ଭୁବନେଶ୍ୱର କୁମାର

ଉଇକିପିଡ଼ିଆ‌ରୁ
(ଭୁବନେଶ୍ଵର କୁମାରରୁ ଲେଉଟି ଆସିଛି)
Bhuvneshwar Kumar
୨୦୧୩ ଚାମ୍ପିଅନ୍ସ ଟ୍ରଫି ସମୟରେ କୁମାର
ବ୍ୟକ୍ତିଗତ ତଥ୍ୟ
ନାମଭୁବନେଶ୍ୱର କୁମର ସିଂହ
ଜନ୍ମ (1990-02-05) ୫ ଫେବୃଆରୀ ୧୯୯୦ (ବୟସ ୩୪)
Bulandshahar, Uttar Pradesh, India
ଡାକ ନାମଭୁବି
ଉଚ୍ଚତା5 ft 10 in (1.78 m)
ବ୍ୟାଟିଂ ପ୍ରକାରଡହାଣ-ହାତି
ବୋଲିଂ ପ୍ରକାରଡହଣ-ହାତି ଫାଷ୍ଟ-ମିଡିଅମ
ଭୂମିକାବୋଲର (ତଳ କ୍ରମର ବ୍ୟାଟ୍ସମ୍ୟାନ)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୨୭୫)୨୨ ଫେବ୍ରୁଆରୀ ୨୦୧୩ v ଅଷ୍ଟ୍ରେଲିଆ
ଶେଷ ଟେଷ୍ଟ୨୪ ଜନୁଆରି ୨୦୧୮ v ଦକ୍ଷିଣ ଆଫ୍ରିକା
ପ୍ରଥମ ଦିନିକିଆ (cap ୧୯୪)୩୦ ଡିସେମ୍ବର ୨୦୧୨ v ପକିସ୍ତାନ
ଶେଷ ଦିନିକିଆ୪ ଫେବ୍ରୁଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା
ଦିନିକିଆ ଜାମା ନମ୍ବର୧୫
ପ୍ରଥମ ଟି୨୦ (cap ୪୫)୨୫ ଡିସେମ୍ବର ୨୦୧୨ v ପାକିସ୍ତାନ
ଶେଷ ଟି୨୦୭ ନଭେମ୍ବର ୨୦୧୭ v ନ୍ଯୁଜିଲାଣ୍ଡ
ଟି୨୦ ଜାମା ନମ୍ବର୧୫
ଘରୋଇ ଦଳ ତଥ୍ୟ
YearsTeam
୨୦୦୭/୦୮–ବର୍ତ୍ତମାନଉତ୍ତର ପ୍ରଦେଶ
୨୦୦୯-୨୦୧୦ରୟାଲ ଚାଲେଞର୍ସ ବାଙ୍ଗାଲୋର
୨୦୧୧-୨୦୧୩ପୁନେ ୱାରିଅର୍ସ ଇଣ୍ଡିଆ
୨୦୧୪-ବର୍ତ୍ତମାନସନରାଇଜର୍ସ ହାଇଦରାବାଦ
Career statistics
ପ୍ରତିଯୋଗିତା ଟେଷ୍ଟ ଦିନିକିଆ ଟି୨୦ଆଇ ଏଫସି
ମ୍ୟାଚ ସଂଖ୍ୟା ୨୧ ୮୩ ୨୩ ୭୦
ମୋଟ ରନ ୫୫୨ ୩୩୯ ୧୮ ୨୪୩୩
ବ୍ୟାଟିଂ ହାର ୨୨.୦୮ ୧୩.୫୬ ୬.୦୦ ୨୭.୦୩
ଶତକ/ଅର୍ଦ୍ଧଶତକ ୦/୩ ୦/୧ ୦/୦ ୧/୧୪
ସର୍ବାଧିକ ରନ ୬୩* ୫୩* ୧୨୮
ବଲ ସଂଖ୍ୟା ୩୩୪୮ ୪୦୩୬ ୪୮୪ ୧୨୩୯୩
ଉଇକେଟ ୬୩ ୯୦ ୨୧ ୨୧୮
ବୋଲିଂ ହାର ୨୬.୦୯ ୩୭.୦୭ ୨୬.୨୩ ୨୬.୫୩
ଇନିଙ୍ଗସରେ ୫ଟି ଉଇକେଟ ୧୨
ମ୍ୟାଚରେ ୧୦ଟି ଉଇକେଟ n/a n/a n/a
ସବୁଠୁ ଭଲ ବୋଲିଂ ୬/୮୨ ୫/୪୨ ୩/୯ ୬/୭୭
କ୍ୟାଚ/ଷ୍ଟମ୍ପିଙ୍ଗ ୮/୦ ୨୨/୦ ୩/- ୧୮/–
Source: Cricinfo, ୬ ଫେବୃଆରୀ ୨୦୧୮

