ମାଇକ୍ରୋମିଟର (ଉପକରଣ)

ଉଇକିପିଡ଼ିଆ‌ରୁ
ଆଧୁନିକ ମାଇକ୍ରୋମିଟର (୧.୬୪ ମିଲିମିଟର)

କୌଣସି ବସ୍ତୁର ଲମ୍ବ ବା ଓସାର ମାପ ପାଇଁ ଆମେ ବ୍ୟବହାର କରୁ ମିଟର ଫିତା ବା ସ୍କେଲ । ଏହି ମିଟର ଫିତା ସ୍କେଲରେ ଆମେ ଏକ ମିଲିମିଟର ବା ତା’ଠାରୁ ଅଧିକ ଲମ୍ବକୁ ମାପ କରିପାରିବା । ମାତ୍ର ବସ୍ତୁର ଲମ୍ବ ଏହାଠାରୁ କମ୍ ହୋଇଥିଲେ ଆମେ ତାକୁ ମିଟର ଫିତା ବା ସ୍କେଲ ଯୋଗେ ମାପ କରି ପାରିବା ନାହିଁ । ଏକ ମିଲିମିଟରଠାରୁ କମ୍ ଲମ୍ବକୁ ମାପ କରିବା ପାଇଁ ଆଉ କେତେ ଗୋଟି ଉପକରଣ ବ୍ୟବହାର କରାଯାଇଥାଏ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ମାଇକ୍ରୋମିଟର (English: micrometer; /mˈkrɒm[invalid input: 'ɨ']tər/) । ଏହାକୁ ମାଇକ୍ରୋମିଟର ସ୍କୃ-ଗଜ୍ ମଧ୍ୟ କୁହାଯାଇଥାଏ ।

ଇତିହାସ ଓ ନାମକରଣ[ସମ୍ପାଦନା]

ରବର୍ଟ ହୁକ୍‌ଙ୍କଦ୍ୱାରା ଅଙ୍କା ଯାଇଥିବା Gascoigneଙ୍କ ମାଇକ୍ରୋମିଟର

ମାଇକ୍ରୋମିଟର ଶବ୍ଦଟି ଦୁଇଗୋଟି ଗ୍ରୀକ୍ ଶବ୍ଦରୁ ଆସିଛି । ତାହା ହେଲା ମାଇକ୍ରୋ ଓ ମେଟ୍ରୋନ । "ମାଇକ୍ରୋ' ଶବ୍ଦର ଅର୍ଥ ହେଲା ଛୋଟ ଓ "ମେଟ୍ରୋନ' ଶବ୍ଦଟିର ଅର୍ଥ ମାପ । ତେଣୁ ଛୋଟ ଦୈର୍ଘ୍ୟର ମାପକୁ ମାଇକ୍ରୋମିଟର କୁହାଯାଏ । ୧୭ଶ ଶତାବ୍ଦୀରେ ପ୍ରଥମେ ୱିଲିଆମ୍ ଗାସ୍କୋଇନ୍ ଗୋଟିଏ ଉପକରଣ ବାହାର କରିଥିଲେ । ଏହା କମ୍ ଲମ୍ବକୁ ମାପ କରି ପାରୁଥିଲା । ଏହାକୁ ଟେଲିସ୍କୋପରେ ବ୍ୟବହାର କରାଯାଉଥିଲା । ଏହା ପରେ ୧୮୪୮ ମସିହାରେ ପ୍ୟାରିସ୍‌ର ଜିନ୍ ଲରେ ପାଲ୍ମର ଗୋଟିଏ ଉପକରଣ ବାହାର କରିଥିଲେ । ଏହାକୁ ସମସ୍ତେ ପାଲ୍ମର ସ୍କ୍ରିଉ ବୋଲି କହୁଥିଲେ । ତେବେ ୧୮୮୮ ମସିହାରେ ଏଡ଼ୱାର୍ଡ଼ ୱିଲିଆମ ମୋର୍ଲେ ଗୋଟିଏ ଉନ୍ନତ ମାନର ମାଇକ୍ରୋମିଟର ବାହାର କରିଥିଲେ । ଏହା ସାହାଯ୍ୟରେ ଅତି କମ୍‌ରେ ୦.୦୧ ମିଲିମିଟର ଲମ୍ବ ମାପ କରାଯାଇପାରୁଥିଲା ।

