ବାଲି ତୃତୀୟା

ଉଇକିପିଡ଼ିଆ ରୁ
ବାଲି ତୃତୀୟା
ପାଳନକାରୀ ହିନ୍ଦୁ ମହିଳା
ପ୍ରକାର ଧାର୍ମିକ,
ପାଳନ ବାଲିରେ ତିଆରି ଶିବଲିଙ୍ଗ ପୂଜା
ଆରମ୍ଭ ଭାଦ୍ରବ ଶୁକ୍ଳ ତୃତୀୟା
ତାରିଖ ଅଗଷ୍ଟ/ସେପ୍ଟେମ୍ବର
୨୦୧୩ ତାରିଖ ୮ ସେପ୍ଟେମ୍ବର
୨୦୧୪ ତାରିଖ ୨୮ ଅଗଷ୍ଟ (ଗୁରୁବାର)
୨୦୧୫ ତାରିଖ ୧୬ ସେପ୍ଟେମ୍ବର (ବୁଧବାର)


ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ଏହି ବ୍ରତ ବାଲି ତୃତୀୟା । ବିବାହିତା ନାରୀମାନେ ସ୍ଵାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା କରି ଏହି ବ୍ରତ ରଖିଥାନ୍ତି । କେତେକ ସ୍ଥାନରେ ଅବିବାହିତା ଝିଅମାନେ ମଧ୍ୟ ସର୍ବଗୁଣସମ୍ପନ୍ନ ପତି କାମନା କରି ଏହି ବ୍ରତ ପାଳନ କରନ୍ତି । ଅତି ନିଷ୍ଠାର ସହ ତୃତୀୟା ଦିନ ସୂର୍ଯ୍ୟୋଦୟଠାରୁ ଚତୁର୍ଥୀ ଦିନ ପ୍ରତ୍ୟୁଷ ପର୍ଯ୍ୟନ୍ତ ଉପବାସ ରହିବାକୁ ହୁଏ । ଜଳସ୍ପର୍ଶ ନିଷେଧ, ଏପରିକି ଛେପ ଢୋକିବାକୁ ମଧ୍ୟ ବାରଣ କରାଯାଏ । ଏହି ବ୍ରତର ଆରାଧ୍ୟ ଦେବତା ହେଉଛନ୍ତି ମହାଦେବ । ମହାଦେବ ଯେପରି ଆଶୁତୋଷ ସେମିତି ବି ରୁଦ୍ର । ତେଣୁ ଏହି ବ୍ରତକୁ ନିଷ୍ଠାର ସହ ପାଳନ କଲେ ଅନେକ ସୁଫଳ ମିଳେ ବୋଲି ବିଶ୍ଵାସ ରହିଛି । ମା' ପାର୍ବତୀ ମୃତ୍ୟୁଞ୍ଜୟୀ ଶିବଙ୍କୁ ପତି ରୂପେ ପାଇବା ପାଇଁ କୈଳାସ ପର୍ବତରେ କଠୋର ତପ କରିଥିଲେ । ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇଥିଲେ । ତେଣୁ ବିବାହିତା ନାରୀମାନେ ବାଲି ତୃତୀୟା ଦିନ ସକାଳେ ନଦୀ ବା ପୁଷ୍କରିଣୀରେ ସ୍ନାନ କରନ୍ତି । ପୁଣି ଥରେ ଅପରାହ୍‌ଣରେ ସ୍ନାନ କରି ପାଣିରେ ବୁଡି ସାତ ମୁଠା ବାଲି ଆଣନ୍ତି । ସେଥିରେ ଜଳାଶୟ କୂଳରେ ଶିବ ଲିଙ୍ଗ ବା ବାଲୁଙ୍କା ପୂଜା କରନ୍ତି । ପରଦିନ ସ୍ନାନ ସମୟରେ ବାଲୁଙ୍କା ବିସର୍ଜନ କରାଯାଏ । ନୂତନ ବସ୍ତ୍ର ପରିଧାନ ପୂର୍ବକ ଚତୁର୍ଥୀ ଦିନ ବ୍ରତ ଉଦ୍‌ଯାପନ କରାଯାଏ ।[୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨, ୬.୯.୨୦୧୩