ଭୁବନେଶ୍ୱର କୁମାର (ଜନ୍ମ ୫ ଫେବୃଆରୀ ୧୯୯୦) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ଜଣେ ଡାହାଣହାତୀ ସ୍ୱିଙ୍ଗ ପେସ ବୋଲର ଏବଂ ତଳ କ୍ରମରେ ଜଣେ ଉପଯୋଗି ବ୍ୟାଟ୍ସମ୍ୟାନ । ସେ ଉତ୍ତରପ୍ରଦେଶ ତରଫରୁ ଘରୋଇ କ୍ରିକେଟ ଖେଳନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭୁବନେଶ୍ୱର ହେଉଛନ୍ତି କିରଣ ପାଲ ସିଂହ ଓ ଇନ୍ଦ୍ରେଶଙ୍କ ପୁତ୍ର । ତାଙ୍କ ବାପା ଉତ୍ତରପ୍ରଦେଶ ପୋଲିସରେ ସବ ଇନିସପେକ୍ଟର ଓ ମା ଜଣେ ଗୃହିଣୀ ଅଟନ୍ତି । ତାଙ୍କ ଭାଉଣୀ ରେଖା ଅଧନଙ୍କଠାରୁ ସେ କ୍ରିକେଟ ଖେଳିବା ପାଇଁ ପ୍ରେରିତ ହୋଇଥିଲେ ।

କ୍ୟାରିୟର[ସମ୍ପାଦନା]

କୁମାର ଉତ୍ତରପ୍ରଦେଶ ତରଫରୁ ଘରୋଇ କ୍ରିକେଟ,ଓ ମଧ୍ୟ ଜୋନ ପାଇଁ ଦିଲ୍ଲୀପ ଟ୍ରଫି ଖେଳନ୍ତି । ୧୭ ବର୍ଷ ବୟସରେ ସେ ରଣଜୀ ବେଙ୍ଗଲ ବିପକ୍ଷରେ ଖେଳିଥିଲେ । ଉତ୍ତର ଜୋନ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୩.୦୩ ହାରରେ ବୋଲିଂ କରି ୧ଟି ୱିକେଟ ନେଇଥିଲେ ଓ ତଳେ ବ୍ୟାଟିଂ ଆସି ୩୧୨ଟି ବଲ ସମୁଖୀନ ହୋଇ ୧୨୮ ରନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କ୍ରମାଗତ ଭାବେ ୨ଟି ସିଜିନ ୨୦୦୮-୦୯ ରଣଜୀ ଟ୍ରଫିରେ ସେ ମ୍ୟାନ ଅଫ ଦି ମ୍ୟାଚ ବିଜେତା ହୋଇଥିଲେ ।

ଆନ୍ତର୍ଜାତୀୟ କ୍ୟାରିୟର[ସମ୍ପାଦନା]

୨୦୧୨ରେ ପାକିସ୍ତାନ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ସେ ନିଜର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।

ଆଧାର[ସମ୍ପାଦନା]