ବ୍ୟବହାରକାରୀଙ୍କ ଆଲୋଚନା:Simanchal mandal

Page contents not supported in other languages.
ଉଇକିପିଡ଼ିଆ‌ରୁ

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Simanchal mandal, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୫, ୫ ଜୁଲାଇ ୨୦୧୪ (UTC)

ରଥଯାତ୍ରା ଜଗନ୍ନାଥଙ୍କ ର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହାକି ପୁରୀ ଠାରେ ଜଗନ୍ନାଥ ମନ୍ଦିର ରେ ତଥା ବିଶ୍ଵର ବାକି ଅନେକ ଜାଗାରେ ପାଳନ କରାଯାଏ ।

ପ୍ରଭୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରା ତିନିଗୋଟି ରଥରେ ପୁଷ୍ୟାନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ବିଜେ କରି ଗୁଣ୍ଡିଚା ମନ୍ଦିର କୁ ଯାଇ ସେଠାରେ ସପ୍ତାହକାଳ ଅବସ୍ଥାନ କରି ଦଶମୀ ଦିନ ସେଠାରୁ ବଡ଼ଦେଉଳକୁ ଆସିଥାନ୍ତି । ଗୁଣ୍ଡିଚା ମନ୍ଦିର କୁ ଯିବା ଦିନକୁ "ରଥଯାତ୍ରା" ବା "ଗୁଣ୍ଡିଚା ଯାତ" ଓ ଫେରିବା ଦିନକୁ "ବାହୁଡ଼ା ଯାତ୍ରା ବା ବାହୁଡ଼ା ଯାତ" ବୋଲି କୁହାଯାଏ ।

ପରମ୍ପରା ଅନୁସାରେ ଘୋଷଯାତ୍ରାର ଆଗେ ଆଗେ ବଡ଼ଭାଇ ବଳଭଦ୍ରଙ୍କ ରଥ 'ତାଳଧ୍ଵଜ' ଯାଏ । ତାଙ୍କ ପଛେ ପଛେ ଦେବୀ ସୁଭଦ୍ରାଙ୍କ 'ଦର୍ପଦଳନ' ଓ ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ 'ନନ୍ଦିଘୋଷ' ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି ।

ରଥଯାତ୍ରାରେ ବଡ଼ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହ ମାଉସୀମା ମନ୍ଦିରଙ୍କୁ ଯାତ୍ରା କରନ୍ତି ସର୍ବ ଶକ୍ତିମାନ,ସର୍ବ ବିଦ୍ୟମାନ,ସର୍ବ ହୃଦୟରେ ବସା ବାନ୍ଧିଥିବା ଜଗତର ନାଥ ଜଗନ୍ନାଥ। କିଏ କହିଲା ତାଙ୍କର ଗୋଡ଼ ଏବଂ ହାତ ନାହିଁ ଏବଂ ଚାଲି ପାରୁନାହାନ୍ତି। ଚକାଚକା ଆଖିରେ ବସି ସବୁ ଦେଖୁଛି। ହେଲେ ଭକ୍ତ ପାଇଁ କିଛି କରୁନାହିଁ ଏବଂ ଏପରିକି ଦେଖା ମଧ୍ୟ କରୁନାହିଁ। ଏଇତ ସେହି ମିଳନ । ଭକ୍ତକୁ ଦେଖା କରିବା ପାଇଁ ପ୍ରଭୁ ନିଜେ ବାହାରକୁ ବାହାରି ଆସନ୍ତି ଏବଂ ସମୟକୁ ଲକ୍ଷ୍ୟରେ ରଖି ପ୍ରଭୃ ଗୋଟିଏ ଦିନ ଅଢ଼େଇରୁ 3 କିଲୋମିଟର ରଥରେ ଯାତ୍ରା କରିନ୍ତି। କାଠରେ ନିର୍ମିତ ରଥରେ ବସି ପ୍ରଭୁ ମାଉସୀଙ୍କ ଘରକୁ ଯାତ୍ରା କରନ୍ତି। ପୁରାଣ ଅନୁସାରେ କୃଷ୍ଣବତାର ସମୟରେ ଭଗବାନଙ୍କ ଗୋକୁଳ ଠାରୁ ମଥୁରାର ଯାତ୍ରାକୁ ରଥଯାତ୍ରା କୁହାଯାଏ। ପ୍ରଭୁ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା କଳା,ଧଳା ଏବଂ ହଳଦିଆର ରଙ୍ଗ ତିନି ଗୁଣ ସତ୍ତ୍ୱ,ତାମସ ଏବଂ ରଜ ଗୁଣକୁ ବୁଝାଇଥାଏ।


