ବ୍ରାହ୍ମଣୀ ମନ୍ଦିର

ଉଇକିପିଡ଼ିଆ‌ରୁ
ବ୍ରାହ୍ମଣୀ ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Governing bodyଲକ୍ଷ୍ମୀ ନାରାୟଣ ପୂଜା କମିଟି
Location
ସ୍ଥାନଅଭଣା
Countryଭାରତ
Architecture
ସୋମବଂଶୀ ଶାସନ

ବ୍ରାହ୍ମଣୀ ମନ୍ଦିର ୧୦-୧୧ଶ ଶତକରେ ନିର୍ମିତ ଓଡ଼ିଶାର ବାଲେଶ୍ୱରର ଅଭଣାଠାରେ ଅବସ୍ଥିତ ଏକ ହିନ୍ଦୁ ଓ ବୌଦ୍ଧ ଉପାସନା ପୀଠ । ଏଠାରେ ଅବଲୋକିତେଶ୍ୱର, ଚାମୁଣ୍ଡା ପୂଜିତ ହୋଇଥାନ୍ତି । ଏହା ଓଡ଼ିଶା ରାଜ୍ୟ ଐତିହ୍ୟର ଏକ ସଂରକ୍ଷିତ ଭାସ୍କର ।

ଅବସ୍ଥିତି[ସମ୍ପାଦନା]

ଏହା ସୋନ ନଇର ପୂର୍ବ ଭାଗରେ ଓଡ଼ିଶାର ବାଲେଶ୍ୱର ସହରଠାରୁ ୨୧ କି.ମି. ଦୂରରେ ଅବସ୍ଥିତ ।

ନିର୍ମାଣ[ସମ୍ପାଦନା]

ଏହା ଏକ ସମତଳ ଛାତ ଥିବା ପିଢ଼ା ବିମାନ ଶୈଳୀର ମନ୍ଦିର । ମନ୍ଦିରରେ ପୂଜିତ ଦେବଦେବୀ ହେଲେ ଚାରି ବାହୁବିଶେଷ ଅବଲୋକିତେଶ୍ୱର ଓ ଆଠ ବାହୁ ଓ ତିନି ମୁଖା ଚାମୁଣ୍ଡା । ମୂର୍ତ୍ତି ନିର୍ମାଣ ଅନୁସାରେ ଏହା ୧୦-୧୧ଶ ଶତକରେ ନିର୍ମିତ ବୋଲି ଜଣାଯାଇଥାଏ । ଏଥିରେ କେତେକ ବୌଦ୍ଧ ମୂର୍ତ୍ତି ବିଶେଷ ରହିଛି ।

ପରିମାପ[ସମ୍ପାଦନା]

  • କ୍ଷେତ୍ରଫଳ ( ଲମ୍ବ x ଓସାର x ଉଚ୍ଚତା) : ୪.୨୦ ମି. x ୪.୦୦ ମି. x ୬.୫୦ ମି.
  • ଖଣ୍ଡ ସଂଖ୍ୟା : ୨, ମଣ୍ଡପ ପରେ ଥିବା ବିମାନ

ସ୍ଥାନିକ ସଙ୍ଗଠନ[ସମ୍ପାଦନା]

  • ବିନ୍ୟାସ : ପଶ୍ଚିମାମୁଖି
  • ପରିକଳ୍ପନା : ବିମାନଟି ବର୍ଗାକାର ଓ ମଣ୍ଡପଟି ଆୟତାକାର
  • ଖାଲିସ୍ଥାନ : ୧୦ ମି. (ଲମ୍ବ) x ୪.୫୦ ମି. (ଓସାର)

ସ୍ଥାପନ ଶୈଳୀ[ସମ୍ପାଦନା]

ଆଲଙ୍କାରିକ ଶୈଳୀ[ସମ୍ପାଦନା]

  • ବାହାର ଭାଗ : ସାଧାରଣ
  • ଭିତର ଭାଗ : ସାଧାରଣ
  • ଚଳନ୍ତି ସଙ୍ଗଠନ : ଚାରି ବାହୁବିଶେଷ ଅବଲୋକିତେଶ୍ୱର, ଆଠ ବାହୁ ଓ ତିନି ମୁଖା ଚାମୁଣ୍ଡା
  • ଏହା ନବୀନ ମନ୍ଦିର ହେଲେ ହେଁ ପଞ୍ଚରଥ ଶୈଳୀର ସମତଳ ଓ ପଞ୍ଚାଙ୍ଗ ବାଡ଼ ବିଶିଷ୍ଟ ଅଟେ।

ନିର୍ମାଣ କାରିଗରି[ସମ୍ପାଦନା]

  • ନିର୍ମାଣ ପ୍ରକାର : ଏହା ଏକ ପିଢ଼ା ବିମାନ ଶୈଳୀର ମନ୍ଦିର ଯାହାର ଆଗରେ ଏକ ସମତଳ ଜଗମୋହନ ଅଛି । ବିମାନଟି ପଞ୍ଚରଥ ଶୈଳୀର ଓ ଉଚ୍ଚତା ଭିତ୍ତିରେ ପଞ୍ଚାଙ୍ଗ ବଡ଼ ।
  • ନିର୍ମାଣ : ପଥର ଗଠନ (Ashlar Masonry)
  • ନିର୍ମାଣ ଉପାଦାନ : ମୋହରମ/ଲାଟେରାଇଟ (Laterite)ରେ ମନ୍ଦିରଟି ତିଆରି ଓ ମୂର୍ତ୍ତିମାନ କ୍ଳୋରାଇଟ ପଥରରେ (chlorite stone)ରେ ତିଆରି ।

ସିନ୍ଦୁର ଓ ତେଲ ଲେପନ ହେତୁ ମୂର୍ତ୍ତି ଗୁଡ଼ିକ ଭବିଷ୍ୟତରେ ନଷ୍ଟ ହୋଇଯିବାର ଆଶଙ୍କା ରହିଛି ।

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]