ମହମ୍ମଦ ଇକବାଲ

ଉଇକିପିଡ଼ିଆ ରୁ
ମହମ୍ମଦ ଇକବାଲ
محمد اقبال
ସାର ଆଲ୍ଲାମା ମହମ୍ମଦ ଇକବାଲ
ଜନ୍ମ ନଭେମ୍ବର ୯, ୧୮୭୭(1877-11-09)
ଶିଆଲକୋଟ, ପଞ୍ଜାବ(ଇଂରେଜ ଶାସନାଧୀନ ଭାରତ)
ଦେହାନ୍ତ ୨୧ ଏପ୍ରିଲ, ୧୯୩୮ (୬୦ ବର୍ଷ)
ଲାହୋର, ପଞ୍ଜାବ, ଇଂରେଜ ଶାସନାଧୀନ ଭାରତ
ଦଶନ୍ଧି ବିଂଶ ଶତକର ଦାର୍ଶନିକ
ଅଞ୍ଚଳ ଅବିଭାଜିତ ଭାରତ, ଏବେ ପାକିସ୍ଥାନ
ମୂଳ ଲକ୍ଷ ଉର୍ଦୁ କବିତା, ପାର୍ସି କବିତା
ଜଣାଶୁଣା ଚିନ୍ତାଧାରା ଦ୍ୱି-ଦେଶ ସିଦ୍ଧାନ୍ତ, ସ୍ୱତନ୍ତ୍ର ପାକିସ୍ଥାନର ଧାରଣା
Website allamaiqbal.com

ସାର ମହମ୍ମଦ ଇକବାଲ (ଏକବାଲ) (ଉର୍ଦ୍ଦୁ: محمد اقبال) (ନଭେମ୍ବର 9, 1877 - 21 ଏପ୍ରିଲ, 1938) ଅବିଭାଜିତ ଭାରତର ଜଣେ ପ୍ରସିଦ୍ଧ କବି, ନେତା ଓ ଦାର୍ଶନିକ ଥିଲେ। [୧] ପାକିସ୍ଥାନ ଆନ୍ଦୋଳନକୁ ପ୍ରେରଣା ଦେବାର ସମସ୍ତ ଶ୍ରେୟ ତାଙ୍କୁ ଯାଇଥାଏ। ଉର୍ଦୁ ଓ ପାରସୀ ଭାଷାରେ ସେ ଅନେକ କବିତା (ଶାୟରୀ) ରଚନା କରିଛନ୍ତି, ଯାହାକୁ ଆଧୁନିକ ଯୁଗର ସର୍ବଶ୍ରେଷ୍ଠ ଶାୟରୀର ମାନ୍ୟତା ମିଳିଛି।[୧][୨] ଉର୍ଦୁ ସାହିତ୍ୟରେ ତାଙ୍କୁ ସବୁଠାରୁ ପ୍ରଭାବ ଶାଳୀ ବ୍ୟକ୍ତି ବୋଲି ପରିଗଣିତ କରାଯାଏ। [୨]

