ମଙ୍ଗଳା ମନ୍ଦିର
| ମଙ୍ଗଳା ମନ୍ଦିର | |
|---|---|
|
|
|
| ଦିଗବାରେଣି: | 19°59′59.7″N 86°11′41.26″E / 19.999917°N 86.1947944°E |
| ଅବସ୍ଥାନ | |
| ଦେଶ: | |
| ରାଜ୍ୟ: | ଓଡ଼ିଶା |
| ଜିଲ୍ଲା: | ପୁରୀ |
| ସ୍ଥାନ: | କାକଟପୁର |
| ତିଆରି ଶୈଳୀ ଓ ଚଳଣି | |
| ମୂଖ୍ୟ ଦେବାଦେବୀ: | ମା ମଙ୍ଗଳା |
| ପର୍ବପର୍ବାଣୀ: | ଝାମୁ ଜାତ୍ରା, ଜଗନ୍ନାଥଙ୍କ ନବକଳେବର, ଦୁର୍ଗା ପୂଜା |
| ମନ୍ଦିର ସଂଖ୍ୟା: | ୪ |
| ସ୍ମୃତିସ୍ତମ୍ଭ: | ୨ |
| ଇତିହାସ | |
| ପ୍ରତିଷ୍ଠା ତାରିଖ: | ୧୫୪୮ A. D. |
| ପ୍ରତିଷ୍ଠାତା: | ପଞ୍ଚାନନ ମିତ୍ର (ରାୟଚୁଡାମଣି) |
| ମନ୍ଦିର ବୋର୍ଡ଼: | ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ |
ମଙ୍ଗଳା ମନ୍ଦିର ଓଡ଼ିଶାର ପୁରୀଜିଲ୍ଲାର କାକଟପୁର ଠାରେ ପ୍ରାଚୀ ନଦୀ କୂଳରେ ଅବସ୍ଥିତ । [୧] [୨]ଏହା ଓଡିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶକ୍ତିପୀଠ ଅଟେ। ବର୍ଷ ତମାମ ଏଠାକୁ ଭକ୍ତମାନେ ମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
ମଙ୍ଗଳା ମନ୍ଦିର ରାଜା ଶ୍ରୀ କପିଳେନ୍ଦ୍ର ଦେବ ଙ୍କ ଦ୍ଵାରା ନିର୍ମାଣ କରାଯାଇଥିଲା । ପ୍ରତ୍ନତାତ୍ତିକ ପି.କେ ରାୟ ଙ୍କ ମତରେ ଏହି ମନ୍ଦିର ଓ ମୁଖଶାଳା ଖ୍ରୀ:ଅ:୧୫୦୦ ଶତାଦ୍ଦୀରେ ନିର୍ମାଣ କରାଯାଇଥିଲା । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା'ମଙ୍ଗଳାଙ୍କ ସମ୍ପର୍କରେ ଜଣାଯାଏ ଯେ, ପଞ୍ଚଦଶ ଶତାବ୍ଦୀରେ ଦଧିବାମନ ସାହୁ ନାମକ ଜଣେ ସାଧବ ସିଂହଳ ଦେଶରୁ ଏହି ମୂର୍ତ୍ତିକୁ ଆଣି ଏଠାରେ ପ୍ରତିଷ୍ଠା କରାଇଥିଲେ ।
କିମ୍ବଦନ୍ତୀ [ସମ୍ପାଦନା]
ପ୍ରଚଳିତ ଲୋକକଥା ଅନୁଯାୟୀ, ମା' ମଙ୍ଗଳାଙ୍କ ବିଗ୍ରହ ବହୁକାଳ ପର୍ଯ୍ୟନ୍ତ ପ୍ରାଚୀ ନଦୀର ଗର୍ଭରେ ଲୁଚିରହିଥିଲେ । ଦିନେ ନଦୀରେ ନିଜର ନାବ ବାହୁଥିବା ବେଳେ ବନ୍ୟା ଆସିବାରୁ, ନାଉରିଆ ଥଳକୂଳ ନପାଇ ଭାସି ଯାଉଥିବା ବେଳେ ମଝି ନଇରେ ତାର ନାବ ସ୍ଥିରହୋଇ ରହିଲା ଓ ନାବ ସହିତ ରକ୍ଷା ପାଇଲା। କିନ୍ତୁ ସେ ଜାଣିପାରିଲା ନାହିଁ ଯେ ସେ କିପରି ରକ୍ଷା ପାଇଲା ଏହିପରି ଚିନ୍ତାରେ ଥିବାବେଳେ ଥରେ ରାତିରେ ମା’ଙ୍କର ସ୍ଵପ୍ନାଦେଶ ପାଇ[୩] ତାଙ୍କ ବିଗ୍ରହକୁ ନଦୀ ଗର୍ଭରୁ ଉଦ୍ଧାର କରି ନିକଟସ୍ଥ ମଙ୍ଗଳପୁର ଗ୍ରାମରେ ପୂଜାର ବ୍ୟବସ୍ଥା କଲା। ଏବେର କାକଟପୁର ସେତେବେଳର ମଙ୍ଗଳପୁର ଥିବାର ଜଣାଯାଏ ।
ମନ୍ଦିର ନିର୍ମାଣ ଶୈଳୀ [ସମ୍ପାଦନା]
ପର୍ବ ପର୍ବାଣୀ [ସମ୍ପାଦନା]
ଚନ୍ଦନ ବେଶ [ସମ୍ପାଦନା]
