ବିଶ୍ୱନାଥନ ଆନନ୍ଦ

ଉଇକିପିଡ଼ିଆ‌ରୁ
(ବିଶ୍ଵନାଥନ ଆନନ୍ଦରୁ ଲେଉଟି ଆସିଛି)
ବିଶ୍ୱନାଥନ ଆନନ୍ଦ
ନାମବିଶ୍ୱନାଥନ ଆନନ୍ଦ
ଦେଶଭାରତ
ଜନ୍ମ (1969-12-11) ୧୧ ଡିସେମ୍ବର ୧୯୬୯ (ବୟସ ୫୪)
Mayiladuthurai, Tamil Nadu, India
ଉପାଧୀଗ୍ରାଣ୍ଡମାଷ୍ଟର (୧୯୮୮)
ବିଶ୍ଵ ଚମ୍ପିଅନ2000–2002 (FIDE)
2007–present (Undisputed)
ଫିଡେ ମାନ୍ୟତା2780 (ମାର୍ଚ୍ଚ ୨୦୨୪)
(No. 4 in the May 2012 FIDE World Rankings)
ସର୍ବଶ୍ରେଷ୍ଠ ରେଟିଂ2817 (May 2011)

ବିଶ୍ୱନାଥନ ଆନନ୍ଦ(ଜନ୍ମ-୧୧ଡିସେମ୍ବର ୧୯୬୯) ଭାରତର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର [୧] ଏବଂ ପୂର୍ବତନ ଚେସ୍ ବିଶ୍ୱ ଚାମ୍ପିଆନ । ସେ ପାଞ୍ଚଥର (୨୦୦୦, ୨୦୦୭, ୨୦୦୮, ୨୦୧୦, ୨୦୧୨) ବିଶ୍ୱ ଚେସ୍ ଚାମ୍ପିଆନଶିପ୍ ଜିତିଛନ୍ତି ।[୨] ବିଶ୍ୱ କ୍ରୀଡ଼ାରେ ଯେଉଁ କେତେଜଣ ଭାରତୀୟ ଅତ୍ୟନ୍ତ ପ୍ରତିଭାବାନ କ୍ରୀଡ଼ା ପ୍ରଦର୍ଶନ କରି ପ୍ରଭାବ ବିସ୍ତାର କରିଛନ୍ତି, ସେମାନଙ୍କ ମଧ୍ୟରେ ଆନନ୍ଦଙ୍କ ସ୍ଥାନ ସ୍ୱତନ୍ତ୍ର । ଆନନ୍ଦଙ୍କ ପରି କ୍ରମାଗତ ୪ଟି ବିଶ୍ୱ ଟାଇଟଲ ଜିତିବା କାହା ପକ୍ଷେ ସମ୍ଭବ ହେଇନାହିଁ । ତେବେ ୨୦୦୦ ମସିହାରେ ବିଶ୍ୱ ଚାମ୍ପିଆନଶିପ୍ ଜିତିବା ପରେ ୨୦୦୭ ମସିହା ପର୍ଯ୍ୟନ୍ତ ସେ କୌଣସି ଟାଇଟଲ ଜିତି ପାରି ନଥିଲେ । ୩୭ ବର୍ଷ ବୟସରେ ସେ ବିଶ୍ୱର ଏକ ନମ୍ବର ଚେସ୍ ଖେଳାଳୀ ହେବାର ଗୌରବ ଅର୍ଜନ କରିପାରିଛନ୍ତି ଏବଂ ବିଶ୍ୱର ମାତ୍ର ୬ଜଣ ଖେଳାଳୀଙ୍କ ମଧ୍ୟରେ ୨୮୦୦ରୁ ଅଧିକ ୟେଲୋ ରେଟିଂ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛନ୍ତି । ପ୍ରଥମେ ୧୯୮୦ରେ ଆନନ୍ଦ ବିଶ୍ୱ ଜୁନିଅର ଚେସ୍‌ରେ ନିଜର ଚମକ ଦେଖାଇଥିଲେ । ଏହି ପ୍ରତିଭା ବଳରେ ସେ ୧୯୮୭ରେ ଭାରତର ପ୍ରଥମ ଚେସ୍ ଗ୍ରାଣ୍ଡମାଷ୍ଟର ହେବାର ଗୌରବ ହାସଲ କରିଥିଲେ ।