ଏହି ରଥ ଟଣାରେ ଘୋଡ଼ା ବା ହାତୀର ଆବଶ୍ୟକତା ପଡ଼େ ନାହଁ। ଭକ୍ତମାନେ ପ୍ରଭୁଙ୍କୁ ସୁସଜ୍ଜିତ ରଥ- ଜଗନ୍ନାଥଙ୍କ ନନ୍ଦୀଘୋଷ,ବଳଭଦ୍ରଙ୍କ ତାଳଧ୍ୱଜ, ସୁଭଦ୍ରାଙ୍କ ଦେବଦଳନରେ ବନ୍ଧା ଯାଇଥିବା ଦଉଡ଼ିକୁ ଟାଣି ଆନନ୍ଦ ପାଇବା ସହ ପାପରୁ ନିଜକୁ ମୁକ୍ତି କରନ୍ତି। ଭଗବାନ ରଥରେ ବସିଥିବାବେଳେ ରଥ ଟଣାରେ ଯେଉଁ ଭକ୍ତ ମାନେ ନିଜକୁ ନିୟୋଜନ କରି ଥାଆନ୍ତି ସେମାନେ ପୂଣ୍ୟ ଅର୍ଜନ କରନ୍ତି ବୋଲି କିମଦନ୍ତୀ ଅଛି। ଭକ୍ତଙ୍କ ଠାରେ ଭଗବାନ ଏତେ ବନ୍ଧା ଯେ,ଭକ୍ତ ଆସିବା ପର୍ଯ୍ୟନ୍ତ ଭଗବାନ ଅଟକି ରହନ୍ତି। ସାରା ବିଶ୍ୱରୁ କୋଟି କୋଟି ଭକ୍ତ-ସାଧୁ ସନ୍ଥ,ଯୋଗୀ ଠାରୁ ଭୋଗୀ, ଧନୀ ଦରିଦ୍ର୍ୟଙ୍କ ଶ୍ରୀକ୍ଷେତ୍ର ଧାମ ପୁରୀକୁ ଆଗମନର ସୁଅ ଛୁଟିଥାଏ। ଏହି ଯାତ୍ରା ନେଇ କୌଣସି ପ୍ରଚାର କିମ୍ବା ପ୍ରସାର କରିବାକୁ ପଡ଼େନାହିଁ। ଭକ୍ତିର ଭାବରେ ଅଗଣିତ ଭକ୍ତ ଭଗବାନଙ୍କ ପାଖକୁ ଟାଣି ହୋଇ ଆସନ୍ତି। ସମାଗମ, ଭଜନ କୀର୍ତ୍ତନ ଏବଂ ଶଂଙ୍ଖ ହୁଳହୁଳିରେ ବଡ଼ ଦାଣ୍ଡ ଉଠୁଳି ପଡ଼େ। ଆବାଳ ଠାରୁ ବୃଦ୍ଧବନିତା ଏହି ଯାତ୍ରାରେ ନିଜକୁ ନିୟୋଜିତ କରି ଭାଗ୍ୟବାନ ମନେ କରନ୍ତି।କାରଣ ଭଗବାନକୁ ସ୍ୱଚକ୍ଷୁରେ ଦେଖି ଭକ୍ତମାନେ ନିଜକୁ ଭାଗ୍ୟବାନ ମନେ କରନ୍ତି। ସେବାୟତ,ପୂଜାରୀଙ୍କ ବେଦମନ୍ତ୍ରରେ କମ୍ପି ଉଠେ ବଡ଼ଦାଣ୍ଡ। ପୁରୀ ଗଜପତି ଛେରାପରା ଦେବାପରେ ଆରମ୍ଭ ହୁଏ ରଥ ଟଣା। ମଧ୍ୟାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୁଏ। ରଥଟଣା ସମୟରେ ମାହୋଲ କିଛି ଅଲଗା ଥାଏ। ଭକ୍ତଠାରେ ଭଗବାନ ଏତେ ବନ୍ଧା ଯେ ଲକ୍ଷଲକ୍ଷ ଲୋକଙ୍କ ସମାଗମ କାରଣରୁ ନିଜକୁ ଦୂରେଇ ରଖୁଥିବା ଭକ୍ତ ମାନଙ୍କୁ ପ୍ରଭୁ ନିଜେ ଟେଲିଭିଜନ ମାଧ୍ୟମରେ ଦର୍ଶନ ଦିଅନ୍ତି। ସତରେ ଭକ୍ତ ଏବଂ ଭଗବାନଙ୍କ ଏହି ମିଳନର ପରମ୍ପରା କିଛି ନିଆରା।


