ବିଶ୍ଵନାଥନ ଆନନ୍ଦ
| ବିଶ୍ଵନାଥନ ଆନନ୍ଦ | |
|---|---|
| ନାମ | ବିଶ୍ଵନାଥନ ଆନନ୍ଦ |
| ଦେଶ | ଭାରତ |
| ଜନ୍ମ | ୧୧ ଡିସେମ୍ବର ୧୯୬୯ Mayiladuthurai, Tamil Nadu, India |
| ଉପାଧୀ | ଗ୍ରାଣ୍ଡମାଷ୍ଟର (୧୯୮୮) |
| ବିଶ୍ଵ ଚମ୍ପିଅନ | 2000–2002 (FIDE) 2007–present (Undisputed) |
| ଫିଡେ ମାନ୍ୟତା | 2780 (ଜୁନ ୨୦୧୩) (No. 4 in the May 2012 FIDE World Rankings) |
| Peak rating | 2817 (May 2011) |
ବିଶ୍ଵନାଥନ ଆନନ୍ଦ(ଜନ୍ମ-୧୧ଡିସେମ୍ବର ୧୯୬୯) ଭାରତର ପ୍ରଥମ ଚେସ ଗ୍ରାଣ୍ଡ ମାଷ୍ଟର [୧]ଏବଂ ବର୍ତ୍ତମାନର ଚେସ ବିଶ୍ଵ ଚାମ୍ପିଆନ । ସେ ପାଞ୍ଚଥର (୨୦୦୦, ୨୦୦୭, ୨୦୦୮, ୨୦୧୦, ୨୦୧୨) ବିଶ୍ଵ ଚେସ ଚାମ୍ପିଆନଶିପ ଜିତିଛନ୍ତି ।[୨] ବିଶ୍ଵ କ୍ରିଡାରେ ଯେଉଁ କେତେଜଣ ଭାରତୀୟ ଅତ୍ୟନ୍ତ ପ୍ରତିଭାବାନ କ୍ରିଡା ପ୍ରଦର୍ଶନ କରି ପ୍ରଭାବ ବିସ୍ତାର କରିଛନ୍ତି ସେମାନକ ମଧ୍ୟରେ ଆନନ୍ଦଙ୍କ ସ୍ଥାନ ସ୍ଵତନ୍ତ୍ର । ଆନନ୍ଦଙ୍କ ପରି କ୍ରମାଗତ ୪ଟି ବିଶ୍ଵ ଟାଇଟଲ ଜିତିବା କାହା ପକ୍ଷେ ସମ୍ଭବ ହେଇନାହିଁ । ସମସ୍ତଙ୍କ ଜୀବନରେ ଉତଥାନ ପତ୍ତନ ରହିଛି। ୨୦୦୦ ମସିହାରେ ବିଶ୍ଵ ଚାମ୍ପିଆନଶିପ ଜିତିବା ପରେ ମଧ୍ୟ ୨୦୦୭ ମସିହା ପର୍ଯ୍ୟନ୍ତ ଏଥିରେ କୈଣସି ଟାଇଟଲ ଜିତି ପାରିନ ଥିଲେ । ୩୭ ବର୍ଷରେ ସେ ବିଶ୍ଵର ଏକ ନମ୍ବର ଚେସ ଖେଳାଳୀ ହେବାର ଗ୍ଔରବ ପାଇଛନ୍ତି ଏବଂ ବିଶ୍ଵର ମାତ୍ର ୬ଜଣ ଖେଳାଳୀଙ୍କ ମଧ୍ୟରେ ୨୮୦୦ରୁ ଅଧିକ ୟେଲୋ ରେଟିଂ ଅତିକ୍ରମ କରିବାର ଗ୍ଔରବ ଅର୍ଜନ କରିଛନ୍ତି।ପ୍ରଥମେ ୧୯୮୦ରେ ଆନନ୍ଦ ବିଶ୍ଵ ଜୁନିଅର ଚେସରେ ଚମକ ଦେଖାଇ ଥିଲେ । ଏହି ପ୍ରତିଭା ବଳରେ ସେ ୧୯୮୭ ରେ ଭାରତ ପ୍ରଥମ ଚେସ ଗ୍ରାଣ୍ଡ ମାଷ୍ଟର ହେବାର ଗୌରବ ହାସଲ କରିଥିଲେ ।
ବିଷୟସୂଚୀ |
ପରିବାର[ସମ୍ପାଦନା]
