁ ଆପଣାର ପୁତ୍ର ଭାବି ପୁତ୍ରବତ୍ ପାଳନ କଲେ କଂସ ସକାଳୁ ଉଠି ଦେବକୀଙ୍କ ନିକଟରୁ ସେ କନ୍ୟାଟି ଆଣି (ତାଙ୍କୁ ଦେବକୀଗର୍ଭଜାତ ସନ୍ତାନ ମନେ କରି) ତାଙ୍କୁ ଧରି ଭୂଇଁରେ କଚାଡ଼ି ଦେବା ବେଳେ ସେ କନ୍ୟାଟି ଶୂନ୍ୟରେ ଉଭେଇ ଗଲା