ଇକବାଲଙ୍କୁ ପାକିସ୍ଥାନ, ଭାରତ ଓ ଅନ୍ୟାନ୍ୟ ବିଦେଶୀ ବିଦ୍ୱାନ ମାନଙ୍କ ଭିତରେ ଆଗଧାଡ଼ିର ଶାସ୍ତ୍ରୀୟ କବିର ମାନ୍ୟତା ମିଳିଛି। [୩][୪] ସେ ଏକାଧାରରେ ଜଣେ ଉଚ୍ଚକୋଟୀର କବି ଓ ଆଧୁନିକ ଯୁଗୀୟ ମୁସଲମାନ ଦାର୍ଶନର ଜଣେ ମହାନ ଚିନ୍ତା ନାୟକ ଅଟନ୍ତି। [୫] ତାଙ୍କର ପ୍ରଥମ କବିତା ପୁସ୍ତକ ଅସରାର-ଏ-ଖୁଦି (ଆତ୍ମ ରହସ୍ୟ) ୧୯୧୫ ମସିହାରେ ପାରସ୍ୟ ଭାଷାରେ ମୁକ୍ତିଲାଭ କରିଥିଲା। ତାଙ୍କ ରଚିତ ଅନ୍ୟାନ୍ୟ ବହି ଗୁଡ଼ିକ ହେଲା ରୁମୁଜ-ଇ-ବେଖୁଦି, ପାୟାମ-ଇ-ମସ୍ରିକ ଓ ଜବୁର-ଇ-ଆଜମ୍। ତାଙ୍କର ଅତି ଲୋକପ୍ରିୟ ଉର୍ଦୁ ରଚନାବଳୀ ଭିତରେ ବଙ୍ଗ-ଇ-ଦାରା, ବାଲ-ଇ-ଜିବ୍ରିଲ, ଜର୍ବ-ଇ-କଲିମ ଓ ଆର୍ମୁଘନ-ଇ-ହିଜାଜର କିଛି ଅଂଶ ଅନ୍ୟତମ। [୬] ଉର୍ଦୁ ଓ ପାର୍ସୀ କବିତା ଛଡ଼ା ତାଙ୍କର କେତେକ ଉର୍ଦୁ ଓ ଇଂରାଜୀ ପତ୍ର ଓ ଭାଷଣ ବର୍ଷ ବର୍ଷର ସାଂସ୍କୃତିକ, ସାମାଜିକ, ଧାର୍ମୀକ ଓ ରାଜନୈତିକ ବିଭେଦକୁ ସମାଧାନ କରିବାରେ ବହୁତ ପ୍ରଭାବଶାଳୀ ସିଦ୍ଧ ହୋଇଅଛି।[୭] ଇସଲାମ ଧର୍ମର ମୂଳତତ୍ୱ ଉପରେ ସେ ଯେଉଁ ବକ୍ତୃତାମାନ ଦେଇଥିଲେ ସେ ସବୁକୁ ଏକ ପୃଥୁଳକାୟ ପୁସ୍ତକାକାରରେ ସଂକଳିତ କରାଯାଇଅଛି।

ଦକ୍ଷିଣ ଏସିଆର ହିନ୍ଦୀ ଓ ଉର୍ଦୁ ଭାଷାଭାଷୀ ଲୋକମାନଙ୍କ ଭିତରେ ଇକବାଲ ଶୈର-ଇ-ମୁସରିକ (ଉର୍ଦ୍ଦୁ: شاعر مشرق) ଅର୍ଥାତ୍ପ୍ରାଚ୍ୟ କବି ନାମରେ ପରିଚିତ। ତାଙ୍କୁ ମୁଫକିର-ଇ-ପାକିସ୍ତାନ ("ପାକିସ୍ଥାନର ନିରୀକ୍ଷକ") ଓ ହାକୀକ-ଉଲ୍-ଉମ୍ମତ ("ଉମ୍ମାର ସନ୍ୟାସୀ") ବୋଲି ମଧ୍ୟ କୁହାଯାଏ। ଇରାନ ଓ ଆପଗାନିସ୍ଥାନରେ ସେ ଇକବାଲ-ଇ-ଲୋହୋରି (اقبال لاهوری) (ଲାହୋରର ଇକବାଲ) ଭାବରେ ଜଣାଶୁଣା ଓ ସେ ହେଉଛନ୍ତି ପାର୍ସୀ ଭାଷାର ସବୁଠୁ ପ୍ରଶଂସିତ କବି।[୮] ପାକିସ୍ଥାନ ସରକାର ତାଙ୍କୁ ପାକିସ୍ଥାନର ଜାତୀୟ କବି ଭାବେ ଘୋଷଣା କରିଛନ୍ତି। ତାଙ୍କର ଜନ୍ମଦିନ ପାକିସ୍ଥାନର ଏକ ଜାତୀୟ ଛୁଟି ଦିନ। [୯]

ଶିକ୍ଷା[ସମ୍ପାଦନା]