୧୯୬୯ ଡିସେମ୍ବର ୧ ତାରିଖରେ ତାମିଲନାଡୁର ଏକ ଛୋଟ ପଲ୍ଲୀ ମାୟାଲାଦୁଥୁରାଇରେ ଜନ୍ମଗ୍ରହଣ କରିଥିଲେ ବିଶ୍ଵନାଥନ ଆନନ୍ଦ। ତାଙ୍କ ମାତା ସୁଶୀଳା ଥିଲେ ଚେସ ପ୍ରିୟ ଓ ପିତା ବିଶ୍ଵନାଥନ ଆୟାର ରେଲୱ୍ଏ ଜେନେରାଲ ମ୍ୟାନେଜର ରହି ଅବସର ନେଇଛନ୍ତି।ଆନନ୍ଦଙ୍କ ବଡ ଭାଇ ଶିବକୁମାର ଯିଏ କି ତାଙ୍କ ଠାରୁ ୧୩ବର୍ଷ ବଡ କ୍ରମ୍ପଟନ୍ ଗ୍ରିଭ୍ସରେ ଜେନେରାଲ୍ ମ୍ୟାନେଜର ଭାବେ ଅବସ୍ଥାପିତ।୧୧ ବର୍ଷ ବଡ ଭଉଣୀ ଅନୁରାଧା ୟୁନିଭର୍ସିଟି ଅଫ୍ ମିଶିଗାନରେ ପ୍ରଫେସର ଭାବେ କାର୍ଯ୍ୟରତ।ଅରୁଣାଙ୍କୁ ପତ୍ନୀ ରୂପେ ଗ୍ରହଣ କରିଥିବା ଆନନ୍ଦ ଙ୍କ ୨୦୧୧ ଏପ୍ରିଲ ୯ ରେ ଏକ ପୁତ୍ର ସନ୍ତାନ ଜନ୍ମ ହେଇଛି।ତାମିଲ ପରମ୍ପରା ଅନୁଯାୟୀ ତାର ନାମ ଆନନ୍ଦ ଅଖିଲ ରଖାଯାଇଛି।ମାଡ୍ରାସ ଟାଇଗର ଭାବେ ବିବେଚିତ ଅଧିକାଂଶ ସମୟ ଚେସ ଖେଳ ପାଇଁ ସ୍ପେନରେ ମାଡ୍ରିଡ ସହରରେ ବସବାସ କରିଥାନ୍ତି।[୩][୪]
ବିଶ୍ଵ ଚେସ ଚାମ୍ପିଆନଶିପ[ସମ୍ପାଦନା]
- ଚେସ ଜୀବନରେ ଅନେକ ଉତଥାନ ପତନ ଦେଇ ଆସିଥିବା ଆନନ୍ଦ ୨୦୦୦ ମସିହାରେ ତେହେରାନ୍ ରେ ପ୍ରଥମ ଥର ପାଇଁ ବିଶ୍ଵ ଚେସ ଚାମ୍ପିଆନ ହେଇଥିଲେ।ଏହି ସମୟରେ ଫିଡେ ଓ ଗ୍ୟାରି କାସ୍ପାରୋଭ ଭିନ୍ନ ଭିନ୍ନ ସଂଗଠନ ମାଧ୍ୟମରେ ବିଶ୍ଵଚେସ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିଲେ।ଆନନଦ ତେହେରାନରେ ଯେଉଁ ଟାଇଟଲ ବିଜୟୀ ହେଇଥିଲେ ସେଥିରେ ବିଶ୍ଵର ଅନେକ ଶ୍ରେଷ୍ଠ ଖେଳାଳୀ ଅଂଶଗ୍ରହଣ କରିନ ଥିଲେ।ଏଣୁ ପ୍ରକୃତରେ ତାଙ୍କୁ ବିଶ୍ଵଚାମ୍ପିଆନ ବୋଲି ଗ୍ରହଣ କରାଯାଇନଥିଲା।
- ୨୦୦୭ ମସିହା ବିଶ୍ଵ ଚାମ୍ପିଆନଶିପ ବେଳକୁ ଚେସର ୨ ସଂଗଠନର ମିଶ୍ରଣ ଘଟିଥିଲା।ସେତେ ବେଳେ ଫିଡେ ବିଶ୍ଵ ଚେସ ଚାମ୍ପିଆନଶିପର ଗୁରୁତ୍ଵ ବଢିଯାଇଥିଲା।ଆନନ୍ଦ ତାଙ୍କ ଦ୍ଵିତୀୟ ଦଫା ଟାଇଟଲ ଲଢେଇ ମେକ୍ସିକୋ ସିଟିରୁ ଆରମ୍ଭ କରିଥିଲେ।ଏହି ଟୁର୍ଣ୍ଣାମେଣ୍ଟ ଡବଲ ରାଉଣ୍ଡ ରବିନ ଫର୍ମାଟରେ ଖେଳାଯାଇଥିଲା।ସର୍ବାଧିକ ୧୪ ପଏଣ୍ଟ ମଧ୍ୟରୁ ୯ ପଏଣ୍ଟ ପାଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।[୫]
