ମାଲକାନଗିରି ଜିଲ୍ଲା
| ମାଲକାନଗିରି | |
|---|---|
| — ଜିଲ୍ଲା — | |
| ଓଡ଼ିଶାରେ ଅବସ୍ଥାନ | |
| ଦିଗବାରେଣି: 18°15′N 82°08′E / 18.25°N 82.13°Eଦିଗବାରେଣି: 18°15′N 82°08′E / 18.25°N 82.13°E | |
| ଦେଶ | ଭାରତ |
| ରାଜ୍ୟ | ଓଡ଼ିଶା |
| ଲୋକସଭା | ନବରଙ୍ଗପୁର |
| ଭାଷା | ଓଡ଼ିଆ, ଇଂରାଜୀ |
| ବିଧାନସଭା | ୨ଟି ଆସନ
|
| କ୍ଷେତ୍ରଫଳ | |
| - ଜିଲ୍ଲା | ୫,୭୯୧ କି.ମି.୨ (୨,୨୩୫.୯ ବ. ମି.) |
| ଲୋକସଂଖ୍ୟା (୨୦୧୧) | |
| - ଜିଲ୍ଲା | |
| • ଅନୁପାତ | ୧୦୧୬ ♂/♀ (ପୁରୁଷ/ନାରୀ) |
| • ଅନୁପାତ | ୯୭୯ ♂/♀ (ପୁଅ/ଝିଅ) |
| - ମୋଟ ସାକ୍ଷରତା ହାର | ୪୯.୪୯% |
| • ପୁରୁଷ | ୬୦.୨୯% |
| • ନାରୀ | ୩୮.୯୫% |
| - ଘନତା | ୧୦୬/କି.ମି.୨ (୨୭୪.୫/ମାଇଲ୨) |
| - ନଗର | |
| - ଗାଆଁ | |
| - ୬ ବର୍ଷରୁ କମ ଶିଶୁ | |
| ସମୟ ମଣ୍ଡଳ | IST (+୫.୩୦) |
| ଡାକ କୋଡ଼ (ପିନ୍) | ୭୬୪ xxx |
| ତାର (ଏସ୍.ଟି.ଡ଼ି) | ୦୬୮୬୧ |
| ଗାଡ଼ି କୋଡ଼ | OD-10 |
| ଜିଲ୍ଲାପାଳ | |
| ୱେବସାଇଟ | ମୁଖ୍ୟ ୱେବସାଇଟ |
ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।
ବିଷୟସୂଚୀ |
ଇତିହାସ [ସମ୍ପାଦନା]
୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା
ଭୂଗୋଳ [ସମ୍ପାଦନା]
ଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି
ଅବସ୍ଥିତି [ସମ୍ପାଦନା]
- ପୂର୍ବରେ : କୋରାପୁଟ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ
- ପଶ୍ଚିମରେ: ଛତିଶଗଡ଼ ରାଜ୍ୟ
- ଉତ୍ତରରେ : କୋରାପୁଟ ଜିଲ୍ଲା
- ଦକ୍ଷିଣରେ: ଆନ୍ଧ୍ର ପ୍ରଦେଶ ରାଜ୍ୟ ଅଛି
ଜନସଂଖ୍ୟା [ସମ୍ପାଦନା]
୨୦୧୧ ଜନଗଣନା [୧]ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |
- ପୁରୁଷ: ୩,୦୩,୯୧୩
- ମହିଳା: ୩,୦୮,୮୧୪
- ଛ ବର୍ଷରୁ କମ: ୧,୦୫,୬୩୬
- ସାକ୍ଷରତା ହାର ୪୯.୪୯%
- ପୁରୁଷ: ୬୦.୨୯%
- ମହିଳା: ୩୮.୯୫%
ବଣ୍ଡା ଅଧିବାସୀ [ସମ୍ପାଦନା]
ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ସେହିଦିନ ଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି
ପ୍ରଶାସନିକ ବିଭାଗ [ସମ୍ପାଦନା]
- ତହସିଲ: ୩ (ମାଲକାନଗିରି, ଚିତ୍ରକୋଣ୍ଡା ଓ ମୋଟୁ)
- ବ୍ଳକ: ୭ (କାଲିମେଳା, ଖଇରପୁଟ, କୋରୁକୋଣ୍ଡା, କୁଦୁମୁଲୁଗୁମା, ମାଲକାନଗିରି, ମାଥିଲି ଓ ପୋଡ଼ିଆ)
- ଗ୍ରାମପଞ୍ଚାୟତ:୧୦୮
- ଗ୍ରାମ:୯୨୮
ରାଜନୀତି [ସମ୍ପାଦନା]
ଲୋକସଭା ନିର୍ବାଚନ ମଣ୍ଡଳୀ [ସମ୍ପାଦନା]
ବିଧାନସଭା ନିର୍ବାଚନ ମଣ୍ଡଳୀ [ସମ୍ପାଦନା]
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:
- ମାଲକାନଗିରି (୧୪୬)
- ଚିତ୍ରକୋଣ୍ଡା (୧୪୭)
ଶିକ୍ଷା [ସମ୍ପାଦନା]
ପର୍ଯ୍ୟଟନ ସ୍ଥଳ [ସମ୍ପାଦନା]
- ବାଲିମେଳା
- ବଣ୍ଡାପର୍ବତ
- ଭୈରବୀ ମନ୍ଦିର
- ମୋଟୁ
- ସାତିଗୁଡ଼ା ନଦୀବନ୍ଧ
- ଅମ୍ମାକୁଣ୍ଡ
ଆଧାର [ସମ୍ପାଦନା]
ଅଧିକ ତଥ୍ୟ [ସମ୍ପାଦନା]
![]() |
ଦାନ୍ତେୱାଡ଼ା ଜିଲ୍ଲା, ଛତିଶଗଡ଼ | କୋରାପୁଟ ଜିଲ୍ଲା | ![]() |
|
| ଖମାମ ଜିଲ୍ଲା, ଆନ୍ଧ୍ର ପ୍ରଦେଶ | ପୂର୍ବ ଗୋଦାବରୀ ଜିଲ୍ଲା, ଆନ୍ଧ୍ର ପ୍ରଦେଶ | ବିଶାଖାପଟନମ ଜିଲ୍ଲା, ଆନ୍ଧ୍ର ପ୍ରଦେଶ |
|
||||||||||||||||||||||||||