ବାଲ୍ୟକାଳରେ ସେ ସୟଦ ମୀର ହସନଙ୍କଠାରୁ ପାରସ୍ୟ ଓ ଆରବୀ ଭାଷା ଶିକ୍ଷା କରିଥିଲେ। ସାହିତ୍ୟ ଓ କବିତା ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା। ସେ ଛାତ୍ରାବସ୍ଥାରେ ଅନେକ କବିତା ରଚନା କରି ବହୁ ପ୍ରଶଂସିତ ହୋଇଥିଲେ। ନୱାବ ମିର୍ଜା ଖାଁ – ‘ଦାରା’ ବୋଲି ଜଣେ ପ୍ରସିଦ୍ଧ କବି ଦିଲ୍ଲୀରେ ବାସ କରୁଥିଲେ। ହାଇଦ୍ରାବାଦର ନବାବ ତାଙ୍କୁ ନିଜର ଶିକ୍ଷକ ପଦରେ ବରଣ କରି ତାଙ୍କୁ ହାଇଦ୍ରାବାଦ ନେଇ ଯାଇଥିଲେ। ଭାରତର ବିଭିନ୍ନ ଅଞ୍ଚଳରୁ କବିବାନେ ସେମାନଙ୍କ କବିତା ସଂଶୋଧନ ପାଇଁ ତାଙ୍କ ପାଖକୁ ପଠାଉଥିଲେ। ଇକବଲ ମଧ୍ୟ ନିଜ କବିତା ତାଙ୍କପାଖକୁ ପଠାଇବାରୁ ସେ ଇକବଲଙ୍କ କବିତାକୁ ନିଜ କବିତାଠାରୁ ବି ଉଚ୍ଚକୋଟୀର ବୋଲି କହି ବହୁତ ପ୍ରଶଂସା କରିଥିଲେ।

କବିତା ରଚନା[ସମ୍ପାଦନା]

ଶିଆଲକୋଟ କଲେଜରେ ଏଫ.ଏ. ସାରି ସେ ବି.ଏ. ପଢ଼ିବାକୁ ଲାହୋର ଚାଲିଗଲେ। ସେଠାରେ ଦର୍ଶନଶାସ୍ତ୍ରର ଅଧ୍ୟାପକ ଆରନଲଡ ସାହେବଙ୍କ ଠାରୁ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଥିଲେ। ସେମାନଙ୍କ ଭିତରେ ସମ୍ପର୍କ ଏମିତି ପ୍ରଗାଢ଼ ହୋଇଯାଇଥିଲା ଯେ, ଆରନଲଡ ସାହେବ ବିଲାତ ଫେରିଲା ବେଳକୁ ସେ ତାଙ୍କ ସହିତ ବିଲାତ ଚାଲିଗଲେ। ସେଠାରେ ସେ କେମ୍ୱ୍ରିଜ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କଲେ। ବିଲାତରେ ସେ କବିତା ରଚନା ପ୍ରତି ବୀତସ୍ପୃହ ହୋଇ ପଡ଼ିବାର ଦେଖି ଆରନଲଡ ସାହେବଙ୍କ ଅନୁପ୍ରେରଣାରେ ପୁନଃ କବିତା ରଚନାକୁ ମନ ବଳାଇଲେ। ‘ଆତ୍ମ ରହସ୍ୟ’, ‘ଆତ୍ମ-ବିଲୋପ ରହସ୍ୟ’, ‘ପ୍ରାଚ୍ୟ ବାର୍ତା’ ଇତ୍ୟାଦି ଗ୍ରନ୍ଥ ସେ ରଚନା କରିଥିଲେ। ତାଙ୍କ ରଚିତ ପାର୍ସି ଭାଷାର ଗ୍ରନ୍ଥ ଆତ୍ମରହସ୍ୟକୁ ନିକୋଲସନ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ। ସେ ପ୍ରଥମେ ଉର୍ଦୁ ଭାଷାରେ ରଚନା କରୁଥିଲେ। କିନ୍ତୁ ‘ସନ୍ୟାସ ରହସ୍ୟ’ ନାମକ ଗ୍ରନ୍ଥ ପ୍ରଣୟନ କାଳରେ ତାଙ୍କୁ ଆରବୀ ଓ ପାର୍ସୀ ଭାଷାର ଅନେକ ଗ୍ରନ୍ଥ ଅଧ୍ୟୟନ କରିବାକୁ ପଡ଼ିଥିଲା। ଏ ସବୁ ଗ୍ରନ୍ଥ ଅଧ୍ୟୟନ କରି ତାଙ୍କୁ ଲାଗିଲା ନିଜର ଭାବର ପୂର୍ଣ ପରିପ୍ରକାଶ ପାଇଁ ତାଙ୍କୁ ଉର୍ଦୁ ଭାଷା ଛାଡ଼ି ପାର୍ସୀ ବ୍ୟବହାର କରିବାକୁ ପଡ଼ିବ। ଫଳରେ ସେ ପାର୍ସୀ ଭାଷାରେ ତାଙ୍କର ଅଧିକାଂଶ ରଚନା ଆରମ୍ଭ କରିବାକୁ ଲାଗିଲେ। ଜର୍ମାନ ଅବସ୍ଥାନ କାଳରେ ସେ କବି ଗେଟେଙ୍କର କବିତା ‘ପାଶ୍ଚାତ୍ୟ ଅଭିନଂଦନ’ର ପ୍ରତ୍ୟୁତ୍ତରରେ ‘ପ୍ରାଚ୍ୟବାର୍ତା’ କାବ୍ୟ ରଚନା କରି ସେଥିରେ ସେ ଦର୍ଶନ ଶାସ୍ତ୍ରର ଅନେକ ଜଟିଳ ଓ ସୂକ୍ଷ୍ମ ତଥ୍ୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ବୟାନ କରି ପାରିଥିଲେ। ସେଥିପାଇଁ ଲୋକେ ତାଙ୍କୁ ‘ପ୍ରକୃତି ଗ୍ରନ୍ଥ’ର ଟୀକାକାର ଆଖ୍ୟା ଦେଇଥିଲେ।