୨୦୧୫ ମସିହା ମାର୍ଚ୍ଚ ମାସରେ, ଆନନ୍ଦଙ୍କୁ ସମ୍ମାନ ଜଣାଇ, ଏକ କ୍ଷୁଦ୍ର ଗ୍ରହର ନାମ ବିଶିଆନନ୍ଦ ରଖାଯାଇଛି । [୩]

ପରିବାର[ସମ୍ପାଦନା]

ବିଶ୍ୱନାଥନ ଆନନ୍ଦ ୧୯୬୯ ମସିହା ଡିସେମ୍ବର ମାସ ୧ ତାରିଖରେ ତାମିଲନାଡ଼ୁର ମାୟାଲାଦୁଥୁରାଇ ନାମକ ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତା ସୁଶୀଳା ଥିଲେ ଚେସ୍ ପ୍ରିୟ ଓ ପିତା ବିଶ୍ୱନାଥନ ଆୟାର ରେଳ ବିଭାଗର ଜଣେ ଅବସରପ୍ରାପ୍ତ ଜେନେରାଲ ମ୍ୟାନେଜର । ଆନନ୍ଦଙ୍କ ବଡ଼ ଭାଇ ଶିବକୁମାର ତାଙ୍କଠାରୁ ୧୩ବର୍ଷ ବଡ଼ । ସେ ବର୍ତ୍ତମାନ କ୍ରମ୍ପଟନ୍ ଗ୍ରିଭ୍ସରେ ଜେନେରାଲ୍ ମ୍ୟାନେଜର ଭାବେ ଅବସ୍ଥାପିତ । ୧୧ ବର୍ଷୀୟ ବଡ଼ ଭଉଣୀ ଅନୁରାଧା ୟୁନିଭର୍ସିଟି ଅଫ୍ ମିଶିଗାନରେ ପ୍ରଫେସର ଭାବେ କାର୍ଯ୍ୟରତ । ଅରୁଣାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିବା ଆନନ୍ଦଙ୍କ ୨୦୧୧ ଏପ୍ରିଲ ୯ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତାମିଲ ପରମ୍ପରା ଅନୁଯାୟୀ ତାର ନାମ ଆନନ୍ଦ ଅଖିଲ ରଖାଯାଇଛି । ମାଡ୍ରାସ ଟାଇଗର ଭାବେ ବିବେଚିତ ଆନ‌ନ୍ଦ ଅଧିକାଂଶ ସମୟରେ ଚେସ୍ ଖେଳ ପାଇଁ ସ୍ପେନର ମାଡ୍ରିଡ ସହରରେ ବସବାସ କରିଥାନ୍ତି।[୪][୫]

ବିଶ୍ୱ ଚେସ ଚାମ୍ପିଆନଶିପ[ସମ୍ପାଦନା]

