ମିରା ଅଲଫାସା

ଉଇକିପିଡ଼ିଆ ରୁ
ମିରା ଅଲଫାସା [ଶ୍ରୀ ମା’]
ଜନ୍ମ ଓ ଜନ୍ମସ୍ଥାନ ୨୧ ଫେବୃଆରୀ ୧୮୭୮(1878-02-21)
ପ୍ୟାରିସ, ଫ୍ରାନ୍ସ
ତିରୋଧାନ ୧୭ ନଭେମ୍ବର, ୧୯୭୩ (୯୫ ବର୍ଷ)
ପଣ୍ଡିଚେରୀ, ତାମିଲନାଡୁ, ଭାରତ
ଜୀବିକା ଶ୍ରୀ ଅରବିନ୍ଦଙ୍କର ଆଧ୍ୟାତ୍ମିକ ସହଚରୀ

ଶ୍ରୀମା, (ଆଗରୁ ମିରା ଅଲଫାସା ଓ ପରେ ପରେ ମିରା ମୋରିସେଟ ନାମରେ ପରିଚିତ) ହେଉଛନ୍ତି ଜଣେ ଆଧ୍ୟାତ୍ମିକ ଗୁରୁ, ଶ୍ରୀ ଅରବିନ୍ଦଙ୍କର ରଚନା ଓ ଶିକ୍ଷାକୁ ସରଳୀକୃତ କରି ସେ ସାଧାରଣ ଜନତା ପାଇଁ ସୁଲଭ କରିଥିଲେ ।

ମାର୍ଚ ୨୯, ୧୯୧୪ରେ ପଣ୍ଡିଚେରୀଠାରେ ସେ ଶ୍ରୀ ଅରବିନ୍ଦଙ୍କ ସଂସ୍ପର୍ଶରେ ଆସିଲେ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ତାଙ୍କୁ ପଣ୍ଡିଚେରୀ ଛାଡ଼ି ଜାପାନ ଯିବାକୁ ପଡ଼ିଥିଲା । ସେଠାରେ ସେ କବି ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟିଥିଲେ । ନଭେମ୍ବର ୨୪ ୧୯୨୬ପରେ ଶେଷରେ ସେ ପଣ୍ଡିଚେରୀ ଫେରି ଆସିଲେ ଓ ସବୁଦିନପାଇଁ ସେଠାରେ ରହିଗଲେ । ସେତେବେଳେ ଶ୍ରୀ ଅରବିନ୍ଦ ମୌନରେ ରହୁଥିଲେ। ମୁଷ୍ଟିମେୟ କେତେକ ଶିଷ୍ୟଙ୍କୁ ନେଇ ସେ ପଣ୍ଡିଚେରୀସ୍ଥ ଅରବିନ୍ଦ ଆଶ୍ରମର ସ୍ଥାପନା କରିଥିଲେ। ନିଜର ମହାପ୍ରୟାଣ ପର୍ଯ୍ୟନ୍ତ ଶ୍ରୀ ଅରବିନ୍ଦଙ୍କ ଅନୁସରଣକାରୀମାନଙ୍କପାଇଁ ସେ ଥିଲେ ପଥ ପ୍ରଦର୍ଶକ ।

ଶ୍ରୀ ଅରବିନ୍ଦ ଓ ଶ୍ରୀମା
ପୁସ୍ତକ
Collected Works • Life Divine • Synthesis of Yoga • Savitri • Agenda •
ଶିକ୍ଷା
Involution/Involution • Evolution • Integral education • Integral psychology • Integral yoga • Intermediate zone • Supermind
ସ୍ଥାନ
ମାତୃମନ୍ଦିର • ପଣ୍ଡିଚେରୀ
ସମ୍ପ୍ରଦାୟ
ଶ୍ରୀ ଅରବିନ୍ଦ ଆଶ୍ରମ• ଅରୋଭିଲେ
ଶିଷ୍ୟ
ଚମ୍ପକଲାଲ • ଏନ.କେ.ଗୁପ୍ତା • ଅମଲ ଖାଁ • ନିରୋଦବରଣ • ପବିତ୍ରା • ଏମ.ପି.ପଣ୍ଡିତ • ପ୍ରଣବ • ଏ.ବି.ପୁରାଣି • ଡି.କେ.ରୟ • ସତପ୍ରେମ • ଇନ୍ଦ୍ର ସେନ • କପାଲୀ ଶାସ୍ତ୍ରୀ
ମୁଖପତ୍ର
Arya • Mother India • Collaboration

