ମଲାଲା ୟୁସୁଫଜାଇ

ଉଇକିପିଡ଼ିଆ‌ରୁ


ମଲାଲା ୟୁସୁଫଜାଇ
ملاله یوسفزۍ
୨୦୧୪ରେ ମଲାଲା ୟୁସୁଫଜାଇ
Born (1997-07-12) ୧୨ ଜୁଲାଇ ୧୯୯୭ (ବୟସ ୨୬)
Nationalityପାକିସ୍ତାନୀ
Occupation(s)Blogger, activist for rights to education and for women
Known forନାରୀ ସାକ୍ଷରତା ସକ୍ରିୟତାବାଦ
Relativesତୋରପେକାଇ ୟୁସୁଫଜାଇ(ମାଆ), ଜିଆଉଦ୍ଦିନ ୟୁସୁଫଜାଇ (ବାପା)
Awardsନୋବେଲ ଶାନ୍ତି ପୁରସ୍କାର
ସଖାରୋଭ ପୁରସ୍କାର
ସିମୋନଡ୍- ବି-ଉଭୋର ପୁରସ୍କାର
Honorary Canadian citizenship
ଜାତୀୟ ଯୁବ ଶାନ୍ତି ପୁରସ୍କାର
(see also awards and honours)

ମଲାଲା ୟୁସୁଫଜାଇ ପାକିସ୍ତାନର ଖାଇବର ପାଖନତୁଆ ପ୍ରଦେଶର ସ୍ୱାତ୍ ଜିଲ୍ଲାରେ୧୯୯୭ ମସିହା ଜୁଲାଇ ୧୨ତାରିଖରେ ଜନ୍ମ ହୋଇଥିଲେ ।ତାଙ୍କର ଡାକନାମ ଗୁଲ୍ ମାକାଇ । ପାକିସ୍ତାନର ଏହି ୧୫ ବଷୀୟ କୁନି ବାଳିକା ନିଜର ସାହାସୀ ମନୋଭାବ ତଥା ନିଜ ଅଞ୍ଚଳର ବାଳିକାମାନଙ୍କ ଶିକ୍ଷା ଅଧିକାର ପାଇଁ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଲଢେଇକରି ସାରା ବିଶ୍ୱରେ ପ୍ରସିଦ୍ଧି ପାଇଛି । ତାଙ୍କର ତ୍ୟାଗ ଓ ଅଦମ୍ୟ ସାହାସିକତା ପାଇଁ ୨୦୧୩ ନୋବେଲ ଶାନ୍ତି ପୁରସ୍କାର ମନୋନୟନରେ ତାର ନାମ ସ୍ଥାନ ପାଇଛି।ତାଙ୍କର ସାହସକୁ ସମଗ୍ର ବିଶ୍ୱ ସମ୍ମାନ ଦେଉଛି।

ଜନ୍ମସ୍ଥାନ[ସମ୍ପାଦନା]

ମଲାଲା ୟୁସୁଫଜାଇ ପାକିସ୍ତାନର ଖାଇବର ପାଖନତୁଆ ପ୍ରଦେଶର ସ୍ୱାତ୍ ଜିଲ୍ଲାରେ ୧୯୯୭ ମସିହା ଜୁଲାଇ ୧୨ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ଡାକନାମ ଗୁଲ୍ ମାକାଇ ।

ପରିବାର[ସମ୍ପାଦନା]

ପାକିସ୍ତାନର ଅନଗ୍ରସର ସ୍ୱାତ୍ ଅ଼ଞ୍ଚଳରେ ଯେଉଁ ତାଲିବାନମାନଙ୍କର କଠୋର ଆଇନକୁ ଲୋକମାନେ ଭୟଭୀତ ହୋଇ ସହିବାକୁ ବାଧ୍ୟ ହୁଅନ୍ତି ସେହି ଦୁଦ୍ଦାନ୍ତ ତାଲିବାନମାନଙ୍କ ବିରୋଧରେ ମଲାଲା ସାହସର ସହ ଲଢେଇ କରି ବିଶ୍ୱର ଅଗଣିତ ନରନାରୀଙ୍କ ପାଇଁ ଏକ ଆଦର୍ଶ ପାଲଟିଯାଇଛନ୍ତି । ଶିକ୍ଷାର ବିକାଶ ପାଇଁ ଶାନ୍ତିପୂର୍ଣ୍ଣଉପାୟରେ ମଲାଲା ସଂଘର୍ଷ କରିଥିବାରୁ ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ଦେବା ପାଇଁ ବିଶ୍ୱସାରା ଦାବି ହେଉଛି । ମଲାଲାଙ୍କ ଜନ୍ମସ୍ଥାନ ଆଫଗାନିସ୍ତାନ ସୀମାନ୍ତରେ ଅବସ୍ଥିତ । ମଲାଲା ସପ୍ତମ ଶ୍ରେଣୀରେ ପଢନ୍ତି ।ମଲାଲାଙ୍କ ପିତା ଜଣେ ସ୍କୁଲ ଶିକ୍ଷକ,କବି ଓ ସମାଜସେବୀ । ମଲାଲାଙ୍କର ଦୁଇ ଭାଇ ଅଛନ୍ତି ।ପିତାଙ୍କଠାରୁ ପ୍ରେରଣା ପାଇଁ ସେ ଶିକ୍ଷା ଅଧିକାର ଆନ୍ଦୋଳନ କରିଥିଲେ ।

