ବ୍ରାହ୍ମୀ
| ବ୍ରାହ୍ମୀ | |
|---|---|
| ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
| ଜଗତ: | Plantae |
| (unranked): | Angiosperms |
| (unranked): | Eudicots |
| (unranked): | Asterids |
| ଗଣ: | Apiales |
| କୁଳ: | Mackinlayaceae |
| ପ୍ରଜାତି: | Centella |
| ଜାତି: | C. asiatica |
| ବାଇନୋମିଆଲ ନାଆଁ | |
| Centella asiatica (L.) Urban |
|
| Synonyms | |
ବ୍ରାହ୍ମୀ ଏକ ଲତା ଜାତୀୟ ଉଦ୍ଭିଦ। ଏହି ଲତା କ୍ଷୁଦ୍ର ହୋଇଥାଏ ଓ ଭୂମିରେ ଲୋଟିଥାଏ। ଜଳାଶୟ ନିକଟସ୍ଥ ଆର୍ଦ୍ର ଭୂମିରେ ଓ ବାଡ଼ମୂଳେ ଏହା ଜନ୍ମିଥାଏ। ପତ୍ରଗୁଡ଼ିକ ଗୋଲାକାର ହୋଇଥାଏ ଓ ଏହାର ଚାରିପାଖ କମ ହେଲାପରି ଦିଶୁଥାଏ। ଗୋଟିଏ ଡେମ୍ଫରେ ଗୋଟିଏ ମାତ୍ର ପତ୍ର ରହିଥାଏ। କେତେକ ଲୋକେ ଏହାକୁ ଥଲକୁଡ଼ି ବା ଥାଲକୁଡ଼ି ଓ ଘୋଡ଼ାପୁଆ ବୋଲି କହିଥାନ୍ତି। ବରହ୍ମୀ ନାମକ ଆଉ ଏକ ଲତା ପାଣି କୂଳରେ ମାଡ଼ିଥାଏ। କିଛି ଲୋକ ଏହାକୁ ବ୍ରାହ୍ମୀ ବୋଲି କହିଥାନ୍ତି। ହେଲେ ବ୍ରାହ୍ମୀର କେତେକ ଗୁଣ ଏଥିରେ ଥିଲେ ମଧ୍ୟ ଏହା ବ୍ରାହ୍ମୀ ନୁହେଁ।
ବିଷୟସୂଚୀ |
ବିବିଧ ଭାରତୀୟ ପ୍ରାଦେଶିକ ନାମ[ସମ୍ପାଦନା]
| ପ୍ରାଦେଶିକ ଭାଷା | ନାମ |
|---|---|
| ଓଡ଼ିଆ | ବ୍ରାହ୍ମୀ, ଥଲକୁଡ଼ି, ଥାଲକୁଡ଼ି, ଘୋଡ଼ାପୁଆ |
| ସଂସ୍କୃତ | ବ୍ରାହ୍ମୀ, ଭାରତୀ, ସରସ୍ୱତୀ, ମଣ୍ଡୁକପର୍ଣ୍ଣୀ, ମହୌଷଧି, ଦିବ୍ୟୌଷଧୀ, ମେଧାଦାୟିନୀ, ସୁରେଷ୍ଠା, ସୋମବଲ୍ଲୀ, ସୁବର୍ଚ୍ଚକା ଓ ସୁରଶ୍ରେଷ୍ଠା |
| ହିନ୍ଦୀ | ବ୍ରାହ୍ମୀ, ବରମ, ବରମ୍ଭୀ |
| ତେଲୁଗୁ | ଅବିବର୍ଣ୍ଣ ଓ ଶମ୍ଭ୍ରମ |
| ବଙ୍ଗଳା | ବ୍ରାହ୍ମୀ |
ଶାସ୍ତ୍ରୋକ୍ତ ଗୁଣ[ସମ୍ପାଦନା]
ଏହା କଷାୟ ମିଶ୍ରିତ ମଧୁର ରସ, ଲଘୁପାକ, ସ୍ୱରବର୍ଧକ ରସାୟନ, ମେଧାଶକ୍ତି ବର୍ଧକ, ସ୍ମୃତିକାରକ, ଶୀତଳ, ମସ୍ତିସ୍କ ଉପାଦାନ କାରକ, ଆୟୁର୍ବର୍ଧକ, ଯୌବନାବସ୍ଥା ରକ୍ଷକ, କାନ୍ତିବର୍ଧକ, ରକ୍ତ ଶୋଧକ, ରକ୍ତଶୋଧକ ଅଟେ।
ବ୍ୟବହାର[ସମ୍ପାଦନା]
ଏହାର ପତ୍ରକୁ ମୁଖ୍ୟତଃ ଔଷଧିରୂପେ ବ୍ୟବହାର କରାଯାଏ। ଜ୍ୱର, କାସ, ଶ୍ୱାସ, ପ୍ଳୀହା, ଗୁଳ୍ମ, ପାଣ୍ଡୁ, ବିଷଦୋଷ, ଶୋଥ, ଉନ୍ମାଦ, ବ୍ରଣ, କଣ୍ଠରୋଗ, ପୀନସ, ରକ୍ତପିତ୍ତ, ଅତିସାର, ଉନ୍ମାଦ, ମୁକତା, ମେହ, ପ୍ରେମେହ, କ୍ଷତ, କୁଷ୍ଠ ଓ ଯାବତୀୟ ଶିରରୋଗରେ ଏହାର ଉପଯୋଗ ହୋଇଥାଏ। ମହୁ ସହିତର ଏହାର ପତ୍ରକୁ ପିଲାମାନଙ୍କୁ ଦେଲେ ସେମାନଙ୍କର ମସ୍ତିସ୍କର ବିକାଶ ଦ୍ରୁତ ହୋଇଥାଏ। ଅନେକ ପ୍ରକାର ପୁରୁଣା ପେଟରୋଗ ଏହାର ପତ୍ରକୁ ସେବନ କରିବାଦ୍ୱାରା ଦୂର ହୋଇଥାଏ। ଅନେକ ଜାଗାରେ ଲୋକେ ଏହାକୁ ଶାଗ କରି ଖାଇଥାନ୍ତି।
ବାହାର ଆଧାର[ସମ୍ପାଦନା]
- ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।