ବିଶ୍ଵନାଥ ଦାସ
| ବିଶ୍ଵନାଥ ଦାସ | |
|---|---|
|
|
|
| କାର୍ଯ୍ୟକାଳ ୩ ଅପ୍ରେଲ ୧୯୭୧ – ୧୪ ଜୁନ ୧୯୭୨ |
|
| ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
| ପର ଅଧିକାରୀ | ନନ୍ଦିନୀ ଶତପଥୀ |
|
ରାଜ୍ୟପାଳ, ଉତ୍ତର ପ୍ରଦେଶ
|
|
| କାର୍ଯ୍ୟକାଳ ୧୬ ଅପ୍ରେଲ ୧୯୬୨ – ୩୦ ଅପ୍ରେଲ ୧୯୬୭ |
|
| ପୂର୍ବ ଅଧିକାରୀ | ବୁରଗୁଲା ରାମକୃଷ୍ଣ ରାଓ |
| ପର ଅଧିକାରୀ | ବେଜଉଆଡା ଗୋପାଳ ରେଡ୍ଡୀ |
|
ପ୍ରଧାନମନ୍ତ୍ରୀ, ଓଡ଼ିଶା
|
|
| କାର୍ଯ୍ୟକାଳ ୧୯ ଜୁଲାଇ ୧୯୩୭ – ୪ ନଭେମ୍ବର ୧୯୩୯ |
|
| ପୂର୍ବ ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
| ପର ଅଧିକାରୀ | କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ |
|
|
|
| ଜନ୍ମ | ୮ ମାର୍ଚ ୧୮୮୯ ବେଲଗାଁ ଗଞ୍ଜାମ ଜିଲ୍ଲା |
| ମୃତ୍ୟୁ | ୨ ଜୁନ, ୧୯୮୪ (୯୫ ବର୍ଷ) କଟକ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| Other political affiliations |
ସଂଯୁକ୍ତ ସାମ୍ମୁଖ୍ୟ |
| ଘର | କାଜି ବଜାର ,କଟକ |
| ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ କଲିକତା ବିଶ୍ୱବିଦ୍ୟାଳୟ |
ବିଶ୍ଵନାଥ ଦାସ (୧୮୮୯ - ୧୯୮୪) ଏକା ଧାରାରେ ଜଣେ ଭାରତୀୟ ରାଜନେତା, ସମାଜସେବୀ ଓ ସ୍ଵାଧୀନତା ସଂଗ୍ରାମୀ ଥିଲେ । ସେ ବିଲାତ ଶାସନ (୧୯୩୭ - ୧୯୩୯) କାଳରେ ଓଡ଼ିଶା ପ୍ରଦେଶର ପ୍ରଧାନମନ୍ତ୍ରୀ ଥିଲେ । ସେ ମଧ୍ୟ ଉତ୍ତର ପ୍ରଦେଶର ରାଜ୍ୟପାଳ (୧୯୬୨-୧୯୬୭) ଥିଲେ ଏବଂ ଶେଷରେ ଓଡ଼ିଶା ପ୍ରଦେଶର ମୁଖ୍ୟମନ୍ତ୍ରୀ (୧୯୭୧-୧୯୭୨) ଥିଲେ ।[୧]
ବିଷୟସୂଚୀ |
ପ୍ରାରମ୍ଭିକ ଜୀବନ [ସମ୍ପାଦନା]
ବିଶ୍ଵନାଥ ଦାସ ୮ ମଈ ୧୮୮୯ ମସିହାରେ, ମଧୁସୁଦନ ଦାସଙ୍କ ଔରସରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକରେ ଉତ୍ତୀର୍ଣ୍ଣ ହେଲା ପରେ କଲିକତା ବିଶ୍ଵବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିଲେ । ମାଡ୍ରାସ ଠାରେ ଆଇନ ବ୍ୟବସାୟ କରୁଥିବା ସମୟରେ ସେ ୧୯୨୧ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଲେ । ସେହିବର୍ଷ ସେ ମଧ୍ୟ ଗଞ୍ଜାମ ଜିଲ୍ଲାର ଛତ୍ରପୁର ତାଲୁକା ପରିଷଦର ସଭାପତି ପଦକୁ ନିର୍ବାଚିତ ହୋଇଥିଲେ । ଓଡ଼ିଶାର ସେବା କ୍ଷେତ୍ରରେ ମହତ୍ଵପୂର୍ଣ୍ଣ ଅବଦାନ ଥିବା ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ମଧ୍ୟ ଥିଲେ।
ରାଜନୀତି [ସମ୍ପାଦନା]
ବିଶ୍ଵନାଥ ଦାସ ମାଡ୍ରାସ କାଉନ୍ସିଲକୁ ତିନିଥର (୧୯୨୦ -୧୯୨୯) ନିର୍ବାଚିତ ହୋଇଥିଲେ । ପରେ ସେ ସ୍ବାଧିନତା ସଙ୍ଗ୍ରାମରେ ଭାଗ ନେବାପାଇଁ କାଉନ୍ସିଲରୁ ଇସ୍ତଫା ଦେଇଥିଲେ ଓ ବାରମ୍ବାର ଜେଲ ଯାଇଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ପ୍ରଚେଷ୍ଟା ପ୍ରଣିଧାନ ଯୋଗ୍ୟ । ୧୯୩୬ ମସିହାରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲାପରେ ସେ ୧୯୩୭ ମସିହାରେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ସେ ଦ୍ଵିତୀୟ ବିଶ୍ଵଯୁଦ୍ଧ ହେବାରୁ ୧୯୪୨ ମସିହାରେ ଇସ୍ତଫା ଦେଇଥିଲେ । ସେ ୧୯୪୭ ରୁ ୧୯୫୨ ପର୍ଯ୍ୟନ୍ତ ଭାରତୀୟ ସମ୍ବିଧାନ ସଭାର ସଦସ୍ୟ ଥିଲେ । ସେ ଅନେକ ଥର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଥିଲେ । ପରେ ୧୯୭୧-୧୯୭୨ ରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ।
ଶେଷ ଜୀବନ [ସମ୍ପାଦନା]
ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ସାମାଜିକ ଓ ରାଜନୀତିକ ଜୀବନ ଅତିବାହିତ କଲାପରେ ସେ ୨ ଜୁନ ୧୯୮୪ ରେ ଇହଲୀଳା ସମ୍ବରଣ କରିଥିଲେ ।
ଆଧାର [ସମ୍ପାଦନା]
|
||||||||