- ୨୦୦୮ରେ ଟୁର୍ଣ୍ଣାମେଣ୍ଟ ଜର୍ମାନୀର ବନ୍ ଠାରେ ଆୟୋଜିତ ହେଇଥିଲା।ଏଥିରେ ପୁଣି ଫର୍ମାଟା ବଦଳି ଗଲା ଏବଂ ଚ୍ୟାଲେଞ୍ଜର ଭ୍ଲାଦିମିର କ୍ରାମନିକ୍ଙ୍କ ସହ ଖେଳି ଆନନ୍ଦ ୬-୪ରେ ଆଗୁଆ ଥିଲା ବେଳେ ଶେଷ ୨ ରାଉଣ୍ଡରେ ଟାଇଟଲ ପାଇଁ ଅଧା ପଏଣ୍ଟ ଆବଶ୍ୟକ କରୁଥିଲେ।ପରବର୍ତ୍ତୀ ମ୍ୟାଚ କୁ ୨୪ତମ ଚାଲ୍ ରେ ଡ୍ର ରଖି ଆନନ୍ଦ ତାଙ୍କ ଟାଇଟଲ ବଜାଇ ରଖିଥିଲେ।[୬][୭]
- ୨୦୧୦ ରେ ପରବର୍ତ୍ତୀ ବିଶ୍ଵ ଚାମ୍ପିଆନଶିପ ଆୟୋଜିତ ହେଇଥିଲା ବୁଲଗାରିଆର ରାଜଧାନୀ ସୋଫିଆ ଠାରେ।ଏହି ସମୟରେ ଆଗ୍ନେୟଗିରି ରେ ଉଦଗିରିଣ ହେତୁ ଯାତାୟାତ କଷ୍ଟକର ହେଇପଡିଥିଲା।ସ୍ପେନର ରାଜଧାନୀ ମାଡ୍ରିଡ୍ ରୁ ଏକ ସ୍ଵତନ୍ତ୍ର ବସରେ ୪୦ଘଣ୍ଟା କାଳ ଯାତ୍ରା କରିବା ପରେ ଆନନ୍ଦ ସୋଫିଆରେ ପହଞ୍ଚିଥିଲେ।ଆୟୋଜକ ମାନଙ୍କୁ ବିଶ୍ରାମ ପାଇଁ ଅନୁରୋଧ କରିଥିଲେ ମଧ୍ୟ ତାଙ୍କ କଥା ରହିନଥିଲା।ମାତ୍ର ଗୋଟିଏ ଦିନ ବିଶ୍ରାମ ଏବଂ ପ୍ରଥମ ରାଉଣ୍ଡରେ ସ୍ଥାନୀୟ ଖେଳାଳୀ ଭାସେଲିନ୍ ଟୋପାଲୋଭ ଙ୍କ ଠାରୁ ହାରିଜିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ୬.୫-୫.୫ ବ୍ୟବଧାନରେ ଟାଇଟଲ ଜିତିନେଇଥିଲେ।ଏପରିକି ଶେଷ ଗେମରେ ସେ କଳାଗୋଟି ନେଇ ଖେଳି ଥିଲେ ମଧ୍ୟ ଟାଇଟଲ୍ ଜିତିବାରେ ସଫଳ ହେଇଥିଲେ।[୮][୯]
- ୨୦୧୨ ରେ ଋଷିଆର ରାଜଧାନୀ ମସ୍କୋରେ ଆୟୋଜିତ ହେଇଥିଲା ମ୍ୟାଚ ଫର୍ମାଟରେ ବିଶ୍ଵ ଚେସ ଚାମ୍ପିଆନଶିପ । ଡିଫେଣ୍ଡିଂ ଚାମ୍ପିଆନ ଭାରତର ବିଶ୍ଵନାଥନ ଆନନ୍ଦ ଏବଂ ଇସ୍ରାଏଲର ଚ୍ୟାଲେଞ୍ଜର ବୋରିସ ଗେଲଫାଣ୍ଡଙ୍କ ମଧ୍ୟରେ ଚେସ ଜଗତର ଶ୍ରେଷ୍ଠ ପ୍ରତିଯୋଗିତା ଆୟୋଜିତ ହେଇଥିଲା।