ଶ୍ରୀମାଙ୍କ ଜୀବନର ଶେଷ ତିରିଶି ବର୍ଷର ଅନୁଭବକୁ ତେର ଭାଗ ବିଶିଷ୍ଟ ଗୋଟିଏ ବହିରେ ସାଇତା ଯାଇଛି। ମୂଳ ଇଂରାଜୀ ବହିର ନାମ ହେଉଛି ଦ ଏଜେଣ୍ଡା (The Agenda)। ଏଇ ଦିନମାନଙ୍କରେ ସେ ନିଜ ସ୍ଥୂଳ ଶରୀରର ରୂପାନ୍ତରଣ କରି, ଉଚ୍ଚତମ ସତ୍ୟ ଚେତନା ପ୍ରତି ଉନ୍ମୁକ୍ତ ହୋଇ, ଶ୍ରୀଅରବିନ୍ଦଙ୍କ ବର୍ଣ୍ଣିତ ଅତି ମାନବ ହେବାକୁ ଚେଷ୍ଟା କରିଥିଲେ। ଶ୍ରୀ ଅରବିନ୍ଦ ତାଙ୍କୁ ଦିବ୍ୟ ଜନନୀଙ୍କର ଅବତାର ବୋଲି କହୁଥିଲେ ଓ ତାଙ୍କୁ ମା’ (The Mother)ବୋଲି ସମ୍ବୋଧନ ମଧ୍ୟ କରୁଥିଲେ।

ତାଙ୍କୁ ମା’ ବୋଲି ଡାକିବାର କାରଣ କେହି ପଚାରିବାରୁ ଶ୍ରୀ ଅରବିନ୍ଦ ତାଙ୍କର ପ୍ରକୃତ ସତ୍ତାର ପରିଚୟ ଦେବାପାଇଁ ‘‘ଦ ମଦର(The Mother)’’ ଶୀର୍ଷକରେ ଏକ ପ୍ରବନ୍ଧ ଲେଖିଥିଲେ।

ବାଲ୍ୟ ଜୀବନ[ସମ୍ପାଦନା]

ମିରା ଅଲଫାସା ୧୯୭୮ରେ ପ୍ୟାରିସରେ ତୁର୍କି ଜିଉ ପିତା ମରିସ (Maurice) ଓ ଇଜିପ୍ଟିୟ ଜିଉ ମାତା ମାଥିଲଡେ(Mathilde)ଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ। ମାଟେଓ (Matteo) ନାମରେ ତାଙ୍କର ଜଣେ ବଡ଼ ଭାଇଥିଲେ। ସେ ଜନ୍ମ ନେବା ଆଗରୁ ସେମାନଙ୍କର ପରିବାର ଦେଶତ୍ୟାଗ କରି ଫ୍ରାନ୍ସକୁ ଚାଲି ଯାଇଥିଲେ। [୧] ତାଙ୍କ ଜୀବନର ପ୍ରଥମ ଆଠ ବର୍ଷ ସେ ୬୨ ବୋଲେଭାର୍ଡ ହୌସୁମାନ(62 boulevard Haussmann)ରେ କାଟିଥିଲେ।

