ବାୟୁ (ଦେବତା)

ଉଇକିପିଡ଼ିଆ‌ରୁ
ବାୟୁ
ବାୟୁ
ପବନ ଦେବ [୧]
ସଂସ୍କୃତ ଅନୁବାଦVāyu
ଉପାଧିDeva, Guardians of the directions
ବାହନAntelope

ବାୟୁ ବା ପବନ ଦେବ ଭୀମଙ୍କ ପିତା ଓ ହନୁମାନଙ୍କ ଧର୍ମ ପିତା ଅଟନ୍ତି ।

ଅଣଚାଶ ପବନ[ସମ୍ପାଦନା]

କାଶ୍ୟପପତ୍ନୀ ଅଦିତି ପବନଙ୍କୁ ଗର୍ଭରେ ଧାରଣ କରିଥିବା ଅବସ୍ଥାରେ ଅଦିତିଙ୍କ ସପତ୍ନୀ ଦିତିଙ୍କ ପ୍ରରୋଚନାରେ ଦିତିପୁତ୍ର ଇନ୍ଦ୍ର ଅଦିତିଙ୍କ ଗର୍ଭ ମଧ୍ୟରେ ପ୍ରବେଶ କରି ଭୃଣକୁ ସାତଖଣ୍ଡ କରି କାଟି ପକାଇଲେ ୤ କଟା ଖଣ୍ଡ ଗୁଡ଼ିକ ଜିଇଁଥିବା ଦେଖି ପୁଣି ପ୍ରତ୍ୟେକ ଖଣ୍ଡକୁ ସାତ ସାତ ଖଣ୍ଡ କରି କଟିଲେ; ତଥାପି ସେ ଅଣଚାସ ଖଣ୍ଡର ପ୍ରାଣ ଗଲା ନାହିଁ ୤ ଇନ୍ଦ୍ର ଭୃଣହତ୍ୟା କରି ନ ପାରି ଫେରିଲେ ଓ ଯଥାକାଳରେ ଅଦିତିଙ୍କ ଗର୍ଭରୁ ପବନ ୯ଟି ରୂପ ଧାରଣ କରି ଜନ୍ମିଲେ ୤ ଲୋକବିଶ୍ୱାସ ମତେ, ମୃତ୍ୟୁକାଳରେ ପବନଙ୍କର ଏହି ଅଣଚାଶ ମୂର୍ତ୍ତି ମନୁଷ୍ୟର ପିଣ୍ଡରୁ ବାହାରି ଯାଏ ଓ ସେହି ହେତୁ ମଣିଷ ହାଁପି ହୁଏ ୤

  1. ମାରୁତ
  2. ମରୁତ
  3. ଦୋହନ
  4. ଶୋଷଣ
  5. କ୍ରନ୍ଦନ
  6. ସନ୍ତନ
  7. ମଳୟ
  8. କୋମଳ ପବନ
  9. କମଳ ପବନ
  10. ତାପ ପବନ
  11. ଅଗ୍ନିଜ୍ୱାଳା
  12. ମାୟାଧର
  13. ମହାଘୋର
  14. ସୁଷ୍ପମେଧର
  15. ସେତୁଧର
  16. ମଉଳି
  17. ଶିଶିଧର
  18. ହିମଧର
  19. ବଜ୍ର
  20. ଶୋଭାକର
  21. ସୂର୍ଯ୍ୟଧର
  22. ସୈନ୍ୟ ମହାବାତ
  23. ଚନ୍ଦନଧର
  24. ଜଳଧର
  25. ମହାବାତ ପବନ
  26. ବିଷଧର
  27. କୋଶଧର
  28. ମହିଧର
  29. ବିଷ୍ଣୁଧର
  30. ସୋମ
  31. ପାଶୀକେତ
  32. ମହାଧର ପବନ
  33. ଦ୍ୱୀପଧର
  34. ଶବଧର
  35. ଶୁକ୍ର
  36. ଭଜିତ
  37. ମହାଧର ବାତ
  38. ପ୍ରାଣ ପବନ
  39. ଧାତୁଧର
  40. କେଶଧର
  41. ବ୍ରହ୍ମଧର
  42. ଶ୍ୱେତସାର
  43. ଖଗେଶ୍ୱର
  44. ଅଶଖୋଳା
  45. ଅମୃତାକ୍ଷ
  46. ମେଘ
  47. ମହାବାହ
  48. ଗର୍ଜନନାଦ
  49. ବାୟୁମୂଳ

ଏଥିମଧ୍ୟରୁ ୧୮ପବନ ସ୍ୱର୍ଗରେ, ୧୬ ପବନ ପାତାଳପୁରରେ, ୧୧ ପବନ ମର୍ତ୍ତ୍ୟମଣ୍ଡଳରେ ଏବଂ ଶେଷ ଚାରିପବନ ଚାରିମେଘ (ଆବର୍ତ୍ତ, ସମ୍ବର୍ତ୍ତ, ଦ୍ରୋଣ ଓ ପୁଷ୍କର) ଦେହରେ ଅବସ୍ଥାନ କରୁଛନ୍ତି ୤

ଆଧାର[ସମ୍ପାଦନା]

  1. The Book of Hindu Imagery: Gods, Manifestations and Their Meaning By Eva Rudy Jansen p. 68