  1. ଚେସ ଜୀବନରେ ଅନେକ ଉତଥାନ ପତନ ଦେଇ ଆସିଥିବା ଆନନ୍ଦ ୨୦୦୦ ମସିହାରେ ତେହେରାନ୍ରେ ପ୍ରଥମ ଥର ପାଇଁ ବିଶ୍ୱ ଚେସ ଚାମ୍ପିଆନ ହେଇଥିଲେ । ଏହି ସମୟରେ ଫିଡେଗ୍ୟାରି କାସ୍ପାରୋଭ ଭିନ୍ନ ଭିନ୍ନ ସଂଗଠନ ମାଧ୍ୟମରେ ବିଶ୍ୱଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ । ଆନନ୍ଦ ତେହେରାନରେ ଯେଉଁ ଟାଇଟଲ ବିଜୟୀ ହେଇଥିଲେ ସେଥିରେ ବିଶ୍ୱର ଅନେକ ଶ୍ରେଷ୍ଠ ଖେଳାଳୀ ଅଂଶଗ୍ରହଣ କରିନ ଥିଲେ । ଏଣୁ ପ୍ରକୃତରେ ତାଙ୍କୁ ବିଶ୍ୱଚାମ୍ପିଆନ ବୋଲି ଗ୍ରହଣ କରାଯାଇନଥିଲା ।
  2. ୨୦୦୭ ମସିହା ବିଶ୍ୱ ଚାମ୍ପିଆନଶିପ ବେଳକୁ ଚେସର ୨ ସଂଗଠନର ମିଶ୍ରଣ ଘଟିଥିଲା । ସେତେବେଳେ ଫିଡେ ବିଶ୍ୱ ଚେସ ଚାମ୍ପିଆନଶିପର ଗୁରୁତ୍ୱ ବଢିଯାଇଥିଲା । ଆନନ୍ଦ ତାଙ୍କ ଦ୍ୱିତୀୟ ଦଫା ଟାଇଟଲ ଲଢେଇ ମେକ୍ସିକୋରୁ ଆରମ୍ଭ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଇଥିଲା । ସର୍ବାଧିକ ୧୪ ପଏଣ୍ଟ ମଧ୍ୟରୁ ୯ ପଏଣ୍ଟ ପାଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।[୬]
  3. ୨୦୦୮ରେ ଟୁର୍ଣ୍ଣାମେଣ୍ଟ ଜର୍ମାନୀର ବନ୍ଠାରେ ଆୟୋଜିତ ହେଇଥିଲା । ଏଥିରେ ପୁଣି ଫର୍ମାଟ ବଦଳି ଗଲା ଏବଂ ଚ୍ୟାଲେଞ୍ଜର ଭ୍ଲାଦିମିର କ୍ରାମନିକ୍ଙ୍କ ସହ ଖେଳି ଆନନ୍ଦ ୬-୪ରେ ଆଗୁଆ ଥିଲା ବେଳେ ଶେଷ ୨ ରାଉଣ୍ଡରେ ଟାଇଟଲ ପାଇଁ ଅଧା ପଏଣ୍ଟ ଆବଶ୍ୟକ କରୁଥିଲେ । ପରବର୍ତ୍ତୀ ମ୍ୟାଚକୁ ୨୪ତମ ଚାଲରେ ଡ୍ର ରଖି ଆନନ୍ଦ ତାଙ୍କ ଟାଇଟଲ ବଜାଇ ରଖିଥିଲେ ।[୭][୮]
  4. ୨୦୧୦ରେ ପରବର୍ତ୍ତୀ ବିଶ୍ୱ ଚାମ୍ପିଆନଶିପ ଆୟୋଜିତ ହେଇଥିଲା ବୁଲଗାରିଆର ରାଜଧାନୀ ସୋଫିଆଠାରେ । ଏହି ସମୟରେ ଆଗ୍ନେୟଗିରିରେ ଉଦଗିରିଣ ହେତୁ ଯାତାୟତ କଷ୍ଟକର ହେଇପଡ଼ିଥିଲା । ସ୍ପେନର ରାଜଧାନୀ ମାଡ୍ରିଡ୍ରୁ ଏକ ସ୍ୱତନ୍ତ୍ର ବସରେ ୪୦ଘଣ୍ଟା କାଳ ଯାତ୍ରା କରିବା ପରେ ଆନନ୍ଦ ସୋଫିଆରେ ପହଞ୍ଚିଥିଲେ । ଆୟୋଜକମାନଙ୍କୁ ବିଶ୍ରାମ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା ରହିନଥିଲା । ମାତ୍ର ଗୋଟିଏ ଦିନ ବିଶ୍ରାମ ଏବଂ ପ୍ରଥମ ରାଉଣ୍ଡରେ ସ୍ଥାନୀୟ ଖେଳାଳୀ ଭାସେଲିନ୍ ଟୋପାଲୋଭଙ୍କଠାରୁ ହାରିଯିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬.୫-୫.୫ ବ୍ୟବଧାନରେ ଟାଇଟଲ ଜିତିନେଇଥିଲେ । ଏପରିକି ଶେଷ ଗେମରେ ସେ କଳାଗୋଟି ନେଇ ଖେଳିଥିଲେ ମଧ୍ୟ ଟାଇଟଲ୍ ଜିତିବାରେ ସଫଳ ହେଇଥିଲେ ।[୯][୧୦]