ପର୍ବପର୍ବ।ଣୀ ଏବଂ ସଂସ୍କୃତିରେ ଭରା ଓଡ଼ିଶାରେ ପ୍ରଭୃ ଜଗନ୍ନାଥଙ୍କର ରଥଯାତ୍ରା କେବଳ ପାଳନ କରାଯାଏ ନାହିଁ ଗୁଜରାଟ, ନୂଆଦିଲ୍ଲୀ,ପଶ୍ଚିମବଙ୍ଗ,ଏବଂ ଦେଶର ବିଭିନ୍ନ ରାଜ୍ୟ ଏବଂ ବିଦେଶୀରେ ଥିବା ଓଡ଼ିଆମାନଙ୍କ ଦ୍ୱାରା ଏହି ପର୍ବ ପାଳନ ହୁଏ।

ଏକଥା ସମସ୍ତଙ୍କୁ ଜଣା- ଜଗନ୍ନାଥ ଶବ୍ଦର ଅର୍ଥ ହେଉଛି- ଯେ ଜଗତର ନାଥ। ଅର୍ଥ।ତ ସମଗ୍ର ବିଶ୍ୱର ଅଧୀଶ୍ୱର। କେବଳ ଭାବାତ୍ମକ ଦୃଷ୍ଟିରୁ ନୁହେଁ, ପ୍ରାମାଣିକ ଦୃଷ୍ଟିରୁ ବିବେଚନା କଲେ ଆମେ ଦେଖିବା ଓଡ଼ିଆ ଜାତିର ଆରାଧ୍ୟ ଦେବତା ଜଗନ୍ନାଥ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ଓ ବିଶ୍ୱରେ ପରିବ୍ୟାପ୍ତ। ଆଜି ଜଗନ୍ନାଥ ଆରାଧନାକୁ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ସଗ୍ରାହେ ଆପଣାଇ ନେଇଛନ୍ତି ପୃଥିବୀର କୋଣ ଅନୁକୋଣରେ ଥିବା ହିନ୍ଦୁ ଓ ଅଣହିନ୍ଦୁ। ଆଉ ଭକ୍ତ ଓ ଭଗବାନ ଭିତରେ ଥିବା ଦୂରତ୍ୱକୁ ବର୍ଷକେ ଥରେ ଅବସାନ କରିବା ଲକ୍ଷ୍ୟରେ ଆୟୋଜିତ ଜଗନ୍ନାଥଙ୍କ ରଥଯାତ୍ରା ବର୍ତ୍ତମାନ ବିଶ୍ୱ ପର୍ବରେ ପରିଣତ ହୋଇଛି।

କାରଣ ରଥଯାତ୍ରା ପାଳିତ ହେଉଛି  ବିଶ୍ୱବ୍ୟାପୀ ଶୁଣିଲେ ଆଶ୍ଚର୍ଯ୍ୟ  ଲାଗେ, ଇଉରୋପ ଓ ଆମେରିକୀୟ ରାଷ୍ଟ୍ର ସମେତ କେତେକ ଇସଲାମିକ ରାଷ୍ଟ୍ରରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବେଶ  ଆଡ଼ମ୍ବରପୂର୍ଣ୍ଣ ଭାବେ ଭାବଗର୍ଭକ ପରିବେଶ ମଧ୍ୟରେ ପାଳନ କରାଯାଉଛି ।

ଦେବ ସ୍ନାନ ପୂର୍ଣ୍ଣିମା[ସମ୍ପାଦନା]

