ବ୍ୟାଡ଼ମିଣ୍ଟନ

ଉଇକିପିଡ଼ିଆ‌ରୁ
ବ୍ୟାଡ଼ମିଣ୍ଟନ
Two Chinese teams compete in the Mixed Doubles Final of the 2012 Olympics
Highest governing bodyBadminton World Federation
First played19th century
Characteristics
ContactNone
Team membersSingles or doubles
CategorizationRacquet sport
EquipmentShuttlecock, racquet
Olympic1992ଛାଞ୍ଚ:Sndspresent

ବ୍ୟାଡ଼ମିଣ୍ଟନ ଏକ ରେକେଟ ଖେଳ । ଏହି ଖେଳକୁ ଏକ ଜାଲି ଉପରେ ରେକେଟଦ୍ୱାରା ପରଯୁକ୍ତ କକ୍‌କୁ ମାରି ଖେଳାଯାଏ । ଏହି ଖେଳର ନିୟମ ହେଉଛି ସିଙ୍ଗଲସ୍ (ଗୋଟିଏ ଦଳ ପ୍ରତି ଗୋଟିଏ ଖେଳାଳୀ) ଓ ଡବଲସ୍ (ଗୋଟିଏ ଦଳ ପ୍ରତି ଦୁଇଟି ଖେଳାଳୀ) । ଏହି ଖେଳ ସାଧାରଣତଃ ଘର ବାହାରେ ଖେଳାଯାଏ । ନିୟମ ଅନୁଯାୟୀ ଏହି ଖେଳ ଏକ ୟାର୍ଡ଼ ଆୟତାକର କ୍ଷେତ୍ରରେ ଖେଳାଯାଏ । ପରଯୁକ୍ତ କକ୍‌କୁ ରେକେଟରେ ମାରି ବିପରୀତ ଦଳ ପଟେ ଜମିରେ ଏବଂ ନିର୍ଦ୍ଧାରିତ ସୀମା ରେଖା ମଧ୍ୟରେ ପକାଇ ପାରିଲେ ଏକ ପଏଣ୍ଟ ହିସାବ କରାଯାଏ ।

ପ୍ରତ୍ୟେକ ଦଳ ଜାଲି ଉପରେ ବିପରୀତ ଦଳକୁ କକ୍ ପଠେଇବା ପୂର୍ବରୁ କେବଳ ଥରେ ମାତ୍ର ରେକେଟରେ ତାକୁ ମାରି ପାରିବେ । ଯେତେବେଳେ କକ୍ଟି ଭୁଇଁରେ ପଡ଼େ ନିର୍ଣ୍ଣେତା ,ସର୍ଭିସ୍ ବିଚାରକଙ୍କଦ୍ୱାରା ଭୁଲ୍ ନିଷ୍ପତି ଶୁଣାଯାଏ କିମ୍ବା ବିପରୀତ ଦଳ ଅନୁପସ୍ଥିତ ଥା'ନ୍ତି, ସେତେବେଳେ ଖେଳକୁ ସ୍ଥଗିତ ରଖାଯାଏ ।

ଏହି ଖେଳରେ ବ୍ୟବହୃତ କକ୍‌ଟି ପରଯୁକ୍ତ ଅଟେ ଏବଂ ଏହା ଏକ ଦୂରଭେଦୀ ପ୍ଲାଷ୍ଟିକ ଅଟେ । ପ୍ରକୃତରେ କକ୍ର ଏହି ପର ବହୁ ଉଚ୍ଚକୁ ଟାଣି ହେବାରେ କକ୍କୁ ସାହାଯ୍ୟ କରେ ଏବଂ ଶୀଘ୍ର ଗତି ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଅନ୍ୟ ରେକେଟ ଖେଳରେ ବ୍ୟବହୃତ ବଲ୍ ତୁଳନାରେ ଏହି କକ୍ର ଗତି ବହୁ ତୀବ୍ର ଅଟେ । ଏହି ଖେଳକୁ ବ୍ରିଟିଶ ଭାରତରେ ପୂର୍ବରୁ ଖେଳା ଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି ।