ମିରା ନିଜର ବାଲ୍ୟ ଜୀବନର ଅନୁଭୂତି ବର୍ଣ୍ଣନା କରିଛନ୍ତି। ସେ କହନ୍ତି, ତାଙ୍କୁ ୫ ବର୍ଷ ବୟସ ହୋଇଥିଲା ବେଳେ ସେ ଅନୁଭବ କରିଥିଲେ, ସେ ଏଇ ସଂସାରର ନୁହଁନ୍ତି, ଆଉ ସେବେଠାରୁ ତାଙ୍କର ଆଧ୍ୟାତ୍ମିକ ସାଧନା ଆରମ୍ଭ ହୋଇ ଯାଇଥିଲା। [୨] ସେ କୁହନ୍ତି, ଅନେକ ସମୟରେ ଆରାମ ଚଉକିରେ ବସିଲା ବେଳେ କିମ୍ବା ଖାଇବା ଟେବୁଲ ପାଖରେ ସେ ସହଜ ସମାଧିରେ ଚାଲି ଯାଉଥିଲେ। ତାଙ୍କର ଏତାଦୃଶ ଆଚରଣର ପ୍ରକୃତ ଅର୍ଥ ନ ଜାଣିଥିବାରୁ ଅନ୍ୟମାନଙ୍କ ଆଗରେ ତାଙ୍କ ମା’ ଲଜ୍ଜିତ ହେଉଥିଲେ।

୧୧ରୁ ୧୩ ବର୍ଷ ବୟସରେ ସେ କହନ୍ତି, ତାଙ୍କୁ ଅନେକ ଗୁଡ଼ିଏ ଆଧ୍ୟାତ୍ମିକ ଅନୁଭୂତି ହୋଇଥିଲା, ଯାହା ତାଙ୍କୁ ଈଶ୍ୱରଙ୍କର ଅସ୍ତିତ୍ୱ ଓ ମାନବତାର ଐଶ୍ୱରୀୟ ସତ୍ତା ସହିତ ମିଳନର ସମ୍ଭାବନା ସମ୍ବନ୍ଧରେ ସଚେତନ କରାଇ ଦେଇଥିଲା। [୩] ୧୨ ବର୍ଷ ବୟସରେ ସେ ଗୁପ୍ତ ବିଦ୍ୟା (ତନ୍ତ୍ର-ମନ୍ତ୍ରାଦି)ର ଅଭ୍ୟାସ କରୁଥିଲେ ଓ ତାଙ୍କୁ ନିଜ ସ୍ଥୂଳ ଶରୀରରୁ ବାହାରି (astral projection/out of her body)ଭ୍ରମଣ କରି ପାରୁଥିଲେ ବୋଲି ସେ କହିଛନ୍ତି। [୪]

ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା, ପ୍ରାୟ ପ୍ରତି ରାତିରେ ତାଙ୍କୁ ଏକା ପ୍ରକାର ଅନୁଭୂତି ହେଉଥିଲା ବୋଲି ସେ କହନ୍ତି। ତାଙ୍କୁ ଲାଗୁଥିଲା ଯେମିତି ସେ ନିଜ ଶରୀରରୁ ବାହାରି ଯାଉଛନ୍ତି, ଓ ସିଧା ସହରରୁ ଉପରକୁ ଉଠୁଛନ୍ତି। [୫]

