ବ୍ରହ୍ମା ମନ୍ଦିର, ପୁଷ୍କର

ଉଇକିପିଡ଼ିଆ ରୁ
ବ୍ରହ୍ମା ମନ୍ଦିର, ପୁଷ୍କର
ପୁଷ୍କରର ବ୍ରହ୍ମା ମନ୍ଦିର
Brahma Temple at Pushkar
ବ୍ରହ୍ମା ମନ୍ଦିର, ପୁଷ୍କର Rajasthanରେ ଅବସ୍ଥିତ ।
ବ୍ରହ୍ମା ମନ୍ଦିର, ପୁଷ୍କର
ବ୍ରହ୍ମା ମନ୍ଦିର, ପୁଷ୍କର
Location in Rajasthan
ଦିଗବାରେଣି: 26°29′14″N 74°33′15″E / 26.48722°N 74.55417°E / 26.48722; 74.55417ଦିଗବାରେଣି: 26°29′14″N 74°33′15″E / 26.48722°N 74.55417°E / 26.48722; 74.55417
Name
ମୂଳ ନାଆଁ: Brahma Mandir, Pushkar [୧]
ଅବସ୍ଥାନ
ଦେଶ: ଭାରତ
ରାଜ୍ୟ: ରାଜସ୍ଥାନ
ଜିଲ୍ଲା: ଆଜମେର
ଅବସ୍ଥାନ: ପୁଷ୍କର
ତିଆରି ଶୈଳୀ ଓ ଚଳଣି
ମୂଖ୍ୟ ଦେବାଦେବୀ: ବ୍ରହ୍ମା
ତିଆରି ଶୈଳୀ: ରାଜସ୍ଥାନ
ଇତିହାସ
ପ୍ରତିଷ୍ଠା ତାରିଖ: 14th century (present structure)


ବ୍ରହ୍ମା ମନ୍ଦିର ଭାରତର ରାଜସ୍ଥାନରେ ଥିବା ପୁଷ୍କରରେ ଥିବା ବ୍ରହ୍ମାଙ୍କର ଏକ ମନ୍ଦିର । ଦେଶର ବିଭିନ୍ନ ସ୍ଥାନରେ ବିଷ୍ଣୁ,ଶିବ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ଅଛି । ବ୍ରହ୍ମା ମନ୍ଦିର କେବଳ ରାଜସ୍ଥାନର ପବିତ୍ର ପୁସ୍କର ହ୍ରଦ ନିକଟରେ ଅଛି । ୨୦୦୦ବର୍ଷର ପୁରୁଣା ଏହି ମନ୍ଦିର ଶିଖର ସମ୍ପୂର୍ଣ୍ଣ ନାଲି ପଥରରେ ନିର୍ମିତ । ମାର୍ବଲ ପଥରରେ ଏହି ମନ୍ଦିର ତିଆରି ହୋଇଛି । ମନ୍ଦିରରେ ଲାଲ୍ ରଙ୍ଗର ଦୁଇଟି ପୃଥକ ଶିଖରା ଓ ହାମ୍‌ସା ପକ୍ଷୀର ମୂର୍ତ୍ତୀ ତିଆରି ହୋଇଥିବାରୁ ବେଶ ଆକର୍ଷଣୀୟ । ଏହି ମନ୍ଦିରରେ ବ୍ରହ୍ମା ମୂର୍ତ୍ତି ସହ ଗାୟତ୍ରୀ ମୂର୍ତ୍ତି ରହିଛି ।

ବ୍ରହ୍ମଚାରୀ ବ୍ରାହ୍ମଣମାନେ ଏହି ମନ୍ଦିରରେ ପୂଜା କରିଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ବହୁତ ଭିଡ଼ ହୋଇଥାଏ । ହଜାର ହଜାର ଭକ୍ତ ପୁସ୍କର ହ୍ରଦରେ ବୁଡ଼ ପକାଇବା ପରେ ବ୍ରହ୍ମାଙ୍କୁ ଦର୍ଶନ କରନ୍ତି । ବିଶ୍ୱାସ ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁଷ୍କର ହ୍ରଦରେ ସ୍ନାନ କରି ବ୍ରହ୍ମା ମନ୍ଦିର ଦର୍ଶନ କଲେ ଅଶେଷ ପୁଣ୍ୟ ଅର୍ଜନ ହୁଏ ।

ପୌରାଣିକ[ସମ୍ପାଦନା]