ଘଟଣାକ୍ରମରେ[ସମ୍ପାଦନା]

ମଲାଲାଙ୍କ ଜନ୍ମସ୍ଥାନ ଆଫଗାନିସ୍ତାନ ସୀମାନ୍ତର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳ । ଏଠାରେ ତାଲିବାନି ଶାସନ ଚାଲେ ଓ ମୁସଲିମ ସନ୍ତ୍ରାସବାଦୀମାନଙ୍କର ହୁକୁମ୍ ଓ ଫତଓ୍ବା ମାନିବାକୁ ସମସ୍ତେ ବାଧ୍ଯ । ଏହାକୁ ଯିଏ ଅମାନ୍ୟ କରେ ତାକୁ ଏସିଡ୍ ଆକ୍ରମଣ ନଚେତ ହତ୍ୟା କରାଯାଏ । ଧର୍ମର ଦ୍ୱାହି ଦେଇ ଏଠାରେ ମୁସଲିମମାନଙ୍କୁ କଠୋର ନିର୍ଯ୍ୟାତନା ଦିଆଯାଏ । ଏହି ଅଂଚଳରେ ଥିବା ତେହେରିକ୍ -ଇ -ତାଲିବାନ ସନ୍ତ୍ରାସବାଦୀ ସଂଗଠନ ୨୦୦୯ ଜାନୁୟାରୀ ୧୦ ତାରିଖରେ ସ୍ୱାତ୍ ଅଂଚଳରେ ଫତଓ୍ବା ଜାରି କଲା । ଏହି ଅଂଚଳର କୈାଣସି ଝିଅ ସ୍କୁଲକୁ ଯାଇ ପାଠ ପଢିପାରିବେ ନାହିଁ ,କେହି ଟେଲିଭିଜନ ଦେଖି ପାରିବେନି,ଗୀତ ଶୁଣିପାରିବେନି ଓ ପରଦା ଆଢୁଆଳରେ ରହିବେ ବୋଲି ଫତଓ୍ୱା ଜାରି ହେଲା । ଏହି ସମୟରେ ତାଲିବାନ ଧର୍ମୀୟ ମୈାଳବାଦୀଙ୍କ ବିରୋଧରେ ମଲାଲା ନିଜର ସଂଗ୍ରାମ ଆରମ୍ଭ କରିଥିଲେ । ଏହି ଫତଓ୍ୱାକୁ ବିରୋଧ କରି ନାରୀମାନଙ୍କର ଶିକ୍ଷା ଅଧିକାର ପାଇଁ ସେ ପ୍ରଚାର ଅଭିଯାନ ଆରମ୍ବ କରିଥିଲେ । ତାଙ୍କର ସ୍ଲୋଗାନ ଥିଲା ଆମେ ସ୍କୁଲ ଯିବୁ ଓ ପାଠ ପଢିବୁ । ମଲାଲାଙ୍କ ଏହି ଆନ୍ଦୋଳନକୁ ଜନସମର୍ଥନ ମିଳିଲା । ମଲାଲାଙ୍କ ଦାବି ଓ ଦୃଢତା ଆଗରେ ତାଲିବାନ ହାର ମାନିଲେ । ଝିଅମାନେ ସ୍କୁଲ ଗଲେ । ନାରୀମାନଙ୍କର ଶିକ୍ଷା ପାଇଁ ମଲାଲା ଶିକ୍ଷା ସଂଗଠନ ତିଆରି କଲେ ।ସ୍ୱାତ ଅଂଚଳରେ ଶିକ୍ଷାର ବ୍ୟାପକ ପ୍ରସାର ହେଲା। ଫଳରେ ତାଲିବାନମାନେ ଅସହ୍ୟ ହୋଇ ପଡ଼ିଲା । ମଲାଲାଙ୍କୁ ହତ୍ୟା କରିବାକୁ ତାଲିବାନମାନେ ଯୋଜନା କଲେ । ୨୦୧୨ ମସିହା ଅକ୍ଟୋବର ୯ ତାରିଖରେ ପାକିସ୍ତାନର ତେହେରିକ-ଇ-ତାଲିବାନ ସଂଗଠନର କେତେକ ସଦସ୍ୟ ମଲାଲା ସ୍କୁଲ ଭ୍ୟାନରେ ଘରକୁ ଫେରୁଥିବାବେଳେ ତାଙ୍କୁ ଗୁଳି ଚଲାଇଥିଲେ । ତାଲିବାନଙ୍କ ଗୁଳି ମଲାଲାଙ୍କ ମୁଣ୍ଡରେ ବାଜି ଥିଲା ଓ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ପାକିସ୍ତାନୀ ସେନା ପେଶାଓ୍ବାରସ୍ଥିତ ସାମରିକ ହସ୍ପିଟାଲ ଓ ପରେ ରାଓ୍ବଲପିଣ୍ଡି ସେନା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ଅକ୍ଟୋବର ୧୫ ତାରିଖ ଦିନ ଏୟାର ଆମ୍ବୁଲାନ୍ସରେ ପାକିସ୍ତାନରୁ ବର୍ମିହାମସ୍ଥିତ କ୍ୱିନ ଏଲିଜାବେଥ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା । ଏଲିଜାବେଥ ହସ୍ପିଟାଲରେ ଫେବୃୟାରୀ ୨ତାରିଖରେ ତାଙ୍କର ଦୁଇଟି ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମଲାଲାଙ୍କ ଉପରେ ଆକ୍ରମଣକୁ ସାରା ବିଶ୍ୱରେ ନିନ୍ଦା କରାଯାଇଥିଲା । ତାଙ୍କ ଉପରେ ଆକ୍ରମଣ କରଥିବା ଆତଙ୍କବାଦୀ ସଂଗଠନ ତେହେରିକ -ଇ-ତାଲିବାନକୁ ପାକିସ୍ତାନ ସରକାର ବେଆଇନ ଘୋଷଣା କରିଥିଲେ । ମଲାଲାଙ୍କ ଉପରେ ଆକ୍ରମଣକୁ ନେଇ ଜାତିସଂଘରେ ମଧ୍ୟ ଉଦବେଗ ପ୍ରକାଶ ପାଇଥିଲା ।