ଚିନ୍ତାଧାରା[ସମ୍ପାଦନା]

ସେ ପାଶ୍ଚାତ୍ୟ ଶିକ୍ଷା ଗ୍ରହଣ କରିଥିଲେ ସୁଦ୍ଧା ଏହି ଶିକ୍ଷା ପ୍ରଣାଳୀକୁ ପସନ୍ଦ କରୁ ନଥିଲେ। ମୁସଲମାନମାନଙ୍କର ଦୂରବସ୍ଥା ଦେଖି ସେ ମର୍ମାହତ ହେଉଥିଲେ ଓ ଜାତୀୟ ଜାଗରଣ ପାଇଁ କବିତାଦି ରଚନା କରୁଥିଲେ। ଲଣ୍ଡନରେ ଦର୍ଶନ ଶାସ୍ତ୍ର ପଢୁଥିବା ସମୟରେ ସେ ସର୍ବଭାରତୀୟ ମୁସଲିମ ଲିଗର ଲଣ୍ଡନ ଶାଖାର ଜଣେ ସଭ୍ୟ ହୋଇଥିଲେ।[୧୦][୬]

ସମ୍ମାନ[ସମ୍ପାଦନା]

ଅନନ୍ତର ଇକବାଲ ଜର୍ମାନ ଯାଇ ସେଠାରେ ନାନାଦି ଶାସ୍ତ୍ର ଅଧ୍ୟୟନ କରିଥିଲେ। ତତ୍ରତ୍ୟ ପଣ୍ଡିତମାନେ ତାଙ୍କ ରଚିତ ‘ପାରସ୍ୟ ଦେଶର ଦର୍ଶନ ଶାସ୍ତ୍ରର ଇତିହାସ’ ଗ୍ରନ୍ଥ ପାଠକରି ପ୍ରଭାବିତ ହୋଇଥିଲେ ଓ ତାଙ୍କୁ ଡ଼ାକ୍ତର ଉପାଧିରେ ଭୂଷିତ କରିଥିଲେ।

