ବୀରକିଶୋର ଦାସ

ଉଇକିପିଡ଼ିଆ‌ରୁ
(ବୀରକିଶୋରରୁ ଲେଉଟି ଆସିଛି)
ଜାତୀୟ କବି

ବୀରକିଶୋର ଦାସ
ବିଧାୟକ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୯ – ୨୫ ଫେବୃଆରୀ ୧୯୬୧
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1898-11-23)୨୩ ନଭେମ୍ବର ୧୮୯୮
ପୁନଙ୍ଗ, ଜଗତସିଂହପୁର ଜିଲ୍ଲା, ଓଡ଼ିଶା
ମୃତ୍ୟୁ୨୮ ଅପ୍ରେଲ ୧୯୭୩(1973-04-28) (ବୟସ ୭୪)
ସ୍ୱରାଜ ଆଶ୍ରମ, କଟକ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀଶାରଦା ସୁନ୍ଦରୀ ଦେବୀ
ବୃତ୍ତିକବି

ବୀରକିଶୋର ଦାସ (୨୩ ନଭେମ୍ବର ୧୮୯୮ - ୨୮ ଅପ୍ରେଲ ୧୯୭୩)[୧] ଜଣେ କବି ଓ ରାଜନେତା ଥିଲେ । ସେ ୧୮୯୮ ନଭେମ୍ବର ୨୩ ତାରିଖ ଦିନ,[୨] ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । [୩] ଜାତୀୟ କବି ଭାବେ ପରିଚିତ ବୀରକିଶୋର ଥିଲେ ପିତା ଜମିଦାର ଗୋପାଳ ଚନ୍ଦ୍ର ଦାସଙ୍କର ପ୍ରଥମ ସନ୍ତାନ ।

ଶିକ୍ଷା[ସମ୍ପାଦନା]

ଗ୍ରାମ ଚାଟଶାଳୀରେ ପ୍ରାଥମିକ ଶିଷା ସମାପ୍ତ ପରେ କଟକର ଭିକ୍ଚୋରିଆ ଊଚ୍ଚବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ୧୯୧୧ ମସିହାରେ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ କଟକ କଲେଜରେ ଏଫ୍.ଏ (F.A) ପଢ଼ିଥିଲେ, ମାତ୍ର ସମ୍ପୂର୍ଣ୍ଣ କରିନଥିଲେ ।

ସଂକ୍ଷିପ୍ତ ଜୀବନ[ସମ୍ପାଦନା]

୧୯୨୩ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଧରମାନନ୍ଦ ପଟ୍ଟନାୟକଙ୍କର କନ୍ୟା ଶାରଦାଙ୍କ ସହ ବିବାହ କରିଥିଲେ । କଟକର ପ୍ୟାରୀମୋହନ ଏକାଡେମୀରେ ଅସ୍ଥାୟୀ ଶିକ୍ଷକତା, ପରେ ସରକାରୀ କିରାଣୀ ଚାକିରି କରିଥିଲେ । ମାତ୍ର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସରକାରି ଚାକିରି ଛାଡିଥିଲେ । ୧୯୩୦ରେ ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ । ସଂଗ୍ରାମୀ ଜୀବନରେ ତାଙ୍କୁ ସାତଥର ଜେଲ ଦଣ୍ଡ ଭୋଗିଥିଲେ ଏବଂ ପୁଲିସ୍ ତାଙ୍କର ଅନେକ ପାଣ୍ଡୁଲିପି ନଷ୍ଟ କରିଦେଇଥିଲା । ସ୍ୱାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ଚେୟାରମ୍ୟାନ ପଦଗ୍ରହଣ କରିଥିଲେ । ସେ ଦ୍ୱିତୀୟ ବିଧାନ ସଭା[୪] ଓ ପୁସ୍ତକ ଜାତୀୟ କାରଣ କମିଟିର ସଭ୍ୟ ରହିଥିଲେ । ୧୯୭୩ ମସିହା ଏପ୍ରିଲ୍ ୨୮ ତାରିଖ ଦିନ କଟକସ୍ଥିତ ସ୍ୱରାଜ ଆଶ୍ରମରେ ମୃତ୍ୟୁବରଣ କରିଥିଲେ ।

ଲେଖକ ଜୀବନ[ସମ୍ପାଦନା]

ପ୍ରଥମ କବିତା ପୁସ୍ତକ ମୋହନବଂଶୀ ୧୯୨୨ରେ ରଚନା କରିଥିଲେ । ଏଥିରେ ବାପୁଜୀଙ୍କର କଥା ଓ ବାଣୀ ରହିଥିଲା । କବିତା ପୁସ୍ତକ ରଣ ଦୁନ୍ଦୁଭୀ, ରଣଭେରୀ, ବିଦ୍ରୋହୀବୀଣା, ମୋହନବେଣୁ, ସବୁଜସାଥି, ସମର ଯୁଗର ଅମର ଗୀତ, ସାତଦୀପ ଇତ୍ୟାଦି । ୧୯୪୬ରେ ପାଠ୍ୟ ପୁସ୍ତକ ମୋ ଛବିବହି ଓ ନୂଆ ଛବିବହି ସେ ଲେଖିଥିଲେ । ମାସିକ ଶିଶୁ ସାହିତ୍ୟିକ ପତ୍ରିକା ମୋ ଦେଶ ଆରମ୍ଭ କରିଥିଲେ । ଶିଶୁଲେଖା ପତ୍ରିକା ତାଙ୍କ ସାଧନାର ଫଳ ।

ଆଧାର[ସମ୍ପାଦନା]

  1. ପଟ୍ଟନାୟକ, ବିଭୂତି. "ଜାତୀୟ କବି ବୀରକିଶୋର". ଧରିତ୍ରୀ. Retrieved 24 December 2016.
  2. "Late Bira Kishore Das". OdishaHelpline. Retrieved 23 November 2014.
  3. Nanda, Kahnu (2013). "Orissa: Three idiots team observes Independence Day in unique way, Orissa District News". orissadiary.com. Archived from the original on 28 October 2014. Retrieved 1 November 2013. born in Punanga village near Jagatsinghpur town
  4. "LIST OF MEMBERS OF ORISSA LEGISLATIVE ASSEMBLY 1951–2004" (PDF). Odisha Reference Annual. Retrieved 23 November 2014.