ମୁଁ ନିଜକୁ ଏକ ଦିବ୍ୟ ସୁନେଲି ପୋଷାକ ପିନ୍ଧିଥିବାର ଦେଖେ...ଏବଂ ମୁଁ ଯେତିକି ଉପରକୁ ଉପରକୁ ଉଠେ, ସେ ପୋଷାକ ସେତିକି ସେତିକି ସରିଯାଏ(ବ୍ୟାପିଯାଏ)....ସତେ ଯେମିତି ପୁରା ସହର ଉପରେ ଏକ ବିଶାଳ ଛାତ ତିଆରି ହୋଇ ଯାଇଛି। ଏବଂ ମୁଁ ନର, ନାରୀ, ପିଲା....ସମସ୍ତଙ୍କୁ ସବୁଆଡ଼ୁ ଆସୁଥିବାର ଦେଖେ, ସମସ୍ତେ ସେହି ବିସ୍ତାରିତ ପୋଷାକ ତଳେ ରୁଣ୍ଡ ହୁଅନ୍ତି, ସାହାଯ୍ୟ ଭିକ୍ଷା କରନ୍ତି, ନିଜର ଦୁଃଖ ଜଣାନ୍ତି.... ଉତ୍ତରରେ ସେହି ପୋଷାକ ସେଠାରେ ଉପସ୍ଥିତ ପ୍ରତ୍ୟେକଙ୍କ ପାଖକୁ ଆଉଜି ଆସେ, ସେମାନେ ତାକୁ ସ୍ପର୍ଶ କରିବାମାତ୍ରେ ଆଶ୍ୱସ୍ତ ହୁଅନ୍ତି ଓ ସେମାନଙ୍କର କଷ୍ଟ ଦୂର ହୁଏ, ସେମାନେ ନିଜ ନିଜ ଶରୀରକୁ ଆନନ୍ଦିତ ଓ ବଳିଷ୍ଠ ହୋଇ ଫେରି ଯାଆନ୍ତି....ୟାଠାରୁ ଅଧିକ ଆକର୍ଷକ ମୋ ପାଇଁ କିଛି ବି ନ ଥିଲା, ସାରା ଦିନର କାମଧନ୍ଦା ଫିକା ପଡ଼ି ଯାଉଥିଲା ରାତିର ଏଇ ଅନୁଭବ ସାମ୍ନାରେ।

I used to see myself clad in a magnificent golden robe...and as I rose higher, the robe would stretch...to form a kind of immense roof over the city. Then I would see men, women, children...coming out from every side; they would gather under the outspread robe, begging for help, telling their miseries... In reply, the robe... would extend towards each one of them individually, and as soon as they had touched it they were comforted or healed, and went back to their bodies happier and stronger... Nothing seemed more beautiful to me.... and all the activities of the day seemed dull and colourless... beside this activity of the night...

୧୪ ବର୍ଷ ବୟସରେ ମିରା ଚାରୁକଳା ଶିଖିବାପାଇଁ ଏକ ଷ୍ଟୁଡ଼ିଓରେ ଯୋଗ ଦେଲେ। ବର୍ଷକ ପରେ ସ୍କୁଲ ରଚନା ହିସାବରେ ସେ ଏକ ରହସ୍ୟମୟ ପୁସ୍ତକ ରଚନା କରିଥିଲେ, ଯାହାର ଶୀର୍ଷକ ହେଉଛି ‘ଦ ପାଥ ଅଫ ଲେଟର ଅନ୍’ The Path of Later On (ଅଲଫାସା ୧୮୯୩). ୧୮୯୩ରେ ସେ ନିଜ ମା’ଙ୍କ ସହିତ ଇଟାଲୀ ଗଲେ। ଡୋଜିସ୍ ପାଲେସ୍, ଭେନିସ୍ (Doge's Palace, Venice)। ପୂର୍ବଜନ୍ମରେ ତାଙ୍କର ତଣ୍ଟି ଚିପି ତାଙ୍କୁ ଏକ କେନାଲ ଭିତରକୁ ପକାଇ ଦିଆଯାଇଥିଲା। (The Mother - Some dates). (ଉଦାହରଣ ସ୍ୱରୂପ ପରବର୍ତ୍ତୀ କାଳରେ ଏଜେଣ୍ଡା(Agenda) ପୁସ୍ତକରେ ସେ ଅନ୍ୟ କେତକ ଜନ୍ମ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ତାଙ୍କ କହିବା ଅନୁସାରେ ଏଇ ଜନ୍ମ ଗୁଡ଼ିକ ମଣିଷର କର୍ମଫଳର ନିଷ୍କାସନ ପରି କାମକରିଥାଏ)। ସେ ୧୬ ବର୍ଷରେ ଏକୋଲେ ଦେସ ବିଉକ୍ସ ଆର୍ଟସ (Ecole des Beaux Arts) ଯୋଗଦେଲେ, ଯେଉଁଠି ତାଙ୍କୁ ଦ ସ୍ଫିଙ୍କସ ("the Sphinx") ବୋଲି ଡକା ଯାଉଥିଲା। ସେ ତାଙ୍କର କଳାକୃତି ପ୍ୟାରିସ ସଲୁନରେ ପ୍ରଦର୍ଶିତ କରିଥିଲେ। [୬]

