ମାଳତୀ ଚୌଧୁରୀ

ଉଇକିପିଡ଼ିଆ ରୁ
ମାଳତୀ ଚୌଧୁରୀ
ଜନ୍ମ ଓ ଜନ୍ମସ୍ଥାନ ମାଳତୀ ସେନ
୧୬ ଜୁଲାଇ ୧୯୦୪(1904-07-16)
ବିହାର, ଭାରତ
ତିରୋଧାନ ୧୫ ମାର୍ଚ, ୧୯୯୮ (୯୩ ବର୍ଷ)
ରହିଥିବା ଜାଗା ଓଡ଼ିଶା
ଜାତୀୟତା ଭାରତୀୟ
ପ୍ରସିଦ୍ଧି ସ୍ଵାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ
ଧର୍ମ ହିନ୍ଦୁ
ଜୀବନସାଥି ନବକୃଷ୍ଣ ଚୌଧୁରୀ
ବାପା ମା କୁମୁଦ ନାଥ ସେନ
ସ୍ନେହଲତା ସେନ
ପୁରସ୍କାର ଯମୁନାଲାଲ ବଜାଜ ପୁରସ୍କାର,
ଉତ୍କଳ ସେବା ସମ୍ମାନ


ମାଳତୀ ଚୌଧୁରୀ ୧୯୦୪ରେ ଏକ ବ୍ରାହ୍ମ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କ ଠାରୁ ଜନ୍ମ ନେଇଥିଲେ । ୨.୫ ବର୍ଷ ବୟସରେ ବାପାଙ୍କୁ ହରାଇ ସେ ମାଆଙ୍କ ଦେଇ ପରିପାଳିତ ହୋଇଥିଲେ । ବିଶ୍ଵକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ [୧]ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ପରିଚିତ ଥିଲେ ।

ସାମାଜିକ କାମ ଓ ରାଜନୀତି[ସମ୍ପାଦନା]

ବିଭା ହେବାପରେ ସେ ଓଡ଼ିଶାରେ ବସବାସ କରୁଥିଲେ ଓ ଓଡ଼ିଶା ତାହାଙ୍କର କର୍ମଭୂମି ପାଲଟିଥିଲା । ଚୌଧୁରୀ ଦମ୍ପତି ଏକ ଛୋଟ ଗାଁ ଅନଖିଆରେ ବସବାସ କରୁଥିଲେ, ଯାହା ଏବେକାର ଜଗତସିଂହପୁର ଠାରେ ଅବସ୍ଥିତ । ସେଠାରେ ନବକୃଷ୍ଣ ଚାଷବାସ ଆରମ୍ଭ କରିଥିଲେ ଓ ଆଖୁର ଫସଲ ଉତ୍ପାଦନ ବଢ଼ାଇବା ଉପରେ କାମ କରୁଥିଲେ । ଚାଷ ଛଡ଼ା ଆଖପାଖ ଗାଁ ମାନଙ୍କ ସହ ସହଯୋଗ ବଢ଼ାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ସେ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । [୨]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ଯମୁନାଲାଲ ବଜାଜ ପୁରସ୍କାର (୧୯୮୮)[୩]

ଆଧାର[ସମ୍ପାଦନା]

  1. "Malati Choudhury". odiya.org. 2009. http://www.odiya.org/personality/perslink/malati.html. Retrieved 1 January 2013. "Because of Malati Devi's storm like activities Gandhiji had nick named her ' Toophani '" 
  2. "Freedom fighter who made State her home". dailypioneer.com. 2012. http://www.dailypioneer.com/state-editions/bhubaneswar/51187-freedom-fighter-who-made-state-her-home.html. Retrieved 1 January 2013. "She established the Bajiraut Chhatravas for the poor tribals, Utkal Navajeevan Mandal and the Postbasic School at Champatimunda near Angul" 
  3. "Jamnalal Bajaj Foundation | Awards | Archieve". jamnalalbajajfoundation.org. http://www.jamnalalbajajfoundation.org/awards/archives/1988#4!43. Retrieved 1 January 2013. "Smt. Malati Devi Choudhuri"