ବ୍ୟବହାରକାରୀ:Drjyotiprasad

ଉଇକିପିଡ଼ିଆ‌ରୁ

ଓଡ଼ିଆ ଭାଷା ଓ ଭୂମିକୁ ସଶ୍ରଦ୍ଧ ସମ୍ମାନ ଜଣାଇ ମୋ ନିଜ ବିଷୟରେ ସଂକ୍ଷେପରେ କିଛି ଲେଖିବାର ପ୍ରୟାସ କରୁଛି୤ ମୋର ନାଁ ଡ଼ାକ୍ତର ଜ୍ୟୋତି ପ୍ରସାଦ ପଟ୍ଟନାୟକ୤ ପେଷାରେ ମୁଁ ଜଣେ ଡ଼ାକ୍ତର ଏବଂ ବର୍ତ୍ତମାନ ମୁଁ ବ୍ରହ୍ମପୁରସ୍ଥିତ ରୋଲାଣ୍ଡ୍ ଫାର୍ମାସୀ କଲେଜରେ ସହକାରୀ ଅଧ୍ୟାପକ ଭାବରେ ସେବାରତ୤

ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କରିବାପାଇଁ ମୁଁ ବିଗତ ସାତ ବର୍ଷଧରି ଏକ ଅନ୍‌ଲାଇନ୍ ଓଡ଼ିଆ ଇ-ପତ୍ରିକା "ଆହ୍ବାନ"ର ପ୍ରକାଶନର ଦାୟିତ୍ବ ନେଇଛି୤ ପ୍ରତ୍ୟେକ ମାସରେ "ଆହ୍ବାନ" ନାମରେ ଏହି ପତ୍ରିକା ବିଶ୍ବାବ୍ୟାପୀ ଅନ୍ତର୍ଜାଲ (ୱାର୍ଲ୍‌ଡ଼ ୱାଇଡ଼୍ ୱେବ୍)ରେ ଏହା ଉପଲବ୍ଧ ହୋଇପାରୁଛି୤ ଆପଣଙ୍କ ପରି ଅନେକ ଭାଷା ଓ ସାହିତ୍ୟପ୍ରେମୀ ମୋ ସହ ସହଯୋଗ କରି ଆମ ଭାଷାରେ ଲେଖାଲେଖି କରୁଛନ୍ତି ଏବଂ ସେମାନଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ଉନ୍ନତି କରୁଛି୤

ଆମେ ସବୁ ଜନ୍ମଗତ ଭାବରେ ଓଡ଼ିଆ, କାରଣ ଓଡ଼ିଶାପରି ଦେବଭୂମିରେ ଆମେ ସବୁ ଜନ୍ମନେଇଛେ୤ ଆମ ଭାଷା ଓଡ଼ିଆ, ଆମ ଦେବତା ସ୍ବୟଂ ଶ୍ରୀ ଜଗନ୍ନାଥ୤ ଆମ ପାଣିପବନ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଶିଷରେ ସମୃଦ୍ଧ୤ ତଥାପି ଆମ ଭାଷା ଓ ସାହିତ୍ୟର ଭାବନା ଆମ ଜନମାନସକୁ ପ୍ରଭାବିତ କରି ପାରୁନାହିଁ୤ ଅନେକେ ଓଡ଼ିଆ ହୋଇସୁଦ୍ଧା ଓଡ଼ିଆ ଭାଷାରେ ଲେଖିବା କଥା ଛାଡ଼ନ୍ତୁ, କଥାବାର୍ତ୍ତା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି୤ ଆଉ ଆମେ ଯେତେ ସବୁ ଓଡ଼ିଆରେ ଲେଖିବା ପାଇଁ ଚେଷ୍ଟା କରୁଛୁ ଆମକୁ ନିନ୍ଦା କରିବା ଆଉ ତାତ୍ସଲ୍ୟ କରିବାକୁ ପଛାଉନାହାନ୍ତି୤ ତେଣୁ ମୋର ଗୋଟିଏ କଥା ମନେ ପଡୁଛି -

ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ୥

ସେହି ମନ୍ତ୍ରରେ ମୁଁ ଦୀକ୍ଷିତ ହୋଇଛି୤ ଆପଣ ମାନେ ମଧ୍ୟ ସେହି ଏକା ଧର୍ମରେ ଦୀକ୍ଷା ନିଅନ୍ତୁ, ଆମ ମା ମାଟି ଓ ମାତୃଭାଷାକୁ ଘୃଣା କରନ୍ତୁ ନାହିଁ୤ ଏହାର ଉତ୍ତରୋତ୍ତର ଉନ୍ନତି ପାଇଁ କାମନା କରନ୍ତୁ୤ ଏହି ଆଶା କରୁଛି୤

ଧନ୍ୟବାଦ

--Drjyotiprasad (ମୋ ଆଲୋଚନା) ୨୧:୦୬, ୧୮ ଫେବୁଆରି ୨୦୧୨ (UTC)