ବତୀଘର, ହୁକିଟୋଲା

ଉଇକିପିଡ଼ିଆ‌ରୁ

ହୁକିଟୋଲା ବତୀଘର ଭାରତର ପୂର୍ବାଞ୍ଚଳ ତଟରେ ପ୍ରଥମେ ସ୍ଥାପିତ ହୋଇଥିଲା ‌। ଏହା ରାଜ୍ୟସରକାରଙ୍କଦ୍ୱାରା ମାନ୍ୟତାପ୍ରାପ୍ତ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳ ।[୧] ଏହା ଖରନାସୀ ନଦୀର ଅପରପାର୍ଶ୍ୱର କୂଳରେ ବତୀଘର ନାମକ ଗାଁରେ ଅବସ୍ଥିତ । ଅତୀବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଏହାର ଚତୁଃପାର୍ଶ୍ୱ ପରିପୂର୍ଣ୍ଣ । ଏକଦା ଏହା କାଉଡିଆ ଦ୍ୱୀପ ନାମରେ ବିଦିତ ଏହିସ୍ଥାନଟି କୁଜଙ୍ଗ ରାଜାଙ୍କର ଶୀକାର କ୍ଷେତ୍ର ରୂପେ ବ୍ୟବହୃତ ହେଉଥିଲା । ବତୀଘରର ନିର୍ମାଣ କାର୍ଯ୍ୟ ୧୮୩୬ ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ୧୮୩୭ ଅକ୍ଟୋବର ୧୬ତାରିଖରେ ଆଲୋକ ପ୍ରଜ୍ଜଳିତ ହୋଇଥିଲା ।

ଗଠନ[ସମ୍ପାଦନା]

ଏଥିରେ ବ୍ୟବହୃତ ପଥର କଟକ ବାରବାଟୀ ଦୁର୍ଗରୁ ଅଣାଯାଇଥିଲା । ଏହାର ଉଚ୍ଚତା ୧୨୫ଫୁଟ, କାନ୍ଥର ମୋଟେଇ ୧୫ଫୁଟ ଏବଂ ଭୂସ୍ତରରେ ଏହାର ବ୍ୟାସ ୧୦ଫୁଟ । ଏହାର ଶିଖରକୁ ଯିବାକୁ ହେଲେ ୧୩୮ଟି କଂକ୍ରିଟ ପାହାଚ ଓ ୧୬ ଗୋଡ ବିଶିଷ୍ଟ ଶିଡି ଚଢ଼ି ଯିବାକୁ ହୁଏ । ବର୍ତ୍ତମାନ ଏହା କଲିକତା ବତୀଘରଦ୍ୱାରା ପରିଚାଳିତ ହେଉଛି। ୧୯୫୭ ମସିହା ପର୍ଯ୍ୟନ୍ତ ବତୀଘରର ଆଲୋକକୁ ପେଟ୍ରୋଲିଅମ୍ ଗ୍ୟାସ୍ଦ୍ୱାରା ଆଲୋକିତ କରାଯାଉଥିଲା । ତତ୍‌ପରେ ଜେନେରେଟରଦ୍ୱାରା ଆଲୋକିତ କରାଗଲା । [୨]

ଆଧାର[ସମ୍ପାଦନା]

  1. "ପର୍ଯ୍ୟଟନ ମାନଚିତ୍ରରେ ସାମିଲ ବତିଘର, ହୁକିଟୋଲା". ଧରିତ୍ରୀ. Retrieved 28 November 2016.
  2. ଡକ୍ଟର ହେମନ୍ତ କୁମାର ଦାସ, ପୃଷ୍ଠା-୧୮୩-୧୮୭, ମହାନଦୀ