ମହାବଳିପୁରମ
| ମହାବଳିପୁରମ | |
|---|---|
| — ସହର — | |
| View of Shore Temple, Mahabalipuram / Mamallapuram | |
|
|
|
| ଦିଗବାରେଣି: 12°38′N 80°10′E / 12.63°N 80.17°Eଦିଗବାରେଣି: 12°38′N 80°10′E / 12.63°N 80.17°E | |
| ଦେଶ | ଭାରତ |
| State | ତାମିଲନାଡୁ |
| District | କାଞ୍ଚିପୁରମ |
| ଉଚ୍ଚତା | ୧୨ ମି. (୩୯ ଫୁଟ) |
| ଲୋକସଂଖ୍ୟା (2001) | |
| - ମୋଟ | ୧୨,୦୪୯ |
| Languages | |
| - Official | ତାମିଲ |
| ସମୟ ମଣ୍ଡଳ | IST (ଇଉ.ଟି.ସି.+5:30) |
| PIN | 603104 |
| Telephone code | 91-44 |
ତାମିଲନାଡୁର କାଞ୍ଚିପୁରମ ଜିଲ୍ଲାରେ ରହିଛି ଐତିହାସିକ ସହର ମହାବଳିପୁରମ।ମାଡ୍ରାସ ଠାରୁ ୬୦ କି.ମି ଦକ୍ଷିଣରେ ଏହି ସହର ଥିଲା ୭ମ ଶତାବ୍ଦୀର ପଲ୍ଲବ ସମ୍ରାଜ୍ୟର ବନ୍ଦର ନଗରୀ।୨୦୦୧ ଜଣଗଣନା ଅନୁସାରେ ସହର ଲୋକସଂଖ୍ୟା ମାତ୍ର ୧୨ହଜାର ୦୪୯। ୭ମ ରୁ ୯ମ ଶତାବ୍ଦୀ ମଧ୍ୟରେ ଏଠାରେ ନିର୍ମାଣ କରାଯାଇଥିଲା ଅନେକ ଐତିହାସିକ କୀର୍ତ୍ତି,ଯାହାକି ଆଜି ବି ଏହି ସହରକୁ ବିଶ୍ଵ ଦରବାରରେ ପରିଚିତ କରାଇପାରିଛି।ଏଭଳି ଏକ ଐତିହାସିକ ସ୍ଥାନକୁ ୟୁନେସ୍କୋ ପକ୍ଷରୁ ବିଶ୍ଵ ଐତିହ୍ୟ ତାଲିକରେ ସାମିଲ କରାଯାଇଛି।ମିଳିଥିବା ଚାଇନା ଓ ରୋମାନ୍ ମୂଦ୍ରାରୁ ଅତୀତରେ ଏହି ସହର ସମ୍ପର୍କରେ ଅନେକ ସୂଚନା ମିଳିପାରିଛି।ତା ଛଡା ଅନେକ ପଲ୍ଲବ ମୂଦ୍ରା ମଧ୍ୟ ଏଠାରୁ ମିଳିଛି।ସେଥିରୁ ପଲ୍ଲବ ବଂଶର ଶାସନ ସମୟରେ ଏହି ସହର ବିଶ୍ଵ ବାଣିଜ୍ୟ ବ୍ୟବସାୟରେ ଏକ ପ୍ରମୂଖ କେନ୍ଦ୍ର ଥିବା ଜଣାଯାଏ।[୧]
୩ୟ ଶତାବ୍ଦୀରୁ ୯ମ ଶତାବ୍ଦୀ ମଧ୍ୟରେ ପଲ୍ଲବ ବଂଶ ଏଠାରେ ଶାସନ କରିଥିଲେ।ସେ ସମୟରେ ଦକ୍ଷିଣ ପୂର୍ବ ଏସିଆ ଓ ସିଲନ ସହ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହେଇଥିଲା।ପଲ୍ଲବ ରାଜା ମାନେ ବହୁ ମନ୍ଦିର ଓ ମଣ୍ଡପ ନିର୍ମାଣ କରିଥିଲେ।ସେଥିରେ ବହୁ କାରୂକାର୍ଯ୍ୟ ଦେଖିବାକୁ ମିଳିଥିଲା।ସେମାନେ ବୌଦ୍ଧଧର୍ମାବଲମ୍ବୀ ଥିବାରୁ ବହୁ ସଂଖ୍ୟକ ବୌଦ୍ଧବିହାର,ଚୈତ୍ୟ ଗୃହ ମଧ୍ୟ ନିର୍ମାଣ କରୁଥିଲେ।ଅଜନ୍ତା ଓ ଏଲୋରାରେ ନିର୍ମିତ କାରୂକାର୍ଯ୍ୟ ସହ ଏହାର ବେଶ ସାମଞ୍ଜସ୍ୟ ରହିଥିଲା।ବିଷ୍ଣୁ ଓ ଶିବ ଙ୍କ ପାଇଁ ପୃଥକ ମନ୍ଦିର ନିର୍ମାଣ କରାଯାଇଥିଲା।ଏହି ସବୁ କୀର୍ତ୍ତି ପାହାଡ କିମ୍ବା ବଡ ବଡ ପଥରକୁ କଟାଯାଇ ନିର୍ମିତ ହେଇଥିଲା।ସେଥିରେ ଦ୍ରାବିଡୀୟ ସ୍ଥାପତ୍ୟ ସହିତ ବୌଦ୍ଧ କୀର୍ତ୍ତିର ଛାପ ଦେଖିବାକୁ ମିଳିଥିଲା।ଖମ୍ବଗୁଡିକ ଦ୍ରାବିଡୀୟ ଶୈଳିରେ ନିର୍ମାଣ କରାଯାଇଥିବା ବେଳେ ସେଥିରେ ପଲ୍ଲବ ସ୍ଥାପତ୍ୟ ଓ କଳା ସ୍ଥାନ ପାଇଥିଲା।କୁହାଯାଏ ଯେ, ପଲ୍ଲବ ଶାସନ ବେଳେ ଏଠାରେ ସ୍ଥାପତ୍ୟ ଓ କଳାର ସ୍ଵତନ୍ତ୍ର ତାଲିମ ଦିଆଯାଉଥିଲା।ତେଣୁ ଏଠାରେ ଥିବା ଅନେକ କୀର୍ତ୍ତି ତାଲିମ ନେଉଥିବା ଛାତ୍ର ମାନେ ହିଁ ନିର୍ମାଣ କରିଥିଲେ।ଯାହାର ନିର୍ଦଶନ ଦେଖିବାକୁ ମିଳେ ପଞ୍ଚରଥ ମଧ୍ୟରେ ।[୨]
| ଏହି ଲେଖାଟି ଏକ ଅସଂପୂର୍ଣ୍ଣ ଲେଖା, ଆପଣ ଏହାକୁ ଏଠାରେ ବଦଳାଇ ଉଇକିପିଡ଼ିଆକୁ ଉନ୍ନତ କରିପାରିବେ । |