ଭାସ୍କୋ ଡା ଗାମା

ଉଇକିପିଡ଼ିଆ‌ରୁ
ଭାସ୍କୋ ଡା ଗାମା
Vasco da Gama
Born୧୪୬୦ ଅଥବା ୧୪୬୯
Died୨୩ ଜିସେମ୍ବର ୧୫୨୪ (ବୟସ ୫୪-୬୪)
OccupationsExplorer, Governor of Portuguese India
Signature

ଭାସ୍କୋ ଡା ଗାମା ଜଣେ ପର୍ତ୍ତୁଗୀଜ ନାବିକ । ଏହି ନାବିକ ଭାରତକୁ ୧୪୯୮ ଖ୍ରୀଷ୍ଟାଦ୍ଦରେ ଜଳପଥ ଆବିଷ୍କାର କରିଥିଲେ ।[୧] ସେ ପର୍ତ୍ତୁଗାଲରୁ ନିଜ ଯାତ୍ରା ଆରମ୍ଭ କରି ଆଟଲାଣ୍ଟିକ ମହାସାଗରରେ ତରୀ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରିପଠାରେ ପହଞ୍ଚିଥିଲେ । ସେଠାରୁ ଉତ୍ତର ଦିଗରେ ଗତି କରି ଜଣେ ଆରବ ନାବିକଙ୍କ ସହାୟତାରେ ଭାରତ ମହାସାରରରେ ଯାତ୍ରା କଲେ ଏବଂ ୧୪୯୮ ମେ ୨୦ ତାରିଖରେ ଭାରତର ମାଳବର୍ ଉପକୁଳସ୍ଥ କାଲିକଟ ବନ୍ଦରଠାରେ ପହଞ୍ଚିଲେ । ଏହା ଇଉରୋପରୁ ଭାରତକୁ ସିଧାସଳଖ ଜଳପଥ ଆବିଷ୍କାର କଲା ଏବଂ ପର୍ତ୍ତୁଗୀଜ୍ ଓ ଅନ୍ୟାନ୍ୟ ୟୁରୋପୀୟ ମାନଂକ ପାଇଁ ଭାରତରେ ଉପନିବେଶ ସ୍ଥାପନ କରିବା ନିମନ୍ତେ ସୁଯୋଗ ସୃଷ୍ଟି କଲା।

ଆଧାର[ସମ୍ପାଦନା]

  1. ଭାରତ ଇତିହାସ. କଟକ, ଓଡ଼ିଶା: ବିଦ୍ୟାପୁରୀ, କଟକ. p. ୩. ISBN 8174112944.

ବାହାର ଆଧାର[ସମ୍ପାଦନା]