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା ,

ଶ୍ରୀ ଜଗନ୍ନାଥ ଭାଇଭଊଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ |   

ଆଜ ଦିନ ଶ୍ରୀମନ୍ଦିର ରେ ଜଗନ୍ନାଥ , ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ୧୦୮ ସ୍ବର୍ଣ୍ଣ ପୂର୍ଣ୍ଣକୁମ୍ଭରେ ଗାଧୋଇ ଦିଆଯାଏ । ଏହି ଜଳରୁ ୩୫ ଗରା ଜଗନ୍ନାଥଙ୍କୁ, ୩୩ ଗରା ବଳଭଦ୍ରଙ୍କୁ, ୨୨ ଗରା ସୁଭଦ୍ରାଙ୍କୁ ଓ ୧୮ ଗରା ସୁଦର୍ଶନଙ୍କୁ ସ୍ନାନ କରାଯାଏ ନିକଟରେ ଥିବା ଶିତଳା ମନ୍ଦିରରୁ ଜଳ ଆଣି ନାନାଦି ପୁଜା ଓ ବିଧି ମତେ ଏହା କରାଯାଇଥାଏ | ଗାଧୁଆ ପରେ ଦିଅଁମାନେ ଗଜାନନ ବେଶ ବା ଗଣେଶ ବେଶ ହୋଇଥାନ୍ତି ଓ ତାଙ୍କ ପାଖରେ ଭୋଗଲାଗି କରାଯାଇଥାଏ | ଏହି ସବୁ ବିଧି ମନ୍ଦିର ଆଗରେ ଥିବା ସ୍ନାନ ମଣ୍ଡପ ରେ କରାଯାଇଥାଏ ଯାହାକୁ ଭକ୍ତ ମାନେ ଦେଖି ପାରନ୍ତି । ଏହି ଦିନକୁ ଜଗନ୍ନାଥ ଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ | ଏହାପରେ ଦିଅଁମାନଙ୍କୁ ଜ୍ଵରହୁଏ ଓ ସେମାନେ ରଥଯାତ୍ରା ପର୍ଯ୍ୟନ୍ତ ୧୫ ଦିନ ଅଣସର ଘରେ ରହନ୍ତି । ଏହା ରଥ ଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଦେବସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ (ଆଷାଢ଼ କୃଷ୍ଣ ପ୍ରତିପଦଠାରୁ ଚଉଦଦିନ କାଳ) ଜଗନ୍ନାଥ ମନ୍ଦିର ରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ଯାତ୍ରୀମାନେ ସକ୍ଷାତ ଦର୍ଶନ କରିବାକୁ ପାଆନ୍ତି ନାହିଁ , ଏହି ସମୟକୁ ଅଣସର (ଅନବସର) କୁହାଯାଏ ଦେବ ସ୍ନାନ ପୂର୍ଣ୍ଣିମା ଦିନ ଦେବସ୍ନାନ ମଣ୍ଡପରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିତ୍ରୟ ଉପରେ ସୁନାକୂଅର ଅଧିବାସ ହୋଇ ରହିଥିବା ୧୦୮ ଗରା ଜଳ ଢଳାହୋଇ ସ୍ନାନ କରାଯାଏ , ଲଗାତାର ୨୧ଦିନ ଧରି ନରେନ୍ଦ୍ର ପୋଖରୀରେ ଚାପଖେଳିବା ପରେ ଶ୍ରୀଜୀଉମାନେ ୧୦୮ ଗରା ଜଳରେ ସ୍ନାନ କରିବାରୁ ତାଙ୍କୁ ଜ୍ଵର ହୋଇଥାଏ , ଜ୍ଵର ହେବାପରେ ଶ୍ରୀଜୀଉମାନଙ୍କୁ ଉପଚାର କରିବା ନିମନ୍ତେ ଦଇତାପତି ସେବକ ଓ ଅନ୍ୟ ସେବକମାନେ ଠାକୁରଙ୍କୁ ଅଣସର ଘର (ଜଗନ୍ନାଥ ମନ୍ଦିର ର ଜଗମୋହନରେ ଚନ୍ଦନ ଅର୍ଗଳି ନିକଟରେ ଥିବା ଏକ ସ୍ଥାନ)କୁ ନିଅନ୍ତି ଏହି ସମୟରେ ମହାପ୍ରଭୁଙ୍କ ଦେହରେ ଚୁଆ, କର୍ପୁର, କସ୍ତୁରୀ ଓ ଚନ୍ଦନ ଲେପନ କରାଯିବା ସହ ବୈଦିକ ଚିକିତ୍ସା କରାଯାଏ |

ଅଣସର ସମୟରେ ଶ୍ରୀ ଜୀଉମାନେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ , ତାଙ୍କ ସ୍ଥାନରେ ପଟିଦିଅଁଙ୍କୁ ପୂଜା କରାଯାଇଥାଏ , ବଡ଼ଠାକୁରଙ୍କର ପଟିଦିଅଁ ବାସୁଦେବ, ଦେବୀ ସୁଭଦ୍ରା ଙ୍କର ପଟିଦିଅଁ ଭାବେ ଯାଜ୍ଞସେନୀ ବା ଭୁବନେଶ୍ଵରୀ ଓ ଶ୍ରୀଜଗନ୍ନାଥ ଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଇବେ ,ଅଣସର ସମୟରେ ନୀଳମାଧବ, ମଦନମୋହନ, ରାମ, କୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀଙ୍କୁ ମଧ୍ୟ ଏହି ପଟିଦିଅଁଙ୍କ ସହ ପୂଜା କରାଯାଏ ,ଏହି ସମୟରେ ଶ୍ରୀଜଗନ୍ନାଥ ଙ୍କ ସ୍ଥାନରେ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥ ଙ୍କୁ ବିଷ୍ଣୁରୂପରେ ଦର୍ଶନ କରିଥାନ୍ତି |

