ମନସୁର ଅଲୀ ଖାନ ପଟୌଡ଼ି
| ମନସୁର ଅଲୀ ଖାନ | |
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୫ ଜାନୁଆରି ୧୯୪୧ ଭୋପାଳ, ମଧ୍ୟ ପ୍ରଦେଶ, ଭାରତ |
| ତିରୋଧାନ | ୨୨ ସେପ୍ଟେମ୍ବର, ୨୦୧୧ (୭୦ ବର୍ଷ) |
| ଜୀବିକା | କ୍ରିକେଟ ଖେଳାଳୀ |
| ଜୀବନସାଥି | ଶର୍ମିଳା ଟାଗୋର |
ପଟୌଡ଼ିର ଅଷ୍ଟମ ନବାବ ଇଫତିକାର ଅଲୀ ଖାନଙ୍କ ପୁତ୍ର ମନସୁର ଅଲୀ ଖାନ ୫ ଜାନୁଆରୀ ୧୯୪୧ରେ ମଧ୍ୟ ପ୍ରଦେଶର ଭୋପାଳ ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ବିବାହ କରିଥିଲେ । ତାଙ୍କର ତିନି ସନ୍ତାନ ସୈଫ ଅଲୀ ଖାନ, ସୋହା ଅଲୀ ଖାନ ଓ ସାବା ଅଲୀ ଖାନ ଙ୍କ ମଧ୍ୟରୁ କେହିବି କ୍ରିକେଟ ଖେଳିବରେ ରୁଚି ରଖିନାହାଁନ୍ତି । ସୈଫ ଓ ସୋହା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ବେଳେ ସାବା ଗହଣା ଡିଜାଇନ କରୁଛନ୍ତି । ଫୁସଫୁସ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ପଟୌଡ଼ି ୨୨ସେପ୍ଟେମ୍ବର ୨୦୧୧ ରେ ନୂଆଦିଲ୍ଲୀସ୍ଥିତ ସାର୍ ଗଙ୍ଗାରାମ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିଲେ[୧]
ବିଷୟସୂଚୀ |
କ୍ରିକେଟ ଜୀବନ [ସମ୍ପାଦନା]
କ୍ରିକେଟ ପଡ଼ିଆରେ ‘ଟାଇଗର’ ଭାବେ ପରିଚିତ ମନସୁର ଅଲୀ ଖାନ ପଟୌଡ଼ି ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ[୨] ଭାବେ ୧୯୬୧ରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ କ୍ୟାରିଅର ଆରମ୍ଭ କରିଥିଲେ ପଟୌଡ଼ି କ୍ୟାରିଅରରେ ୪୬ଟି ଟେଷ୍ଟ ଖେଳିଥିବା ବେଳେ ୪୦ଟି ରେ ଭାରତ ର ନେତୃତ୍ୱ ନେଇଥିଲେ ୧୯୬୪ ମସିହାରେ ଭାରତୀୟ କ୍ରିକେଟ ଦଳର ନେତୃତ ନେଇଥିବା ପଟୌଡ଼ିଙ୍କ ନେତୃତରେ ଭାରତୀୟ ଦଳ ୯ଟି ଟେଷ୍ଟରେ ବିଜୟୀ ହୋଇଥିଲେ ପଟୌଡ଼ି ପାଖାପାଖି ଏକ ଦଶନ୍ଧି ଧରି ଭାରତୀୟ ଦଳର ଅଧିନାୟକ ରହିଥିଲେ ୧୯୬୭ରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ଟେଷ୍ଟ ଶୃଙ୍ଖଳାରେ ଭାରତୀୟ କ୍ରିକେଟ ଦଳ ୩-୧ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା ଭାରତୀୟ କ୍ରିକେଟ ଇତିହାସରେ ଏହାଥିଲା ବିଦେଶ ମାଟିରେ ସର୍ବପ୍ରଥମ ଟେଷ୍ଟ ଶୃଙ୍ଖଳା ବିଜୟ ୪୬ଟି ଟେଷ୍ଟରୁ ସେ ୬ଟି ଶତକ ଓ ୧୬ଟି ଅର୍ଦ୍ଧଶତକ ସହ ୩୪.୯୧ହାରରେ ୨୭୯୩ ରନ ସଙ୍ଗ୍ରହ କରିଥିଲେ ତାଙ୍କର ସର୍ବାଧିକ ବ୍ୟକ୍ତିଗର ସ୍କୋର ଥିଲା ଅପରାଜିତ ୨୦୩ ରନ
ପୁରସ୍କାର ଓ ସମ୍ମାନ [ସମ୍ପାଦନା]
- ଅର୍ଜୁନ ପୁରସ୍କର (୧୯୬୪)
- ପଦ୍ମଶ୍ରୀ ପୁରସ୍କାର (୧୯୬୭)
ଆଧାର [ସମ୍ପାଦନା]
- ↑ "Legendary cricketer Mansur Ali Khan Pataudi passes away". The Times of India. 22 September 2011. http://timesofindia.indiatimes.com/sports/cricket/top-stories/Mansoor-Ali-Khan-Pataudi-passes-away/articleshow/10079917.cms. Retrieved 22 September 2011.
- ↑ Cricinfo – Nawab of Patudi