୧୯୮୭ରେ ସେ ଗୁସ୍ତାଭେ ମୋରେ (Gustave Moreau) ର ଛାତ୍ର ହେନେରୀ ମୋରିସେଟ (Henri Morisset)ଙ୍କୁ ବିବାହ କଲେ। ସେମାନେ ଅଟେଲିୟର, ୧୫ ରୁଏ ଲେମେରସିଅର ଠାରେ ବସବାସ କଲେ ଓ ଅଗଷ୍ଟ ରୋଡିନ ଏବଂ ମୋନେଟଙ୍କ ଇଚ୍ଛାକୁ ସମ୍ମତି ଜଣାଇ ପ୍ୟାରିସ କଳାକେନ୍ଦ୍ର ଗୁଡ଼ିକର ଅଂଶଗ୍ରହଣ କଲେ।[୭]

ମିରା କହନ୍ତି ଯେ ୧୯ରୁ ୨୦ ବର୍ଷ ବୟସରେ ସେ ଚେତନାର ଏକ ଉଚ୍ଚତର ସ୍ଥିତିକୁ ହାସଲ କରି ପାରିଥିଲେ ଓ କୌଣସି ଗୁରୁ କିମ୍ବା ଗ୍ରନ୍ଥର ବିନା ସହାୟତାରେ ସଦା ସର୍ବଦା ଐଶ୍ୱରୀୟ ସତ୍ତାର ଉପସ୍ଥିତି ଅନୁଭବ କରି ପାରୁଥିଲେ। କିଛି ଦିନ ପରେ ସେ ସ୍ୱାମୀ ବିବେକାନନ୍ଦଙ୍କର ରାଜଯୋଗ ବହିଟି ପଢିଲେ ଓ ଏ ଦିଗରେ ଦ୍ରୁତ ଅଗ୍ରଗତି କରି ପାରିଲେ। ପାଖାପାଖି ବର୍ଷେ ଦୁଇ ବର୍ଷ ପରେ ଜଣେ ପ୍ୟାରିସ ନିବାସୀ ଜଣେ ଭାରତୀୟଙ୍କ ସହିତ ତାଙ୍କର ସାକ୍ଷାତ ହେଲା, ଯିଏ ତାଙ୍କୁ ଭଗବତ୍ ଗୀତା ପଢ଼ିବାପାଇଁ ଓ ଶ୍ରୀକୃଷ୍ଣଙ୍କୁ ଅନ୍ତର୍ନିହିତ ଐଶୀ ଶକ୍ତିର ପ୍ରତୀକ ରୂପେ ଗ୍ରହଣ କରିବାପାଇଁ କହିଲେ। ସେ ସମୟରେ ସେ ଗୀତାର ଏକ ଫ୍ରେଞ୍ଚ ଅନୁବାଦ ପଢିଲେ, ଯାହା ସେତେ ଉତ୍କୃଷ୍ଟ ଧରଣର ନ ହୋଇଥିଲେ ବି ତାଙ୍କୁ ଗୀତାର ମର୍ମ ବୁଝିବାରେ ସହାୟତା କରିଥିଲା। [୮] ମିରା ଧ୍ୟାନ ସମୟରେ ଅନେକ ଆଧ୍ୟାତ୍ମିକ ହସ୍ତୀଙ୍କୁ ଦେଖିଥିବାର କହନ୍ତି ଯେଉଁମାନେ ତାଙ୍କୁ କୌଣସି ନା କୌଣସି ଉପାୟରେ କିଛି ନା କିଛି ସାହାଯ୍ୟ କରିଥିଲେ।

