ମହୁଲ
| ମହୁଲ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Asterids |
| ଗଣ: | Ericales |
| କୁଳ: | Sapotaceae |
| ପ୍ରଜାତି: | Madhuca |
| ଜାତି: | M. longifolia |
| ବାଇନୋମିଆଲ ନାଆଁ | |
| Madhuca longifolia (J.Konig) J.F.Macbr. |
|
ମହୁଲର ଅନ୍ୟ ଏକ ନାଁ ହେଉଛି ମହୁଆ । ଉଦ୍ଭିଦ ବିଜ୍ଞାନରେ ମହୁଲକୁ ମଧୁକାଲୋଙ୍ଗିଫୋଲିଆ କୁହାଯାଇଥାଏ l ଓଡ଼ିଶା, ଝାରଖଣ୍ଡ, ଉତ୍ତର ପ୍ରଦେଶ, ବିହାର, କେରଳ ଓ ଗୁଜରାଟ ରାଜ୍ୟର ଜଙ୍ଗଲରେ ମହୁଲଗଛ ଦେଖିବାକୁ ମିଳିଥାଏ ।[୧] ମହୁଲ ଗଛ ତିନିବର୍ଷର ହେଲେ ଫୁଲ ଫୁଟି ଥାଏ ଓ ଦଶବର୍ଷ ହେଲେ ଡାଳରେ ଫଳ ଦେଖା ଯାଏ l ମହୁଲ ଗଛଟିଏ ପ୍ରାୟ ୧୦୦ ରୁ ୧୫୦ ବର୍ଷ ବଞ୍ଚିଥାଏ l ଗୋଟିଏ ବଡଗଛରୁ ୭୦ରୁ୭୫ କି.ଗ୍ରା ଯାଏ ଫଳ ମିଳିଥାଏ l ଫୁଲ ଫୁଟିବା ପୂର୍ବରୁ ପ୍ରତିବର୍ଷ ଫେବ୍ରୁଆରୀ ଠାରୁ ଅପ୍ରେଲ ମଧ୍ୟରେ ପୁରୁଣା ପତ୍ର ସବୁ ଝଡ଼ିଥାଏ ଓ ଅପ୍ରେଲ-ମଇ ମାସରେ ନୂଆ ପତ୍ର ଦେଖା ଯାଇଥାଏ l ମହୁଲ ଫୁଲର ଲମ୍ବ ଦେଢ ସେଣ୍ଟିମିଟର ପର୍ଯ୍ୟନ୍ତ ହେଇଥାଏ l ଜୁନ ରୁ ଅଗଷ୍ଟ ମଧ୍ୟରେ ଏହାର ଫଳ ପାଚେ l ମଞ୍ଜି ଗୁଡିକ ୨-୩ ସେଣ୍ଟିମିଟର ଲମ୍ବା ଓ ମଞ୍ଜି ଗୁଡ଼ିକ ଦେଖିବାକୁ ଚେପଟା ଓ ଅଣ୍ଡାକାର l
ବିଷୟସୂଚୀ |
ଅନ୍ୟନାମ [ସମ୍ପାଦନା]
- ଉଦ୍ଭିଦ ବିଜ୍ଞାନରେ ଅନ୍ୟ ନାମ: Bassia longifolia L., B. latifolia Roxb., Madhuca indica J. F. Gmel., M. latifolia (Roxb.) J.F.Macbr., Illipe latifolia (Roxb.) F.Muell., Illipe malabrorum (Engl.)
- କିସମ :
- M. longifolia var. latifolia (Roxb.) A.Chev. (=B. latifolia (Roxb))
- M. longifolia var. longifolia
- ଅନ୍ୟାନ୍ୟ ବିଦେଶୀ ଭାଷାରେ ନାମ :
- ଇଁରାଜୀ: honey tree, butter tree
- ଫ୍ରେଞ୍ଚ: illipe, arbre à beurre, bassie, madhuca
- ଭାରତ: ମୋହା, ମୋହୁଆ, ମଧୁକା, ଇଲୁପ୍ପାଇ, କୁଲିଙ୍ଗମ, ମଡୁରଗମ, ମାଭାଗାମ, ନଟ୍ଟିଲୁପାଇ, ଟିଟିନାମ, ମହୱା, ମହୁଆ, ମୋଆ, ମୋଆରା
- ଶ୍ରୀଲଙ୍କା: mi, illuppai, kulilgam, maduragam, mavagam, nattiluppai, tittinam
- ଅନ୍ୟ ଭାରତୀୟ ଭାଷାରେ ନାମ ମହୁଆ and ମୋହୱା ହିନ୍ଦୀଭାଷାଭାଷୀ ଅଞ୍ଚଳରେ, ମହୱା, ମହୁଲ ଓ ମଉଲ ବଙ୍ଗାଳୀଭାଷାରେ, ମହୱା ଓ ମୋହୱରୋ ମହାରାଷ୍ଟ୍ରରେ, ମହୁଦା ଗୁଜରାଟରେ, ଇପ୍ପା (ఇప్ప) ଆନ୍ଧ୍ର ପ୍ରଦେଶରେ, ଇପ୍ପେ ବା ହିପ୍ପେ କର୍ଣ୍ଣାଟକରେ (କନ୍ନଡ଼), ଇଲ୍ଲୁପେଇ ବା இலுப்பை ତାମିଲରେ, ପୂନମ ଓ ଇଲୁପା କେରଳରେ (ମାଲାୟାଲାମ) ଓ ମହୁଲ, ମୋହା ତଥା ମୋଡଗୀ ଓଡ଼ିଶାରେ (ଓଡ଼ିଆ).[୧]
ବ୍ୟବହାର [ସମ୍ପାଦନା]
ମହୁଲରୁ ବିଭିନ୍ନ ଉପାୟରେ ମହୁଲି ପ୍ରସ୍ତୁତି କରାଯାଏ l କେତେକ ଅଞ୍ଚଳରେ ମହୁଲ କୁ ରାନ୍ଧିଖିଆ ଯାଏ l ମହୁଲ ଫଳର ମଞ୍ଜିରୁ ତେଲ ବାହାର କରାଯାଇ ବ୍ୟବହାର କରାଯାଇଥାଏ l
ଆହୁରି ଦେଖନ୍ତୁ [ସମ୍ପାଦନା]
ଆଧାର [ସମ୍ପାଦନା]
- ↑ ୧.୦ ୧.୧ http://trifed.nic.in/productdetails.asp?productid=95&id=prod, Product profile, Mahuwa, Trifed, Ministry of Tribal Affairs, Government of India