୪୨ ବର୍ଷୀୟ ଆନନ୍ଦ ଏନଂ ୪୩ ବର୍ଷୀୟ ଗେଲଫାଣ୍ଡଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତା ଯୁବ ଖେଳାଳୀଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । କିନ୍ତୁ ଚାମ୍ପିଆନଶିପ ଆରମ୍ଭ ହେବା ପୂର୍ବରୁ ଗେଲଫାଣ୍ଡ ଅନେକ ମୁକାବିଲାରେ ହାରିଯାଇଥିବାରୁ ଆନନ୍ଦଙ୍କୁ ଏହି ଚାମ୍ପିଆନଶିପର ଦାବେଦାର ବୋଲି ବିବେଚନା କରାଯାଉଥିଲା । କିନ୍ତୁ ଗେଲଫାଣ୍ଡ ଏହାକୁ ଭୁଲ ପ୍ରମାଣିତ କରିଦେଇଥିଲେ।ଚାମ୍ପିଆନଶିପରେ ୧୨ ରାଉଣ୍ଡ ମ୍ୟାଚ୍ ଖେଳାଯିବାକୁ ରହିଥିଲା।ଏଥିରେ ଯଦି ଜଣେ ଖେଳାଳୀ ବିଜୟୀ ହୋଇନପାରିଲେ ତେବେ ରାପିଡ୍ ଫର୍ମାଟ ଏବଂ ନକଆଉଟ ଫର୍ମାଟ ବ୍ୟବହାର ହେବାର ନିୟମ ରହିଥିଲା । କିନ୍ତୁ ନିୟମିତ ରାଉଣ୍ଡର ସପ୍ତମ ମୁକାବିଲାରେ ଆନନ୍ଦଙ୍କୁ ହରାଇ ଗେଲଫାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲେ।କିନ୍ତୁ ଏହି ରାଉଣ୍ଡରେ ମାତ୍ର ୧୭ଟି ଚାଲ୍ରେ ଗେଲଫାଣ୍ଡଙ୍କୁ ହରାଇ ମ୍ୟାଚକୁ ସମାନ ସ୍ତରକୁ ନେଇଆସିଥିଲେ । ଏହା ପରେ ଆରମ୍ଭ ହେଇଥିଲା ଟାଇବ୍ରେକର ପ୍ରକ୍ରିୟା । ୪ ରାଉଣ୍ଡ ବିଶିଷ୍ଟ ରାପିଡ୍ ଚେସରେ ଆନନ୍ଦ ପ୍ରଥମ ରାଉଣ୍ଡକୁ ଡ୍ର ରଖିବା ପରେ ଦ୍ଵିତୀୟ ଗେମକୁ ୭୭ ରାଉଣ୍ଡରେ ଜିତି ଆଗୁଆ ରହିଥିଲେ । ଗେଲଫାଣ୍ଡଙ୍କ ଦୁର୍ବଳାତା ଥିଲା ଠିକଣା ସମୟରେ ଚାଲ ଚଳେଇବାରେ ଅସୁବିଧା । ଏଥିରୁ ଫାଇଦା ଉଠାଇ ଆନନ୍ଦ ଅନ୍ୟ ଦୁଇଟି ଗେମ୍ କୁ ଡ୍ର ରଖିବାରେ ସମର୍ଥ ହେଇଥିଲେ।ମୋଟରେ ୮.୫-୭.୫ ବ୍ୟବଧାନରେ ଆନନ୍ଦ ତାଙ୍କ ଜୀବନର ସବୁଠାରୁ କଷ୍ଟସାଧ୍ୟ ବିଶ୍ଵଚାମ୍ପିଅନଶିପ ବିଜୟୀ ହୋଇଥିଲେ।[୧୦]
ବିଶ୍ଵ ଚେସ ଚାମ୍ପିଆନଶିପରେ ପ୍ରଦର୍ଶନ[ସମ୍ପାଦନା]
- ୧୯୯୧ : ଆଲେକ୍ସେଇ ଡ୍ରିଭଙ୍କୁ ହରାଇ କ୍ୟାଣ୍ଡିଡେଟ୍ସ ମ୍ୟାଚ ପାଇଁ ଯୋଗ୍ୟତା ଅର୍ଜନ ଏବଂ ଆନାତୋଲି କାର୍ପୋଭଙ୍କ ଠାରୁ ପରାଜିତ ହେଇ ପ୍ରଥମ ରାଉଣ୍ଡରୁ ବିଦାୟ।
- ୧୯୯୫ : ସେମିଫାଇନାଲ ରେ ଗାଟା କାମାସ୍କିଙ୍କ ଠାରୁ ପରାସ୍ତ।
- ୧୯୯୭ : ଲ୍ଔସାନେରେ ଅନୁଷ୍ଠିତ ଫିଡେ ଫାଇନାଲର ଟାଇବ୍ରେକରରେ ଆନାତୋଲି କାର୍ପୋଭଙ୍କଠାରୁ ହାରି ରନର୍ସ ଅଫ।