ରଜ ଏକ ଚାରିଦିନିଆ ଓଡ଼ିଆ ପର୍ବ ଯାହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷାର ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ଓଡ଼ିଶାର କୃଷିର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜସ୍ଵଳା ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ଵଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ରଜ ପର୍ବକୁ କୃଷି ଭିତ୍ତିକ ପର୍ବ ମଧ୍ୟ କୁହାଯାଏ। ମେଘ ରାଣୀର ଧରାପୃଷ୍ଠକୁ ଆଗମନର ସଙ୍କେତ କୃଷକ ମାନଙ୍କ ମନରେ ଆନନ୍ଦ ଭରି ଦେଇଥାଏ। ଏହି ଚାରି ଦିନ କୃଷକ ମାଟି ମା ବା ପୃଥିବୀକୁ ସମ୍ମାନ ଜଣାଇ ହଳ ଫିଟାଇ ନ ଥାଏ। ତେବେ କୃଷକକୁ ଏହି ଚାରି ଦିନ ଧରଣୀ ମା ବିଶ୍ରାମ ଦେଇଥିବା କହିଲେ ଚଳେ କାରଣ ଏହା ପରେ କୃଷକ ନିଜକୁ କ୍ଷେତ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ସଜବାଜ ହୋଇପଡ଼େ।

ଏହି ପର୍ବ ପାଳନ ବେଳରେ ଘରର ଘରଣୀ ମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅ ମାନେ ଶାଢ଼ି ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ ।

ରଜଗୀତ[ସମ୍ପାଦନା]

ରଜଗୀତ ଏହି ପର୍ବରେ ବୋଲାଯାଉଥିବା ଜଣାଶୁଣା ଗୀତ ଯାହା ଆଗେ ଗାଆଁ ଗହଳିରେ ଜନ୍ମ ନେଇଥିଲା ଯାହା ଲୋକ ମୁଖରେ ବୋଲାଯାଉଥିଲା ପୁରୁଷ ପୁରୁଷ ଧରି ଓ ଧିରେ ଧିରେ ତାହା ଓଡ଼ିଆ ସାହିତ୍ୟ ଭିତରକୁ ଆସିଲା ।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ ଘେନି ନୂଆ ସଜବାଜ ॥ ରଜ ଦୋଳି କଟ କଟ, ମୋ ଭାଇ ମଥାରେ ସୁନା-ମୁକୁଟ, ସୁନା ମୁକୁଟ ଲୋ ଦିଶୁଥାଏ ଝଟମଟ ॥

ରଜ ପାଇଁ ବିଶେଷ ଖାଇବା[ସମ୍ପାଦନା]

ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ଚକୁଳି ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ । ରଜରେ ଏହି ପିଠା ଖିଆଯାଇଥାଏ । ପୋଡ଼ ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ଆଣ କୁ କଦଳୀ ପତ୍ର ରେ ବାନ୍ଧି ଚୁଲି ରେ ରାତି ସାରା ପୋଡି ପ୍ରସ୍ତୁତ କରାଯାଏ। ଏହି ପୋଡ ପିଠା କୁ ରଜ ୩ ଦିନ ଖିଆ ଯାଏ |

ବସୁମତୀ ସ୍ନାନ[ସମ୍ପାଦନା]

ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ଏହା ଧରାସ୍ନାନ, ମହାଲକ୍ଷ୍ମୀ ସ୍ନାନ, ମହାଲକ୍ଷ୍ମୀ ଗାଧୁଆ ଓ ଶୁଦ୍ଧ ସ୍ନାନ ରୂପେ ପ୍ରଖ୍ୟାତ | ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ | ରଜସ୍ବଳାନାରୀ ସଦୃଶ ତିନିଦିନ ଅସ୍ପୃଶ୍ୟ ହୋଇ ରହିବାପରେ ଚତୁର୍ଥ ଦିନ ପ୍ରାତଃ କାଳରେ ଏହି ଶୁଦ୍ଧ ସ୍ନାନ ପର୍ବ ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ | ବସୁମାତା ରଜସ୍ବଳା ହୋଇ ଶୁଦ୍ଧସ୍ନାନ ପରେ ସୃଜନ କ୍ଷମତାଶୀଳା ଅର୍ଥାତ୍ ଶସ୍ୟ ବୀଜ ଧାରଣକାରିଣୀ ହୋଇପାରିଥାନ୍ତି |