ପାରମ୍ପରିକ ପ୍ରଥା ଅନୁସାରେ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଦିନ ମା' ମଙ୍ଗଳାଙ୍କ ଚନ୍ଦନ ବେଶ ହୋଇଥାଏ । ଏହିଦିନ ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ସ୍ନାନ ମାର୍ଜନା ସରିବା ପରେ ମା'ଙ୍କ ମୁଖାରବିନ୍ଦକୁ ଚନ୍ଦନରେ ସଜ୍ଜିତ କରାଯାଇଥାଏ ।
ଚୈତ୍ର ପର୍ବ [ସମ୍ପାଦନା]
ଝାମୁଯାତ୍ରା [ସମ୍ପାଦନା]
ବୈଶାଖ ମାସର ପ୍ରଥମ ମଙ୍ଗଳବାର କାକଟପୁରର ପ୍ରସିଦ୍ଧ ମା’ ମଙ୍ଗଳାଙ୍କର ମନ୍ଦିରରେ ପାଳିତ ହୋଇଥାଏ ଅନନ୍ୟ ଝାମୁଯାତ୍ରା । ରାଜ୍ୟର ଦେବାଦେବୀ ମନ୍ଦିରମାନଙ୍କରେ ପଣା ସଙ୍କ୍ରାନ୍ତି ତିଥିରେ ଝାମୁଯାତ୍ରା ପାଳିତ ହେଉଥିବା ବେଳେ ଏକମାତ୍ର ଶକ୍ତିପୀଠ ମା’ ମଙ୍ଗଳାଙ୍କ ମନ୍ଦିରରେ ଚୈତ୍ର ମାସର ପଞ୍ଚମ ଅଥବା ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ମା' ମଙ୍ଗଳାଙ୍କ ଝାମୁଯାତ୍ରା ପାଇଁ ସମଗ୍ର କାକଟପୁର ଲୋକାରଣ୍ୟ ହୋଇଥଏ । ଭୋର ୨ଟାରୁ ମା'ଙ୍କର ମଙ୍ଗଳ ଆଳତି ସ୍ନାନ ମାର୍ଜନା ପରେ ଚନ୍ଦନବେଶରେ ସଜ୍ଜିତକରି ପରେ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପନୀତି ଅନୁଷ୍ଠିତ ହେବାପରେ ସକାଳ ୫ଟା ବେଳକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ସାହାଣମେଲା କରାଯାଇଥାଏ । ଲକ୍ଷ ଲକ୍ଷ ଭକ୍ତ ମାନେ ମନ୍ଦିର ଭିତରକୁ ପ୍ରବେଶକରି ପୂଜାର୍ଚ୍ଚନା କରିଥାନ୍ତି ।
ଗ୍ରାମର ମାନସିକ କରିଥିବା ପାଟୁଆ ମାନେ ମା'ଙ୍କ ଠାରୁ ଆଜ୍ଞାମାଳ ପାଇ ଶୋଭାଯାତ୍ରା ରେ ପ୍ରାଚୀ ନଦୀର ଘଣ୍ଟତୋଳାତୁଠକୁ ଯାଇ ପାଣି ତୋଳି ମନ୍ଦିରକୁ ଆସିଥାନ୍ତି । ପାଟୁଆମାନେ ମା'ଙ୍କ ସ୍ତୁତି କରିବା ସହିତ ପୂଜାପଣ୍ଡାଙ୍କଠାରୁ ଆଜ୍ଞାମାଳ ପାଇବାପରେ ମନ୍ଦିର ସମ୍ମୁଖକୁ ଯାଇ ଝାମୁ(ରଡ଼ ନିଆଁ ଗର୍ତ୍ତରେ ଖାଲିପାଦରେ) ଚାଲିଥାନ୍ତି । ପାଟୁଆଙ୍କ ପରେ ଅଗ୍ନିପୁର୍ଣ୍ଣ ଗର୍ତ୍ତରେ ମାନସିକ ଭକ୍ତ ମାନେ ମଧ୍ୟ ଖାଲିପାଦରେ ଚାଲିଥାନ୍ତି । ପରେ ପାରମ୍ପରିକ ପ୍ରଥା ଅନୁସାରେ ପାଟୁଆ ନୃତ୍ୟ ଓ କାଲିକା ନୃତ୍ୟ ପରିବେଷଣ କରାଯାଇଥାଏ ।
ଆଧାର [ସମ୍ପାଦନା]
- ↑ Kakatpur Mangala
- ↑ Panda, Raghunath (2009). Maa Sarba Mangala.
- ↑ "Kakatpur Mangala - Odia Express". odisha.odiaexpress.in. http://odisha.odiaexpress.in/tourism/temple/kakatpur-mangala/. Retrieved 22 March 2013. "Goddess Mangala came in his dream and asked him to recover her"
ଶ୍ରୀ ରଘୁନନ୍ଦନ ପଣ୍ଡା - "ମା ସର୍ବ ମଙ୍ଗଳା"
|
|||||||||||
|
|||||||||||||||||