- ୨୦୦ ୦ : ତେହେରାନ୍ ରେ ଆଲେକ୍ସେଇ ଶିରୋଭଙ୍କୁ ହରାଇ ଫିଡେ ବିଶ୍ଵ ଚମ୍ପିଆନ।
- ୨୦୦୧ : ସେମିଫାଇନାଲରେ ଭାସିଲ୍ ଇଭାଞ୍ଚୁକ ଙ୍କ ଠାରୁ ପରାସ୍ତ।
- ୨୦୦୫ : ସାନ୍ ଲୁଇସ ରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ରନର୍ସ ଅଫ।
- ୨୦୦୭ : ମେକ୍ସିକୋ ସିଟିରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟ ଫର୍ମାଟରେ ଚାମ୍ପିଆନ।
- ୨୦୦୮ : ବନ୍ ରେ ଭ୍ଲାଦିମିର କ୍ରାମନିକଙ୍କୁ ହରାଇ ଅପ୍ରତିଦ୍ଵନ୍ଦୀ ବିଶ୍ଵ ଚାମ୍ପିଆନ।
- ୨୦୧୦ : ସୋଫିଆରେ ଭାଲିସିନ୍ ଟୋପାଲୋଭଙ୍କୁ ହରାଇ ଚଥୁର୍ଥ ବିଶ୍ଵ ଟାଇଟଲ ଅର୍ଜନ।
- ୨୦୧୨ : ମସ୍କୋଙ୍କୁ ବୋରିସ ଗେଲଫାଣ୍ଡଙ୍କୁ ଟ୍ରାଇବ୍ରେକରରେ ହରାଇ ପଞ୍ଚମଥର ବିଶ୍ଵ ଚାମ୍ପିଆନ।
ପୁରସ୍କାର[ସମ୍ପାଦନା]
ଭାରତର ଶ୍ରେଷ୍ଠ କ୍ରୀଡା ପୁରସ୍କାର ଅର୍ଜୁନ ପୁରସ୍କାର ଓ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି।୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୭ ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି
ଆଧାର[ସମ୍ପାଦନା]
- ↑ www.research.ibm.com/deepblue/home/may11/story_3.html
- ↑ http://articles.timesofindia.indiatimes.com/2012-05-30/chess/31899079_1_boris-gelfand-viswanathan-anand-vladimir-kramnik
- ↑ http://www.nilacharal.com/enter/celeb/vishy.html
- ↑ http://www.hindu.com/2007/12/22/stories/2007122256681900.htm
- ↑ http://www.chessbase.com/newsdetail.asp?newsid=4204
- ↑ http://www.uep-chess.com/cms_english/index.php?option=com_content&task=blogsection&id=2&Itemid=25
- ↑ http://ibnlive.in.com/news/anand-draws-11th-game-wins-world-chess-title/77005-5.html?from=rssfeed