୧୯୨୨ରେ ଇଂଲାଣ୍ଡର ରାଜା ପଞ୍ଚମ ଜର୍ଜ [୮] ତାଙ୍କୁ "ସାର୍" ଉପାଧି ପ୍ରଦାନ କରିଥିଲେ।[୧୧] ଭାରତ ସରକାର ମଧ୍ୟ ତାଙ୍କ ପ୍ରଭୂତ ଜ୍ଞାନର ପରିଚୟ ପାଇଁ ତାଙ୍କୁ ‘ସାର୍’ ଉପାଧିରେ ବିଭୁଷିତ କରିଥିଲେ। ତାଙ୍କର ବିଦବତ୍ତା ଓ କବିତ୍ୱକୁ ଲକ୍ଷ୍ୟକଲେ ଜଣାଯାଏ, ପିତୃଦତ୍ତନାମ ଇକବାଲ (ବା ଏକବାଲ ଅର୍ଥାତ୍ ସୌଭାଗ୍ୟ)କୁ ସେ ସାର୍ଥକ କରିଛନ୍ତି।

ଶେଷ ଜୀବନ[ସମ୍ପାଦନା]

୧୯୩୮ରେ ସେ ଯେତେବେଳେ ପରଲୋକ ଗମନ କଲେ, ସେତେବେଳେ କବି ରବୀନ୍ଦ୍ରନାଥ ଠାକୁର କହିଥିଲେ, ‘କାଳରୂପକ ଦସ୍ୟୁ କବିମାଳାରୁ ଯେଉଁ ମୁକ୍ତାଟି ଅପହରଣ କଲା, ତା’ର ପୁନର୍ଲାଭ ଅସମ୍ଭବ।’

ସାରା ସଂସାରରେ ଶ୍ରେଷ୍ଠ[ସମ୍ପାଦନା]

ମହମ୍ମଦ ଇକବଲଙ୍କ ପ୍ରସିଦ୍ଧ ରଚନା ‘‘ସାରେ ଜହାଁ ସେ ଅଚ୍ଛା’’ ଗୀତକୁ ଅନୌପଚାରିକ ଭାବେ ଭାରତର ଜାତୀୟ ସଂଗୀତର ମାନ୍ୟତା ମିଳିଛି। ଏହାକୁ ଇକବାଲ ୧୯୦୫ରେ ରଚନା କରିଥିଲେ ଓ ସର୍ବପ୍ରଥମେ ସରକାରୀ କଲେଜ ଲାହୋରରେ ପଢ଼ି ଶୁଣାଇଥିଲେ। ଏହା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନ ଜାଗରଣ ସୃଷ୍ଟି କରିବାରେ ଅଦ୍ୱିତୀୟ ଭୂମିକା ଗ୍ରହଣ କରିଥିଲା।

