ମହୁଲ

ଉଇକିପିଡ଼ିଆ‌ରୁ

ମହୁଲ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Ericales
କୁଳ: Sapotaceae
ପ୍ରଜାତି: Madhuca
ଜାତି: M. longifolia
ବାଇନୋମିଆଲ ନାମ
Madhuca longifolia
ଓଡ଼ିଶା ଜଙ୍ଗଲର ମହୁଲ ଫୁଲ

ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l [୧] ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[୨] ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜିଗୁଡ଼ିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l

ଅନ୍ୟନାମ[ସମ୍ପାଦନା]

  • ଉଦ୍ଭିଦ ବିଜ୍ଞାନରେ ଅନ୍ୟ ନାମ: Bassia longifolia L., B. latifolia Roxb., Madhuca indica J. F. Gmel., M. latifolia (Roxb.) J.F.Macbr., Illipe latifolia (Roxb.) F.Muell., Illipe malabrorum (Engl.)
  • କିସମ :
    • M. longifolia var. latifolia (Roxb.) A.Chev. (=B. latifolia (Roxb))
    • M. longifolia var. longifolia
  • ଅନ୍ୟାନ୍ୟ ବିଦେଶୀ ଭାଷାରେ ନାମ :
    • ଇଁରାଜୀ: honey tree, butter tree
    • ଫ୍ରେଞ୍ଚ: illipe, arbre à beurre, bassie, madhuca
    • ଭାରତ: ମୋହା, ମୋହୁଆ, ମଧୁକା, ଇଲୁପ୍ପାଇ, କୁଲିଙ୍ଗମ, ମଡୁରଗମ, ମାଭାଗାମ, ନଟ୍ଟିଲୁପାଇ, ଟିଟିନାମ, ମହୱା, ମହୁଆ, ମୋଆ, ମୋଆରା
    • ଶ୍ରୀଲଙ୍କା: mi, illuppai, kulilgam, maduragam, mavagam, nattiluppai, tittinam

ବ୍ୟବହାର[ସମ୍ପାଦନା]

ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l [୩] କେତେକ ଅଞ୍ଚଳରେ ମହୁଲକୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l

ଆହୁରି ଦେଖନ୍ତୁ[ସମ୍ପାଦନା]

ଔଷଧୀୟ ଗଛଲତାମାନଙ୍କର ତାଲିକା

ଆଧାର[ସମ୍ପାଦନା]

  1. Pankaj Oudhia, Robert E. Paull. Butter tree Madhuca latifolia Roxb. Sapotaceae p827-828. Encyclopedia of Fruit and Nuts - 2008, J. Janick and R. E. Paull -editors, CABI, Wallingford, United Kingdom
  2. ୨.୦ ୨.୧ "Product profile, Mahuwa, Trifed, Ministry of Tribal Affairs, Government of India". Trifed.nic.in. Archived from the original on 2009-06-19. Retrieved 2013-11-21.
  3. Mark Duell (2012-11-07). "Trunk and disorderly! Herd of 50 drunken elephants ransack village after gulping down 500 LITRES of alcohol in shop". London: Dailymail.co.uk. Retrieved 2013-11-21.