ପଦ୍ମ ପୁରାଣରେ ବର୍ଣ୍ଣିତ କଥାବସ୍ତୁ ଅନୁସାରେ ରାକ୍ଷସ ବଜ୍ରନାଭ ତାଙ୍କର ସନ୍ତାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବା ସହ ପ୍ରଜାଙ୍କୁ ଅତି କଷଣ ଦେଉଥିଲା । ବ୍ରହ୍ମା ତାକୁ ତାଙ୍କର ଅସ୍ତ୍ର ପଦ୍ମଫୁଲ ସାହାଯ୍ୟରେ ହତ୍ୟା କଲେ । ଏହି ସମୟରେ ପୃଥିବୀରେ ତିନିଟି ସ୍ଥାନରେ ପଦ୍ମ ପାଖୁଡ଼ା ପଡ଼ି ଯାଇଥିଲା । ଯେଉଁଠି ଫୁଲର ପାଖୁଡ଼ା ପଡ଼ିଥିଲା ସେଠାରେ ସୃଷ୍ଟି ହେଲା ତିନିଟି ପୁଷ୍କର ହ୍ରଦ । ବଡ଼ଟି ବଡ଼ ପୁଷ୍କର, ଦ୍ୱିତୀୟଟି ମଧ୍ୟମ ପୁଷ୍କର ଓ ଶେଷଟି କନିଷ୍ଠ ପୁଷ୍କର ।

ପୁଣି ବ୍ରହ୍ମା ମନ୍ଦିରରେ ଦେବୀ ସାବିତ୍ରୀଙ୍କ ବଦଳରେ ଗାୟତ୍ରୀ ପୂଜା ପାଇବା ପଛରେ ଏକ କାହାଣୀ ରହିଛି। ମୁଖ୍ୟ ପୁଷ୍କର ହ୍ରଦରେ ଏକ ଯଜ୍ଞ କରିବାକୁ ବ୍ରହ୍ମା ସ୍ଥିର କଲେ । ସେଥିଲାଗି ହ୍ରଦ ଚାରିପଟେ ରତ୍ନଗିରି, ନୀଳଗିରି, ସୂର୍ଯ୍ୟଗିରି ଓ ସଞ୍ଚୋରା ନାମରେ ଚାରିଟି ପର୍ବତ ଚାରି ଦିଗରେ ସୃଷ୍ଟି କରି ଦେବତାମାନଙ୍କୁ ସେଠାରେ ଯଜ୍ଞସ୍ଥଳ କରିବାକୁ ନିୟୋଜିତ କଲେ । ମାତ୍ର ଯଜ୍ଞ ସମୟରେ ଲକ୍ଷ୍ମୀ, ପାର୍ବତୀ ଓ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରି ବ୍ରହ୍ମାଙ୍କ ପତ୍ନୀ ଦେବୀ ସାବିତ୍ରୀ ପହଞ୍ଚି ପାରିଲେନି । ବ୍ରହ୍ମା ରାଗିଗଲେ । ଯଜ୍ଞକର୍ମ ପାଇଁ ଇନ୍ଦ୍ରଙ୍କୁ କହି ଜଣେ କନ୍ୟା ଠିକ୍ କଲେ ଯାହାକୁ ସେଠାରେ ବିବାହ କରି ଯଜ୍ଞ ସମାପନ କରିବେ । ଜଣେ ଗଉଡ଼ ଝିଅକୁ ଇନ୍ଦ୍ର ଠିକ କଲେ ଏବଂ ସବୁ ଦେବଦେବୀ ତାଙ୍କୁ ପବିତ୍ର କରି ନାମ ଦେଲେ ଗାୟତ୍ରୀ । ବ୍ରହ୍ମା ତାଙ୍କୁ ବିବାହ କରି ଯଜ୍ଞ ସମାପନ କଲେ । ସାବିତ୍ରୀ ବ୍ରହ୍ମାଙ୍କ ପାଖରେ ଗାୟତ୍ରୀଙ୍କୁ ଦେଖି କୋପ କଲେ ଏବଂ ଅଭିଶାପ ଦେଲେ ବ୍ରହ୍ମା କେଉଁଠି ପୂଜା ପାଇବେ ନାହିଁ । କେବଳ ପୁଷ୍କର ହ୍ରଦ ନିକଟରେ ପୂଜା ପାଇବେ ବୋଲି ଶେଷରେ କହିଲେ । ତେଣୁ ଏହି ଏକମାତ୍ର ବ୍ରହ୍ମା ମନ୍ଦିରରେ ଗାୟତ୍ରୀଙ୍କ ସହ ବ୍ରହ୍ମା ପୂଜା ପାଆନ୍ତି । [୨][୩]

