ବ୍ୟବହାରକାରୀଙ୍କ ଆଲୋଚନା:Pktripathy

Page contents not supported in other languages.
ଉଇକିପିଡ଼ିଆ‌ରୁ
କିଛି କୁକିଜ ସହିତ ଆପଣଙ୍କୁ ସ୍ଵାଗତ କରୁଛୁ!

ପାଛୋଟା!
ଓଳିଗି, Pktripathy ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେର ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି!

--Srikant Kedia ୦୮:୧୪, ୧୨ ଡିସେମ୍ବର ୨୦୧୧ (UTC)

ଉଇକିପିଡ଼ିଆରେ ବ୍ୟବହାର ଓ ନୀତିବଳି ବାବଦରେ![ସମ୍ପାଦନା]

ଆଦରର ପି.କେ. ତ୍ରିପାଠୀ ବାବୁ, ଆପଣଙ୍କ ଅବଦାନ ନିମନ୍ତେ ଅଶେଷ ସାଧୁବାଦ । ଆଶା ଆଗକୁ ଆପଣ ଆହୁରି ଲେଖା ଜାରି ରଖିବେ, ଅଧିକ ସହଯୋଗ ନିମନ୍ତେ ଆପଣ ତଳଲିଖିତ ପୃଷ୍ଠାସବୁ ପଢ଼ିପାରିବେ:

ଆପଣ ଆହୁରି ମଧ୍ୟ ଆପଣଙ୍କ ପସନ୍ଦକୁ ଯାଇ ନିଜର ସଚଳ ଇମେଲ ଠିକଣାଟିଏ ଦେଇପାରିବେ, ଏହା କେବଳ ଆପଣ ଜଣେ ସଚଳ ବ୍ୟବହାରକାରୀ ବୋଲି ଜାଣିବା ପାଇଁ, ଆପଣଙ୍କୁ କୌଣସି ପ୍ରକାରର ପ୍ରଚାରମୂଳକ ମେଲ ପଠାଯିବ ନାହିଁ । ବାକିଙ୍କ ସହ ଯୋଗାଯୋଗ ଓ ଆଲୋଚନା ପାଇଁ ଆପଣ ଏହି ମେଲ ତାଲିକାରେ ଯୋଗ ଦେଇ ପାରିବେ । --ସୁଭାସିସପାଣିଗାହିମୋତେ କହିବେ କିଛି? ୧୬:୧୭, ୧୪ ଡିସେମ୍ବର ୨୦୧୧ (UTC)

ଆପଣ ଲେଖିଥିବା ଗୀତ ବାବଦରେ[ସମ୍ପାଦନା]

ପ୍ରିୟ ତ୍ରିପାଠୀ ବାବୁ,

ଓଡ଼ିଆ ଉଇକିପିଡ଼ିଆକୁ ବହୁତ ଦିନ ପରେ ଫେରିଥିବାରୁ ମୁଁ ଆପଣଙ୍କୁ ପୁଣିଥରେ ସ୍ଵାଗତ କରୁଛି, ଆପଣଙ୍କ ଆଗ୍ରହ ନିମନ୍ତେ ଆପଣଙ୍କୁ ସାଧୁବାଦ । ଉଇକିପିଡ଼ିଆ ଏକ ଖୋଲା ଜ୍ଞାନକୋଷ, ଏହା ଗୀତ ଲେଖିବା ନିମନ୍ତେ ଉଦ୍ଦିଷ୍ଟ ନୁହେଁ । ଉଇକିପିଡ଼ିଆର ନିୟମ ଅନୁସାରେ ଏଥିରେ ଲେଖାଯାଉଥିବା ପ୍ରସଙ୍ଗ ଗୁଡ଼ିକ ନିରପେକ୍ଷ ଓ ପ୍ରମାଣଯୋଗ୍ୟ ହେବାସହ ମୂଳ ଗବେଷଣାର ଅନ୍ତର୍ଭୁକ୍ତ ହୋଇନଥିବା ଆବଶ୍ୟକ । ସ୍ଵତ୍ତ୍ଵାଧିକାର ନଥିବା ପୁରୁଣା ଗୀତ ଓ ଅନ୍ୟାନ୍ୟ ରଚନାବଳୀ ନିମନ୍ତେ ଓଡ଼ିଆଉଇକିର ଅନ୍ୟ ଏକ ପ୍ରକଳ୍ପ ଉଇକିପାଠାଗାର ରହିଛି । ଆପଣ ତିଆରି କରିଥିବା 'ମହିମା (ଗୀତ)' ଓ 'ନାନା ବାୟା ଗୀତ' ଦୁଇଟି ଉଇକିପିଡ଼ିଆ ବଦଳରେ ଉଇକିପାଠାଗାରରେ ରହିବା ଉଚିତ, ତେଣୁ ଆପଣ ଏହି ଦୁଇଟି ଗୀତ ଉଇକିପାଠାଗାରରେ ଲେଖିବାକୁ ଅନୁରୋଧ, ଆପଣ ଉଇକିପାଠାଗାରରେ ଗୀତ ଦୁଇଟି ନଲେଖିଲେ ମଧ୍ୟ ନିୟମ ଅନୁସାରେ ଏଠାରେ ରଖିହେବନି ତେଣୁ ଆସନ୍ତା ୭ଦିନ ପରେ ଯେକୌଣସି ସମୟରେ ଗୀତ ଦୁଇଟିକୁ ଉଇକିପାଠାଗାରକୁ ଘୁଞ୍ଚାଇ ଦିଆଯିବ । ଆପଣ ସ୍ଵତ୍ତ୍ଵାଧିକାର ନଥିବା ଅଧିକ ଗୀତ ଲେଖିବାକୁ ଆଗ୍ରହୀ ଥିଲେ ଉଇକିପାଠାଗାରରେ ଲେଖିବାକୁ ଅନୁରୋଧ । କିଛି ସନ୍ଦେହ ହେଲେ ଚାଟସଭାରେ, ମୋ ଆଲୋଚନା ପୃଷ୍ଠାରେ କିମ୍ବା ଫେସବୁକ କୋଠରେ ପଚାରନ୍ତୁ । ଧନ୍ୟବାଦ ----ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୧:୪୩, ୨୮ ଡିସେମ୍ବର ୨୦୧୫ (UTC)