ବ୍ୟବହାରକାରୀଙ୍କ ଆଲୋଚନା:Himansu36

Page contents not supported in other languages.
ଉଇକିପିଡ଼ିଆ‌ରୁ

ହିମାଂଶୁବାବୁ ନମସ୍କାର ନେବେ । ଆପଣଙ୍କ ଓଡ଼ିଆ ଉଇକିପିଡ଼ିଆରେ ଭାଗନେବା ଆମ ସମସ୍ତଙ୍କ ନିମନ୍ତେ ଏକ ଖୁସିର ବିଷୟ । ମୁଁ ଆପଣଙ୍କ ଫେସବୁକ ଉପରେ ବାହାରିଥିବା ଲେଖା ସଂସାରରେ ପଢ଼ିଲି । ସେଥିରୁ ଅନେକ ତ‌ଥ୍ୟ ଆପଣ ଓଡ଼ିଆ ଉଇକିପିଡ଼ିଆରେ ଦେଇପାରିବେ । ଖବରକାଗଜ ଓ ଅନ୍ୟାନ୍ୟ ପ‌ତ୍ରପ‌ତ୍ରିକାରେ ଆପଣଙ୍କର ଯେଉଁ ଲେଖାସବୁ ପ୍ରକାଶ ପାଇଛି ସେସବୁରୁ ତ‌ଥ୍ୟ ନେଇ ଆପଣ ଓଡ଼ିଆ ଉଇକିପିଡ଼ିଆର ପ୍ରସଙ୍ଗସମୂହ ସମୃଦ୍ଧ କଲେ ଅନ୍ୟମାନେ ତାହା ବିଷୟରେ ପଢ଼ି ଜାଣିପାରିବେ । ତେବେ ଆପଣଙ୍କ ଉପରେ ଥିବା ଲେଖା ହିମାଂଶୁ ଶେଖର ଫତେସିଂହ‎, ଆପଣ ନିଜେ ସମ୍ପାଦନା ନ କରି ଅନ୍ୟମାନଙ୍କୁ ସମ୍ପାଦନା କରି ଉନ୍ନ‌ତ କରିବାର ସୁଯୋଗ ଦିଅନ୍ତୁ । ତାହା ଫଳରେ ଲେଖାଟି ଅଧିକ ସମତୁଲ ଲାଗିବ । ଆପଣଙ୍କ ଦୀର୍ଘ ଗବେଷଣାଲବ୍ଧ ଜ୍ଞାନ ଓଡ଼ିଆ ଉଇକିପିଡ଼ିଆରେ ଅନେକ ପ୍ରସଙ୍ଗକୁ ସୁବୋଧ କରିବା ସଙ୍ଗେ ସଙ୍ଗେ ଏଥିରେ ଥିବା ଛୋତ ଛୋଟ ଲେଖାର ମାନ ବଢ଼ାଇବ ବୋଲି ଆଶା । --ସୁଭାସିସ ପାଣିଗାହି ମୋ ସଙ୍ଗେ ଆଲୋଚନା କରନ୍ତୁ ୧୮:୪୫, ୧୦ ମାର୍ଚ୍ଚ ୨୦୧୪ (UTC)

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ[ସମ୍ପାଦନା]

--Aditya Mahar (ମୋ ଆଲୋଚନା) ୨୦ ଅକ୍ଟୋବର ୨୦୧୫ (IST)