ଆକର୍ଷଣ[ସମ୍ପାଦନା]

View from the Savithri temple on top of Ratnagiri hills, overlooking the Pushkar lake

ପୁସ୍କର ହ୍ରଦର ଚାରିପଟେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ମନ୍ଦିର ରହିଛି । ସେଥିମଧ୍ୟରୁ ୮୦ଟି ମନ୍ଦିର ବଡ଼ ହୋଇଥିବା ବେଳେ ଅନ୍ୟ ମନ୍ଦିର ମନ୍ଦିରଗୁଡ଼ିକ ଛୋଟ ।[୪]ସେଥିମଧ୍ୟରୁ ବ୍ରହ୍ମା ମନ୍ଦିର ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶୀତଦିନେ ସକାଳ ୬.୩୦ରୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହୁଥିବା ବେଳେ ଖରାଦିନେ ୬ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲା ରହେ ଏବଂ ବର୍ଷାଦିନେ ଦିନ ୧.୩୦ରୁ ଦିନ ୩ଟା ପର୍ଯ୍ୟନ୍ତ ଖୋଲା ରହେ। ଏହି ସମୟରେ ମନ୍ଦିରରେ ପରମ ପିତା ବ୍ରହ୍ମା ପୂଜା ପାଆନ୍ତି । ପୁସ୍କର ମେଳା ୫ଦିନ ଧରି ଚାଲେ । ମେଳାରେ ଏକ ବିଶେଷ କଥା ଦେଖିବାକୁ ମିଳେ । ଏହି ମେଳାରେ ହଜାର ହଜାର ଲୋକଙ୍କ ସହ ଗାଈଗୋରୁ ଓ ଓଟ ଦେଖିବାକୁ ମିଳେ । ପ୍ରାୟ ବିଶ୍ୱରୁ ୫୦,୦୦୦ ଓଟ ଏଠାକୁ ଆସିଥାନ୍ତି ।[୫][୬][୭] ଏଠାରେ ଗାଈଗୋରୁ ଓ ଓଟଙ୍କ କିଣାବିକା ଚାଲେ । [୮] [୯]

ଆଧାର[ସମ୍ପାଦନା]

  1. Official board pictured in File:Pushkar05.jpg
  2. Robert, Robert; Roma Bradnock (2001). Rajasthan & Gujarat Handbook: The Travel Guide. Footprint Travel Guides. ପୃଷ୍ଠା. 161. ISBN 1-900949-92-X. http://books.google.co.in/books?id=PDxkoeRKFhgC&pg=PA161&dq=Pushkar&lr=&cd=28#v=onepage&q=Pushkar&f=false. Retrieved 2010-01-26. 
  3. Brown, Lindsay; Amelia Thomas (2008). Rajasthan, Delhi and Agra. Lonely Planet. ପୃଷ୍ଠା. 209–10. ISBN 1-74104-690-4. http://books.google.co.in/books?id=Zz0_zXPb68kC&pg=PA210&dq=Legends+of+Pushkar&cd=9#v=onepage&q=&f=false. Retrieved 2010-01-24. 
  4. "Brahma Temple". Rajasthan Tourism- The Official website of Rajasthan. Government of Rajasthan. http://www.rajasthantourism.gov.in/Destinations/AjmerPushkar/Brahma-Temple.aspx. Retrieved 30 January 2010. 
  5. "Pushkar Lake". Eco India. http://www.ecoindia.com/lakes/pushkar.html. Retrieved 2010-01-23. 
  6. City Development Plan for Ajmer and Pushkar pp. 208, 219
  7. "Rajasthan Infrastructure Agenda "2025"". Pushkar. Price Waterhouse Cooper. p. 44. http://ppp.rajasthan.gov.in/PWCreport/Tourism-KD4%20Revised/rev-tourism-vol-III.pdf. 
  8. ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩
  9. ସମ୍ବାଦ, ପୃଷ୍ଠା-୨, ଗୁରୁବାର ୪ ଜୁଲାଇ ୨୦୧୩

ବାହାର ତଥ୍ୟ[ସମ୍ପାଦନା]