  5. ୨୦୧୨ରେ ଋଷିଆର ରାଜଧାନୀ ମସ୍କୋରେ ଆୟୋଜିତ ହେଇଥିଲା ମ୍ୟାଚ ଫର୍ମାଟରେ ବିଶ୍ୱ ଚେସ ଚାମ୍ପିଆନଶିପ । ଡିଫେଣ୍ଡିଂ ଚାମ୍ପିଆନ ଭାରତର ବିଶ୍ୱନାଥନ ଆନନ୍ଦ ଏବଂ ଇସ୍ରାଏଲର ଚ୍ୟାଲେଞ୍ଜର ବୋରିସ ଗେଲଫାଣ୍ଡଙ୍କ ମଧ୍ୟରେ ଚେସ ଜଗତର ଶ୍ରେଷ୍ଠ ପ୍ରତିଯୋଗିତା ଆୟୋଜିତ ହେଇଥିଲା । ୪୨ ବର୍ଷୀୟ ଆନନ୍ଦ ଏନଂ ୪୩ ବର୍ଷୀୟ ଗେଲଫାଣ୍ଡଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତା ଯୁବ ଖେଳାଳୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କିନ୍ତୁ ଚାମ୍ପିଆନଶିପ ଆରମ୍ଭ ହେବା ପୂର୍ବରୁ ଗେଲଫାଣ୍ଡ ଅନେକ ମୁକାବିଲାରେ ହାରିଯାଇଥିବାରୁ ଆନନ୍ଦଙ୍କୁ ଏହି ଚାମ୍ପିଆନଶିପର ଦାବେଦାର ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଗେଲଫାଣ୍ଡ ଏହାକୁ ଭୁଲ ପ୍ରମାଣିତ କରିଦେଇଥିଲେ । ଚାମ୍ପିଆନଶିପରେ ୧୨ ରାଉଣ୍ଡ ମ୍ୟାଚ୍ ଖେଳାଯିବାକୁ ରହିଥିଲା । ଏଥିରେ ଯଦି ଜଣେ ଖେଳାଳୀ ବିଜୟୀ ହୋଇନପାରିଲେ ତେବେ ରାପିଡ୍ ଫର୍ମାଟ ଏବଂ ନକଆଉଟ ଫର୍ମାଟ ବ୍ୟବହାର ହେବାର ନିୟମ ରହିଥିଲା । କିନ୍ତୁ ନିୟମିତ ରାଉଣ୍ଡର ସପ୍ତମ ମୁକାବିଲାରେ ଆନନ୍ଦଙ୍କୁ ହରାଇ ଗେଲଫାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲେ । କିନ୍ତୁ ଏହି ରାଉଣ୍ଡରେ ମାତ୍ର ୧୭ଟି ଚାଲ୍‌ରେ ଗେଲଫାଣ୍ଡଙ୍କୁ ହରାଇ ମ୍ୟାଚକୁ ସମାନ ସ୍ତରକୁ ନେଇଆସିଥିଲେ । ଏହା ପରେ ଆରମ୍ଭ ହେଇଥିଲା ଟାଇବ୍ରେକର ପ୍ରକ୍ରିୟା । ୪ ରାଉଣ୍ଡ ବିଶିଷ୍ଟ ରାପିଡ୍ ଚେସରେ ଆନନ୍ଦ ପ୍ରଥମ ରାଉଣ୍ଡକୁ ଡ୍ର ରଖିବା ପରେ ଦ୍ୱିତୀୟ ଗେମକୁ ୭୭ ରାଉଣ୍ଡରେ ଜିତି ଆଗୁଆ ରହିଥିଲେ । ଗେଲଫାଣ୍ଡଙ୍କ ଦୁର୍ବଳତା ଥିଲା ଠିକଣା ସମୟରେ ଚାଲ ଚଳେଇବାରେ ଅସୁବିଧା । ଏଥିରୁ ଫାଇଦା ଉଠାଇ ଆନନ୍ଦ ଅନ୍ୟ ଦୁଇଟି ଗେମକୁ ଡ୍ର ରଖିବାରେ ସମର୍ଥ ହେଇଥିଲେ । ମୋଟରେ ୮.୫-୭.୫ ବ୍ୟବଧାନରେ ଆନନ୍ଦ ତାଙ୍କ ଜୀବନର ସବୁଠାରୁ କଷ୍ଟସାଧ୍ୟ ବିଶ୍ୱଚାମ୍ପିଅନଶିପ ବିଜୟୀ ହୋଇଥିଲେ।[୧୧]
୧୯୯୨ ମନିଲାଠାରେ ବିଶ୍ୱନାଥନ ଆନନ୍ଦ,୨୨ ବର୍ଷ ବୟସ