ଡେନମାର୍କରେ ଏହି ଖେଳ ପ୍ରଧାନ ଅଟେ କିନ୍ତୁ ଏହା ଏସିଆରେ ଲୋକପ୍ରିୟ ଅଟେ, ୧୯୯୨ ମସିହାଠାରୁ ବ୍ୟାଡମିଣ୍ଟନକୁ ସମର୍ ଅଲମ୍ପିକ୍ ସ୍ପୋର୍ଟସ୍‌ରେ ପାଞ୍ଚ ପ୍ରକାରରେ ଖେଳାଯାଏ ଯଥା:- men's singles, women's singles, men's doubles, women's doubles ଏବଂ mixed doubles । ଉଚ୍ଚକୋଟିର ବ୍ୟାଡମିଣ୍ଟନ ଖେଳରେ ଖେଳାଳୀ ଶରୀରରେ ଦମ୍ ଥିବା ଦରକାର, ସେ କ୍ଷୀପ୍ର ହୋଇଥିବା ଦରକାର,ତା ଶରୀରରେ ତାକତ୍ ଥିବା ଦରକାର । ଏହା ଏକ ପାରିଭାଷିକ ଖେଳ ଓ ଏହି ଖେଳରେ ଭଲ ଭାବେ ଗତି କରି ପାରୁଥିବା ରେକେଟ ଦରକାର ।

ଇତିହାସ[ସମ୍ପାଦନା]

ଶତାବ୍ଦୀ ଶତାବ୍ଦୀ ଧରି ପରଯୁକ୍ତ କକ୍କୁ ବ୍ୟବହାର କରି ୟୁରେସିଆରେ ଖେଳ ହୋଇ ଆସୁଥିଲା କିନ୍ତୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗରୁ ଏହି ଆଧୁନିକ ବ୍ୟାଡମିଣ୍ଟନ ଖେଳର ଉନ୍ନତି ହୋଇଥିଲା । ଏହି ଖେଳ ବ୍ରିଟିଶମାନଙ୍କ ପୂର୍ବରୁ ଖେଳାଯାଉଥିବା battledore and shuttlecock ଖେଳରୁ ଉନ୍ନତ କରାଯାଇଛି । [୧] ଏହାର ପ୍ରକୃତ ମୂଳଦୁଆ ଦୁର୍ବୋଧ୍ୟ ଅଟେ । ଏହି ଖେଳର ନାମ Duke of Beaufortର Gloucestershireରେ ବ୍ୟାଡମିଣ୍ଟନ ହାଉସରୁ ଆସିଅଛି କିନ୍ତୁ କେବେ ଓ କ'ଣ ପାଇଁ ଆସିଛି ଏପର୍ଯ୍ୟନ୍ତ ଅସ୍ପଷ୍ଟ।କର୍ଣ୍ଣ ହିଲ୍ ମଗାଜିନରେ ବର୍ଣ୍ଣନା କରାଯାଇଛି କି battledore and shuttlecock ଖେଳ ଯେପରି ଦୁଇ ପକ୍ଷ ଦଳ ମଧ୍ୟରେ ଓ ଭୂମିଠାରୁ ୫ଫୁଟ୍ ଉପରକୁ ଜାଲି ବାନ୍ଧି ଖେଳାଯାଏ, ସେହିପରି ବ୍ୟାଡମିଣ୍ଟନ ମଧ୍ୟ ଖେଳାଯାଏ।ମୂଳତଃ ଏହି ଖେଳଟି ବ୍ରିଟିଶ ଇଣ୍ଡିଆରେ ସ୍ୱଦେଶତ୍ୟାଗୀ କାର୍ଯ୍ୟକାରୀମାନଙ୍କ ମଧ୍ୟରେ ଉନ୍ନତ ହୋଇଥିଲା ଯେଉଁଠାରେ ଏହା ୧୯୮୦ ମସିହା ବେଳକୁ ଲୋକପ୍ରିୟ ଥିଲା।

ଆଧାର[ସମ୍ପାଦନା]

  1. ଖେଳରୁ ଉନ୍ନତ କରାଯାଇଛି, ଏହି ଖେଳ ବ୍ରିଟିଶମାନଙ୍କ ପୂର୍ବରୁ. "Badminton" (in English). Retrieved 7 January 2017.{{cite web}}: CS1 maint: unrecognized language (link)