ଯମଦ୍ୱିତୀୟା

ଉଇକିପିଡ଼ିଆ‌ରୁ
(ଯମଦ୍ଵିତୀୟାରୁ ଲେଉଟି ଆସିଛି)
ଯମଦ୍ୱିତୀୟା‌କୁ ବଦଳାଉଛି
ଯମଦ୍ୱିତୀୟା

ଦୀପାବଳିର ଶେଷ ଦିବସ କାର୍ତ୍ତିକ ଶୁକ୍ଳ ଦ୍ୱିତୀୟାକୁ ଯମଦ୍ୱିତୀୟା ବା ଭାଇଦୂଜ ବୋଲି କୁହାଯାଏ । ଶାସ୍ତ୍ରାନୁସାରେ ଯମଦେବତା ନିଜ ଭଉଣୀ ଯମୁନାକୁ ଭେଟିବା ପାଇଁ ମର୍ତ୍ତ୍ୟଲୋକକୁ ଆସନ୍ତି । ଏଣୁ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ୱର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦୂରରେ ରହୁଥିବା ଭଉଣୀମାନେ ଏହିଦିନ ସକାଳୁ ସ୍ନାନାଦି କର୍ମ ସମାପନ କରି ଗଣେଶଙ୍କୁ ସ୍ଥାପନ କରି ଯମ, ଯମୁନା, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କ ବିଧିବିଧାନର ସହିତ ପୂଜା ଶେଷରେ ଯମରାଜାଙ୍କୁ ଯମରାଜାଙ୍କୁ ପୂଜା କରିଥାନ୍ତି । ଯମଦ୍ୱିତୀୟା ବା ଭୟାଦୂଜ ପୂଜା ପରେ ଭାଇମାନଙ୍କ ମୁଣ୍ଡରେ ତିଳକ ଲଗାଇ ଭଉଣୀମାନେ ସେମାନଙ୍କୁ ସୁଆଦିଆ ଖାଦ୍ୟ ଓ ମିଷ୍ଟାନ୍ନ ଆଦି ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି । [୧]

ଆଧାର[ସମ୍ପାଦନା]

  1. ସମୟ, ପୃଷ୍ଠା-୨, ୨.୧୧.୨୦୧୩