ବାପା

ଉଇକିପିଡ଼ିଆ ରୁ

ଏହି ଲେଖାଟି ବାପା ବିଷୟରେ ।

ବାପାଙ୍କ ସହ ପିଲାଟିଏ

ବାପା ଏକ ସମ୍ପର୍କର ନାମ । ଜଣେ ପୁରୁଷ ଜଣେ ମହିଳାଙ୍କ ସହ ଯୌନ ସମ୍ପର୍କ ରଖିବା ଦ୍ଵାରା ତାଙ୍କ ଔରଷରୁ ମହିଳାଙ୍କ ଗର୍ଭରୁ ଯେଉଁ ସନ୍ତାନ ସନ୍ତତି ଜନ୍ମ ଗ୍ରହଣ କରନ୍ତି ସେମାନେ ସେହି ପୁରୁଷଙ୍କୁ 'ବାପା' ସମ୍ଵୋଧନ କରନ୍ତି । ଯୌନ ସମ୍ପର୍କ ନ ରଖି ମଧ୍ୟ ପୁରୁଷର ଶୁକ୍ରାଣୁ ନେଇ ମହିଳାଙ୍କ ଅଣ୍ଡା ସହ କୃତ୍ରିମ ଉପାୟରେ ମିଳନ କରାଇ ଯେଉଁ ପିଲା ଜନ୍ମ ହୁଅନ୍ତି ସେମାନେ ମଧ୍ୟ ସେହି ପୁରୁଷଙ୍କୁ ବାପା ଡାକନ୍ତି । ଏହା ସାଧାରଣତଃ କୌଣସି ଏକ ପରିବାରରେ ଥିବା ପୁରୁଷ ଅଭିଭାବକଙ୍କୁ ବୁଝାଇଥାଏ ।[୧] ପୁରୁଣା ଯୁଗରୁ କୁହାଯାଏ ଯେ ବାପା ଘରର ସୁରକ୍ଷା, ସଦସ୍ୟ ମାନଙ୍କ ଭରଣ ପୋଷଣ କରିଥାନ୍ତି । ପିଲାମାନଙ୍କ ଅଭିବୃଦ୍ଧି, ଶିକ୍ଷା ଓ ଲାଳନପାଳନ ଭାର ବାପାଙ୍କ ଉପରେ ନ୍ୟସ୍ତ ଥାଏ ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]