ବୈରାଗୀ ଦୀପ

ଉଇକିପିଡ଼ିଆ‌ରୁ

ବୈରାଗୀ ଦୀପ ଜଣେ ପ୍ରଖ୍ୟାତ ସମ୍ବଲପୁରୀ ଆଲବମ ଓ ମଞ୍ଚ ହାସ୍ୟ ଅଭିନେତା ଥିଲେ । ସେ ଓଡ଼ିଆ ଆଲବମ ଓ ମଞ୍ଚ ବ୍ୟତୀତ ବିହାର, ମଧ୍ୟ ପ୍ରଦେଶତାମିଲନାଡୁର ବିଭିନ୍ନ ରଙ୍ଗମଞ୍ଚରେ ହାସ୍ୟାଭିନୟ କରିଛନ୍ତି ।[୧] ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସମ୍ବଲପୁରୀ କଥାଚିତ୍ର "ଭୂଖା"ରେ ସେ ଅଭିନୟ କରିଥିଲେ । ଏତଦ୍‌ବ୍ୟତୀତ ସେ ଓଡ଼ିଆ ଫିଲ୍ମ ଝିଲି, ଓଡ଼ିଆ ଟେଲି ଫିଲ୍ମ ଉଦୟ, ହିନ୍ଦୀ ଟେଲି ଫିଲ୍ମ ପ୍ରତିଶୋଧ, ସୁଖୀ, ଓଡ଼ିଆ ଟେଲିସିରିଏଲ ଘର, ସବିତା, ଆଲବମ ମୁଇଁ ନାଇଁ ମରେ, ମୁଇଁ ମନ୍ତ୍ରୀ ହେମିଁ, ବାପର୍ ପୁଅ, ତାରା ପମ୍ ପମ୍, ଫୁଲଗଜରା, ଗଲାମାଲି, ଗେହ୍ଲେଇରାନୀ, ରାସରସାଲି, ହିନ୍ଦୀ ଆଲବମ ଦେବୀ ଦୃଷ୍ଟି, ଛତିଶଗଡ଼ୀ ଆଲବମ ମୋଲା କୌନ ମାରି, ନୋନି ବୋନ୍ଦ୍ରି, ସୁନୟନା, ଗାଡିବାଲା ଛୁଇମୁଇ ଆଦିରେ ଅଭିନୟ କରିଥିଲେ । ୧୯୯୦ ମସିହାରେ ଫ୍ରାନ୍ସରେ ଅନୁଷ୍ଠିତ ୱାଲ୍ଡ ରୁରାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବାକୁ ମନୋନୀତ ହେଇଥିଲେ । ୨୦୧୨ ମସିହା ଜୁଲାଇ ୩ରେ ତାଙ୍କର ଦେହାନ୍ତ ହେଇଥିଲା । [୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ବୈରାଗୀ ଦୀପ ୧୯୬୫ ମସିହାରେ ବରଗଡ଼ର ବିଶିପଡାରେ ଜନ୍ମ ଗ୍ରହଣ କରିଥିଲେ । ସେ ବରଗଡ଼ ମ୍ୟୁନିସିପାଲିଟିର ଜଣେ କର୍ମଚାରୀ ଥିଲେ ।

ଆଧାର[ସମ୍ପାଦନା]

  1. ଓଡ଼ିଆ ଖବର କାଗଜ ସମ୍ବାଦ ତା ୦୪-୦୭-୧୨
  2. "ଆର୍କାଇଭ୍ କପି". Archived from the original on 2012-07-05. Retrieved 2012-07-06. {{cite web}}: Cite has empty unknown parameter: |1= (help)