ମୂଳଉର୍ଦ୍ଦୁ ରଚନା ଓଡ଼ିଆ ଲିପିରେ ଉର୍ଦ୍ଦୁ ଭାବାର୍ଥ

سارے جہاں سے اچھا ہندوستاں ہمارا
ہم بلبليں ہيں اس کي، يہ گلستاں ہمارا

غربت ميں ہوں اگر ہم، رہتا ہے دل وطن ميں
سمجھو وہيں ہميں بھي، دل ہو جہاں ہمارا

پربت وہ سب سے اونچا، ہمسايہ آسماں کا
وہ سنتري ہمارا، وہ پاسباں ہمارا

گودي ميں کھيلتي ہيں اس کي ہزاروں ندياں
گلشن ہے جن کے دم سے رشک جناں ہمارا

اے آب رود گنگا، وہ دن ہيں ياد تجھ کو؟
اترا ترے کنارے جب کارواں ہمارا

مذہب نہيں سکھاتا آپس ميں بير رکھنا
ہندي ہيں ہم وطن ہے ہندوستاں ہمارا

يونان و مصر و روما سب مٹ گئے جہاں سے
اب تک مگر ہے باقي نام و نشاں ہمارا

کچھ بات ہے کہ ہستي مٹتي نہيں ہماري
صديوں رہا ہے دشمن دور زماں ہمارا

اقبال! کوئي محرم اپنا نہيں جہاں ميں
معلوم کيا کسي کو درد نہاں ہمارا

ସାରେ ଜହାଁ ସେ ଅଚ୍ଛା ହିନ୍ଦୋସ୍ତାଁ ହମାରା।

ହମ ବୁଲବୁଲେଁ ହୈଁ ଇସକୀ ଯହ ଗୁଲିସତାଁ ହମାରା ॥

ଗୁରବତ ମେଁ ହୋଁ ଅଗର ହମ ରହତା ହୈ ଦିଲ ୱତନ ମେଁ ।
ସମଝୋ ୱହୀଁ ହମେଁ ଭୀ ଦିଲ ହୋ ଜହାଁ ହମାରା ॥ ସାରେ ....

ପରବତ ୱୋ ସବସେ ଊଁଚା ହମସାୟା ଆସମାଁ କା ।
ୱୋ ସଂତରୀ ହମାରା ୱୋ ପାସବାଁ ହମାରା ॥ ସାରେ ....

ଗୋଦୀ ମେଁ ଖେଲତୀ ହୈଁ ଉସକୀ ହଜାରୋଁ ନଦିୟାଁ ।
ଗୁଲଶନ ହୈ ଜିନକେ ଦମ ସେ ରଶ୍କ-ଏ-ଜିନାଁ ହମାରା ॥ ସାରେ ....

ଐ ଆବ-ଏ-ରୂଦ-ଏ-ଗଂଗା ୱୋ ଦିନ ହୈ ଯାଦ ତୁଝକୋ ।
ଉତରା ତେରେ କିନାରେ ଜବ କାରୱାଁ ହମାରା ॥ ସାରେ ....

ମଜହବ ନହୀଁ ସିଖାତା ଆପସ ମେଁ ବୈର ରଖନା ।
ହିନ୍ଦୀ ହୈଁ ହମ ୱତନ ହୈଁ ହିନ୍ଦୋସ୍ତାଁ ହମାରା ॥ ସାରେ ....

ଯୂନାନ ଔର ମିସ୍ର ଔର ରୂମା ସବ ମିଟ ଗଏ ଜହାଁ ସେ ।
ଅବ ତକ ମଗର ହୈ ବାକୀ ନାମ ଔର ନିଶାଁ ହମାରା ॥ ସାରେ ....

କୁଛ ବାତ ହୈ କି ହସ୍ତୀ ମିଟତୀ ନହୀଁ ହମାରୀ ।
ସଦିୟୋଁ ରହା ହୈ ଦୁଶ୍ମନ ଦୌର-ଏ-ଜମାଁ ହମାରା ॥ ସାରେ ....

ଇକବାଲ କୋଈ ମହରମ ଅପନା ନହୀଁ ଜହାଁ ମେଁ ।
ମାଲୂମ କ୍ୟା କିସୀ କୋ ଦର୍ଦ-ଏ-ନିହାଁ ହମାରା ॥ ସାରେ...

ଏଇ ହିନ୍ଦୁସ୍ଥାନ ଆମ ଜନ୍ମଭୂମି, ସଂସାର ଭିତରେ ସାର ।

ଏ ଆମ ଆକାଶ ଆଉ ଆମେ ସବୁ, ବୁଲବୁଲ ପରା ତା’ର॥

ବିଦେଶରେ ଥିଲେ ଶରୀର ଆମର ଏଠି ଥାଏ ଆମ ପ୍ରାଣ।
ଆମରି ହୃଦୟ ଯେଉଁଠି ରହେ ଗୋ, ଆମେ ସେଠି ଥାଉ ଜାଣ॥

ଏଦେଶ ପର୍ବତ ଆକାଶର ମିତ ନୀଳ ଆକାଶର ଛାଇ।
ହିମାଳୟ ଆମ ରକ୍ଷକ, ଆମକୁ ସୁରକ୍ଷାର ଚିନ୍ତା ନାହିଁ॥

ଏ ଦେଶର କୋଳ ଅନେକ ନଦୀର ଅଟେ ପରା କ୍ରୀଡ଼ାସ୍ଥଳୀ।
ୟାକୁ ଦେଖି ସ୍ୱର୍ଗ ମୁଣ୍ଡ ନଇଁ ଯାଏ, ଇର୍ଷାରେ ଯାଏ ଜଳି॥