୧୮୯୮ରେ ସେ ଓ ମୋରିସେଟ ଆଣ୍ଡ୍ରେ ନାମକ ପୁତ୍ରର ପିତା ମାତା ହେବାର ସୌଭାଗ୍ୟ ଲାଭ କଲେ।

୧୯୦୪ ବେଳକୁ ତାଙ୍କୁ ସ୍ୱପ୍ନରେ ଜଣେ କୃଷ୍ଣକାୟ ଏସୀୟ ମୂର୍ତ୍ତି ଦୃଷ୍ଟିଗୋଚର ହେଲା, ଯାହାଙ୍କୁ ସେ କୃଷ୍ଣ କହିଥାନ୍ତି। ସେ କହନ୍ତି ଯେ, ଇଏ ତାଙ୍କୁ ତାଙ୍କର ଆଧ୍ୟାତ୍ମିକ ଯାତ୍ରାରେ ସାହାଯ୍ୟ କରିଥିଲେ। କୃଷ୍ଣଙ୍କ ପ୍ରତି ତାଙ୍କର ସହଜ ଓ ସମ୍ପୂର୍ଣ୍ଣ ବିଶ୍ୱାସ ରହିଥିଲା ଓ ସେ ତାଙ୍କୁ ବାସ୍ତବ ଜୀବନରେ ଥରେ ଭେଟିବାକୁ ଆଶା ପୋଷଣ କରିଥିଲେ। ୧୯୦୫ ବେଳକୁ ସେ ମାକ୍ସ ଥିଓନ (Max Théon) ନାମକ ଜଣେ ସାଧକଙ୍କୁ ଭେଟିଲେ. ପ୍ରଥମଥର ତାଙ୍କୁ ଭେଟିବାକୁ ସେ ଏକା ଗଲେ ଓ ଦ୍ୱିତୀୟ ଥର ମୋରିସେଟଙ୍କ ସହିତ ସେ ଲେମସେନ, ଆଲଜେରିଆ(Tlemcen, Algeria)ସ୍ଥିତ ତାଙ୍କ ବାସଭବନକୁ ଗଲେ। ସେଠାରେ ରହି ସେମାନେ ଥିଅନ ଓ ତାଙ୍କ ପତ୍ନୀ ଆଲ୍ମା ଥିଅନଙ୍କ ଠାରୁ ଆଧ୍ୟାତ୍ମିକ ସାଧନା ଶିଖିଲେ। [୯] ଅଲଫାସା ଶ୍ରୀମତୀ ଥିଅନଙ୍କୁ ଖୁବ ସମ୍ମାନ କରୁଥିଲେ ଓ ତାଙ୍କର ଅନେକ ଅତୀନ୍ଦ୍ରୀୟ କ୍ଷମତା ରହିଥିଲା ବୋଲି ସେ କହୁଥିଲେ। ପରବର୍ତ୍ତୀ କାଳରେ ଯେତେବେଳେ ସେ ଶ୍ରୀମା ନାମରେ ପରିଚିତ ହେଲେ, ସେ ଅନେକ ସମୟରେ ଲେମସେନରେ ପାଇଥିବା ତାଙ୍କର ଅନନ୍ୟ ଅନୁଭବ ବିଷୟରେ ଦୃଷ୍ଟାନ୍ତ ଦେଇ କହୁଥିଲେ।