- ↑ http://www.chessbase.com/newsdetail.asp?newsid=6269
- ↑ http://www.chess.com/news/anand-v-topalov-1-day-postponement-8078
- ↑ http://en.wikipedia.org/wiki/World_Chess_Championship_2012
ଅଧିକ ତଥ୍ୟ[ସମ୍ପାଦନା]
| ଉଇକିପିଡ଼ିଆ କମନସରେ: ବିଶ୍ଵନାଥନ ଆନନ୍ଦ ଉପରେ ମାଧ୍ୟମ ରହିଅଛି |
- ବିଶ୍ଵନାଥନ ଆନନ୍ଦ player profile at Chessgames.com
- ଟୁଇଟରରେ Viswanathan Anand (Chessbase article on Anand's Twitter account)
- Anand wins World Championship 2010
- 500+ photos from the World Championship 2010
- Viswanathan Anand at CSA Celebrity Speakers
- Latest Videos of Viswanathan Anand
- Viswanathan Anand games at 365Chess.com
- Interview with Viswanathan Anand at LatestChess.com year 2007
- TIME: History of Chess, by Viswanathan Anand
- Startup Lessons from Viswanathan Anand
- Interview with CNN IBN, May 2008
- Interview at ChessBase
- Vishy Anand on lessons to board room from the board Economic Times
- "India Swoons Over Its Chess Champ, and Even the Game" New York Times 9 August 2010
- The game Anand-Bologan, Dortmund (7) 2003, with annotations by Boris Schipkov
- The game Anand-Topalov, World Chess Championship, Sofia (4) 2010, with annotations by Boris Schipkov
- Viswanathan Anand's Interview in Dec 2011 before London Chess Classic