ପୁରସ୍କାର[ସମ୍ପାଦନା]

ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଲାଲାଙ୍କୁ ମାତ୍ର ୧୪ ବର୍ଷ ବୟସରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଯୁବ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୟୁନିସେଫଦ୍ୱାରା ତାଙ୍କୁ ଆର୍ନ୍ତଜାତିକ ଶିଶୁ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ ତାଙ୍କ ଦେଶର ସାହାସୀ ପୁଅଝିଅଙ୍କ ପାଇଁ ମଲାଲାଙ୍କ ନାମରେ ରାଷ୍ଟୀୟ ମଲାଲା ପୁରସ୍କାର ଘୋଷଣା କରିଥିଲେ । ମଲାଲାଙ୍କୁ ତାଙ୍କର ସାହାସିକ ପଦକ୍ଷେପ ପାଇଁ ସିତାରା -ଇ-ଗୁଜାତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଫ୍ରାନ୍ସ ସରକାରଙ୍କ ପକ୍ଷରୁ ତାଙ୍କୁ ସିମୋନଡ୍- ବି-ଉଭୋର ସମ୍ମାନରେ ସମ୍ମାନିତ କରାଯାଇଥିଲା । ମଲାଲାଙ୍କ ଉପରେ ତାଲିବାନର ଆକ୍ରମଣ ପରେ ଜାତିସଂଘର ଶିକ୍ଷାର ପ୍ରସାର ନିମନ୍ତେ ଜାତିସଂଘ ତରଫରୁ ନଭେମ୍ବର ୧୦ ତାରିଖକୁ ମଲାଲା ଦିବସ ଭାବେ ଘୋଷଣା କରାଯାଇଥିଲା । ୨୦୧୪ରେ ମଲାଲା ସର୍ବକନିଷ୍ଠ ଭାବେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]

  • Profile: Malala Yousafzai, BBC News with links to related stories
    • "Swat: Diary of a Pakistani schoolgirl – BBC Urdu". (Yousafzai's BBC Urdu blog, containing 9/10 parts)
  • July 2013 United Nations speech in full (with 17 min Aljazeera video)
  • "A World At School". (United Nations petition in Yousafzai's name)