ସେ ୧୯୦୮ରେ ମୋରିସେଟଙ୍କୁ ଛାଡ଼ପତ୍ର ଦେଇ ୪୯ ରୁ ଡେ ପ୍ୟାରିସକୁ ଚାଲିଗଲେ।

ଏବେ ସେ ନିୟମିତ ଭାବରେ ଅଧ୍ୟାତ୍ମର ଛାତ୍ର ଓ ଜିଜ୍ଞାସୁମାନଙ୍କ ସହିତ ଭେଟୁଥିଲେ। ୧୯୦୬ରେ ନିଜ ଭାଇ ମାଟେଓଙ୍କ ସହିତ ସେ ପ୍ୟାରିସରେ ଇଲଡି ନୌଭେଲ୍ଲେ l'Idée Nouvelle ("The New Idea") (ଏକ ନୂଆ ବିଚାର)ନାମକ ଗୋଷ୍ଠୀଟିଏ ଗଠନ କଲେ। ସେଠି ସେମାନେ ପ୍ରତି ବୁଧବାର ଦିନ ଏକାଠି ହେଉଥିଲେ। ତାଙ୍କ ପୁସ୍ତକ ୱାର୍ଡସ ଲଙ୍ଗ ଏଗୋ ("Words of Long Ago"- vol.2 of the Collected Works)ରେ ଏହି ସଭାର ବିବରଣୀ ଓ ତାଙ୍କଦ୍ୱାରା ସଂସ୍ଥାପିତ ଏଲ ୟୁନିଅନ ଡେ ପେନ୍ସି ଫେମିନାଇନ(L'Union de Pensée Féminine) ନାମକ ଏକ ପାଠଚକ୍ରରେ ପ୍ରଦତ୍ତ ତାଙ୍କର ଭାଷଣ ଲିପିବଦ୍ଧ। ପୃଥ୍ୱୀନ୍ଦ୍ର ମୁଖାର୍ଜୀଙ୍କ ସହିତ ଏକ କଥୋପକଥନରେ ଏଇ ଗୋଷ୍ଠୀର ଜଣେ ସଦସ୍ୟ ଆଲେକଜାଣ୍ଡାର ଡାଭିଡ-ନୀଲ ଅଲଫାସାଙ୍କର ଏହି ସଭାଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କହିଛନ୍ତି: "ଏକ ମହାନ ଭବିଷ୍ୟତର ଆଶାରଖି ଆମେ ବନ୍ଧୁମାନଙ୍କ ସହିତ ଅତି ଖୁସିରେ ଏଇ ସନ୍ଧ୍ୟା ସମୟକୁ କଟାଉଥିଲୁ। ଅନେକ ସମୟରେ ବଗିଚାରେ ଯାଇ ଝିଣ୍ଟିକାକୁ ଲକ୍ଷ୍ୟ କରୁଥିଲୁ, ଯିଏ ଉଡାଜାହାଜ ପରି ଉପରକୁ ଉଠୁଥିଲା। ମୁଁ ତାଙ୍କର ମହୀୟସୀ ଚାହାଣୀ, ତାଙ୍କ ମହତ କର୍ମ, ତାଙ୍କ ବୁଦ୍ଧିମତ୍ତାକୁ ମଧ୍ୟ ଦେଖିଛି ଯାହା ଆଧ୍ୟାତ୍ମିକ ବିଭୁତିରେ ବିଭୁଷିତ ଥିଲା। ତାଙ୍କର ମହାନ ପ୍ରେମ ଓ ମାଧୁର୍ଯ୍ୟ ସତ୍ତ୍ୱେ, ତାଙ୍କର ନିଷ୍କାମ ସେବା ସତ୍ତ୍ୱେ ବି ସେ ନିଜ ଆମଠାରୁ ନିଜର ଅଦମ୍ୟ ଅନ୍ତର୍ନିହିତ ଶକ୍ତିକୁ ଲୁଚାଇ ରଖି ପାରୁ ନ ଥିଲେ।’’ [୧୦]

ଆଧାର[ସମ୍ପାଦନା]

  1. Mother's Chronicles Bk I; Mother on Herself - Chronology p.83.
  2. Mother India Feb, 1975, p.95, in Das 1978 p.14 and Mother on Herself pp.1, 3-4.
  3. Bulletin of the Sri Aurobindo Center of Education, 1976 p.14, Mother on Herself pp.17-18.
  4. Bulletin 1974 p.63.
  5. On Herself pp.18-19; Das 1978 pp.24-5.
  6. Das 1978 pp.27, 30, 253.
  7. Nahar 1986.
  8. Collected Works - Questions and Answers 1954.
  9. Das 1978 ch.5; Nahar 1989.
  10. Interview with Prithwindra Mukherjee, The Sunday Standard, 15 June 1969; The Mother by Prema Nandakumar, National Book Trust, 1977, p9.

ବାହାର ତଥ୍ୟ[ସମ୍ପାଦନା]