କାର୍ଯ୍ୟ ଶୈଳୀ[ସମ୍ପାଦନା]

ମାଇକ୍ରୋମିଟର ଏକ ୪.୧୪mm ଲମ୍ବର ଏକ କଳା ବସ୍ତୁକୁ ମାପିବା ପାଇଁ ବ୍ୟବହାର କରାଯାଉଥିବାର ଚିତ୍ର ।

ମାଇକ୍ରୋମିଟର ଯନ୍ତ୍ରଟି ଠିକ୍ ଗୋଟିଏ ଦାଆ ଆକୃତିର ହୋଇଥାଏ । ଯେଉଁ ଛୋଟ ବସ୍ତୁଟିକୁ ମାପ କରାଯିବାର ଥାଏ ତାହାକୁ ମାଇକ୍ରୋମିଟରର ଦୁଇଟି ଦାନ୍ତି ମଧ୍ୟରେ ରଖାଯାଏ । ତାହାର ବେର ଅଗ୍ରରେ ଲାଗିଥିବା ଟୋପିଟିକୁ ଘୂରାଇଲେ ମାଇକ୍ରୋମିଟରର ଦାନ୍ତଟି ବସ୍ତୁକୁ ଜୋରରେ ଜାବୁଡ଼ି ଧରେ । ମାଇକ୍ରୋମିଟରରେ ଦୁଇଗୋଟି ମାପକ ରହିଥାଏ । ଗୋଟିଏ ହେଲା ପ୍ରଧାନ ସ୍କେଲ ଓ ଅନ୍ୟଟି ହେଲା ବୃତ୍ତାକାର ସ୍କେଲ । ପ୍ରଧାନ ସ୍କେଲରେ ଅତି କମ୍‌ରେ ଏକ ମିଲିମିଟର ବା ୦.୫ ମିଲିଟର ମାପ କରାଯାଇପାରେ । ବୃତ୍ତାାକାର ସ୍କେଲରେ ୧୦୦ଟି ବା ୫୦ଟି ଭାଗ ରହିଥାଏ । ମାଇକ୍ରୋମିଟରର ବେରେ ଲାଗିଥିବା ଟୋପିଟିକୁ ଘୂରାଇଲେ ତଳେ ଥିବା ଦାନ୍ତିଟି ଉପରକୁ ଗତିକରେ । ତାହା ସହିତ ବୃତ୍ତାାକାର ସ୍କେଲଟି ମଧ୍ୟ ଘୂରିଥାଏ । ବୃତ୍ତାାକାର୍ ସ୍କେଲଟି ଗୋଟିଏ ଘେରା ବୁଲିଲା ବେଳକୁ ତାହା ପ୍ରଧାନ ସ୍କେଲରେ ପ୍ରାୟ ୧ ମିଲିମିଟର ବା ୦.୫ ମିଲିମିଟର ଉପରକୁ ଉଠିଯାଏ । ଏହା ମାଇକ୍ରୋମିଟର ଭିତରେ ଥିବା ଦାଢ଼ ଉପରେ ନିର୍ଭର କରିଥାଏ । ବସ୍ତୁର ଲମ୍ବ ବା ମୋଟେଇ ମାପ ପାଇଁ ଉଭୟ ପ୍ରଧାନ ସ୍କେଲ ଓ ବୃତ୍ତାକାର ସ୍କେଲ୍‌ର ମାପକୁ ହିସାବକରି ବାହାର କରାଯାଏ । ସାଧାରଣ ମାଇକ୍ରୋମିଟରଟିରେ ୦.୦୧ ମିଲିମିଟର ମାପ କରାଯାଇପାରେ । ମାତ୍ର ଉନ୍ନତ ମାଇକ୍ରୋମିଟର ଯୋଗେ ଅତି କମ୍‌ରେ ୧ ମାଇକ୍ରୋମିଟର ବା ୦.୦୦୧ ମିଲିମିଟର ପର୍ଯ୍ୟନ୍ତ ମାପ କରାଯାଇପାରେ ।

ବ୍ୟବହାର[ସମ୍ପାଦନା]

ମାଇକ୍ରୋମିଟରକୁ ଜ୍ୟୋତିର୍ବିଜ୍ଞାନ, ପାଣିପାଗ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତି ସୂକ୍ଷ୍ମ ମାପ ପାଇଁ ବ୍ୟବହାର କରାଯାଇଥାଏ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]