ମାଲକାନଗିରି ଜିଲ୍ଲା

ଉଇକିପିଡ଼ିଆ ରୁ
(ମାଲକାନଗିରି ଜିଲା ରୁ ଲେଉଟି ଆସିଛି)
ଏହି ଲେଖାଟି 'ମାଲକାନଗିରି ଜିଲ୍ଲା' ବାବଦରେ । 'ମାଲକାନଗିରି ସହର' ପାଇଁ, ମାଲକାନଗିରି ପ୍ରସଙ୍ଗଟି ଦେଖନ୍ତୁ ।
ମାଲକାନଗିରି
ଜିଲ୍ଲା
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
Coordinates: 18°15′N 82°08′E / 18.25°N 82.13°E / 18.25; 82.13ଦିଗବାରେଣି: 18°15′N 82°08′E / 18.25°N 82.13°E / 18.25; 82.13
ଦେଶ ଭାରତ
ରାଜ୍ୟ ଓଡ଼ିଶା
ଲୋକସଭା ନବରଙ୍ଗପୁର
ଭାଷା ଓଡ଼ିଆ, ଇଂରାଜୀ
ବିଧାନସଭା ୨ଟି ଆସନ
କ୍ଷେତ୍ରଫଳ
 • ଜିଲ୍ଲା
ଜନସଂଖ୍ୟା (୨୦୧୧)
 • ଘନତା ୧୦୬
ସମୟ ମଣ୍ଡଳ IST (+୫.୩୦)
ଡାକ କୋଡ଼ (ପିନ୍) ୭୬୪ xxx
ତାର (ଏସ୍.ଟି.ଡ଼ି) ୦୬୮୬୧
ଗାଡି ପଞ୍ଜୀକରଣ OD-10
ୱେବସାଇଟ ମୁଖ୍ୟ ୱେବସାଇଟ

ମାଲକାନଗିରି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ପ୍ରଶାସନିକ ଜିଲ୍ଲା । ମାଲକାନଗିରି ସହର ଏହି ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର ।

ଇତିହାସ[ସମ୍ପାଦନା]

୧୯୯୨ମସିହା ଅକ୍ଟୋବର ୨ତାରିଖ ଦିନ ମାଲକାନଗିରି କୋରାପୁଟ ଜିଲ୍ଲାରୁ ଅଲଗା ହୋଇ ଏକ ନୂଆ ଜିଲ୍ଲାର ପରିଚୟ ପାଇଥିଲା୤

ଭୂଗୋଳ[ସମ୍ପାଦନା]

ଓଡ଼ିଶାର ଦକ୍ଷିଣଭାଗରେ ଅବସ୍ଥିତ ମାଲକାନଗିରି ଜିଲ୍ଲାର ଆୟତନ ୫,୭୯୧ ବର୍ଗ କିମି୤

ଅବସ୍ଥିତି[ସମ୍ପାଦନା]


ଜନସଂଖ୍ୟା[ସମ୍ପାଦନା]

୨୦୧୧ ଜନଗଣନା [୧]ଅନୁସାରେ, ମାଲକାନଗିରି ଜିଲ୍ଲାର ଲୋକସଂଖ୍ୟା ୬,୧୨,୭୨୭ |

  • ପୁରୁଷ: ୩,୦୩,୯୧୩
  • ମହିଳା: ୩,୦୮,୮୧୪
    • ଛ ବର୍ଷରୁ କମ: ୧,୦୫,୬୩୬
  • ସାକ୍ଷରତା ହାର ୪୯.୪୯%
    • ପୁରୁଷ: ୬୦.୨୯%
    • ମହିଳା: ୩୮.୯୫%

ବଣ୍ଡା ଅଧିବାସୀ[ସମ୍ପାଦନା]

ଖଇରପୁଟ ବ୍ଳକ ଅନ୍ତର୍ଗତ ୨ଟି ପଞ୍ଚାୟତର ୩୨ଟି ଗାଁରେ ପ୍ରାୟ ୫ହଜାର ବଣ୍ଡା ଜନଜାତିର ଲୋକ ବାସ କରୁଛନ୍ତି ୤ ବଣ୍ଡା ସମ୍ପ୍ରଦାୟ ପୃଥିବୀର ଆଦିମ ଅଧିବାସୀମାନଙ୍କ ମଧ୍ୟରୁ ଅନ୍ୟତମ ୤ କିମ୍ବଦନ୍ତୀ ଅନୁଯାୟୀ ତ୍ରେତୟା ଯୁଗରେ ଦେବୀ ସୀତା ଘାଟି ମୁଦୁଲିପଡ଼ାରେ ଥିବା ଏକ ଝରଣାରେ ସ୍ନାନ କଲାବେଳେ ବଣ୍ଡା ରମଣୀମାନେ ଦେଖି ହସି ଦେଇଥିଲେ ୤ ସୀତା ଏଥିରେ ଅପମାନିତ ଓ କ୍ରୋଧିତ ହୋଇ ଅଭିଶାପ ଦେଇଥିଲେ ଯେ, ତୁମେମାନେ ଜୀବନସାରା ଉଲଗ୍ନ ହୋଇ ରହିବ ଓ ତୁମ ମୁଣ୍ଡରେ କେଶ ରହିବ ନାହିଁ ୤ ଯୁଗ ଯୁଗ ଧରି ତୁମକୁ ଦେଖି ଲୋକ୍ ହସିବେ ୤ ସେହିଦିନ ଠାରୁ ବଣ୍ଡା ରମଣୀ ଲଣ୍ଡିତ ମସ୍ତକ ହୋଇ ଗଛର ଖଣ୍ଡିଏ ବକଳ, ବେକରେ ମାଳି ସହ ବିଭିନ୍ନ ଜଙ୍ଗଲ ଜାତୀୟ ସାମଗ୍ରୀରେ ସଜ୍ଜିତ ହୋଇଥାନ୍ତି

ପ୍ରଶାସନିକ ବିଭାଗ[ସମ୍ପାଦନା]

  • ତହସିଲ: ୩ (ମାଲକାନଗିରି, ଚିତ୍ରକୋଣ୍ଡା ଓ ମୋଟୁ)
  • ବ୍ଳକ: ୭ (କାଲିମେଳା, ଖଇରପୁଟ, କୋରୁକୋଣ୍ଡା, କୁଦୁମୁଲୁଗୁମା, ମାଲକାନଗିରି, ମାଥିଲି ଓ ପୋଡ଼ିଆ)
  • ଗ୍ରାମପଞ୍ଚାୟତ:୧୦୮
  • ଗ୍ରାମ:୯୨୮

ରାଜନୀତି[ସମ୍ପାଦନା]

ଲୋକସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ବିଧାନସଭା ନିର୍ବାଚନ ମଣ୍ଡଳୀ[ସମ୍ପାଦନା]

ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି:

  • ମାଲକାନଗିରି (୧୪୬)
  • ଚିତ୍ରକୋଣ୍ଡା (୧୪୭)

ଶିକ୍ଷା[ସମ୍ପାଦନା]

ପର୍ଯ୍ୟଟନ ସ୍ଥଳ[ସମ୍ପାଦନା]

  • ବାଲିମେଳା
  • ବଣ୍ଡାପର୍ବତ
  • ଭୈରବୀ ମନ୍ଦିର
  • ମୋଟୁ
  • ସାତିଗୁଡ଼ା ନଦୀବନ୍ଧ
  • ଅମ୍ମାକୁଣ୍ଡ

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]