ବୋଲ ବମ

ଉଇକିପିଡ଼ିଆ ରୁ
ବୋଲ ବମ

ବୋଲ ବମ କହିଲେ ଶ୍ରାବଣ ମାସରେ ଜଳାଭିଷେକ କରିବା ପାଇଁ ଶିବ ମନ୍ଦିର ଉଦ୍ଦେଶ୍ୟରେ କରାଯାଉଥିବା ଧାର୍ମିକ ପଦଯାତ୍ରାକୁ ବୁଝାଯାଏ । ଓଡିଶାର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଗୁରୁ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଗମ୍ହା ପୂର୍ଣ୍ଣିମା ପର୍ଯ୍ଯନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ପାଣି ଢାଳନ୍ତି । ବୋଲ ବମ ଯାତ୍ରା ରେ ଭାଗନେଉଥିବା ଭକ୍ତମାନଙ୍କୁ 'କାଉଡିଆ' କୁହାଯାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସମ୍ପୁର୍ଣ ପଥ ଅତିକ୍ରାନ୍ତ କରିଥାନ୍ତି । ବହୁ ଭକ୍ତ କଟକରୁ ମହାନଦୀଗଡଗଡିଆ ଘାଟରୁ ପାଣି ଆଣି ଭୁବନେଶ୍ଵରଲିଙ୍ଗରାଜ ପିଠରେ ଢାଳନ୍ତି । [୧] ଲିଙ୍ଗରାଜ ପିଠ ବ୍ୟତିତ ଓଡିଶାର ଅନ୍ୟାନ ସ୍ଥାନ ଯଥା, ପୁରୀର ଲୋକନାଥ ମନ୍ଦିର,ଆଖଣ୍ଡଳମଣୀ ପିଠ, କପିଳାସ ପିଠ ଆଦିରେ ମଧ୍ଯ ଭକ୍ତମାନେ ପାଣି ଢାଳନ୍ତି । [୨] ଏହି ଧାର୍ମିକ ଯାତ୍ରାରେ ଆଜିକାଲି ମହିଳାମାନେ ମଧ୍ଯ ବହୁ ସଙ୍ଖାରେ ଭାଗ ନେଲେଣି । [୩] ଯାତ୍ରା ସମୟରେ 'କାଉଡିଆ' ମାନଙ୍କର ସେବା ସୁଶ୍ରୁସା ତଥା ଯାତ୍ରା କଷ୍ଟ ଲାଘବ କରିବା ପାଇଁ ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନ ତଥା ସାଧାରଣ ଜନତା ରାସ୍ତାକଡରେ ବିଶ୍ରାମ ଓ ଜଳଯୋଗର ବ୍ୟବସ୍ଥା କରିଥାନ୍ତି ।

ଆଧାର [ସମ୍ପାଦନା]

ବାହାର ଆଧାର [ସମ୍ପାଦନା]