ବିଶ୍ୱ ଚେସ ଚାମ୍ପିଆନଶିପରେ ପ୍ରଦର୍ଶନ[ସମ୍ପାଦନା]

  • ୧୯୯୧ : ଆଲେକ୍ସେଇ ଡ୍ରିଭଙ୍କୁ ହରାଇ କ୍ୟାଣ୍ଡିଡେଟ୍ସ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ ଏବଂ ଆନାତୋଲି କାର୍ପୋଭଙ୍କଠାରୁ ପରାଜିତ ହେଇ ପ୍ରଥମ ରାଉଣ୍ଡରୁ ବିଦାୟ ।
  • ୧୯୯୫ : ସେମିଫାଇନାଲରେ ଗାଟା କାମାସ୍କିଙ୍କଠାରୁ ପରାସ୍ତ।
  • ୧୯୯୭ : ଲ୍ଔସାନେରେ ଅନୁଷ୍ଠିତ ଫିଡେ ଫାଇନାଲର ଟାଇବ୍ରେକରରେ ଆନାତୋଲି କାର୍ପୋଭଙ୍କଠାରୁ ହାରି ରନର୍ସ ଅଫ।
  • ୨୦୦ ୦ : ତେହେରାନ୍ରେ ଆଲେକ୍ସେଇ ଶିରୋଭଙ୍କୁ ହରାଇ ଫିଡେ ବିଶ୍ୱ ଚମ୍ପିଆନ।
  • ୨୦୦୧ : ସେମିଫାଇନାଲରେ ଭାସିଲ୍ ଇଭାଞ୍ଚୁକଙ୍କଠାରୁ ପରାସ୍ତ।
  • ୨୦୦୫ : ସାନ୍ ଲୁଇସରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ରନର୍ସ ଅଫ।
  • ୨୦୦୭ : ମେକ୍ସିକୋରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ଚାମ୍ପିଆନ।
  • ୨୦୦୮ : ବନ୍ରେ ଭ୍ଲାଦିମିର କ୍ରାମନିକଙ୍କୁ ହରାଇ ଅପ୍ରତିଦ୍ୱନ୍ଦୀ ବିଶ୍ୱ ଚାମ୍ପିଆନ।
  • ୨୦୧୦ : ସୋଫିଆରେ ଭାଲିସିନ୍ ଟୋପାଲୋଭଙ୍କୁ ହରାଇ ଚଥୁର୍ଥ ବିଶ୍ୱ ଟାଇଟଲ ଅର୍ଜନ।
  • ୨୦୧୨ : ମସ୍କୋଙ୍କୁ ବୋରିସ ଗେଲଫାଣ୍ଡଙ୍କୁ ଟ୍ରାଇବ୍ରେକରରେ ହରାଇ ପଞ୍ଚମଥର ବିଶ୍ୱ ଚାମ୍ପିଆନ।

ପୁରସ୍କାର[ସମ୍ପାଦନା]

ଆନନ୍ଦଙ୍କୁ ଭାରତର ଶ୍ରେଷ୍ଠ କ୍ରୀଡ଼ା ପୁରସ୍କାର ଅର୍ଜୁନ ପୁରସ୍କାରରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ସେହିପରି ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୭ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ।

ଆଧାର[ସମ୍ପାଦନା]

  1. www.research.ibm.com/deepblue/home/may11/story_3.html
  2. "ଆର୍କାଇଭ୍ କପି". Archived from the original on 2013-11-04. Retrieved 2012-08-03. {{cite web}}: Cite has empty unknown parameter: |1= (help)
  3. "ଆର୍କାଇଭ୍ କପି". Archived from the original on 2015-04-07. Retrieved 2015-04-04. {{cite web}}: Cite has empty unknown parameter: |1= (help)
  4. http://www.nilacharal.com/enter/celeb/vishy.html
  5. "ଆର୍କାଇଭ୍ କପି". Archived from the original on 2008-10-29. Retrieved 2012-08-03. {{cite web}}: Cite has empty unknown parameter: |1= (help)
  6. http://www.chessbase.com/newsdetail.asp?newsid=4204
  7. http://www.uep-chess.com/cms_english/index.php?option=com_content&task=blogsection&id=2&Itemid=25
  8. "ଆର୍କାଇଭ୍ କପି". Archived from the original on 2008-12-29. Retrieved 2012-08-03. {{cite web}}: Cite has empty unknown parameter: |1= (help)
  9. http://www.chessbase.com/newsdetail.asp?newsid=6269
  10. http://www.chess.com/news/anand-v-topalov-1-day-postponement-8078
  11. http://en.wikipedia.org/wiki/World_Chess_Championship_2012

ଅଧିକ ତଥ୍ୟ[ସମ୍ପାଦନା]