ବୀର ସୁରେନ୍ଦ୍ର ସାଏ
| ବୀର ସୁରେନ୍ଦ୍ର ସାଏ |
|
|---|---|
| ଜନ୍ମ ଓ ଜନ୍ମସ୍ଥାନ | ୨୩ ଜାନୁଆରି ୧୮୦୯[୧] ସମ୍ବଲପୁର, ଓଡ଼ିଶା, ଭାରତ |
| ତିରୋଧାନ | ୨୪ ଫେବ୍ରୁଆରି, ୧୮୮୪ (୭୫ ବର୍ଷ) |
| ଧର୍ମ | ହିନ୍ଦୁ |
| ଜୀବନସାଥି | ସୁବର୍ଣ୍ଣକୁମାରୀ |
| ସନ୍ତାନ | ମିତ୍ରଭାନୁ |
ବୀର ସୁରେନ୍ଦ୍ର ସାଏ , ଭାରତର ଜଣେ ଅଗ୍ରଣି ସ୍ୱାଧୀନତା ସଂଗ୍ରାମି ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷମଧ୍ୟରୁ ୩୬ ବର୍ଷକାଳ ସେ ଜେଲରେ କାଟିଥିଲେ, [୨] ଏହା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଜେଲରେ ରହିବା ସମୟ ମଧ୍ୟରେ ସର୍ବାଧୀକ ।[୩]
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ [ସମ୍ପାଦନା]
୨୩ ଜାନୁଆରୀ ୧୮୦୯ ମସିହାରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ପୁତ୍ର ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ ତାଙ୍କର ଥିଲେ ଆଉ ଛଅ ଭାଇ ଓ ଜଣେ ଭଉଣୀ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ଵାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ ।
ପରିବାର [ସମ୍ପାଦନା]
ଗାଙ୍ଗପୁରର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ ତାଙ୍କ ପୁତ୍ରର ନାମ ମିତ୍ରଭାନୁ ।
ଭାରତୀୟ ସ୍ଵାଧିନତା ଆନ୍ଦୋଳନରେ ଭୂମିକା [ସମ୍ପାଦନା]
ମରହଟ୍ଟାମାନଙ୍କ ହାତରେ ବନ୍ଦୀ ହୋଇଥିବା ସମ୍ବଲପୁର ରାଜା ଓ ତାଙ୍କ ପୁତ୍ର ମହାରାଜ ସାଏଙ୍କୁ ମୁକ୍ତ କରିବା ପାଇଁ ରାଣୀ ରତନ କୁମାରୀ ଇଂରେଜ ମାନଙ୍କ ସହାୟତା ଲୋଡ଼ିଥିଲେ ୧୮୦୪ ମସିହାରେ ଲେଫ୍ଟେନାଣ୍ଟ ବ୍ରାଉଟନ ମରହଟ୍ଟାମାନଙ୍କ କବଳରୁ ରାଜା ଓ ତାଙ୍କ ପିତାଙ୍କୁ ମୁକ୍ତ କରିଥିଲେ ମରହଟ୍ଟା ସାମ୍ରାଜ୍ୟର ପତ୍ତନ ପରେ ସମ୍ବଲପୁର ଏକପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲିଆସିଥିଲା । ସମ୍ବଲପୁର ରାଜା ମହାରାଜା ସାଏ ୧୮୨୭ରେ ମୃତ୍ୟୁବରଣ କରିବା ପରେ ତାଙ୍କର ପୁତ୍ର ସନ୍ତାନ ନ ଥିବାରୁ ଉତ୍ତରାଧିକାରୀ ନିୟମ ଅନୁସାରେ ସୁରେନ୍ଦ୍ର ସାଏ ରାଜା ହେବା କଥା, ମାତ୍ର ବ୍ରିଟିଶ ଶାସକମାନେ ତାହା କରାଇ ନ ଦେଇ ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ ।
ଇଂରେଜଶାସନର ନିଷ୍ପତ୍ତି ବିରୋଧରେ ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ମାନଙ୍କୁ ଧରି ସ୍ଵର ଉତ୍ତୋଳନ କରିବା ହେତୁ ୧୮୪୦ରେ ସମ୍ବଲପୁରର ଦେହୁରୀପାଲିରେ ସୁରେନ୍ଦ୍ର, ତାଙ୍କ ଭାଇ ଉଦନ୍ତ ଓ କାକା ବଳରାମଙ୍କୁ ଇଂରେଜମାନେ ଗିରଫ କରିଥିଲେ। ସୁରେନ୍ଦ୍ରଙ୍କୁ ପାଞ୍ଚବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରୀବାଗ ଜେଲରେ ରଖାଯାଇଥିଲା କାରାଦଣ୍ଡର ଅବଧି ସରିବା ପରେ ମଧ୍ୟ ଇଂରେଜମାନେ ସୁରେନ୍ଦ୍ରଙ୍କୁ ମୁକ୍ତ କରି ନ ଥିଲେ
୧୮୪୯ ସେପ୍ଟେମ୍ବରରେ ବ୍ରିଟିଶ ଦ୍ଵାରା ଅବସ୍ଥାପିତ ରାଜା ନାରାୟଣ ସିଂହଙ୍କ ମୃତ୍ୟୁ ପରେ ମଧ୍ୟ ସୁରେନ୍ଦ୍ର ସାଏଙ୍କୁ ଇଂରେଜମାନେ ଗାଦିରୁ ବଞ୍ଚିତ କରିଥିଲେ ୧୮୫୭ର ସିପାହୀ ବିଦ୍ରୋହ ସମୟରେ ରାମଗଡ଼ରୁ ଆସିଥିବା ଯବାନ ମାନେ ‘ଛୋଟା ବର୍ଦ୍ଧମାନର ପଲଟନ’ ସହ ମିଶି ହଜାରିବାଗ ଜେଲ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିବାରୁ ଦୀର୍ଘ ୧୭ବର୍ଷ ପରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତ ସାଏ ମୁକ୍ତ ହୋଇଥିଲେ । ସୁରେନ୍ଦ୍ର ପୁନଶ୍ଚ ବନ୍ଦୀ କରିବା ପାଇଁ ଇଂରେଜ ସରକାର ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କାର ପୁରସ୍କାର ଘୋଷଣା କରିବା ସହ ଗୁପ୍ତଚର ନିୟୋଜିତ କରିଥିଲେ ।
ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ଵାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ଵିତୀୟ ଥର ପାଇଁ ଗିରଫ ହୋଇଥିଲେ
୮ଜୁନ ୧୮୬୫ରେ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ପ୍ରଦେଶରର ରାୟପୁରସ୍ଥ ଅସୁରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା । ସେବେଠାରୁ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୪ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା ।
ଆଧାର [ସମ୍ପାଦନା]
- ↑ "Official Web Site Of Sambalpur District". sambalpur.nic.in. http://sambalpur.nic.in/. Retrieved 23 January 2013. "Born on 23rd January, 1809"
- ↑ "Eminent Persons -123orissa.com". 123orissa.com. http://www.123orissa.com/person/person.asp?sno=15&cat=f. Retrieved 23 January 2013. ".He had spent thirty-six years in jail out of his 75 years life span."
- ↑ "The Telegraph - Calcutta : Jamshedpur". telegraphindia.com. 2005. http://www.telegraphindia.com/1050907/asp/jamshedpur/story_5204824.asp. Retrieved 23 January 2013. "The British put Surendra Sai in jail for 37 years, surpassing any known record for any jail sentences of freedom fighters."