ଗଙ୍ଗା ଗୋ ତୁମକୁ ମନେ ଥିବ ସେଇ ଦିନ।
ତୁମରି ତଟରେ, ଯେଉଁଦିନ ଯାତ୍ରୀ ହୋଇଥିଲେ ଅବତୀର୍ଣ॥

ଭାଇ ଓ ଭାଇରେ ଦ୍ୱେଷ ରଖିବାଟା ଶିଖାଏନା କେବ ଧର୍ମ।
ଆମେ ସବୁ ଅଟୁ ହିନ୍ଦୀ ଓ ଆମ ଦେଶ ଅଟେ ହିନ୍ଦୁସ୍ଥାନ।

ଇଉନାନ, ରୋମ, ମିଶର ସବୁ ଗୋ ଯାଇଛନ୍ତି ମିଶି ମାଟିରେ।
ଏବେ ବି ଆମର ଶିର ଉନ୍ନତ, ଉନ୍ନତ ଆମେ ବିଶ୍ୱରେ॥

ଆମ ଅସ୍ତିତ୍ୱ ଚିର ଶାଶ୍ୱତ କେବେ ପାରେନାହିଁ ମରି।
ଆମେ ଅଛମର ମହାବଳୀ କାଳ, ହେଉ ପଛେ ଆମ ବୈରୀ॥

ଏ ‘ଇକବାଲ’ ଅନ୍ତରେ କେତେ ଯନ୍ତ୍ରଣା ରଖିଛୁ ସାଇତି ।
କାହାକୁ କି ଜଣା, ଏଇ ସଂସାରେ କିଏ ଅଂତରଂଗ ଏମିତି?

ଆଧାର[ସମ୍ପାଦନା]

  1. ୧.୦ ୧.୧ "Allama Muhammad Iqbal Philosopher, Poet, and Political leader". Aml.Org.pk. http://www.aml.org.pk/AllamaIqbal.html. Retrieved 2012-03-02. 
  2. ୨.୦ ୨.୧ Anil Bhatti. "Iqbal and Goethe" (PDF). Yearbook of the Goethe Society of India. http://replay.waybackmachine.org/20081030083304/http://www.goethezeitportal.de/fileadmin/PDF/db/wiss/goethe/bhatti_iqbal.pdf. Retrieved 2011-01-07. 
  3. "Leading News Resource of Pakistan". Daily Times. 2003-05-28. Archived from the original on 2012-07-28. https://archive.is/mwCI. Retrieved 2011-01-07. 
  4. http://www.allamaiqbal.com/accessdate=2011-01-07}}
  5. http://www.allamaiqbal.com/accessdate=2011-01-07}}
  6. ୬.୦ ୬.୧ "Allama Iqbal – Biography" (PHP). 26 May 2006. http://www.allamaiqbal.com/person/biography/biotxtread.html. Retrieved 2011-01-07. 
  7. http://www.allamaiqbal.com/accessdate=2011-01-07}}
  8. ୮.୦ ୮.୧ Schimmel, Annemarie (1962). Gabriel's wing: a study into the religious ideas of Sir Muhammad Iqbal. Brill Archive. http://books.google.co.uk/books?id=goE3AAAAIAAJ&pg=PA153&dq=Muhammad+Iqbal+illness#PPA55,M1.  p.35/45
  9. "National Holiday November 9". Brecorder.com. 2010-11-06. http://www.brecorder.com/top-stories/single/595/0/1121782/. Retrieved 2012-01-24. 
  10. http://www.allamaiqbal.com/accessdate=2011-01-07}}
  11. "Iqbal's pro Kashmir approach". GroundReport.com. 2009-08-19. http://www.groundreport.com/Media_and_Tech/Dr-Sir-Mohammad-Iqbal-s-pro-Kashmir-approach-highl_2/2906057. Retrieved 2012-01-24.